25 ଅକ୍ଟୋବର 2022 ସୂର୍ଯ୍ୟ ପରାଗ | 6 ରାଶି ହେବେ କୋଟିପତି |

ବନ୍ଧୁଗଣ ଲାଗିବାକୁ ଯାଉଛି ବର୍ଷର ଦ୍ୱିତୀୟ କିନ୍ତୁ ଭାରତର ପ୍ରଥମ ସୂର୍ଯ୍ୟ ପରାଗ | ଭଗବାନ କରନ୍ତୁ ଏହାର ଖରାପ ପ୍ରଭାବ ଆପଣଙ୍କ ଉପରେ ନପଡୁ | କାରଣ ପ୍ରତ୍ୟେକ ଜୀବ ଜନ୍ତୁଙ୍କ ଉପରେ ଗ୍ରହଣ ର ପ୍ରଭାବ ପଡିଥାଏ | ସାବଧାନତା ଅବଲମ୍ବନ କରିବେ ତେବେ ଯାଇ ଏହାର କୁପ୍ରଭାବ ରୁ ବଂଚିବେ | ସୂର୍ଯ୍ୟ ପରାଗ ସମୟରେ ପ୍ରକୃତି ନିଜର ଯତ୍ନ ନେଇଥାଏ | ଆପଣ ନିଶ୍ଚିୟ ଦେଖିଥିବେ କି ଗୀତ ଗାଉଥିବା ପକ୍ଷୀ ଗୀତ ଗାଏନାହିଁ କି ବସା ରୁ ବାହାରେ ନାହିଁ |

କିଛି ଫୁଲ ବନ୍ଦ ହେଇଯାନ୍ତି ପ୍ରକୃତି ତାଙ୍କୁ ନିଜର ଧ୍ୟାନ ନେବା ଶିଖାଇଛି | ତେବେ ମନୁଷ୍ୟ ଙ୍କ ପାଇଁ ମଧ୍ୟ ନିଜର ଧ୍ୟାନ ରଖିବା ପାଇଁ ଆବଶ୍ୟକ ସାବଧାନତା ଅବଲମ୍ବନ କରିବା ଉଚିତ | ଆଜିର ଏହି ପୋର୍ଟାଲ ରେ ଆମେ ସୂର୍ଯ୍ୟ ପରାଗ ବିଷୟରେ ସମସ୍ତ ସୂଚନା ଆପଣଙ୍କୁ ଦେବୁ ତେବେ ସବୁ ଜାଣିବା ପାଇଁ ଶେଷ ପର୍ଯ୍ୟନ୍ତ ଏହି ପୋଷ୍ଟ କୁ ପଢନ୍ତୁ..

ବନ୍ଧୁଗଣ 25ଅକ୍ଟୋବର କୁ ଲାଗିବାକୁ ଯାଉଥିବା ଏହି ସୂର୍ଯ୍ୟ ପରାଗ ଏ ବର୍ଷର ଦ୍ୱିତୀୟ ହେବ | ଏହି ପରାଗ ଭାରତ ସମେତ ଇଉରୋପ ର କିଛି ଭାଗ ଏବଂ ଏସିଆର ଦକ୍ଷିଣ ପଶ୍ଚିମ ଭାଗ, ଆଫ୍ରିକା ମହାଦୀପ ର ଉତ୍ତର ପୂର୍ବ ଭାଗ ଏବଂ ଆଣ୍ଟାଟିକା ରେ ଦେଖାଯିବ |ସୂର୍ଯ୍ୟ ପରାଗ ର ସମ୍ପୂର୍ଣ ସମୟ ସୀମା 4ଘଣ୍ଟା 15ମିନିଟ ହେବ | ଏହାର ଆରମ୍ଭ 25 ଅକ୍ଟୋବର ଦିନ 2 ଟା ବାଜି 29 ମିନିଟ ରେ ହେବ ଏବଂ ସମାପନ 6 ଟା ବାଜି 32 ମିନିଟ ରେ ହେବ |

ଭାରତ ଏହା ଦେଖାଯିବ ତେବେ ଏହାର ସୂତ କାଳ ମଧ୍ୟ ମାନ୍ୟ ହେବ ସୂର୍ଯ୍ୟ ପରାଗ ର ସୁତକ ପରାଗ ଲାଗିବାର 12 ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଯିବ | ଏହି ସଂଯୋଗ ଯୋଗୁ 6 ରାଶି ଅତ୍ୟନ୍ତ ଶୁଭ ଫଳ ପାଇବାକୁ ଯାଉଛନ୍ତି |ସେମାନଙ୍କ ଭାଗ୍ୟ ଚମକିବାକୁ ଯାଉଛି | ଧନର ପ୍ରାପ୍ତି ହେବା ଘରେ ଧନ ବୃଦ୍ଧି ହେବାର ସମ୍ଭାବନା ରହିଛି | ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶଳୀ ରାଶି କିଏ କିଏ?

