ଏହି ଧନତେରସ୍‌ରେ ଆପଣଙ୍କ ରାଶି ଅନୁସାରେ କ’ଣ କିଣିଲେ ଶୁଭ ଫଳ ମିଳିବ, ଜାଣନ୍ତୁ…

ଧନତେରସ୍ ବା ଧନତେଜସ୍ ଧନତ୍ରୟୋଦଶୀ ଭାବରେ ମଧ୍ୟ ପରିଚିତ ଅଟେ | ଏହା କାର୍ତ୍ତିକ ମାସର କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ପଡ଼ିଥାଏ । କୁହଯାଏ ଯେ, ଏହିଦିନ ମା’ ମହାଲକ୍ଷ୍ମୀ ଓ କୁବେରଙ୍କର ପୂଜାର୍ଚ୍ଚନା କରିବା ଦ୍ୱାରା ଧନ ଏବଂ ଯଶର ବୃଦ୍ଧି ହୋଇଥାଏ | ଏହି ଦିନଠାରୁ ୩ ଦିନ ବ୍ୟାପି ଦୀପାବଳି ଆରମ୍ଭ ହୋଇଥାଏ |

ଆପଣମାନେ ତ ଏହା ଜାଣିଥିବେ ଯେ ଧନତେରସ୍‌ ପୂର୍ବରୁ ଘର ଓ ଦୋକାନ ସବୁ ପରିଷ୍କାର କରାଯାଏ | ବିଭିନ୍ନ ପ୍ରକାରର ଆଲୋକ ବା ଦୀପ ଜଳାଇ ଘର ଏବଂ ଦୋକାନକୁ ସଜା ମଧ୍ୟ ଯାଏ | ଘରେ ବିଭିନ୍ନ ପ୍ରକାରର ରଙ୍ଗୋଲି ମଧ୍ୟ କରାଯାଏ | ଏହି ଦିନର ପ୍ରଦୋଷ କାଳରେ ଘରର ପ୍ରବେଶ ପଥରେ ଏକ ଦୀପ ଲଗାଯାଥାଏ | ଏବଂ ଶାସ୍ତ୍ର ଅନୁସାରେ, ଏହି ଦୀପ ଜଳାଇବା ଦ୍ୱାରା ଆମ ଜୀବନର ଆସୁଥିବା ଆଗାମି ବର୍ଷକ ପାଇଁ ଘରର ସଦସ୍ୟମାନଙ୍କର ଅକାଳ ମୃତ୍ୟୁକୁ ଅଟକାଇ ଦେଇପାରେ |

ଏହି ଦିନ ଆୟୁର୍ବେଦ୍‌ର ଜନକ ଧନ୍ଵନ୍ତରୀଙ୍କର ଜନ୍ମ ଦିନ ମଧ୍ୟ ପାଳନ କରାଯାଇଥାଏ | ଏବଂ ବିଶ୍ୱାସ କରାଯାଏ ଯେ , ଏହି ଦିନ ସ୍ଥିର ଚିତ୍ତରେ ଏବଂ ସ୍ଥିର ଲଗ୍ନରେ ଘରକୁ କିଛି ଜିନିଷ କିଣିକି ଆଣିବା ଦ୍ୱାରା ଆମ ଘରର ଧନ ସମୃଦ୍ଧି ବୃଦ୍ଧି ହୋଇଥାଏ | ଏବଂ ବର୍ଷସାରା ଆର୍ଥିକ ସ୍ଥିତି ଭଲ ରହିଥାଏ |

ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି କଣ କିଣିଲେ ଶୁଭ ହୋଇଥାଏ :-

ମେଷ ରାଶି – ଏହି ରାଶିର ଲୋକମାନେ ଯଦି ଏହି ଦିନ ସୁନା କିମ୍ଭା ରୁପା ଅଳଙ୍କାର ବାସନକୁସନ କିମ୍ଭା ଆମେରିକାନ୍ ଡାଇମଣ୍ଡ, ଅଥବା କୌଣସି ଜମି, ନୂଆ ଯାନବାହନ କିଣିଲେ ଶୁଭ ହେବ | ଯଦି ଏହି ସବୁ କିଣି ପାରିବେନି ତେବେ ଅଳ୍ପ କିଛି ଗହମ ମଧ୍ୟ ଆପଣ କିଣି ନିଜ ଘରକୁ ଆଣିପାରିବେ |

ବୃଷ ରାଶି – ରୁପା କିମ୍ଭା ହୀରା ଗହଣା, ବାସନକୁସନ କିମ୍ଭା ଚାନ୍ଦି ରୂପାରେ ତିଆରି ଲକ୍ଷ୍ମୀ,ଗଣେଶଙ୍କ ପ୍ରତିମା ଆପଣ ଏହି ଦିନ କିଣି ପାରିବେ | ଏବଂ ଯଦି ଆପଣ ଚାହାଁନ୍ତି ତେବେ ଏହି ଦିନ ଆପଣ ଯାନବାହନ କିଣି ପାରିବେ | ଯଦି ଆପଣ ଏହି ସବୁ କିଣିପାରିବେ ନାହିଁ ତେବେ ଆପଣ ଏହିଦିନ ଏକ ଧଳା ରଙ୍ଗର ରେସମ କପଡ଼ା, କିମ୍ଭା କିଛି ଲୁଣ କିଣି ନିଜ ଘରକୁ ଆଣି ପାରିବେ ଏହା ମଧ୍ୟ ଶୁଭ ହେବ |

