ମା ଲକ୍ଷ୍ମୀ କହିଛନ୍ତି ” ଧନତେରସ ” ଦିନ ଭୁଲକରି ବି ଏହି 4 ଜିନିଷ ନିଜ ଘରକୁ ଆଣନ୍ତୁ ନାହିଁ ଦରିଦ୍ରତା ପଛରେ ପଡ଼ିଯିବ..

ଧନତେରସ ଦିନ କିଛି ଖାସ ଜିନିଷ ଅଛି ଯାହାକୁ ଭୁଲ କରି ମଧ୍ୟ କିଣିବା ଉଚିତ ନୁହେଁ | ନହେଲେ ଦରିଦ୍ରତା ପଛରେ ପଡ଼ିଯିବ,ଜୀବନ ରେ ଆପଣ ମଧ୍ୟ ଧନତେରସ ଦିନ ଠିକ ଜିନିଷ କିଣିବାକୁ ଚାହିଁଥାନ୍ତି ଯାହା ଶୁଭ ହୋଇଥାଏ | କିନ୍ତୁ ଜାଣତ ରେ ହେଉ କିମ୍ଵା ଅଜାଣତ ରେ ଆମେ କିଛି ଭୁଲ କରିଦେଉ ଯାହା ଲାଭ ବଦଳରେ ହାନି କରିଥାଏ | ତେବେ ଏହି ଧନତେରସ ଦିନ କଣ କିଣିବା ଶୁଭ ହୋଇଥାଏ ଯାହା ଦ୍ୱାରା ଘରେ ସୁଖ ସମୃଦ୍ଧି ବି ଆସିଥାଏ ଏବଂ ଧନର ବୃଦ୍ଧି ବି ହୋଇଥାଏ | ତେବେ ଆଜି ଆମେ କିଛି ଖାସ ଜିନିଷ ବିଷୟରେ କହିବୁ ଯାହାକୁ କିଣିବା ଅଶୁଭ ହୋଇଥାଏ | ତେବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡିକ କଣ କଣ?

1.କାଚର ବସ୍ତୁ – ଧନତେରସ ଦିନ କାଚ କିମ୍ଵା କାଚରେ ନିର୍ମିତ ବସ୍ତୁ କିଣିବା ଅଶୁଭ ହୋଇଥାଏ କାରଣ କାଚର ସମ୍ବନ୍ଧ ରାହୁ ସହିତ ହୋଇଥାଏ | ତେବେ ରାହୁ ମନୁଷ୍ୟ ଙ୍କ ପାଇଁ ଅଶୁଭ ହୋଇଥାଏ ସେଥିପାଇଁ ଗ୍ରହ ନକ୍ଷତ୍ର କୁ ସଠିକ ରହିବା ପାଇଁ ଧନତେରସ ଦିନ କାଚ ଜିନିଷ କିଣିବା ଉଚିତ ନୁହେଁ |

2.ଲୁହାର ଜିନିଷ – ଧ୍ୟାନ ରଖନ୍ତୁ ଧନତେରସ ଦିନ ଲୁହା କିମ୍ଵା ଲୁହା ରେ ତିଆରି କିଛି ବି ଜିନିଷ କିଣିବା ଉଚିତ ନୁହେଁ | କାରଣ ଏହା ଆପଣଙ୍କ ଭବିଷ୍ୟତ ଉପରେ କୁପ୍ରଭାବ ପକାଅଇଥାଏ | ଲୁହାର ସମ୍ବନ୍ଧ ଶନିଦେବ ଙ୍କ ହୋଇଥାଏ ତେଣୁ ଏହି ଦିନ ଭୁଲ କରି ମଧ୍ୟ ଲୁହା ଜିନିଷ କିଣିବା ଉଚିତ ନୁହେଁ |

3.ଧନତେରସ ଦିନ ଆଲୁମିନିୟମ ବାସନ କିଣିବା ଅଶୁଭ ହୋଇଥାଏ କାରଣ ଏହାର ସମ୍ବନ୍ଧ ମଧ୍ୟ ରାହୁ ସହ ହୋଇଥାଏ | ସେଥିପାଇଁ ଲୋକ ମାନେ ଏହାକୁ ପୂଜା ରେ ମଧ୍ୟ ବ୍ୟବହାର କରିନଥାନ୍ତି ଏବଂ ଏଥି ସହିତ ଆଲୁମିନିୟମ ବାସନ ରେ ଖାଦ୍ୟ ଖାଇବ ଦ୍ୱାରା ସ୍ୱାସ୍ଥ୍ୟ ମଧ୍ୟ ଖରାପ୍ ହୋଇଥାଏ | ସମସ୍ୟା ବଢିଥାଏ |

4. କଳା ଜିନିଷ ଏହି ଦିନ କିଣିବା ଉଚିତ ନୁହେଁ କାରଣ ଶାସ୍ତ୍ର ରେ କଳା ରଙ୍ଗ କୁ ଅଶୁଭ ବୋଲି କୁହାଯାଇଛି | କଳା ବାସନ କିମ୍ଵା କଳା ରଙ୍ଗର ଯେକୌଣସି ଜିନିଷ ବି କିଣିବା କିମ୍ଵା ପିନ୍ଧିବା ଶୁଭ ହୋଇନଥାଏ ତେବେ ଏହି ଦିନ କଳା ରଙ୍ଗ ବ୍ୟବହାର କରିବା କିମ୍ଵା କିଣିବା ଉଚିତ ନୁହେଁ |

5.ଧନତେରସ ଦିନ ଖାଲି ବାସନ ଘରକୁ ଆଣିବା ଉଚ୍ଚିତ ନୁହେଁ | ଯଦି କିଛି ବାସନ ଆଣୁଛନ୍ତି ସେଥିରେ କିଛି ଭରିକି ଆଣନ୍ତୁ ଶୁଭ ହୋଇଥାଏ | ଏହି ଦିନ ନକଲି ଅଳଙ୍କାର କିମ୍ଵା ଗହଣା କିଣନ୍ତୁ ନାହିଁ | ଏଥି ସହିତ ନକଲି ମୁଦ୍ରା ମଧ୍ୟ କିଣନ୍ତୁ ନାହିଁ | ମାନ୍ୟତା ଅଛି କି ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି |

6.ଧନତେରସ ଦିନ ତେଲ କିଣିବା ଶୁଭ ନୁହେଁ, କୌଣସି ବି ତେଲ ହେଉ ସେ ସୋରିଷ, ରିଫାଇନ କିମ୍ଵା ଘିଅ କିଛି ବି କିଣିବା ଉଚ୍ଚିତ ନୁହେଁ | ତେଣୁ ଦୀପ ପାଇଁ ଆପଣ ଧନତେରସ ପୂର୍ବରୁ ତେଲ କିଣିକି ରଖନ୍ତୁ | ଏହି ଦିନ କୌଣସି ଧାରୁଆ ଜିନିଷ ମଧ୍ୟ କିଣନ୍ତୁ ନାହିଁ | ଆମ ଶାସ୍ତ୍ର ରେ ଏହିପରି ଜିନିଷ ଧନତେରସ ଦିନ କିଣିବା କିମ୍ଵା ଉପହାର ଦେବା ଅଶୁଭ ହୋଇଥାଏ |

Leave a Reply

Your email address will not be published. Required fields are marked *