1. ମେଷ ରାଶି – ସୂର୍ଯ୍ୟ ପରାଗ ର ପ୍ରଭାବ ମେଷ ରାଶି ଉପରେ ପଡିବ | ଏହି ରାଶି ର ଦିନ ଶୁଭ ହେବା ସହ ମାନ ସମ୍ମାନ ବୃଦ୍ଧି ହେବ | ଏଥି ସହିତ ଆକସ୍ମିକ ଧନ ପ୍ରାପ୍ତିର ମଧ୍ୟ ସୁଯୋଗ ବନୁଅଛି,ପୈତୃକ ସମ୍ପତ୍ତି ମିଳିବାର ଆଶଙ୍କା ଅବା କେଉଁଠି ଲଗାଯାଇଥିବା ଧନ ର ଲାଭ ବର୍ତ୍ତମାନ ମିଳିଯିବ | ରୋକି ହୋଇ ରହିଥିବା ପଇସା,କାମ ହୋଇ ଯାଇ ପାରେ, ବିବାହ ହେବାର ସମ୍ଭାବନା ରହିଛି ଘରେ ଧାର୍ମିକ କାର୍ଯ୍ୟ ହେବ |

2.କୁମ୍ଭ ରାଶି – ଏହି ସୂର୍ଯ୍ୟ ପରାଗ କୁମ୍ଭ ରାଶି ପାଇଁ ମଧ୍ୟ ଶୁଭ ହେବାକୁ ଯାଉଛି | ଏହି ରାଶିର ଲୋକଙ୍କୁ ସକାରାତ୍ମକ ଉର୍ଜ ମିଳିବ,ଘରେ ସମସ୍ତେ ଖୁସି ରହିବେ | ଆପଣଙ୍କ ଜୀବନ ରେ ଯାତ୍ରାର ଯୋଗ ବନୁଛି |ପରିବାର ର ସାଥ ମିଳିବ,ଚାକିରୀ ରେ ଚାପ କମିବାର ସମ୍ଭାବନା | ଏହି ସମୟ ରେ କୌଣସି ବିଜନେସ କିମ୍ଵା ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ | ଧନ ଆସିବାର ଯୋଗ ବଣୁଛି ଆପଣ ମାଲା ମାଲ ହୋଇଯିବେ |

3.କନ୍ୟା ରାଶି – କନ୍ୟା ରାଶି ର ଲୋକଙ୍କ ପାଇଁ ଏହି ସୂର୍ଯ୍ୟ ପରାଗ ଅତି ଉତ୍ତମ ହେବ |ଏହି ରାଶିରେ ଧନବର୍ଷା ହେବାକୁ ଯାଉଅଛି । ଧନର କେବେ ମଧ୍ୟ ଅଭାବ ଏହି ରାଶିରେ ଦେଖାଯିବ ନାହିଁ । ପରାଗ ଏମାନଙ୍କ ପରିବାରେ ସୁଖଶାନ୍ତି ଲାଗି ରହିବ ।ଆପଣ ମାନଙ୍କୁ ସୁଖ ମିଳିବାକୁ ଯାଉଅଛି । ପାଠ ପଢାରେ ଆପଣ ଅଧିକ ଲାଭବାନ ହେବେ । ବ୍ୟାପାର ବାଣିଜ୍ୟ କରୁଥିଲେ ଆପଣ ମାନଙ୍କୁ ସେଥିରୁ ପ୍ରଚୁର ଲାଭ ମିଳିବାକୁ ଜାଊଅଛି । ବହୁଦିନରୁ ଲାଗି ରହିଥିବା ଆର୍ଥିକ ସଙ୍କଟ ଏହି ଦିନରେ ଆପଣଙ୍କ ଠାରୁ ଦୁରେଇ ଯିବ।