ମିଥୁନ ରାଶି -ଏହିଦିନ ଆପଣ ରୁପାରେ ତିଆରି ରାଧାକୃଷ୍ଣଙ୍କର ପ୍ରତିମା, କିମ୍ଭା ରୁପାର ବାସନକୁସନ ତଥା କୋୖଣସି ଯାଗା ମଧ୍ୟ କିଣି କରିପାରିବେ । ଯଦି ଆପଣ ଏହି ସବୁ କିଣିପାରିବେ ନାହିଁ ତେବେ ଆପଣ ଏହିଦିନ ସବୁଜ ରଙ୍ଗର ବସ୍ତ୍ର କିଣି ପାରିବେ ଏହା ମଧ୍ୟ ଶୁଭ ହୋଇଥାଏ |

କର୍କଟ ରାଶି – ଆପଣ ଏହିଦିନ ରୁପାରେ ତିଆରି ଛୋଟ ପାତ୍ର, କିମ୍ଭା ନୂତନ ଯାନବାହନ କିଣିପାରିବେ | ଯଦି ଆପଣ ଏହି ସବୁ କିଣିପାରିବେ ନାହିଁ ତେବେ ଆପଣ ଏହିଦିନ ଆପଣ ଘରକୁ କିଛି ଚିନି ମଧ୍ୟ ଆଣିପାରିବେ |

ସିଂହ ରାଶି – ଅଣାନ ଏହି ଦିନ ସୁନା କିମ୍ଭା ରୁପାର ଅଳଙ୍କାର କିଣି ପାରିବେ | ନଚେତ ଆପଣ ରୁପାର ଦୀପ, ଲାପଟପ୍‌, କିମ୍ଭା ନୂଆ ମୋବାଇଲ ମଧ୍ୟ କିଣି ପାରିବେ |

କନ୍ୟା ରାଶି – ଆପଣ ଏହିଦିନ ରୁପାର ଅଳଙ୍କାର କିମ୍ଭା ବାସନକୁସନ କିଣି ପାରିବେ । ଏବଂ ଆପଣ ଲକ୍ଷ୍ମୀନାରାୟଣଙ୍କ ପ୍ରତିମା ମଧ୍ୟ କିଣି ପାରିବେ | ନୂତନ ଗୃହ ମଧ୍ୟ କିଣିବା ମଧ୍ୟ ଶୁଭ ରହିବ |

ତୁଳା ରାଶି -ଏହି ରାଶିର ଲୋକମାନେ ରୁପାର ଶ୍ୱସ୍ତିକ ଯନ୍ତ୍ର କିଣି ପାରିବେ | କିମ୍ଭା ଟିଭି, ମୋବାଇଲ, ପ୍ରସାଧନ ସାମଗ୍ରୀ ମଧ୍ୟ କିଣି ଘରକୁ ଆଣିପାରିବେ |

ବିଛା ରାଶି -ଏହିଦିନ ଆପଣ ରୁପାର ଗ୍ଲାସ, ତମ୍ବାର କୌଣସି ଦ୍ରବ୍ୟ ,କିମ୍ଭା ଘରକୁ କିଛି ବୈଦ୍ୟୁତିକ ଉପକରଣ ମଧ୍ୟ କିଣି ଆଣିପାରିବେ |

ଧନୁ ରାଶି – ଏହିଦିନ ଆପଣ ସୁନାର କଏନ୍ କିମ୍ଭା ସୁନାର କୋୖଣସି ଅଳଙ୍କାର ମଧ୍ୟ କିଣି ପାରିବେ । କିମ୍ଭା ଦକ୍ଷିଣାବର୍ତ୍ତୀ ଶଙ୍ଖ ଘରକୁ ଆଣି ପାରିବେ। ଏଥି ସହ ଗୋମତୀ ଚକ୍ର,ଖଣ୍ଡ ହଳଦୀ ମଧ୍ୟ କିଣି ଘରକୁ ଆଣିପାରିବେ |

ମକର ରାଶି – ଆପଣ ଏହିଦିନ ରୂପାର କଇଁଛ କିମ୍ବା ସ୍ପଟିକ କଇଁଛ କିଣି ପାରିବେ | କିମ୍ଭା ନୂତନ ଯାନବାହନ ମଧ୍ୟ କିଣି ପାରିବେ | ଏଥିସହ ଆପଣ ଷ୍ଟିଲ ବାସନକୁସନ କିମ୍ଭା ନୀଳ ରଙ୍ଗର ବସ୍ତ୍ର ମଧ୍ୟ କିଣି ପାରିବେ |

କୁମ୍ଭ ରାଶି – ଏହିଦିନ ଷ୍ଟିଲ୍‌ ପାତ୍ର, ରୋଷେଇ ଘରେ ବ୍ୟବହୃତ ହେଉଥିବା ଯାନ୍ତ୍ରିକ ଉପକରଣ କିଣି ପାରିବେ । ମସଲାରେ ବ୍ୟବହୃତ ହେଉଥିବା ଧନିଆ ମଧ୍ୟ ଆପଣ କିଣି ପାରିବେ |

ମୀନ ରାଶି -ଏହି ଦିନ ଆପଣ ସୁନାର ଅଳଙ୍କାର କିମ୍ଭା ରତ୍ନ ପଥର,ଅଥବା ଆକ୍ୱାରମ୍ ମଧ୍ୟ କିଣି ଆଣିପାରିବେ ।

Leave a Reply

Your email address will not be published. Required fields are marked *