ଦୀପାବଳିରେ ଏହି ଦିଗରେ ଲଗେଇଦିଅନ୍ତୁ କୁବେର ନିରଞ୍ଜନ ଦୀପ ଦରିଦ୍ରତା ସମାପ୍ତ ହୋଇଯିବ |

ବନ୍ଧୁଗଣ ଏହି ବର୍ଷ 24 ଅକ୍ଟୋବରକୁ ଦୀପମାନଙ୍କର ପର୍ବ ଦୀପାବଳି ପଡୁଛି | ଆମ ସନାତନ ଧର୍ମରେ ଏହା ବିଶ୍ୱାସ କରାଯାଏ ଯେ ଦୀପାବଳି ଦିନ ମାତା ଲଷ୍ମୀ ପୃଥିବୀକୁ ଭ୍ରମଣ କରିବାକୁ ଆସନ୍ତି | ଆମେ ଦୀପ ଜାଳି ମାତା ଲଷ୍ମୀଙ୍କର ସ୍ୱାଗତ କରିଥାଏ | ଏବଂ ଯେଉଁ ଘରକୁ ମାତା ଲଷ୍ମୀ ଯାଆନ୍ତି ସେହି ଘରର ସମସ୍ତ ସମସ୍ୟା ଦୂର ହୋଇଯାଏ | ସେହି ଘରେ କେବେ ବି ଧନର ଅଭବ ରହିନଥାଏ | ଏଥିପାଇଁ ଆମ ଶାସ୍ତ୍ରରେ ମାତା ଲଷ୍ମୀଙ୍କୁ ପ୍ରଶନ କରିବା ପାଇଁ ଅନେକ ଉପାୟ କୁହାଯାଇଅଛି |

ଯଦି ଆପଣ ବିଷ୍ଣୁ ପୁରାଣରେ କୁହାଯାଇଥିବା ଏହି ଗୋଟେ ଉପାୟକୁ କରନ୍ତି ତେବେ ମାତା ଲଷ୍ମୀଙ୍କର କୃପା ଆପଣଙ୍କ ଉପର ପୁରା ବର୍ଷ ବର୍ଷୀବ | ଆପଣକୁ କେବେ ବି ଧନର ଅଭବ ହେବ ନାହିଁ ଏବଂ ଆପଣଙ୍କ ଘର ସୁଖ ସମୃଦ୍ଧିରେ ଭରି ଯିବ | ଏବଂ ଏହି ଉପାୟ କେବେ ନିଷ୍ପଳ ହେବ ନାହିଁ କାରଣ ଏହି ଉପାୟ ନିଜେ ଲଷ୍ମୀପତି ଭଗବାନ ନାରାୟଣ ହିଁ କହିଛନ୍ତି | ଶାସ୍ତ୍ର ଅନୁଯାୟୀ ଏହି ଉପାୟର ଫଳ ମନୁଷ୍ୟଙ୍କୁ ନିଶ୍ଚିତ ରୂପେ ପ୍ରାପ୍ତ ହୋଇଥାଏ | ଆସନ୍ତୁ ଜାଣିବା ବିଷ୍ଣୁ ପୁରାଣରେ ଉଲ୍ଲେଖ ଥିବା ଏହି ବିଶେଷ ଉପାୟ ବିଷୟରେ |

ପ୍ରଥମତଃ ବିଷ୍ଣୁ ପୁରାଣରେ କୁହାଯାଇଥିବା ଉପାୟ ବିଷୟରେ କୁହାଯାଇଛି କି ଏହି ଦିନ ଦୀପ ଜଳେଇବ ସହ ମାତା ଲଷ୍ମୀଙ୍କୁ ମଧ୍ୟ ଆହ୍ୱାନ କରିବାକୁ ପଡିଥାଏ | ଏହାକୁ ଦୃଷ୍ଟିରେ ରଖି ଏହା ଲେଖା ଯାଇଛି କି ଯେଉଁ ଘରେ ଧନର ସମସ୍ୟା ସବୁବେଳେ ଲାଗିରହିଥାଏ ଏବଂ ଯେଉଁଘରେ ଅତ୍ୟଧିକ ଅଯଥା ଖର୍ଚ୍ଚ ହେଉଥାଏ ସେହି ଘରର ଲୋକଙ୍କୁ ମାତା ଲଷ୍ମୀଙ୍କ ସାମ୍ନାରେ କୁବେର ନିରଞ୍ଜନ ଦୀପ ନିଶ୍ଚିତ ଜାଳିବା ଉଚିତ |

ଏହି ଦୀପକୁ ମାତା ଲଷ୍ମୀଙ୍କ ଆଗରେ ଘିଅ ସହ 2ଟି ଚାଉଳ କିମ୍ଭା 2ଟି ଗୋଲମରିଚ ଅଥବା 2ଟି ଲବଙ୍ଗ ପକାଇ ଜଳେଇବା ନିହାତି ଆବଶ୍ୟକ ହୋଇଥାଏ | ଧ୍ୟାନ ଦେବେ ଏହି ଦୀପର ମୁହଁ ମାତା ଲଷ୍ମୀଙ୍କ ଆଡ଼କୁ ହିଁ ରହିବ ଦରକାର | ମାତା ଲଷ୍ମୀଙ୍କ ସାମ୍ନାରେ କୁବେର ନିରଞ୍ଜନ ଦୀପ ଜଳିବାକୁ ସର୍ବଶ୍ରେଷ୍ଟ ବୋଲି ବେବେଚନା କରାଯାଏ | ଏମିତି କରିବା ଦ୍ୱାରା ଘରର ସବୁ ନକାରାତ୍ମକ ଉର୍ଜା ନଷ୍ଟ ହୋଇଥାଏ ଏବଂ ଘରର ହେଉଥିବା ଅଯଥା ଖର୍ଚ୍ଚ ମଧ୍ୟ କାମ ହୋଇଯାଏ ଏଥିସହ ଘରେ ବେମାର ରେ ସରୁଥିବା ଟଙ୍କା ମଧ୍ୟ ବଞ୍ଚିଥାଏ |

