ଏହିଦିନ ଏହି ସମୟରେ ପଡୁଛି ଧନତେରସ , ଜାଣି ରଖନ୍ତୁ ଚଳିତ ବର୍ଷ ଧନତେରସର ସମ୍ପୂର୍ଣ୍ଣ ସୂଚନା :-

ଚଳିତ ବର୍ଷ ୨୦୨୨ ରେ ତ୍ରୟୋଦଶୀ ତିଥି ଅକ୍ଟୋବର ୨୨ ସନ୍ଧ୍ୟା ୦୬.୦୫ ଆରମ୍ଭ ହୋଇ ଅକ୍ଟୋବର ୨୩ ସନ୍ଧ୍ୟା ୦୬.୦୦ ରେ ଶେଷ ହେବ । ତେଣୁ ଏହିଦିନ ଦିନ ସାରା କରାଯାଇଥିବା କ୍ରୟ ଅତ୍ୟନ୍ତ ଫଳଦାୟୀ ହେବ । ୨୩ ତାରିଖ ଦିନ ପୂଜା ମୁହୁର୍ତ୍ତ ୦୫.୪୪ ଠାରୁ ୦୬.୦୫ ପର୍ଯ୍ୟନ୍ତ ରହିଛି । ଏହି ସମୟ ମଧ୍ୟରେ ଆପଣ ପୂଜା ସମ୍ପନ୍ନ କରି ପାରିବେ । କାରଣ ଉପଯୁକ୍ତ ମୁହୂର୍ତ୍ତରେ କରାଯାଇଥିବା ପୂଜାର ଶୁଭ ଫଳ ପ୍ରାପ୍ତ ହୋଇଥାଏ ।

ଏହିଦିନ ଧନ ସମ୍ପଦରେ ଉନ୍ନତି ପାଇଁ ମାତା ଲକ୍ଷ୍ମୀଙ୍କ ପୂଜା ହୋଇଥାଏ । ମାତା ଲକ୍ଷ୍ମୀ ମାନ ସମ୍ମାନ ଏବଂ ଧନ ସମୃଦ୍ଧିର ଦେବୀ ଅଟନ୍ତି । ଦ୍ୱିତୀୟତଃ ଧନମନ୍ତ୍ରୀଙ୍କ ପୂଜା ହୋଇଥାଏ ଯିଏକି ସୁଖ ସମୃଦ୍ଧି ଏବଂ ସ୍ୱାସ୍ଥ୍ୟର ଦେବତା ହୋଇଥାନ୍ତି । ଯେଉଁ ମାନେ ଗଭୀର ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଅଛନ୍ତି ସେହିମାନେ ଏହି ଦିନ ପୂଜା କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହିଦିନ ଭଗବାନ ଧନମନ୍ତ୍ରୀଙ୍କ ଜନ୍ମଦିନ ମଧ୍ୟ ପାଳିତ ହୋଇଥାଏ ।

ସମୁଦ୍ର ମନ୍ଥନ ସମୟରେ ଭଗବାନ ଧନମନ୍ତ୍ରୀ ଅମୃତ କଳସ ନେଇ ଉଭା ହୋଇଥିଲେ । ତେଣୁ ଏହିଦିନ ଭଗବାନ ଧନମନ୍ତ୍ରୀଙ୍କୁ ନିଶ୍ଚୟ ପୂଜା କରିବା ଉଚିତ । ଏହିଦିନ ଭଗବାନ କୁବେରଙ୍କୁ ମଧ୍ୟ ବିଶେଷ ରୂପରେ ପୂଜା କରାଯାଏ । ଏହିଦିନ ନୂତନ ଜିନିଷ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହିଦିନ କିଛି ଏପରି ଜିନିଷ ଅଛି ଯାହାକୁ କିଣିବା ଉଚିତ ନୁହେଁ ଏବଂ ଆଉ କିଛି ଜିନିଷ ଅଛି ତାହାକୁ କିଣିବା ଉଚିତ ହୋଇଥାଏ । ଯାହାଦ୍ୱାରା ଘରେ ସୁଖ ସମ୍ପନ୍ନତା ବୃଦ୍ଧି ହୋଇଥାଏ । ଆଜିକାର ଲେଖାରେ ଆମେ ଆପଣଙ୍କୁ କିଛି ଉପାୟ ବିଷୟରେ କହିବୁ ଯାହାକୁ କରିବା ଦ୍ୱାରା ନିଶ୍ଚିତ ରୂପରେ ଘରକୁ ସୁଖ ସମୃଦ୍ଧି ଆସିଥାଏ ଏବଂ ଧନର ଆଗମନ ହୋଇଥାଏ ।

