ଦୀପାବଳି ପୂର୍ବରୁ ଘରକୁ ମାତା ଲକ୍ଷ୍ମୀଙ୍କ ଆସିବାର ମିଳିଥାଏ ଏହି ସଙ୍କେତ , ନିଶ୍ଚୟ ଜାଣି ରଖନ୍ତୁ ସେହି ୧୦ ଟି ସଙ୍କେତ

ଚଳିତ ବର୍ଷ ଦୀପାବଳି ଉତ୍ସବକୁ ଲୋକେ ବେଶ ଆଗ୍ରହର ସହିତ ଅପେକ୍ଷା କରିଛନ୍ତି । ହିନ୍ଦୁ ଧର୍ମରେ ଦୀପାବଳି ପର୍ବର ଅନେକ ମହତ୍ତ୍ୱ ରହିଛି । ଏହାକୁ ଦୀପର ପର୍ବ କିମ୍ବା ଆଲୋକର ପର୍ବ ମଧ୍ୟ କୁହାଯାଏ । କାରଣ ଏହିଦିନ ନକରାତ୍ମକତାକୁ ନାଶ କରିବାର ସୁଯୋଗ ରହିଥାଏ । ଏପରି କୁହାଯାଏ ଯେ ଏହିଦିନ ମାତା ଲକ୍ଷ୍ମୀ ନିଜ ଭଉଣୀ ଦାରିଦ୍ରା ସହିତ ମର୍ତ୍ତକୁ ଆସନ୍ତି ।

ଯେଉଁ ଘରେ ପରିଷ୍କାର ପରିଚ୍ଛନ୍ନତା ରହିଥାଏ ସେହି ଘରକୁ ମାତା ଲକ୍ଷ୍ମୀ ପ୍ରବେଶ କରନ୍ତି । ମାତ୍ର ଯେଉଁ ଘରେ ଆପରିଷ୍କାର ଏବଂ ନକରାତ୍ମକତା ରହିଥାଏ ସେହି ଘରକୁ ଦରିଦ୍ରା ପ୍ରବେଶ କରନ୍ତି । ମାତା ଲକ୍ଷ୍ମୀ ଏବଂ ଦରିଦ୍ରା ଉଭୟଙ୍କ ସ୍ଵଭାବ ପୁରା ଅଲଗା ଅଟେ । ମାତା ଲକ୍ଷ୍ମୀ ଧନ ସମ୍ପତ୍ତିର ପ୍ରତୀକ ହୋଇଥିବା ବେଳେ ଦରିଦ୍ରା ଦାରିଦ୍ର୍ୟତାର ପ୍ରତୀକ ଅଟନ୍ତି ।

ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଦୀପାବଳି ଦିନ ରାତିରେ ଲକ୍ଷ୍ମୀ ପୂଜନ ସମୟରେ କିମ୍ବା ପରେ ଏପରି କଣ ସଂକେତ ମିଳିଥାଏ ଯେଉଁଥିରୁ ଏହା ଜାଣିହୁଏ ଯେ ଆପଣଙ୍କ ଜୀବନରେ କଣ ଶୁଭ ଏବଂ ଅଶୁଭ ଘଟଣା ଘଟିବାକୁ ଯାଉଛି । ଦୀପାବଳି ଦିନ ରାତିରେ ସମ୍ପୂର୍ଣ୍ଣ ବିଧି ବିଧାନର ସହିତ ଗଣେଶ ପୂଜନ ଏବଂ ଲକ୍ଷ୍ମୀ ପୂଜନ କରାଯାଇ ଥାଏ । ତେବେ ଏହି ସମୟରେ ଅନେକ କିଛି ସଙ୍କେତ ମିଳିଥାଏ ଯାହା ଆପଣଙ୍କ ଭଲ ସମୟ ବିଷୟରେ ଅବଗତ କରାଇଥାଏ ଏବଂ ମାତା ଲକ୍ଷ୍ମୀଙ୍କ ଘରକୁ ଆଗମନ ହେବାର ଦର୍ଶାଇ ଥାଏ ।

୧ . କେଶରୀ ରଙ୍ଗର ଗାଈ :-

ଏହି ରଙ୍ଗର ଗାଈ ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ଗାଈକୁ ଦେବତ୍ଵର ପ୍ରତୀକ ମାନା ଯାଏ । ଏହି ଗାଈକୁ ଦେଖିଲେ ଶୁଭ ସଙ୍କେତ ପ୍ରାପ୍ତ ହୋଇଥାଏ । ଦୀପାବଳି ଦିନ ଯଦି ଆପଣ ଏହି ଗାଈକୁ ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଛି ଏବଂ ବହୁତ ଯଦି ଆପଣଙ୍କ ଘରକୁ ସମୃଦ୍ଧି ଆସିବାକୁ ଯାଉଛି । ତେଣୁ ଏପରି ଗାଈ ଦେଖିଲେ ଗାଈର ଚରଣ ଛୁଇଁ ମୁଣ୍ଡିଆ ମାରନ୍ତୁ ।

