ଧନତେରସ ଦିନ ସକାଳୁ ଉଠିବା ମାତ୍ରେ ହିଁ ଚୁପଚାପ କରି ନିଅନ୍ତୁ ଏହି କାମ , ଘରକୁ ଆସିବେ ମାତା ଲକ୍ଷ୍ମୀ :-

ଚଳିତ ବର୍ଷ ଧନତେରସ ଏବଂ ଦୀପାବଳିକୁ ମାତ୍ର ଆଉ କେଇଟା ଦିନ ବାକି ରହିଲା । ତେବେ ଦୀପାବଳି ଏବଂ ଧନତେରସ ଅବସରରେ କିଛି ଏପରି ବିଶେଷ ଉପାୟ ଅଛି ଯାହାକୁ ଯଦି ଉଭୟ ମହିଳା ଏବଂ ପୁରୁଷ କରନ୍ତି ତେବେ ଘରକୁ ସୁଖ ସମୃଦ୍ଧି ଧନ ସମ୍ପତ୍ତିର ଆଗମନ ହେବା ସହିତ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହେବେ । ତେବେ ପ୍ରଥମତଃ ମହିଳା ମାନେ ସକାଳୁ ଉଠିବା ମାତ୍ରେ ମୁଖ୍ୟଦ୍ୱାରର ଭିତର ପଟେ ଦୁଇ ପାର୍ଶ୍ଵରେ ଅଳ୍ପ ଜଳ ଢ଼ାଳିବା ଉଚିତ । ଏପରି କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାବ୍ୟତୀତ ଦ୍ୱାରକୁ କୌଣସିବି ପଶୁ ପକ୍ଷୀ ଜୀବଜନ୍ତୁ ଆସନ୍ତୁ ନା କାହିଁକି ସେମାନଙ୍କୁ ନିଶ୍ଚୟ ଖାଇବାକୁ ଦିଅନ୍ତୁ ।

ମାତ୍ର ଧ୍ୟାନ ଦିଅନ୍ତୁ ଯେ ଆପଣ ଖାଦ୍ୟ ହିଁ ଦାନ କରନ୍ତୁ । ମହିଳା ମାନେ ରାତିରେ କେବେବି ଅଇଁଠା ବାସନକୁ ସେମିତି ରୋଷେଇ ଘରେ ଛାଡ଼ିବା ଉଚିତ ନୁହେଁ । ନଚେତ ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଘରୁ ଚାଲିଯାନ୍ତି । ରୋଷେଇ ଘରକୁ ସଫାସୁତୁରା କରିବା ପରେ ଏକ ପାତ୍ରରେ ନିଶ୍ଚୟ ପାଣି ଭର୍ତ୍ତି କରି ରଖି ଦିଅନ୍ତୁ । ରୋଟି କରିବା ସମୟରେ ଅଳ୍ପ ଗୁଡ଼ ମିଶାଇ କରିବା ଦ୍ୱାରା ଘରକୁ ସକାରାତ୍ମକତା ଆସିଥାଏ ।

ଘରକୁ କେବେବି ଅନ୍ଧାର କରି ରଖନ୍ତୁ ନାହିଁ । ଯଦି ଘରେ କୌଣସି ପ୍ରକାରର ଅଶାନ୍ତି ଦେଖା ଦେଉଛି ତେବେ ଏକ ଲୋଟା ଜଳରେ ହଳଦୀ ଏବଂ ସିନ୍ଦୁର ମିଶାଇ ଭଗବାନ ଶିବଙ୍କୁ ଅର୍ପିତ କରନ୍ତୁ ଏବଂ ସେହି ହଳଦୀ ସିନ୍ଦୁରକୁ ମଥାରେ ଲଗାନ୍ତୁ । ଏହାଦ୍ବାରା ସମସ୍ୟା ଦୂର ହୋଇଯିବ । ନିୟମିତ ଭାବରେ ସନ୍ଧ୍ୟା ସମୟରେ ତୁଳସୀ ଚଉରା ମୂଳରେ ଦିଅ ନିଶ୍ଚୟ ଜଳାନ୍ତୁ । କେବଳ ରବିବାର ଦିନ ତୁଳସୀ ମୂଳରେ ଦୀପ ଜଳାନ୍ତୁ ନାହିଁ ।

ମହିଳାଙ୍କ ସମ୍ମାନ କରିବା ଉଚିତ । ଏହାଦ୍ବାରା ଶୁକ୍ର ମଜବୁତ ହୋଇଥାଏ । ଆପଣ ଯେତେ ବ୍ୟସ୍ତ ରାହନ୍ତୁ ନା କାହିଁକି ଗୁରୁବାର ଦିନ ନିଶ୍ଚୟ ମନ୍ଦିରକୁ ଯାଇ ପ୍ରାର୍ଥନା କରନ୍ତୁ । ରାତି ସମୟରେ ଭୁଲରେ ବି କାହାକୁ କ୍ଷୀର ଦହି ଲୁଣ ଦିଅନ୍ତୁ ନାହିଁ । ନଚେତ ଏହାଦ୍ବାରା ଘରର ସମୃଦ୍ଧି ନଷ୍ଟ ହୋଇଥାଏ । ଏହାବ୍ୟତୀତ ପିଆଜ , ରସୁଣ , ମହୁ , ଟଙ୍କା ଆଦି ମଧ୍ୟ କାହାକୁ ଦେବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ବାଦ ବିବାଦ ମଧ୍ୟ ବଢିଥାଏ ।

