ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଏବଂ ଘରକୁ ଆକର୍ଷିତ କରିବା ପାଇଁ , କରି ନିଅନ୍ତୁ ଏହି କିଛି ସାଧାରଣ ଉପାୟ , ଘରକୁ ମାତା ଲକ୍ଷ୍ମୀଙ୍କ ସହ ଭଗବାନ ବିଷ୍ଣୁଙ୍କର ମଧ୍ୟ ହେବ ଆଗମନ :-

ଦୀପାବଳିରେ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଭିନ୍ନ ଭିନ୍ନ ଉପାୟ କରାଯାଇଥାଏ । ଦୀପାବଳିରେ ମାତା ଲକ୍ଷ୍ମୀଙ୍କ ପୂଜା କରିବା ଦ୍ୱାରା ଘରେ ଧନ ସ୍ଥିର ହୋଇଯାଏ , ଖର୍ଚ୍ଚ କମ ହୋଇଥାଏ ଏବଂ ଘରକୁ ଧନର ଆଗମନ ହୋଇଥାଏ । ଏହିଦିନ ବିଭିନ୍ନ ପ୍ରକାରର ପୂଜାପାଠ କରାଯାଏ ଏବଂ ଭିନ୍ନ ଭିନ୍ନ ପ୍ରୟୋଗ ମଧ୍ୟ କରାଯାଏ । ତେବେ ମାତା ଲକ୍ଷ୍ମୀଙ୍କୁ ପୂଜା କରିବା ସହିତ ଘରର ମୁଖ୍ୟଦ୍ୱାରରେ କିଛି ଜିନିଷରେ ସାଜସଜ୍ଜା କରାଯାଏ ।

କିନ୍ତୁ କିଛି ଏପରି ଜିନିଷ ଅଛି ଯାହାକୁ ଘରର ମୁଖ୍ୟଦ୍ୱାରରେ ଆଦୋୖ ରଖିବା ଉଚିତ ନୁହେଁ । ନଚେତ ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଯାଆନ୍ତି । ଏମିତିରେ ତ ମାତା ଲକ୍ଷ୍ମୀଙ୍କ ବାସ ସ୍ଥାନ ଅଶ୍ୱତ୍ଥ ବୃକ୍ଷ ହୋଇଥାଏ । ତେଣୁ ଏହିଦିନ ଅଶ୍ୱତ୍ଥ ବୃକ୍ଷକୁ ନିଶ୍ଚୟ ପୂଜା କରନ୍ତୁ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏକ ବିଶେଷ ଉପାୟ ବିଷୟରେ କହିବୁ ଯାହାକୁ କରିବା ଦ୍ୱାରା ମାତା ଲକ୍ଷ୍ମୀ ନିଶ୍ଚୟ ଆପଣଙ୍କ ଘରକୁ ଆକର୍ଷିତ ହେବେ ।

ପ୍ରଥମତଃ ମାତା ଲକ୍ଷ୍ମୀ ଚଞ୍ଚଳା ତେଣୁ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କର ପ୍ରିୟ ବସ୍ତୁକୁ ଅର୍ପିତ କରିବା ଉଚିତ । ମନେ ରଖନ୍ତୁ ଯେ ଯଦି ଆପଣ ମାତା ଲକ୍ଷ୍ମୀଙ୍କ ପୂଜା କରୁଛନ୍ତି ତେବେ ସାଥିରେ ଭଗବାନ ବିଷ୍ଣୁଙ୍କୁ ମଧ୍ୟ ରଖନ୍ତୁ । ଆପଣ ଭଗବାମ ଗଣେଶଙ୍କ ମୂର୍ତ୍ତି ରଖନ୍ତୁ । ଗଣେଶଙ୍କ ଡାହାଣ ପାଶ୍ୱର୍ରେ ମାତା ଲକ୍ଷ୍ମୀ ଏବଂ ମାତା ଲକ୍ଷ୍ମୀଙ୍କ ପାଖରେ ବିଷ୍ଣୁଙ୍କ ମୂର୍ତ୍ତି ସ୍ଥାପିତ କରନ୍ତୁ । ମାତା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କ ସହିତ ସମ୍ପୂର୍ଣ୍ଣ ହୋଇ ଯାଆନ୍ତି ଏବଂ ପୂଜା ମଧ୍ୟ ସଫଳ ହୋଇଥାଏ ।

