ଧନତେରସ ରେ ନେଇଆସନ୍ତୁ ରୋଡ଼ପତି ରୁ କୋଟିପତି ବନିବାକୁ ସମୟ ଲାଗିବ ନାହିଁ 100% ଧନୀ ବନିବେ..

ବନ୍ଧୁଗଣ ଶାସ୍ତ୍ର ରେ କୁହାଯାଇଛି ସମୁଦ୍ର ମନ୍ଥନ ସମୟରେ ଅନ୍ୟ ଦୁର୍ଲଭ ଜିନିଷ ବ୍ୟତୀତ ଶରଦ ପୁର୍ଣିମା ଦିନ ରେ ଚନ୍ଦ୍ରମା, କାର୍ତ୍ତିକ ଦ୍ୱାଦଶୀ କୁ କାମଧେନୁ ଗାଈ, ତ୍ରିୟୋଦଶୀ କୁ ଧନ୍ତତ୍ଵରୀ ଏବଂ କାର୍ତ୍ତିକ ଅମାବାସ୍ୟା ରେ ମା ଲକ୍ଷ୍ମୀଙ୍କର ଅବତରଣ ହୋଇଥିଲା | ସେଥିପାଇଁ ଦୀପାବଳି ଦିନ ଲକ୍ଷ୍ମୀ ପୂଜା ଏବଂ ଏହାର ଗୋଟିଏ ଦିନ ପୂର୍ବରୁ ଭଗବାନ ଧନ୍ତତ୍ଵରୀଙ୍କ ଜନ୍ମ ଦିନ କୁ ଧନତେରସ ରେ ପାଳନ କରାଯାଏ |

ଏହି ଦିନ ଭଗବାନ ଧନତ୍ଵରୀ ହାତରେ କଳସ ନେଇକି ପ୍ରକଟ ହୋଇଥିଲେ ସେଥିପାଇଁ ଏହି ଦିନ ତାଙ୍କର ପୂଜା କରାଯାଇଥାଏ | ଏଥି ସହିତ ଭଗବାନ କୁବେର ଙ୍କୁ ମଧ୍ୟ ପୂଜା କରାଯାଏ ତେବେ ଏହି ଦିନ ଯେଉ ବ୍ୟକ୍ତି ଧନ୍ତତ୍ଵରୀ ଏବଂ କୁବେର ଭଗବାନ ଙ୍କୁ ପୂଜା କରନ୍ତି ତାଙ୍କ ଜୀବନ ଧନ ଏବଂ ଦୌଲତ ରେ ଭରିଯାଏ | ବିଶ୍ୱାସ କରାଯାଏ କି ଏହି ଦିନ କୌଣସି ନୂଆ ଜିଣିଷ କିଣିବା ଶୁଭ ହୋଇଥାଏ | ବିଶେଷ ଭାବରେ ଏହି ଦିନ ସୁନା କିମ୍ଵା ରୁପାର ଜିନିଷ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ | ଯାନ ବାହାନ କିଣିବା ମଧ୍ୟ ଶୁଭ ହୋଇଥାଏ |

