ଅକ୍ଟୋବର ୨୫ ସୂର୍ଯ୍ୟ ଗ୍ରହଣ ହେବ ମହା ସଂଯୋଗ , ଏହି 6ଟି ରାଶି ହେବେ କୋଟିପତି

ସୂର୍ଯ୍ୟ ଗ୍ରହଣ ଆମ ଜ୍ୟୋତିଷ ଶାସ୍ତ୍ରରେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହୋଇଥାଏ । କାରଣ ଏହାଦ୍ବାରା ଅନେକ ଗ୍ରହ ଏବଂ ଅନେକ ରାଶି ଉପରେ ପ୍ରଭାବ ପଡ଼ିଥାଏ । ଚଳିତ ବର୍ଷ ଅକ୍ଟୋବର ୨୫ ମଙ୍ଗଳବାର ଦିନ ଧନତେରସ ସାଙ୍ଗକୁ ସୂର୍ଯ୍ୟ ଗ୍ରହଣ ମଧ୍ୟ ରହିଛି। ତେଣୁ ଏହା ଅତ୍ୟନ୍ତ ଶୁଭ ଅଟେ । ଏହି ସୂର୍ଯ୍ୟ ଗ୍ରହଣର ପ୍ରଭାବ ପୃଥିବୀର ସବୁ ଜୀବଜନ୍ତୁଙ୍କ ଉପରେ ପଡ଼ିଥାଏ । ତେବେ ଚଳିତ ବର୍ଷ ସୂର୍ଯ୍ୟ ଗ୍ରହଣ ଅକ୍ଟୋବର25 ମଙ୍ଗଳବାର ସନ୍ଧ୍ୟା 4.29 ରୁ ଆରମ୍ଭ ହୋଇ 5.42 ପର୍ଯ୍ୟନ୍ତ ରହିବ । ତେଣୁ ଏହି ସମୟରେ ସୂର୍ଯ୍ୟ ଦୃଶ୍ୟମାନ ହେବେ ନାହିଁ ।

ସୂର୍ଯ୍ୟ ଗ୍ରହଣର ୧୨ ଘଣ୍ଟା ପୂର୍ଣରୁ ସୂତକ କାଳ ହୋଇଯାଏ । ଯେଉଁ ସମୟରେ କୌଣସି ଶୁଭ କାର୍ଯ୍ୟ ହୁଏ ନାହିଁ । ଏହି ସମୟରେ ରୋଷେଇ ମଧ୍ୟ ହୁଏନାହିଁ । ପୂର୍ବରୁ ରୋଷେଇ କରି ସେଥିରେ ତୁଳସୀ ପତ୍ର ପକାଇ ଦିଆଯାଏ । ଏହି ସମୟରେ ତୁଳସୀ ଛୁଇଁବା , ରୋଷେଇ କରିବା କିମ୍ବା ଖାଦ୍ୟ ସେବନ କରିବା ଅଶୁଭ ହୋଇଥାଏ । ବିଶେଷ କରି ଗର୍ଭବତୀ ମହିଳା ମାନେ ଏହି ସମୟରେ ବାହାରକୁ ଯିବା ଉଚିତ ନୁହେଁ କିମ୍ବା କୌଣସି ଧାରୁଆ ଅସ୍ତ୍ର ବ୍ୟବହାର କରିବା ଉଚିତ ନୁହେଁ । ନଚେତ ଏହାର ପ୍ରଭାବ ଜନ୍ମ ହେବାକୁ ଥିବା ଶିଶୁ ଉପରେ ମଧ୍ୟ ପଡ଼ିଥାଏ । ଗ୍ରହଣ ସମୟରେ ଦେଦଦେବୀଙ୍କ ମୂର୍ତ୍ତିକୁ ମଧ୍ୟ ଛୁଇଁବା ଉଚିତ ନୁହେଁ । ସୂର୍ଯ୍ୟ ଦେବଙ୍କ ପ୍ରଭାବରୁ ବର୍ତ୍ତିବା ପାଇଁ ଓଁ ଭଗୋଲକାୟ ନମଃ ମନ୍ତ୍ରର ଜପ କରନ୍ତୁ ।

ତେଣୁ ଏଥିପାଇଁ ଘରେ ଗଙ୍ଗା ଜଳ ସିଞ୍ଚନ କରନ୍ତୁ . ଦେବାଦେବୀଙ୍କୁ ସ୍ନାନ କରାନ୍ତୁ ଏବଂ ଘରକୁ ସଫାସୁତୁରା କରାନ୍ତୁ । ଦୀପାବଳି ସମୟରେ ଏହି ଗ୍ରହଣର ପ୍ରଭାବ ହେବେ ନାହିଁ । ଗ୍ରହଣ ପରେ ଦାନ ଧର୍ମ ନିଶ୍ଚୟ କରନ୍ତୁ । ମାତ୍ର ୨୬ ଅକ୍ଟୋବର ପୂର୍ବରୁ ନିଶ୍ଚିତ ଭାବରେ ଗଙ୍ଗା ଜଳ ସିଞ୍ଚି ଦିଅନ୍ତୁ । ଏହାପରେ ହିଁ ଗୋବର୍ଦ୍ଧନ ପୂଜା କରନ୍ତୁ । ଏହି ଗ୍ରହଣ କାରଣରୁ ସବୁ ଗ୍ରହ ଉପରେ ଏହାର ପ୍ରଭାବ ପଡ଼ିବ । ତେଣୁ କିଛି ରାଶିକୁ ସାବଧାନତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି । ଆଉ କିଛି ରାଶି ଧନ ଐଶ୍ୱର୍ଯ୍ୟ ପ୍ରାପ୍ତ କରି ମାଲାମାଲ ହେବାକୁ ଯାଉଛନ୍ତି । ତେବେ ଚାଲନ୍ତୁ ସେହି ରାଶି ଗୁଡ଼ିକ ବିଷୟରେ ଜାଣିନେବା ।

