ଧନତେରସ ପୂଜା ପରେ ସନ୍ଧ୍ୟାରେ କରନ୍ତୁ ନାହିଁ ଏହି ଭୁଲ , ମୁଖ୍ୟଦ୍ୱାରରେ ଜଳାଇ ଦିଅନ୍ତୁ କେବଳ ଗୋଟିଏ ଦୀପ ! ଜାଣି ରଖନ୍ତୁ ଧନତେରସ ଦିନର କିଛି ଖାସ ଉପାୟ :-

ଭାରତରେ ଧନତେରସ ଦିନଟିକୁ ଅତ୍ୟନ୍ତ ଧୂମଧାମରେ ପାଳନ କରାଯାଏ ଏବଂ ଏହିଦିନ ନୂଆ ବାହନ କିମ୍ବା ବାସନ କିଣିବାର ପରମ୍ପରା ରହିଛି । ଏପରି ମାନ୍ୟତା ରହିଛି ଯେ ଏହିଦିନ ଏହିସବୁ ଜିନିଷ କିଣିବା ଦ୍ୱାରା ଘରକୁ ସୁଖ ସମୃଦ୍ଧି ଏବଂ ସମ୍ପନ୍ନତାର ବାସ ହୋଇଥାଏ । ଚଳିତ ବର୍ଷ ଧନତେରସ ଅକ୍ଟୋବର ୨୩ ରେ ପଡୁଛି । ଶାସ୍ତ୍ର ଅନୁଯାୟୀ ଏହି ଦିନଟି ଅତ୍ୟନ୍ତ ଶୁଭ ହୋଇଥାଏ ।

ମାତ୍ର କିଛି ଏପରି କାମ ରହିଛି ଯାହାକୁ ଏହିଦିନ କରିବା ବର୍ଜିତ ଅଟେ । ଯାହାକୁ କରିବା ଦ୍ୱାରା ଅଶୁଭ ପରିଣାମ ଭୋଗିବାକୁ ପଡ଼ିଥାଏ । ଧନତେରସରେ ନୂଆ ଘରେ ରହିବାକୁ ଅଶୁଭ ମାନା ଯାଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଦ୍ଵାଦଶୀରେ ଧନତେରସ ପାଳନ କରିବାର ବିଧାନ ରହିଛି ।

ଏହା ଅତ୍ୟନ୍ତ ଶୁଭ ଦିନ ହୋଇଥିବା ସତ୍ତ୍ୱେବି ଏହିଦିନ ନୂତନ ଗୃହ ପ୍ରବେଶ ଅତ୍ୟନ୍ତ ଅଶୁଭ ଅଟେ । ଏପରି କରିବା ଦ୍ୱାରା ଘରର ମୁରବିଙ୍କ ଉପରେ ଖରାପ ପ୍ରଭାବ ପଡ଼ିପାରେ । ଏହାବ୍ୟତୀତ ଘରର ସଦସ୍ୟଙ୍କ ଠାରେ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇ ପାରେ । ଏହିଦିନ ଭଗବାନ ଧନମନ୍ତ୍ରୀଙ୍କୁ ପୂଜା କରିବାର ବିଧାନ ରହିଛି । ଧନମନ୍ତ୍ରୀ ସୁଖ ଏବଂ ସ୍ୱାସ୍ଥ୍ୟର ଦେବତା ହୋଇଥିବା ବେଳେ ମାତା ଲକ୍ଷ୍ମୀ ଧନ ସମ୍ପତ୍ତିର ଦେବୀ ଅଟନ୍ତି ।

ତେଣୁ ଏହିଦିନ ମାତା ଲକ୍ଷ୍ମୀ ଏବଂ ଧନମନ୍ତ୍ରୀଙ୍କୁ ପ୍ରସନ୍ନ କରାଇବାର ଅନେକ ଉପାୟ କରାଯାଇଥାଏ । ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହେଲେ ଘରେ କୌଣସି ପ୍ରକାରର ଆର୍ଥିକ ସମସ୍ୟା ଦେଖା ଦିଏନାହିଁ । ତେଣୁ ଘରର ମୁଖ୍ୟଦ୍ୱାର ସାମ୍ନାରେ ଜୋତା ଚପଲ ରଖନ୍ତୁ ନାହିଁ ଏବଂ ଧନତେରସ ଆସିବା ପୂର୍ବରୁ ହିଁ ଘର ସଫାସୁତୁରା କରି ଦିଅନ୍ତୁ ।