୨ . ଝିଟିପିଟି :-

ଏମିତିରେ ତ ପ୍ରତ୍ୟେକ ଦିନ ଘରେ ଝିଟିପିଟି ଦେଖାଯାଏ । ମାତ୍ର ଦୀପାବଳି ଦିନ ରାତିରେ ଘରେ ଝିଟିପିଟି ଦେଖିଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ଅର୍ଥ ଘରେ ମାତା ଲକ୍ଷ୍ମୀଙ୍କ ସ୍ଥାୟୀ ବାସ ରହିଛି ଏବଂ ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ତେଣୁ ଝିଟିପିଟି ଉପରକୁ ଦୂରକୁ ଚାଉଳ ଏବଂ ସିନ୍ଦୁର ଫିଙ୍ଗି ନିଜର ମନସ୍କାମନା କହି ଦିଅନ୍ତୁ ।

୩ . ଚୁଚୁନ୍ଦ୍ରା :-

ଦୀପାବଳି ଦିନ ରାତିରେ ଯଦି ଘରେ ଚୁଚୁନ୍ଦ୍ରା ବୁଲୁଥିବାର ଦେଖନ୍ତି ତେବେ ଏହାର ଅର୍ଥ ବହୁତ ଜଲଦି ଧନ ପ୍ରାପ୍ତ ହେବାକୁ ଯାଉଛି । ଏହା ଅତ୍ୟନ୍ତ ଶୁଭ ହୋଇଥାଏ ।

୪ . ବିରାଡ଼ି :-

ଯଦି ଦୀପାବଳି ଦିନ ରାତିରେ ବିରାଡ଼ି ଆସୁଛି ତେବେ ତାକୁ ଘଉଡ଼ାଇ ଦିଅନ୍ତୁ ନାହିଁ । ଏହା ମାତା ଲକ୍ଷ୍ମୀଙ୍କ ଆଗମନର ସଙ୍କେତ ଅଟେ । ତେଣୁ ବିରାଡ଼ିକୁ ନିଶ୍ଚୟ କ୍ଷୀର ପିଆନ୍ତୁ ।

୫ . ପେଚା :-

ପେଚା ମାତା ଲକ୍ଷ୍ମୀଙ୍କ ବାହନ ହୋଇଥାଏ । ଦୀପାବଳି ଦିନ ପେଚା ଦେଖିଲେ ଏହା ମାତା ଲକ୍ଷ୍ମୀଙ୍କ ଆଗମନର ସଂକେତ ଦେଇଥାଏ ଏବଂ ଏହା ଅତ୍ୟନ୍ତ ଶୁଭ ମଧ୍ୟ ହୋଇଥାଏ । ଏହାବ୍ୟତୀତ ଏହିଦିନ ରାତିରେ ମୂଷା ଏବଂ ମୟୁର ଦେଖିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ଦୀପାବଳି ଦିନ ଘରକୁ କିନ୍ନର ଆସିବାକୁ ମଧ୍ୟ ଅତ୍ୟନ୍ତ ଶୁଭ ମାନା ଯାଏ । ତେଣୁ ତାଙ୍କୁ ଯଥା ସାମ୍ୟର୍ଥ ପଇସା ନିଶ୍ଚୟ ଦିଅନ୍ତୁ ।

ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କ ପୂଜା ସହିତ ତାଙ୍କର ପ୍ରିୟ କିଛି ବସ୍ତୁ ମଧ୍ୟ ଘରକୁ ଆଣିବା ଉଚିତ ।

୧ . ଦୀପାବଳି ଦିନ ସକାଳୁ ଆଖୁ ନେଇ ଆସନ୍ତୁ । ଏହାକୁ ରାତିରେ ଲକ୍ଷ୍ମୀ ପୂଜନ ସମୟରେ ପୂଜା କରି ଖାଆନ୍ତୁ ଏବଂ ପରେ ତାହାକୁ ଜଳରେ ପ୍ରବାହିତ କରି ଦିଅନ୍ତୁ । ଏହା ଧନ ସମ୍ପତ୍ତି ବୃଦ୍ଧିରେ ସହାୟକ ହୋଇଥାଏ ।

୨ . ଦୀପାବଳି ଦିନ ଲୁଣ ଆଣିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ତାହାକୁ ଖାଦ୍ୟରେ ବ୍ୟବହାର କରନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ କୃପା ସବୁବେଳେ ବଜାୟ ରହିଥାଏ । ଦୀପାବଳି ଦିନ ଲୁଣ ମିଶା ପାଣିରେ ପୋଛା ଲଗାଇବା ଦ୍ୱାରା ମଧ୍ୟ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଘରୁ ନକରାତ୍ମକତା ଦୂର ହୋଇଥାଏ । ଏହା ବ୍ୟତୀତ ଘରର ଐଶ୍ୱନ୍ୟ କୋଣରେ ଏକ ପାତ୍ରରେ ଲୁଣ ଭରି ରଖି ଦିଅନ୍ତୁ । ଏହାଦ୍ବାରା ଘରର ନକରାତ୍ମକତା ଦୂରେଇ ଯିବ ଏବଂ ଘରକୁ ଧନ ଆଗମନ ହେବ ।

Leave a Reply

Your email address will not be published. Required fields are marked *