୧ . ବୃଷ ରାଶି :-

ଏହି ରାଶି ପାଇଁ ସୂର୍ଯ୍ୟ ଗ୍ରହଣ ଖୁବ ଶୁଭ ରହିବ । ମାନ ସମ୍ମାନ ପ୍ରାପ୍ତି ହେବ ଏବଂ ଧନ ଅର୍ଜନ କରିବେ । ତେବେ ତାହା ଆକସ୍ମିକ ଧନ ଲାଭ ହେଉ କିମ୍ବା ନିବେଶରୁ ହୋଇଥିବା ଧନଲ ଲାଭ ହେଉ । ଘରେ ବିବାହ ହୋଇପାରେ ଏବଂ ଘରେ ଧାର୍ମିକ କାର୍ଯ୍ୟ ଅନୁଷ୍ଠାନ ହେବ ।

୨ . କୁମ୍ଭ ରାଶି :-

ସୂର୍ଯ୍ୟ ଗ୍ରହଣ ଏହି ରାଶି ପାଇଁ ମଧ୍ୟ ଅତ୍ୟନ୍ତ ଶୁଭ ଅଟେ । ସକାରାତ୍ମକତା ଆସିବ ଏବଂ ପରିବାରକୁ ଖୁସି ଆସିବ । ପରିବାର ଲୋକଙ୍କ ସହଯୋଗ ପ୍ରାପ୍ତ ହେବ । ଚାକିରୀରେ ଉନ୍ନତି ହେବ । ନୂତନ ବ୍ୟବସାୟ ଆରମ୍ଭ କରିବାକୁ ବିଚାର କରି ପାରନ୍ତି । ଗ୍ରହଣ ସମୟରେ ପ୍ରଚୁର ଲାଭ ମିଳିପାରେ । ସହକର୍ମୀଙ୍କ ସହଯୋଗ ମିଳିବ ।

୩ . କନ୍ୟା ରାଶି :-

ଏହି ରାଶି ପାଇଁ ସୂର୍ଯ୍ୟ ଗ୍ରହଣ ଅତ୍ୟନ୍ତ ଶୁଭ ପ୍ରମାଣିତ ହେବ । ଧନ ଅର୍ଜନର ଭିନ୍ନ ଭିନ୍ନ ମାର୍ଗ ଖୋଲିଯିବ । ନିବେଶରେ ଅସୀମ ଲାଭ ହେବ । ସ୍ୱାସ୍ଥ୍ୟ କ୍ଷେତ୍ରରେ ସୁଧାର ଆସିବ ।

୪ . ମକର ରାଶି :-

ଏହି ରାଶିର ଭାଗ୍ୟ ବଦଳିବାକୁ ଯାଉଛି । ଏବେ ଯାଏ ଶନି ସାଢ଼େ ସାତି ଚାଲିଥିଲା ମାତ୍ର ବର୍ତ୍ତମାନ ଶନି ବକ୍ର ହୋଇ ରାଶିରେ ପ୍ରବେଶ କରିବେ । ଅନେକ ଶୁଭ ଫଳ ପ୍ରାପ୍ତ ହେବ । ଆପଣଙ୍କ ସମସ୍ୟା ଦୂର ହେବ । ବ୍ୟାପାର କ୍ଷେତ୍ରରେ ଆକସ୍ମିକ ଧନ ମିଳିବାକୁ ଯାଉଛି । ମାତ୍ର କୌଣସି ଅବସରକୁ ଯିବାକୁ ଦିଅନ୍ତୁ ନାହିଁ । ମାତ୍ର ସତର୍କ ରୁହନ୍ତୁ କାରଣ ଆପଣଙ୍କ ଶତ୍ରୁ ଆପଣଙ୍କର କ୍ଷତି କରି ପାରନ୍ତି । ସ୍ୱଭାବକୁ ମିତ୍ରତା ପୁର୍ଣ୍ଣ ରଖନ୍ତୁ । କଟୁ ବଚନ କୁହନ୍ତୁ ନାହିଁ ।

୫ . ମୀନ ରାଶି :-

ଏହି ରାଶିର ଭାଗ୍ୟ ମଧ୍ୟ ବଦଳିବାକୁ ଯାଉଛି । ପରିବାରରେ ସୁଖ ଶାନ୍ତି ବଜାୟ ରହିବ । ପରିବାର ଲୋକଙ୍କ ସହଯୋଗ ପ୍ରାପ୍ତ ହେବ । ଚାକିରୀରେ ପଦୋନ୍ନତି ଏବଂ ନିବେଶରେ ଭରପୁର ଲାଭ ହେବ ।

Leave a Reply

Your email address will not be published. Required fields are marked *