ଦ୍ୱିତୀୟତଃ ଦୀପାବଳି ଦିନ ସକାଳୁ ଓସ୍ତ ଗଛ ମୂଳେ କୁବେର ନିରଞ୍ଜନ ଦୀପ ନିଶ୍ଚିତ ଜଳେଇବା ଉଚିତ | ଏହି ଦୀପ ପାଞ୍ଚମୁଖୀ ହେବା ଆବଶ୍ୟକ ଅଟେ | ଯଦି ଆମେ ବିଷ୍ଣୁପୁରାଣ ଅନୁଯାୟୀ ଦେଖିବା ତେବେ ଓସ୍ତ ଗଛରେ ସ୍ୱୟଂ ଭଗବାନ ବିଷ୍ଣୁ ରହିଥାନ୍ତି ଏବଂ ଯଦି ଆମେ ଏହିଦିନ ସକାଳୁ ଉଠି ଓସ୍ତ ଗଛ ମୂଳେ ପାଞ୍ଚମୁଖୀ କୁବେର ନିରଞ୍ଜନ ଦୀପ ଘିଅ ଦେଇ ଜାଳିବା ତେବେ ମାତା ଲଷ୍ମୀ ଖୁସି ହୋଈ ଆମ ଘରକୁ ଆସିବେ | ଏବଂ ଆମ ଘରେ ବାସ କରିବେ | ଏତିକି ହିଁ ନୁହେଁ ବରଂ ଘରେ ନିରଞ୍ଜନ ଦୀପ ଜାଣିବା ଦ୍ୱାରା ଘରେ ସୁଖ ଏବଂ ଶାନ୍ତିର ପରିବେଷ ସୃଷ୍ଟି ହୋଇଥାଏ |

ତୃତୀୟ କଥା ବିଷ୍ଣୁ ପୁରାଣରେ ଦୀପାବଳି ଦିନ ଘରର ବିବେଷ ସ୍ଥାନରେ ମଧ୍ୟ ଦୀପ ଜାଳିବା କଥା ଉଲ୍ଲେଖ କରାଯାଇଛି | ବିଷ୍ଣୁପୁରାଣ ଅନୁଯାୟୀ ଏହିଦିନ ଘରର କିଛି ଯାଗାରେ ଯଦି ଆମେ ନିରଞ୍ଜନ ଦୀପ ଜାଳିବା ତେବେ ଘରକୁ ସୁଖ ଏବଂ ସମୃଦ୍ଧି ଆସିଥାଏ | ଏମିତି କରିବା ଦ୍ୱାରା ଆପଣଙ୍କର ଘରେ ଥିବା ସମସ୍ତ ସମସ୍ୟା ଦୂର ହେବା ସହ ଆପଣଙ୍କ ବେପାର ମଧ୍ୟ ଭଲ ଚାଲିଥାଏ | କୋୖଣସି ପ୍ରକାରର ସମସ୍ୟା ମଧ୍ୟ ଆପଣଙ୍କ ପାଖ ମାଡିନଥାଏ |

ଏହି ଦୀପରେ ତେଲ ପକାଇ ଘରର କିଛି ବିଶେଷ କୋଣ ଅର୍ଥାତ ଘରର ଷ୍ଟୋର ରୁମ୍ ସାମ୍ନାରେ ଯେଉଁଠି ମାତା ଅର୍ଣ୍ଣପୂର୍ଣା ରହିଥାନ୍ତି | ଘରର ରୋଷେଇ ଘରେ କିମ୍ଭା ଆଲମାରୀ ସାମ୍ନାରେ ଏବଂ ଘରର ମୁଖ୍ୟ ଦ୍ୱାର ସାମ୍ନାରେ ରଖିବା ଜରୁରୀ ଅଟେ | ଏହି ଦୀପ ଜାଣିବା ଦ୍ୱାରା ଆପଣଙ୍କ ଘରେ କୋୖଣସି ସମସ୍ୟା ରହିନଥିବା ବେଳେ ଆପଣଙ୍କ ଜୀବନରେ ସୁଖ ଏବଂ ଆପଣଙ୍କ ବ୍ୟାପାରରେ ଲାଭ ହୋଇଥାଏ |

ଏହା ମଧ୍ୟ ମାନ୍ୟତା ରହିଛି କି ଏହି ଦୀପର ଆଳତି ପ୍ରଥମେ ଆପଣଙ୍କ ପୂର୍ବଜ ନେଇଥାନ୍ତି ଏହା ପରେ ଭଗବାନଙ୍କ ପାଖକୁ ଯାଇଥାଏ ଏବଂ ଭଗବାନଙ୍କ ଠାରୁ ଏହି ଆଳତି କୁବେର ଦେବଙ୍କ ପାଖକୁ ଯାଇଥାଏ ଏବଂ ଏହା ପରେ କୁବେର ଦେବ ତାହା ମାତା ଲଷ୍ମୀଙ୍କୁ ଅର୍ପଣ କରିଥାନ୍ତି | ଏବଂ ମାତା ଲଷ୍ମୀ ଏହି ଦୀପ ଜାଳିଥିବା ବ୍ୟକ୍ତିକୁ ଧନ, ଧାନ୍ୟ ଖୁସି ଏବଂ ସମୃଦ୍ଧି ପ୍ରଦାନ କରିଥାନ୍ତି |

Leave a Reply

Your email address will not be published. Required fields are marked *