ଏହିଦିନ କଣ କିଣିବା ଉଚିତ :-

୧ . ଏହିଦିନ ସୁନା , ରୁପା ଏବଂ ପିତ୍ତଳ ନିର୍ମିତ ବସ୍ତୁ କିଣିବା ଉଚିତ । କାରଣ ଭଗବାନ ଧନମନ୍ତ୍ରୀ ପିତ୍ତଳ କଳସ ନେଇ ଉତ୍ପନ୍ନ ହୋଇଥିଲେ । କିନ୍ତୁ ଯଦି ଆପଣ ଏହିଦିନ ପିତ୍ତଳ କିଣିବାକୁ ସମର୍ଥ ନୁହଁନ୍ତି ତେବେ ଝାଡୁ କିଣି ଆଣନ୍ତୁ । ଏହିଦିନ ଝାଡୁ କିଣି ସେଥିରେ ଧଳା ରଙ୍ଗର ସୂତା ବାନ୍ଧି ଦିଅନ୍ତୁ । ତାହାକୁ ନେଇ ମାତା ଲକ୍ଷ୍ମୀଙ୍କ ଚରଣରେ କିଛି ସମୟ ରଖି ଦିଅନ୍ତୁ । ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କ ପୂଜା ପରେ ସେହି ଝାଡୁର ବ୍ୟବହାର ଆପଣ ଆରମ୍ଭ କରି ପାରିବେ ।

୨ . ଏହିଦିନ କାହା ଠାରୁ କରଜ ନେବା ଉଚିତ ନୁହେଁ କିମ୍ବା କାହାକୁ କରଜ ଦେବା ମଧ୍ୟ ଉଚିତ ନୁହେଁ । ଏହିଦିନ ଆପଣ ନିଜ ଘରର ଲକ୍ଷ୍ମୀ କାହାକୁ ଦେବା ଉଚିତ ନୁହେଁ । ନଚେତ ଆପଣଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡ଼ିବ ଏବଂ ଆପଣ ଲକ୍ଷ୍ମୀ ଛଡ଼ା ମଧ୍ୟ ହୋଇ ପାରନ୍ତି ।

ଏହିଦିନ କଣ କିଣିବା ଉଚିତ ନୁହେଁ :-

୧ . ଶନି ସମ୍ବନ୍ଧୀୟ ଜିନିଷ ଏହିଦିନ କିଣିବା ଉଚିତ ନୁହେଁ । ଯେମିତିକି କଳା ରଙ୍ଗର ଏବଂ ହଳଦିଆ ରଙ୍ଗର ଜିନିଷ ଏହିଦିନ କିଣିବା ବର୍ଜିତ ଅଟେ । ଶାସ୍ତ୍ରରେ କଳା ରଙ୍ଗକୁ ଅଶୁଭର ପ୍ରତୀକ ମାନା ଯାଉଛି । ଧନତେରସ ଦିନ ଏହି ଜିନିଷ କିଣନ୍ତୁ ନାହିଁ ।

୨ . ଧନତେରସ ଦିନ ଷ୍ଟିଲ କିମ୍ବା ଲୁହା ନିର୍ମିତ ଜିନିଷ କିଣନ୍ତୁ ନାହିଁ । କିନ୍ତୁ ଆପଣ ଏହିଦିନ ଯାନବାହନ କିଣି ପାରିବେ । ଏହା ଶୁଭ ହୋଇଥାଏ । ତେବେ କହି ରଖିବୁ ଯେ ଗାଡ଼ି କେବଳ ଶନିଙ୍କ ସମ୍ବନ୍ଧୀୟ ନୁହେଁ ବରଂ ମଙ୍ଗଳ ସମ୍ବନ୍ଧୀୟ ମଧ୍ୟ । ଆପଣ ଧନତେରସ ଦିନ କୌଣସି ରଙ୍ଗର ବାହନ କିଣି ପାରିବେ କେବଳ କଳା ରଙ୍ଗକୁ ଛାଡ଼ି । କଳା ରଙ୍ଗର ବାହନ ଆପଣ ଅନ୍ୟ କୌଣସି ଦିନ କିଣି ପାରିବେ ।

Leave a Reply

Your email address will not be published. Required fields are marked *