ଯେଉଁ ଘରକୁ ଭଗବାନ ଗଣେଶ ଏବଂ ମାତା ଲକ୍ଷ୍ମୀ ପ୍ରବେଶ କରନ୍ତି ସେହି ଘର ଅତ୍ୟନ୍ତ ସ୍ୱଚ୍ଛ ଏବଂ ପରିଷ୍କାର ହୋଇଥାଏ । ପ୍ରାୟତଃ ଲୋକେ ଧନତେରସ ଆସିବା ପୂର୍ବରୁ ଘରକୁ ସଫାସୁତୁରା କରିଥାନ୍ତି କିନ୍ତୁ ଘରର ଅଳିଆ ଆବର୍ଜନା ଘରର ଏକ କୋଣରେ ଜମା କରିଥାନ୍ତି । ଯାହା ବାସ୍ତୁ ଅନୁଯାୟୀ ଅନୁଚିତ ଅଟେ । ଏହାଦ୍ୱାରା ମାତା ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୁଅନ୍ତି । ସାଧରଣତଃ ଲୋକେ ଏହିଦିନ ଭଗବାନ କୁବେର ଏବଂ ମାତା ଲକ୍ଷ୍ମୀଙ୍କ ଆରାଧନା କରିଥାନ୍ତି ଏବଂ ଭଗବାନ ଧନମନ୍ତ୍ରୀଙ୍କ ପୂଜା କରିବାକୁ ଭୁଲିଯାଆନ୍ତି ।

ଯାହାଦ୍ୱାରା ଭଗବାନ ଧନମନ୍ତ୍ରୀଙ୍କ କୋପର ସାମ୍ନା କରିବାକୁ ପଡ଼ିଥାଏ । ଏହାଦ୍ବାରା ଘରେ କଳହ କ୍ଳେଶ ଏବଂ ଦାରିଦ୍ର୍ୟତା ଦେଖା ଦେଇଥାଏ । ଏପରି କୁହାଯାଏ ଯେ ଏହିଦିନ ଭଗବାନ ଧନମନ୍ତ୍ରୀ ସ୍ୱର୍ଗରୁ ପୃଥିବୀ ଭ୍ରମଣ କରିବାକୁ ଆସିଥାନ୍ତି । ଏହି ସମୟରେ ସେ ଭକ୍ତଙ୍କ ଘରକୁ ପ୍ରବେଶ କରି ସ୍ୱାସ୍ଥ୍ୟ ଲାଭ ଏବଂ ଧନ ଲାଭର ବର ଦେଇଥାନ୍ତି ।

ଯେଉଁ ଘରେ ଏହିଦିନ କଳହ କ୍ଳେଶ ଦେଖା ଦେଇଥାଏ ସେହି ଘରକୁ ଭଗବାନ ଧନମନ୍ତ୍ରୀ ପ୍ରବେଶ କରନ୍ତି ନାହିଁ । ଧନମନ୍ତ୍ରୀ କ୍ରୋଧିତ ହେଲେ ଘରେ ରୋଗ ଦେଖା ଦେଇଥାଏ । ଯଦି ଆପଣ ଧନତେରସ ଦିନ ରାତିରେ କେବଳ ଭଗବାନ କୁବେରଙ୍କ ପୂଜା କରନ୍ତି ତେବେ ମାତା ଲକ୍ଷ୍ମୀ ଏବଂ ଭଗବାନ ଧନମନ୍ତ୍ରୀ କ୍ରୋଧିତ ହୋଇଥାନ୍ତି । ଏପରି ମାନ୍ୟତା ରହିଛି ଯେ ଧନତେରସ ଦିନ କାଚ ବାସନ କିଣିବା ଉଚିତ ନୁହେଁ । ଏହିଦିନ ସୁନା , ଚାନ୍ଦି , ପିତ୍ତଳ କିମ୍ବା ତମ୍ବା ନିର୍ମିତ ବାସନ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହିଦିନ ଘରକୁ ନୂଆ ଝାଡୁ ନିଶ୍ଚୟ କିଣି ଆଣନ୍ତୁ । ଏହିଦିନ ଘରର ପ୍ରବେଶ ଦ୍ୱାରରେ ନିଶ୍ଚୟ ଦୀପ ଜଳାନ୍ତୁ । ତେଣୁ ରାତିରେ ପୂଜା ପରେ ଘରର ମୁଖ୍ୟଦ୍ୱାରକୁ ଅନ୍ଧାର ରଖନ୍ତୁ ନାହିଁ ଏବଂ ଏକ ଦୀପ ନିଶ୍ଚୟ ଜାଳି ଦିଅନ୍ତୁ ।