ଏହି ଦିନ ପିତ୍ତଳ ଜିନିଷ ଘରକୁ ଆଣିବା ଦ୍ୱାରା ଘରେ ରୋଗ ବ୍ୟାଧି ଦୂର ହୋଇଥାଏ |ଏହି ବର୍ଷ ତ୍ରେୟୋଦଶୀ ତିଥି 22 ଅକ୍ଟୋବର ସନ୍ଧ୍ୟା 6ଟା ରୁ ଆରମ୍ଭ ହେବ ଏବଂ 23 ଅକ୍ଟୋବର ସନ୍ଧ୍ୟା 6 ରେ ଶେଷ ହେବ | ଏହି ଦିନ ଘରକୁ ଜିନିଷ କିଣିକି ଆଣିବା ଶୁଭ ହୋଇଥାଏ ଏବଂ ଯଦି ସୁନା ରୁପା କିଣିପାରୁନାହାନ୍ତି ତେବେ ଧନିଆ ନିଶ୍ଚିନ୍ତ ଏହି ଦିନ କିଣିକି ଘରକୁ ଆଣନ୍ତୁ | ଧନିଆ ରେ ଅତର ଛିଞ୍ଚି ଘରର ଚାରିଦିଗା ରେ ଛିଞ୍ଚି ଦିଅନ୍ତୁ | ଅତର ଯୁକ୍ତ ଧନିଆ ମା ଲକ୍ଷ୍ମୀଙ୍କୁ ଆକର୍ଷିତ କରିଥାଏ ଏବଂ ମା ମଧ୍ୟ ପ୍ରସନ୍ନ ହୋଇ ଆପଣଙ୍କ ଘରେ ସ୍ଥାଇ ବାସ କରନ୍ତି |ତେବେ ଏହି ଦିନ ଆମେ ଆପଣଙ୍କୁ କହିବୁ କି ଅଧିକ ପଇସା ଖର୍ଚ୍ଚ ନକରି କିପରି ମା ଙ୍କୁ ପ୍ରସନ୍ନ କରିବେ | ଆସନ୍ତୁ ଜାଣିବା..

ତେବେ ବନ୍ଧୁଗଣ ଏହିପରି କିଛି ଗଛ ଲତା ଅଛି ଯାହାକୁ ଲଗେଇବା ଦ୍ୱାରା ଧନ ଦୌଲତ ରେ ବୃଦ୍ଧି ହୋଇଥାଏ | କିଛି ଖାସ ପ୍ରଜାତିର ଗଛ ଆପଣ ନିଜ ଘର ପରିସରରେ ଲଗେଇବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି | ତେବେ ସେହିପରି କିଛି ଗଛ ବିଷୟରେ ଆମେ ଆପଣଙ୍କୁ କହିବୁ ଯାହାକୁ ଲଗେଇବା ଦ୍ୱାରା ଆପଣଙ୍କ ଭାଗ୍ୟ ବଦଳିଯିବ | ଏହି ଉପାୟ ଦୀପାବଳୀ ଦିନ କରିବା ଦ୍ୱାରା ଧନର ବୃଦ୍ଧି ଘଟିଥାଏ | ତେବେ ପ୍ରଥମେ ଆସନ୍ତୁ ଜାଣିବା ଏହି ଦିନ ସାମାନ୍ୟ କେଉଁ ଉପାୟ କରାଯାଇ ଥାଏ | ତେବେ ଆସନ୍ତୁ ଜାଣିବା..

ବନ୍ଧୁଗଣ ଧନତେରସରେ 13 ଅଙ୍କର ଅଧିକ ମହତ୍ୱ ରହିଥାଏ | ଏହି ଦିନ ମା ଲକ୍ଷ୍ମୀ ଏବଂ କୁବେରଙ୍କୁ ପ୍ରସନ୍ନ କରିବା ପାଇଁ ଧନତେରସ ପୂଜା ପରେ 13 ଟି ଦୀପ ଜଳାନ୍ତୁ | ଏହିପରି କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଧନ ଲାଭ ହୁଏ | ଏହି ସୁନା ରୁପାର 13 ଟି ମୁଦ୍ରା ଆଣି କେଶର ଏବଂ ହଳଦୀ ମିଶେଇ, ନାଲି କପଡା ରେ ବାନ୍ଧି ଧନ ରଖିବା ସ୍ଥାନରେ ରଖନ୍ତୁ | ଏହା ଅତ୍ୟନ୍ତ ଶୁଭ ହୋଇଥାଏ,ତେବେ ବନ୍ଧୁଗଣ ଏହି ଦିନ 5ଟି କଉଡ଼ି ଆଣି ନାଲି କପଡା ରେ ବାନ୍ଧି ଏହାର ପୂଜା କରନ୍ତୁ | ଏହିପରି କରିବା ଦ୍ୱାରା ମାତା ଲକ୍ଷ୍ମୀ ଟାଣି ହୋଇ ଆସିଯାନ୍ତି | ତେବେ ବର୍ତମାନ ଆସନ୍ତୁ ଜାଣିବା ସେହି ଚମତ୍କାରୀ ଉପାୟ ବିଷୟରେ | ସେହି ବିଶେଷ ବୃକ୍ଷ ଏବଂ କନ୍ଦ ବିଷୟରେ..

