ରାଶିଫଳ ୧୯ ଅକ୍ଟୋବର ୨୦୨୨: ଏହି ରାଶିର ଲୋକଙ୍କୁ ମିଳିପାରେ ସୁଖଦ ସମାଚାର, ଜାଣନ୍ତୁ ରାଶିଫଳ।

ଆମେ ଆପଣଙ୍କୁ ୧୯ ଅକ୍ଟୋବର ରାଶିଫଳ କହିବାକୁ ଯାଉଛୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବାର, ତିଥି, ଗ୍ରହ ଓ ନକ୍ଷତ୍ର ମାନଙ୍କୁ ଆଧାର କରି ରାଶିଫଳ ଗଣନା କରାଯାଇଥାଏ। ଏହି ରାଶିଫଳ ଦ୍ଵାରା ବ୍ୟକ୍ତିର ବ୍ୟକ୍ତିତ୍ଵ, କ୍ୟାରିୟର, ବ୍ୟାପାର, ଚାକିରି , ପ୍ରେମ ଜୀବନ ବୈବାହିକ ଜୀବନ ଏବଂ ଭବିଷ୍ୟତରେ ହେବାକୁ ଥିବା ଶୁଭ ବା ଅଶୁଭ ଘଟଣା ଗୁଡ଼ିକ ବିଷୟରେ ବିସ୍ତାର ରୂପରେ ସୂଚନା ମିଳିଥାଏ। ତେବେ ଆସନ୍ତୁ ଜାଣିବା ରାଶିଚକ୍ରରେ ଥିବା ୧୨ ଗୋଟି ରାଶିର ଲୋକଙ୍କ ପାଇଁ ଆଜିର ଦିନଟି କିପରି ରହିଛି।

ମେଷ ରାଶି :-ମାନସିକ ଓ ଶାରିରୀକ ରୂପରେ ଆପଣ ସୁସ୍ଥ ରହିବେ। ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ଯଥେଷ୍ଟ ଧ୍ୟାନ ରଖିବାର ଆବଶ୍ୟକତା ରହିଛି। ପାରିବାରିକ ଜୀବନ ସୁଖମୟ ରହିବ। ଘରେ ସକାରାତ୍ମକ ବାତାବରଣ ସୃଷ୍ଟି ହେବ। ଆପଣଙ୍କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ।

ବୃଷ ରାଶି :-କାର୍ଯ୍ୟକ୍ଷେତ୍ରରେ ସଫଳତା ହାସଲ କରିବା ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବା ଆବଶ୍ୟକ। କାର୍ଯ୍ୟକ୍ଷେତ୍ରରେ ଆପଣ ଅଧିକ ଚାପ ଗ୍ରସ୍ତ ରହିବେ। ବ୍ୟବସାୟରେ ଲାଭବାନ ହେବେ। ବିବାହିତ ଲୋକଙ୍କ ପାଇଁ ଆଜିର ଦିନଟି ଅନୁକୂଳ ସାବ୍ୟସ୍ତ ହେବ।

ମିଥୁନ ରାଶି:-ଆପଣଙ୍କ ମନରେ ଅସନ୍ତୋଷ ଭାବନା ସୃଷ୍ଟି ହେବ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ଆପଣଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପଡ଼ିବ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

କର୍କଟ ରାଶି :-ବ୍ୟାପାର କ୍ଷେତ୍ରରେ ଲାଭବାନ ହେବେ। ଆୟରେ ବୃଦ୍ଧି ହେବ। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ। ବିବାହିତ ଲୋକେ ସନ୍ତାନ ସୁଖ ଭୋଗ କରିବେ। ଆପଣଙ୍କର ଅଟକି ରହିଥିବା ଟଙ୍କା ଆପଣଙ୍କୁ ଫେରସ୍ତ ମିଳିବ।

ସିଂହ ରାଶି :-ଚାକିରି କ୍ଷେତ୍ରରେ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ। ଆପଣ ଘରର ସବୁ ଦାୟିତ୍ୱକୁ ତୁଲାଇବେ। ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ। ରାଜନୀତି କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କୁ ସୁଖଦ ପରିଣାମ ପ୍ରାପ୍ତ ହୋଇପାରେ।

କନ୍ୟା ରାଶି :-ବିରୋଧୀ ଆପଣଙ୍କ ବିରୁଦ୍ଧରେ କିଛି ଯୋଜନା ପ୍ରସ୍ତୁତ କରି ପାରନ୍ତି। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ।ଆପଣଙ୍କୁ କଠିନ ପରିଶ୍ରମର ଉଚିତ ଫଳ ପ୍ରାପ୍ତି ହେବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଉପରେ କାର୍ଯ୍ୟ ଚାପ ବଢିପାରେ

ତୁଳା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ କଠିନ ପରିଶ୍ରମ କରିବେ। ଆପଣଙ୍କର ହଜି ଯାଇଥିବା ଜରୁରୀ ଜିନିଷ ଦୂର ହୋଇଯିବ। ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ।

ବିଛା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆପଣଙ୍କର କୌଣସି ପୁରୁଣା ରୋଗ ଦୂର ହୋଇପାରେ। କୌଣସି କଠିନ ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ। ପରିବାର ଲୋକେ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ। ବିବାହିତ ଲୋକଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହୋଇପାରେ।

ଧନୁ ରାଶି :-ପାରିବାରିକ ଜୀବନ ସୁଖମୟ ରହିବ। ଆପଣଙ୍କ ବାଣୀରେ ମଧୁରତା ଆସିବ। ପରିବାରରେ ବାଦବିବାଦ ଦୂର ହୋଇଯିବ। ପିତାମାତା ସୋନଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ।ଗାଡି ଚଳାଚଳ ସମୟରେ ସାବଧାନ ରୁହନ୍ତୁ।

ମକର ରାଶି :-ସେୟାର ମାର୍କେଟରେ ନିବେଶ କରି ଆପଣ ଲାଭବାନ ହେବେ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟ ଦେଖି ପ୍ରସନ୍ନ ରହିବେ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ପରିବାର ଲୋକଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ।

କୁମ୍ଭ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ବ୍ୟବସାୟିକ ମାମଲାରେ ଆପଣ ବିଦେଶ ଯାତ୍ରା କରି ପାରନ୍ତି। କୌଣସି କଠିନ ନିଷ୍ପତ୍ତି ନେବା ପୂର୍ବରୁ ପିତାମାତାଙ୍କ ସହିତ ଆଲୋଚନା କରନ୍ତୁ।ବିଦ୍ୟାର୍ଥୀ ମାନଙ୍କୁ କଠିନ ପରିଶ୍ରମ କରି ସଫଳତାର ଶୀର୍ଷରେ ପହଞ୍ଚିବାକୁ ପଡ଼ିବ।

ମୀନ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆଜି ଆପଣ ଅଧିକ ବ୍ୟସ୍ତ ରହିବେ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ବିବାହିତ ଲୋକଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହେବ। ଆପଣଙ୍କର ଅଟକି ରହିଥିବା ଟଙ୍କା ଆପଣ ଫେରସ୍ତ ପାଇବେ। ଅଚାନକ ଧନ ପ୍ରାପ୍ତି ହେବାର ସୁଯୋଗ ରହିଛି।

Leave a Reply

Your email address will not be published. Required fields are marked *