ଯଦି ଆପଣ ଧନ ବୃଦ୍ଧି ଚାହୁଁଛନ୍ତି ତେବେ ଏହିଦିନ ପାଞ୍ଚଟି ଗୋମତି ଚକ୍ର , କଳା ହଳଦୀ ଏବଂ ରୁପା ମୁଦ୍ରାକୁ ହଳଦିଆ କପଡ଼ାରେ ବାନ୍ଧି ଘରର ସିନ୍ଧୁକରେ ରଖି ଦିଅନ୍ତୁ । ଏପରି କରିବା ଦ୍ୱାରା ଧନର ଅଭାବ ଦୂର ହୋଇଥାଏ । ଦୀପାବଳି ଦିନ ତିନୋଟି ଗୋମତି ଚକ୍ରକୁ ଚୁର୍ଣ୍ଣ କରି ଘରର ଅଗଣାରେ ପକାଇ ଦେଲେ ଦୁର୍ଭାଗ୍ୟ ଦୂର ହୋଇଥାଏ । ଏହିଦିନ ରାତିରେ ମାତା ଲକ୍ଷ୍ମୀଙ୍କ ପୂଜା ପରେ ଘରର ସିନ୍ଧୁକରେ ଏକ ନଡ଼ିଆ ନିଶ୍ଚିତ ରଖିବା ଉଚିତ ।

ଏହିଦିନ କଦଳୀ ଖାଇବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହିଦିନ ମଦ ମାଂସ ସେବନ କରିବା ଆଦୋୖ ଉଚିତ ନୁହେଁ । ଏହିଦିନ ଗାଈକୁ କଦଳୀ ଖୁଆଇବା ଉଚିତ । ଏହାଦ୍ବାରା ଆପଣଙ୍କୁ ସବୁ ଦେବଦେବୀଙ୍କ ଆଶୀର୍ବାଦ ପାପ୍ତ ହୋଇଥାଏ । କାରଣ ଯଦି ଆପଣ ଗାଈକୁ ପ୍ରସନ୍ନ କରନ୍ତି ତେବେ ଆପଣଙ୍କୁ ସବୁ ଦେବଦେବୀଙ୍କ ଆଶୀର୍ବାଦ ପ୍ରାପ୍ତ ହେବ ।

ଏହିଦିନ ଝାଡୁକୁ ଲୁଚାଇ ରଖିବା ଉଚିତ । ଏହିଦିନ ବାଥରୁମରେ ଲୁଣ ନିଶ୍ଚୟ ରଖିବା ଆବଶ୍ୟକ । କାରଣ ବାଥରୁମରେ ଅଧିକ ନକରାତ୍ମକତା ରହିଥାଏ । ଲୁଣ ରଖିବା ଦ୍ୱାରା ନକରାତ୍ମକତା ଦୂର ହୋଇଥାଏ । ସେହି ଲୁଣକୁ ପ୍ରତି ସପ୍ତାହ ବଦଳାଇ ଦିଅନ୍ତୁ । ଘରେ ରୋଷେଇରେ ବ୍ୟବହୃତ ହେଉଥିବା ହଳଦୀରେ ଏକ ସୁପାରି ପକାଇ ଦିଅନ୍ତୁ । ଏହାଦ୍ବାରା ରୋଷେଇ ଘର ଉପରେ କେବେବି ନକରାତ୍ମକତା ପଡ଼ିବ ନାହିଁ ।

କାରଣ ହଳଦୀ ନକରାତ୍ମକତାକୁ ଅବଶୋଷିତ କରଥାଏ ଏବଂ ସୁପାରି ରୋଷେଇ ଘରକୁ ପବିତ୍ର ରଖିଥାଏ । ଆଉ ଯେତେବେଳେ ହଳଦୀ ସରିଯିବ ସେତେବେଳେ ସେହି ସୁପାରିକୁ କୌଣସି ଗଛ ତଳେ ଦବାଇ ଦିଅନ୍ତୁ । ଏହାବ୍ୟତୀତ ରୋଷେଇ ଘରର ଲୁଣରେ ଲବଙ୍ଗ ପକାଇବା ଉଚିତ । କାରଣ ଲବଙ୍ଗ ଘରର ନକରାତ୍ମକତାକୁ ଅବଶୋଷିତ କରିଥାଏ ।

Leave a Reply

Your email address will not be published. Required fields are marked *