ଘରେ ସୁଖ ଶାନ୍ତି ପାଇଁ ଗ୍ରହକୁ ଉତ୍ତମ କରିବା ଉଚିତ । ଯଦି ଆପଣଙ୍କ ଘରେ ସମସ୍ୟା ବାଦ ବିବାଦ ବଢ଼ିଯାଇଛି ତେବେ ରୋଷେଇ ଘରେ ଏକ ପାତ୍ରରେ କିଛି ଫିଟିକିରି ନିଶ୍ଚୟ ରଖି ଦିଅନ୍ତୁ । ତାହା ଖରାପ ନହେବା ପର୍ଯ୍ୟନ୍ତ ସେମିତି ରଖି ଦିଅନ୍ତୁ । ଆବଶ୍ୟକ ପଡ଼ିଲେ ତାହାକୁ ବଦଳାଇ ଦିଅନ୍ତୁ । ସେଥିରେ ଲବଙ୍ଗ ମଧ୍ୟ ପକାଇ ପାରିବେ । ଏହି ଉପାୟ ମଙ୍ଗଳବାର କିମ୍ବା ଶନିବାର ଦିନ କରି ପାରିବେ । ଏହି ଉପାୟ କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଘରର ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ଘରର ମୁଖ୍ୟଦ୍ୱାରକୁ ସର୍ବଦା ପରିଷ୍କାର ରଖିବା ଉଚିତ । ସକାଳୁ ଉଠି ଘର ଅଗଣାରେ ପାଣି ପକାଇ ସଫା କରିବା ଉଚିତ । ଏହି କାମ ସୂର୍ଯ୍ୟ ଉଦୟ ପୂର୍ବରୁ ହିଁ କରିଦେବା ଉଚିତ । ଘରର ମୁଖ୍ୟଦ୍ୱାରକୁ ସର୍ବଦା ସୁସଜ୍ଜିତ ରଖିବା ଉଚିତ । ଘରର ମୁଖ୍ୟଦ୍ୱାରର କବାଟରେ କିମ୍ବା କାନ୍ଥର ଦୁଇ ପାର୍ଶ୍ଵରେ ସ୍ୱସ୍ତିକ ଚିହ୍ନ ତିଆରି କଲେ ଘରକୁ ସକାରାତ୍ମକତା ଆସିଥାଏ ଏବଂ ନକରାତ୍ମକତା ଦୂର ହୋଇଥାଏ । ଏହି ସ୍ୱସ୍ତିକ ଚିହ୍ନ ଆପଣ ହଳଦୀ ଏବଂ ସିନ୍ଦୁରକୁ ବ୍ୟବହାର କରି ବନାଇ ପାରିବେ ।

ଝାଡୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥାଏ । ଝାଡୁକୁ ଏଣେତେଣେ ଆଦୋୖ ରଖନ୍ତୁ ନାହିଁ । ତାହାକୁ ଛାତ କିମ୍ବା ଟେରିସ ରେ ରଖନ୍ତୁ ନାହିଁ । ସର୍ବଦା ଲୁଚାଇ ରଖନ୍ତୁ । ସନ୍ଧ୍ୟା ସମୟରେ ଘରେ ଝାଡୁ ମାରନ୍ତୁ ନାହିଁ । ନଚେତ ମାତା ଲକ୍ଷ୍ମୀ ଘରୁ ସବୁଦିନ ପାଇଁ ଚାଲିଯିବେ । ଘରକୁ ନୂଆ ଝାଡୁ ଆଣିଲେ ସେଥିରେ ମୋୖଲି ସୂତା ବାନ୍ଧି ଦିଅନ୍ତୁ । ଝାଡୁ କାହାକୁ ବି ଦେବା ଉଚିତ ନୁହେଁ । ଆପଣ ଦାନ କରିବାକୁ ଚାହିଁଲେ କୌଣସି ମନ୍ଦିରକୁ ଗୁପ୍ତରେ ଦାନ କରି ପାରିବେ । ଘରର ମୁଖ୍ୟଦ୍ୱାରରେ ଅଶୋକ ପତ୍ର କିମ୍ବା ଆମ୍ବ ପତ୍ରର ବନ୍ଦନବାର ଲଗାନ୍ତୁ । ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀ ଆକର୍ଷିତ ହୋଇ ଘରକୁ ପ୍ରବେଶ କରିଥାନ୍ତି ।

Leave a Reply

Your email address will not be published. Required fields are marked *