୧ . ଘରର ମୁଖ୍ୟଦ୍ୱାରରେ ଆମ୍ବପତ୍ରର ବନ୍ଦନବାର ଲଗାଇ ଦିଅନ୍ତୁ । ଆପଣ ଏହାକୁ ଦୀପାବଳି କିମ୍ବା ଧନତେରସ ଦିନ ମଧ୍ୟ ଲଗାଇ ପାରିବେ । ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ।

୨ . ମାତାଙ୍କୁ ଆକର୍ଷିତ କରିବାର ଆଉ ଏକ ଉପାୟ ହେଉଛି ଯେ ଘରର ମୁଖ୍ୟଦ୍ୱାରର ଉଭୟ ପାର୍ଶ୍ଵରେ ହଳଦୀ ଏବଂ ସିନ୍ଦୁରରେ ସ୍ୱସ୍ତିକ ଚିହ୍ନ ବନାନ୍ତୁ ।

୩ . ମୁଖ୍ୟଦ୍ୱାରର ଦୁଇ ପାର୍ଶ୍ଵରେ ଦୀପ ମଧ୍ୟ ଜାଳି ଦିଅନ୍ତୁ । ଆପଣ ଚାହିଁଲେ ଗୋଟିଏ ଦୀପ ମଧ୍ୟ ଜଳାଇ ପାରିବେ । ଏହାଦ୍ବାରା ମାତା ଲକ୍ଷ୍ମୀ ଆକର୍ଷିତ ହୋଇ ଆସିଥାନ୍ତି । ପ୍ରତ୍ୟେକ ଦୀପରେ ଲବଙ୍ଗ ନିଶ୍ଚୟ ପକାଇବେ ।

୪ . ଘରର ମୁଖ୍ୟଦ୍ୱାର ସାମ୍ନାରେ ଭିନ୍ନ ଭିନ୍ନ ରଙ୍ଗରେ ରଙ୍ଗୋଲି ବନାଇବା ଦ୍ଵାରା ଏବଂ ଘରର ମୁଖ୍ୟଦ୍ୱାରକୁ ସଜାଇବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।

୫ . ଘରର ମୁଖ୍ୟଦ୍ୱାରର ଦୁଇ ପାଖ ଚଉକାଠରେ ମାତା ଲକ୍ଷ୍ମୀ ଏବଂ ବିଷ୍ଣୁଙ୍କ ପ୍ରିୟ କଦଳୀ ପତ୍ର ବାନ୍ଧି ଦିଅନ୍ତୁ । କାରଣ କଦଳୀ ଗଛ ଭଗବାନ ବିଷ୍ଣୁଙ୍କ ପ୍ରତୀକ ହୋଇଥାଏ ।

୬ . ଘରେ ମାତା ଲକ୍ଷ୍ମୀଙ୍କ ଚରଣ ଚିହ୍ନ ନିଶ୍ଚୟ ବନାନ୍ତୁ । ମାତ୍ର ଧ୍ୟାନ ଦେବେ ଯେପରି ପାଦ ଚିହ୍ନ ଘର ଭିତରକୁ ପ୍ରବେଶ କରିବାରେ ହୋଇଥିବା ଆବଶ୍ୟକ । ନଚେତ ଓଲଟା କଲେ ମାତା ଲକ୍ଷ୍ମୀଙ୍କ ଅପମାନ ହୋଇଥାଏ । ତାହାକୁ ଫୁଲ ଦ୍ୱାରା ମଧ୍ୟ ସଜାଇ ଦିଅନ୍ତୁ ।

୭ . ଘରର ମୁଖ୍ୟଦ୍ୱାରର ଡାହାଣ ପାର୍ଶ୍ଵରେ ଏକ କଳସ ରଖି ତାହା ଉପରେ ପାଞ୍ଚ ପତ୍ର ଥିବା ଆମ୍ବ ଡାଲ ଏବଂ ତା ଉପରେ ନଡ଼ିଆ କିମ୍ବା କଦଳୀ ଏବଂ କିଛି ଫୁଲ ପାଖୁଡ଼ା ରଖି ଦିଅନ୍ତୁ । ଏହାବ୍ୟତୀତ ଘରକୁ ଭିନ୍ନ ଭିନ୍ନ ଫୁଲ ଦ୍ୱାରା ସୁସଜ୍ଜିତ କରନ୍ତୁ । ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହେବେ ଏବଂ ଘରର ବାତାବରଣ ମଧ୍ୟ ସକାରାତ୍ମକ ହେବ ।

Leave a Reply

Your email address will not be published. Required fields are marked *