ଅକ୍ଟୋବର 18 ରେ ଗୋଚର କରିବାକୁ ଯାଉଛନ୍ତି ମଙ୍ଗଳ ଗ୍ରହ , ଏହି 5 ରାଶିର ଜୀବନରେ ଆସିବ ପରିବର୍ତ୍ତନ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସମସ୍ତ ଗ୍ରହର ଚଳନ ସହିତ ସମୟ ଏବଂ ସମୟ ସହିତ ଗ୍ରହର ଚଳନ ମଧ୍ୟ ପରିବର୍ତ୍ତନ ହୋଇଥାଏ । ଯାହାଦ୍ୱାରା ଏହାର ପ୍ରଭାବ ରାଶି ଉପରେ ପଡ଼ିଥାଏ । ଯଦି କୌଣସି ଗ୍ରହ ଚଳନରେ ପରିବର୍ତ୍ତନ ହୁଏ ତେବେ ଏହାର ରାଶି ମଧ୍ୟ ପରିବର୍ତ୍ତନ ହୋଇଥାଏ ଏବଂ ତାହା ଅନ୍ୟ ଏକ ରାଶିରେ ପ୍ରବେଶ କରେ । ଯାହାର ପ୍ରଭାବ ସମସ୍ତ 12 ଟି ରାଶି ଉପରେ ପଡ଼ିଥାଏ । ଗ୍ରହମାନଙ୍କର ଚଳନ ଏବଂ ରାଶି ଚିହ୍ନରେ ପରିବର୍ତ୍ତନ ହେତୁ କିଛି ରାଶିଙ୍କ ଜୀବନରେ ସୁଖ ଆସିଥାଏ ଏବଂ ଆଉ କିଛି ଜୀବନରେ ସମସ୍ୟାର ଆସିଥାଏ । କହିବା ରଖିବୁ ଯେ ଗ୍ରହର ସେନାପତି କୁହାଯାଉଥିବା ମଙ୍ଗଳ ଗ୍ରହ ଅକ୍ଟୋବର 16 ରେ ମିଥୁନରେ ପ୍ରବେଶ କରିବାକୁ ଯାଉଛନ୍ତି।

ଯେତେବେଳେ ମଙ୍ଗଳ ଗ୍ରହ ରାଶି ପରିବର୍ତ୍ତନ କରେ, ସେତେବେଳେ ଏହାର ଶୁଭ ପ୍ରଭାବ ଅନେକ ରାଶି ଉପରେ ପଡିଥାଏ । ଏଥର ମଙ୍ଗଳ ଗ୍ରହ ଦୀପାବଳି ପୂର୍ବରୁ ଚଳନ କରିବେ । ତେଣୁ ଏହି ଦୀପାବଳିରେ 5 ଟି ରାଶି ଭାଗ୍ୟବାନ ହେବାକୁ ଯାଉଛନ୍ତି । ହଠାତ୍ କୌଣସି ସ୍ଥାନରୁ ଟଙ୍କା ରୋଜଗାର କରିବାର ଯୋଗ ରହିଛି । ଏହା ସହିତ ନୂତନ ସମ୍ପତ୍ତି କଣିବାର ମଧ୍ୟ ସମ୍ଭାବନା ରହିଛି । ତେବେ ଚାଲନ୍ତୁ ସେହି ପାଞ୍ଚଟି ରାଶି ବିଷୟରେ ଜାଣିନେବା ।

ବୃଷ ରାଶି :-

ମଙ୍ଗଳ ଗ୍ରହର ଚଳନ ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ପ୍ରମାଣିତ ହେବ । ଏହି ରାଶିର ଲୋକଙ୍କ ଆୟରେ ବିପୁଳ ଉନ୍ନତି ହେବାର ସମ୍ଭାବନା ରହିଛି । ପରିବାରରେ ସୁଖ ସମୃଦ୍ଧି ବଜାୟ ରହିବ । ପରିବାର ସଦସ୍ୟଙ୍କ ଠାରୁ ବ୍ୟବସାୟ ଜନିତ ପୂର୍ଣ୍ଣ ସମର୍ଥନ ମିଳିବ । ଘରର ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଚାକିରି କରୁଥିବା ବ୍ୟକ୍ତିଙ୍କର ପଦୋନ୍ନତି ହେବାର ସୁଯୋଗ ରହିଛି ।

