ଜାଣି ନିଅନ୍ତୁ ଚଳିତ ବର୍ଷ ସୂର୍ଯ୍ୟ ପରାଗର ସମୟ ଏବଂ କିଛି ସତର୍କତା । ଏହି ସବୁ ରାଶି ମାନଙ୍କ ପାଇଁ ରହିବ ଶୁଭ

ଚଳିତ ବର୍ଷ ଅକ୍ଟୋବର ୨୫ ତାରିଖରେ ହେବାକୁ ଯାଉଥିବା ସୂର୍ଯ୍ୟ ପରାଗ ବର୍ଷର ଶେଷ ସୂର୍ଯ୍ୟ ପରାଗ ଅଟେ ଯାହାକି ଆଂଶିକ ସୂର୍ଯ୍ୟ ପରାଗ ଅଟେ ମାତ୍ର ଏହା ଭାରତରେ ସମ୍ପୂର୍ଣ୍ଣ ଭାବରେ ଦୃଶ୍ୟମାନ ହେବ । ଏହାବ୍ୟତୀତ ଏହା ୟୁରୋପ , ଉତ୍ତର ଆମେରିକା , ଆଫ୍ରିକା ରେ ମଧ୍ୟ ଦୃଶ୍ୟମାନ ହେବାକୁ ଯାଉଛି । ତେବେ ଯେତେବେଳେ ସୂର୍ଯ୍ୟ , ପୃଥିବୀ ଏବଂ ଚନ୍ଦ୍ର ମଧ୍ୟକୁ ଆସିଥାଏ ସେତେବେଳେ ସୂର୍ଯ୍ୟ ପରାଗ ହୋଇଥାଏ ।

ଯାହାଦ୍ୱାରା ଚନ୍ଦ୍ରର ଛାଇ ପୃଥିବୀ ଉପରେ ପଡ଼ିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ପରାଗ ଅତ୍ୟନ୍ତ ମହତ୍ତ୍ୱପୁର୍ଣ୍ଣ ଅଟେ । ତେବେ ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ସେ ଏହି ସୂର୍ଯ୍ୟ ପରାଗ ମର ସମୟ କେତେବେଳେ ଏବଂ କେଉଁ ସବୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଏହାବ୍ୟତୀତ ଏହି ସୂର୍ଯ୍ୟ ପରାଗ କେଉଁ ରାଶି ପାଇଁ ଶୁଭ ଏବଂ କେଉଁ ରାଶି ପାଇଁ ଅଶୁଭ ହେବାକୁ ଯାଉଛି ତାହା ମଧ୍ୟ କହିବାକୁ ଯାଉଛୁ ।

ଚଳିତ ବର୍ଷ ସୂତକ ସମୟ ଅକ୍ଟୋବର ୨୪ ରାତି ୯.୨୫ ରୁ ଆରମ୍ଭ ହୋଇ ଅକ୍ଟୋବର ୨୫ ସନ୍ଧ୍ୟା ୬.୩୨ ପର୍ଯ୍ୟନ୍ତ ରହିବ । ଏହାବ୍ୟତୀତ ପରାଗ ସମୟ ଅକ୍ଟୋବର ୨୫ ଦିନ ୨.୨୮ ରୁ ସନ୍ଧ୍ୟା ୬.୩୨ ପର୍ଯ୍ୟନ୍ତ । ସମ୍ପୂର୍ଣ୍ଣ ଗ୍ରହଣ ଆରମ୍ଭ ୪.୩୧ ରୁ । ଭାରତରେ ସୂତକ କାଳ ୨୫ ଅକ୍ଟୋବର ରେ ରହିବ ।ଏହାର ଧାର୍ମିକ ମାନ୍ୟତା ସମ୍ପୂର୍ଣ୍ଣ ଭିନ୍ନ ଅଟେ । ଏହାର ଖରାପ ପ୍ରଭାବ ସବୁ ଜୀବଜନ୍ତୁ ଉପରେ ପଡ଼ିଥାଏ ।

ପୁଣି ଏହା ସମୁଦ୍ର ମନ୍ଥନର ଏକ କାହାଣୀ ସହିତ ଜଡ଼ିତ ରହିଛି । ଏହି ସମୟରେ କିଛି ସାବଧାନତା ଅବଲମ୍ବନ କରିବା ଉଚିତ । ଏହାର ପ୍ରଭାବ ଗର୍ଭବତୀ ମହିଳାଙ୍କ ଉପରେ ଅଧିକ ପଡ଼ିଥାଏ । ତେଣୁ ସେମାନେ ସତର୍କ ରହିବା ସହିତ ସୂର୍ଯ୍ୟ ପରାଗ ଦେଖିବା ମଧ୍ୟ ଉଚିତ ନୁହେଁ ।ପରାଗ ସମୟରେ ଗର୍ଭବତୀ ମହିଳା ମାନେ କୌଣସି ଜିନିଷ କଟାକଟି କିମ୍ବା ସିଲେଇ କାର୍ଯ୍ୟ କରନ୍ତି ନାହିଁ । ଧାରୁଆ ଜିନିଷ ଠାରୁ ସମ୍ପୂର୍ଣ୍ଣ ଦୂରେଇ ରହିବା ଉଚିତ ।