1. ବିଷ୍ଣୁ ପଦ୍ମ ଗଛ – ମାନ୍ୟତା ଅଛି ଯେଉ ଘରେ ବିଷ୍ଣୁ ପଦ୍ମ ଗଛ ରହିଥାଏ ସେହି ଘରେ ସୁଖ ଏବଂ ସମୃଦ୍ଧିର ବାସ ହୋଇଥାଏ | ଧନ ତେରସ ଦିନ ଏହାକୁ ଲଗେଇବା ଅତ୍ୟନ୍ତ ଶୁଭ ହୋଇଥାଏ, କୁହାଯାଏ ଏହା ଯେଉ ଠାରେ ବି ରୁହେ ସେଇଥି ଏକ ସୁରକ୍ଷା କବଚ ବନେଇଦିଏ | ଏହା ଦ୍ୱାରା ନକାରାତ୍ମକ ଉର୍ଜା ଏବଂ ଖରାପ ଶକ୍ତି ଦୃଷ୍ଟି ଦୋଷ ଦୂର ହୋଇଯାଇ ଥାଏ | ଏହାକୁ ଉତ୍ତର ପୂର୍ବ ରେ ଲଗେଇବା ଶୁଭ ହୋଇଥାଏ |

2.ଲକ୍ଷ୍ମୀ ପଦ୍ମ ଗଛ – ଏହା ମଧ୍ୟ ସେତିକି ପ୍ରଭାବ ପକେଇଥାଏ ଏବଂ ଶକ୍ତି ଦେଇଥାଏ | ଏହି ବୃକ୍ଷ ରେ ମା ଲକ୍ଷ୍ମୀ ବାସ କରିଥାନ୍ତି | ଏହି ଗଛ ସାମ୍ନାରେ ପ୍ରତିଦିନ ଦୀପ ଜଳେଇବ ଦ୍ୱାରା ଶୁଭ ଫଳ ମିଳିଥାଏ | ଆପଣ ଲକ୍ଷ୍ମୀ ପଦ୍ମ ଏବଂ ବିଷ୍ଣୁ ପଦ୍ମ ଗଛ ଏକା ସାଥିରେ ଲଗେଇ ପାରିବେ| ତେବେ ଏହି ଗଛ ଘରେ ସୁଖ ସମୃଦ୍ଧି ଏବଂ ଧନ ବଢ଼ାଇଥାଏ |

3. କୁବେର କନ୍ଦ – ବାସ୍ତୁ ଅନୁସାରେ ଏହି ଗଛ କୁ ଘରର ମୁଖ୍ୟ ଦ୍ୱାରା ସାମ୍ନାରେ ଲଗେଇବା ଅତ୍ୟନ୍ତ ଶୁଭ ବୋଲି ବିଶ୍ୱାସ କରାଯାଏ | ଏହାକୁ ଉତ୍ତର ପୂର୍ବରୁ ଦିଗରେ ଲଗେଇବା ଉତ୍ତମ ହୋଇଥାଏ | କୁବେର ଧନ ସମ୍ପତିର ଦେବତା ଅଟନ୍ତି | ସେଥିପାଇଁ ଏହା ଘରେ ଧନ ସମ୍ପତ୍ତି ବୃଦ୍ଧି କରିଥାଏ | ଏହାକୁ ଘରେ ଲଗେଇବା ଶୁଭ ହୋଇଥାଏ |

Leave a Reply

Your email address will not be published. Required fields are marked *