ସିଂହ ରାଶି :-

ମଙ୍ଗଳ ଗ୍ରହର ଚଳନ ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ମଧ୍ୟ ଶୁଭ ପରିଣାମ ଆଣିବାକୁ ଯାଉଛି । ଏହି ରାଶିର ଲୋକଙ୍କ ଆତ୍ମବିଶ୍ୱାସରେ ବୃଦ୍ଧି ହେବ । କାର୍ଯ୍ୟରେ ପରିବର୍ତ୍ତନ ଆଣିବାକୁ କରୁଥିବା ଯୋଜନା ସଫଳ ହେବ ଏବଂ ସେମାନଙ୍କୁ ସୌଭଗ୍ୟ ପ୍ରାପ୍ତ ହେବ । ଅର୍ଥ ଉପାର୍ଜନର ସଂଯୋଗ ରହିଛି । ବ୍ୟବସାୟରେ ଭାଇଭଉଣୀଙ୍କ ସହଯୋଗ ପ୍ରାପ୍ତ ହେବ । ପିତାମାତାଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହେବ । ଆପଣଙ୍କ ଅସମ୍ପୂର୍ଣ୍ଣ ଇଚ୍ଛା ପୂରଣ ହୋଇପାରେ । ଘରର ଆର୍ଥିକ ସ୍ଥିତିରେ ଉନ୍ନତି ଦେଖାହେବ ।

ତୁଳା ରାଶି :-

ତୁଳା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ମଙ୍ଗଳ ଗ୍ରହର ଚଳନ ଭୌତିକ ସୁଖର ବିସ୍ତାର କରିବ । କୌଣସି ନୂତନ ଇଲେକ୍ଟ୍ରୋନିକ୍ ଜିନିଷ କିଣି ପାରନ୍ତି ।ମାନସିକ ସମସ୍ୟାରୁ ମୁକ୍ତି ମିଳିବ । ଛାତ୍ରମାନେ ଅଧ୍ୟୟନରେ ନିଜକୁ ଅଧିକ ନିୟୋଜିତ କରିବେ । ପରୀକ୍ଷାରେ ସଫଳତା ପାଇବେ । ଆପଣ ନିଜ ଘର ମଧ୍ୟ କିଣି ପାରନ୍ତି । ଚାକିରିରେ ଅଧିକ ପରିଶ୍ରମର ଆବଶ୍ୟକତା ରହିଛି ।

ଧନୁ ରାଶି :-

ମଙ୍ଗଳ ଗ୍ରହର ଚଳନ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭ ପ୍ରମାଣିତ ହେବ । ଚାକିରିରେ ଅତିରିକ୍ତ ଦାୟିତ୍ବ ବହନ କରିବାକୁ ଯାଉଛନ୍ତି । ଧାର୍ମିକ କାର୍ଯ୍ୟକଳାପ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ପରିବାରରେ ମାଙ୍ଗଳିକ କାର୍ଯ୍ୟକ୍ରମ ହୋଇପାରେ । ଘରକୁ ପୁରୁଣା ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ ଆଗମନ ହେବାର ସମ୍ଭାବନା ରହିଛି । ପରିବାର ସହିତ କୌଣସି ଭଲ ସ୍ଥାନକୁ ଯିବାର ଯୋଜନା ବନାଇ ପାରନ୍ତି ।

କୁମ୍ଭ ରାଶି :-

କୁମ୍ଭ ରାଶିର ବ୍ୟକ୍ତି ବିଶେଷ ମାନେ ମଙ୍ଗଳ ଗ୍ରହର ଚଳନ ହେତୁ ଯେକୌଣସି ଗମ୍ଭୀର ରୋଗରୁ ମୁକ୍ତି ପାଇବେ । କୋର୍ଟ କଚେରୀ ସମ୍ପର୍କିତ ମାମଲା ଥିଲେ ଶୁଣାଣି ଆପଣଙ୍କ ସପକ୍ଷରେ ଆସିପାରେ । କୌଣସି ନୂତନ ସମ୍ପତ୍ତି କିଣିପାରନ୍ତି । ବନ୍ଧୁଙ୍କ ସହ କୌଣସି ନୂତନ ସ୍ଥାନକୁ ଯିବାକ ଯୋଜନା ବନାଇ ପାରନ୍ତି । ପାର୍ଟନରଶିପରେ କୌଣସି ନୂତନ ବ୍ୟବସାୟ ଆରମ୍ଭ କରି ପାରନ୍ତି , ଯେଉଁଥିରେ ଲାଭ ମଧ୍ୟ ନିଶ୍ଚୟ ପାଇବେ ।

Leave a Reply

Your email address will not be published. Required fields are marked *