4.ମକର ରାଶି – ମକର ରାଶିର ଲୋକଙ୍କ ପାଇଁ ଏହି ପରାଗ ଅତ୍ୟନ୍ତ ଶୁଭ ହେବ | ଏହି ରାଶିର ବ୍ୟକ୍ତି ମାନଙ୍କୁ ନିଜ ଜୀବନରେ ସୌଭାଗ୍ୟ ମିଳିବାକୁ ଯାଉଅଛି । ଏହି ରାଶିର ବ୍ୟକ୍ତି ବିଶେଷ ମାନେ ନିଜ ଜୀବନରେ ସଫଳତା ପାଇବେ । ଆପଣଙ୍କର ପ୍ରେମ ଜୀବନ ନିବିଡ ହେବାକୁ ଯାଉଅଛି । ଆପଣ ଏକ ଆନନ୍ଦ ତଥା ସଫଳ ଜୀବନ ବିତାଇବାକୁ ଯାଉଛନ୍ତି । ନିଜ ଜୀବନ ସାଥି ଆପଣଙ୍କୁ ଖୁସି କରି ପାରନ୍ତି ।

5. ମୀନ ରାଶି – ମୀନ ରାଶିର ଲୋକଙ୍କ ପାଇଁ ଏହି ସୂର୍ଯ୍ୟ ପରାଗ ଅତ୍ୟନ୍ତ ସୁଖମୟ ହେବ | ଏହି ରାଶି ମାନଙ୍କ ରେ ବହୁତ ବଡ ପରିବର୍ତ୍ତନ ହେବାକୁ ଯାଉଅଛି । ଆପଣ ଯଦି କୌଣସି କୋର୍ଟ କଚେରୀ ମାମଲାରେ ଫଶୀ ରହିଛନ୍ତି ତେବେ ଆପଣ ଏହି ମାମଲାରେ ସଫଳତା ହାସିଲ କରିବାକୁ ଯାଉଅଛନ୍ତି । ଆପଣଙ୍କର ଧନ ବୃଦ୍ଧି ହେବା ସହିତ ଆପଣଙ୍କ ଘରେ ସୁଖଶାନ୍ତି ଲାଗି ରହିବ । ଏହା ସହିତ ଆପଣଙ୍କୁ ବହୁତ ବଡ ଖୁସି ଖବର ମିଳିବାକୁ ଯାଉଅଛି ।

6.ସିଂହ ରାଶି – ଏହି ରାଶିର ଲୋକମାନଙ୍କ ପାଇଁ ଏହି ସୂର୍ଯ୍ୟ ପରାଗ ଅତ୍ୟନ୍ତ ଶୁଭ ଏବଂ ସନ୍ତୁଷ୍ଟ ହେବାକୁ ଯାଉଛି | ପ୍ରଚୁର ଧନ ପ୍ରାପ୍ତିର ଯୋଗ ଅଛି |ଦିନର ଆରମ୍ଭରେ ଆପଣଙ୍କୁ ଟିକେ ସତର୍କ ହେବା ଆବଶ୍ୟକ | ଆପଣଙ୍କୁ ବିଶେଷ ଭାବରେ ଭାବପ୍ରବଣ ଭାବରେ ଆଘାତ କରିବାକୁ ପଡିପାରେ | ତେଣୁ, ପ୍ରେମ ସମ୍ବନ୍ଧରେ, ପ୍ରତ୍ୟେକ ପଦକ୍ଷେପକୁ ଯତ୍ନର ସହିତ ପରିଚାଳନା କରିବାକୁ ପଡିବ | ଜଣେ ବନ୍ଧୁ କିମ୍ବା ସମ୍ପର୍କୀୟ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଉପକୃତ ହେବେ | ଆଜି ଆପଣଙ୍କର ଡାଏଟ୍ ପ୍ରଭାବିତ ହୋଇପାରେ | ଖର୍ଚ୍ଚ ବନ୍ଦ କରି ଅନାବଶ୍ୟକ ଖର୍ଚ୍ଚକୁ ଏଡାଇ ଦିଆଯିବ | ଯଦି ଆପଣ ନିୟମିତ ଭାବେ ଯୋଗ ଅଭ୍ୟାସ କରନ୍ତି ତେବେ ଏହା ଭଲ ହେବ |

Leave a Reply

Your email address will not be published. Required fields are marked *