ପରାଗ ସମୟରେ କଳା ରଙ୍ଗର ବସ୍ତ୍ର ଧାରଣ କରିବା ଉଚିତ ନୁହେଁ । ଏହି ସମୟରେ ବହାରକୁ ବାହାରିବା ମଧ୍ୟ ନିଷେଧ ଅଟେ । ଏହି ସମୟରେ କବାଟ ଝରକା ନିଶ୍ଚୟ ବନ୍ଦ କରି ଦିଅନ୍ତୁ । ଏହି ସମୟରେ ଶୋଇବା ମଧ୍ୟ ଉଚିତ ନୁହେଁ । ସୂର୍ଯ୍ୟ ପରାଗ ସମୟରେ ଗର୍ଭବତୀ ମହିଳା ମାନେ ଏକ ନଡ଼ିଆ ଧରି ବସିବା ଉଚିତ । ଏହାଦ୍ବାରା କୌଣସି ଗ୍ରହର ପ୍ରଭାବ ଜନ୍ମ ହେବାକୁ ଥିବା ଶିଶୁ ଉପରେ ପଡ଼ିବ ନାହିଁ । ଏହି ସମୟରେ ଭଗବାନଙ୍କର ଯେକୌଣସି ମନ୍ତ୍ରର ଜପ ମଧ୍ୟ କରିବା ଉଚିତ ।

ଧାର୍ମିକ ମାନ୍ୟତା ଅନୁଯାୟୀ ସୂତକ କାଳରେ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ । ଏହାବ୍ୟତୀତ ଏହି ସମୟରେ ଶୋଇବା ମଧ୍ୟ ବର୍ଜିତ ଅଟେ । ନଚେତ ରୋଗର ସାମ୍ନା କରିବାକୁ ପଡିଥାଏ । ଏହି ସମୟରେ ପୂଜାପାଠ କରିବା ଉଚିତ ନୁହେଁ । ନଚେତ ପୂଜାର ବିପରୀତ ଫଳ ମିଳିଥାଏ । ପରାଗ ସମୟରେ ଝାଡ଼ୁ ଲଗାଇବା ଉଚିତ ନୁହେଁ । ଝାଡୁ ଲଗାଇବା ଦ୍ୱାରା ଘରକୁ ଦାରିଦ୍ର୍ୟତା ଏବଂ ଅଲକ୍ଷ୍ମୀ ଆସିଥାନ୍ତି ।

ଘର ଲୋକେ ରୋଗ ଶୋକରେ ଗ୍ରାସିତ ହୁଅନ୍ତି । ଗ୍ରହଣ ସମୟରେ ପାକ ନିଷେଧ ଥାଏ ଅର୍ଥାତ ଏହି ସମୟରେ ଖାଦ୍ୟ ଖାଇବା ଉଚିତ ନୁହେଁ । କାରଣ ସୂର୍ଯ୍ୟ ରଶ୍ମିରେ ଅନେକ ଜୀବାଣୁ ରହିଥାଏ ଯାହା ଖାଦ୍ୟକୁ ବିଷାକ୍ତ କରିଥାଏ । କାରଣ ଏହା ଉପରେ ରାହୁ ପ୍ରଭାବ ପଡ଼ିଥାଏ । ତେଣୁ ଗ୍ରହଣର ଠିକ ୨ ଘଣ୍ଟା ପୂର୍ବରୁ ହିଁ ଖାଇନେବା ଉଚିତ ।
ଖାଦ୍ୟ ପୂର୍ବରୁ ବନାଇ ସେଥିରେ ତୁଳସୀ ପତ୍ର ପକାଇ ଦିଅନ୍ତୁ ।

ସୂର୍ଯ୍ୟ ପରାଗ ସମୟରେ କିଛି ରଷିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିଛି । ଆଉ କିଛି ରାଷିଙ୍କ ପାଇଁ ଅଶୁଭ ମଧ୍ୟ ରହିଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ପରାଗ କାରଣରୁ ଗ୍ରହ ଏବଂ ନକ୍ଷତ୍ର ମାନଙ୍କର ସ୍ଥିତି ପରିବର୍ତ୍ତନ ହେବାକୁ ଯାଉଛି । ଯାହାଦ୍ୱାରା କିଛି ରାଶି ଉପରେ ଭଲ ପ୍ରଭାବ ପଡ଼ିବାକୁ ଯାଉଥିବା ବେଳେ ଆଉ କିଛି ରାଶି ଉପରେ ଖରାପ ପ୍ରଭାବ ପଡ଼ିବାକୁ ଯାଉଛି । ତେବେ ଚାରୋଟି ରାଶି ଉପରେ ଶୁଭ ପ୍ରଭାବ ପଡ଼ିବାକୁ ଯାଉଛି , ଯଥା ବୃଷ ରାଶି , ସିଂହ ରାଶି , ଧନୁ ରାଶି ଏବଂ ମକର ରାଶି ।

ଏହି ଚାରୋଟି ରାଶିର ବ୍ୟକ୍ତି ବିଶେଷ ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତ କରିବାକୁ ଯାଉଛନ୍ତି । ସୂର୍ଯ୍ୟ ପରାଗ ଦିନ ସମେତ ଆଗାମୀ ଦିନ ମଧ୍ୟ ଏମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ମେଷ , ମିଥୁନ , କନ୍ୟା ଏବଂ କୁମ୍ଭ ରାଶି ପାଇଁ ସୂର୍ଯ୍ୟ ପରାଗ ସାମାନ୍ୟ ରହିବ । କର୍କଟ , ତୁଳା , ବିଛା ଏବଂ ମୀନ ରାଶି ପାଇଁ ସୂର୍ଯ୍ୟ ପରାଗ ଅଶୁଭ ରହିବାକୁ ଯାଉଛି ।

Leave a Reply

Your email address will not be published. Required fields are marked *