ଧନତେରସ ଦିନ ଘରକୁ କିଣି ଆଣନ୍ତୁ ଏହି ଗୋଟିଏ ଜିନିଷ । ତେର ଗୁଣା ବଢ଼ିଯିବ ଧନ ଏବଂ ପୁରା ହେବ ସବୁ ମନସ୍କାମନା :-

କାର୍ତ୍ତିକ ମାସର ତେର ଦିନ ଏବଂ ଦୀପାବଳିର ଦୁଇଦିନ ପୂର୍ବରୁ ଏହି ଧନତେରସ ପାଳିତ ହୋଇଥାଏ । ଧନତେରସରେ ଉଭୟ କୁବେର ଏବଂ ମାତା ଲକ୍ଷ୍ମୀଙ୍କ ପୂଜା କରାଯାଏ । ଏହିଦିନ ସବୁ ଘରେ କିଛି ନା କିଛି ସୁନା ଚାନ୍ଦିର ଜିନିଷ କିଣା ଯାଇଥାଏ । ମାତ୍ର ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ କେ ଏହି ଧନତେରସରେ କେଉଁ ଗୋଟିଏ ଜିନିଷ କିଣିବା ଉଚିତ ଯାହାଦ୍ୱାରା ଭାଗ୍ୟ ସମ୍ପୂର୍ଣ୍ଣ ବଦଳି ଯିବ । ତେବେ ଚାଲନ୍ତୁ ଜାଣିନେବା ।

ଧନ ତେରସରେ ଏହିସବୁ ଜିନିଷ ନିଶ୍ଚୟ କିଣନ୍ତୁ :-

୧ . ଧନତେରସରେ ମାତା ଲକ୍ଷ୍ମୀ ଏବଂ ଗଣେଶଙ୍କ ମୂର୍ତ୍ତି ନିଶ୍ଚୟ ଘରକୁ ଆଣନ୍ତୁ । ଏହାଦ୍ବାରା ଘରକୁ ଧନ ସମ୍ପତ୍ତିର ଆଗମନ ହୋଇଥାଏ ଏବଂ ବର୍ଷ ସାରା କେବେ ଟଙ୍କାର ଅଭାବ ହୁଏନାହିଁ ।

୨ . ଲୁଣ :-

ଦୀପାବଳି ଦିନ ଲୁଣ ପ୍ୟାକେଟ ଘରକୁ ଆଣନ୍ତୁ । ଏହାଦ୍ବାରା ଘରକୁ ସୁଖ ସମୃଦ୍ଧି ଆସିଥାଏ । ଦୀପାବଳି ଦିନ ଲୁଣ ମିଶା ପାଣିରେ ପୋଛା ମଧ୍ୟ ଲଗାନ୍ତୁ ।

୩ . ଶଙ୍ଖ :-

ଘରକୁ ଶଙ୍ଖ ଆସିବା ମଧ୍ୟ ଅତ୍ୟନ୍ତ ଶୁଭ ଅଟେ । ଏହା ସୁଖ ସମୃଦ୍ଧି ଏବଂ ଶାନ୍ତିର ପ୍ରତୀକ ଅଟେ । ତେଣୁ ଶଙ୍ଖ ସ୍ଥାପନା କରିବାକୁ ଚାହୁଁଥିଲେ ଦୀପାବଳି ଦିନ ଘରକୁ ଶଙ୍ଖ ଆଣି ପୂଜା କରି ବଜାନ୍ତୁ । ଏହାଦ୍ବାରା ଘରୁ ନକରାତ୍ମକତା ଦୂରେଇ ଯାଇ ସକାରାତ୍ମକତା ମଧ୍ୟ ପ୍ରବେଶ କରିଥାଏ । ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।

୪ . ଧଣିଆ :- ଧଣିଆ ଧନର ପ୍ରତୀକ ଅଟେ । ତେଣୁ ଦୀପାବଳି ଦିନ ଗୋଟା ଧଣିଆ ଆଣି ମାତା ଲକ୍ଷ୍ମୀଙ୍କ ସହିତ ଏହାର ପୂଜା କରନ୍ତୁ । ଏହାଦ୍ବାରା ଘରକୁ ଧନ ଆକର୍ଷିତ ହୋଇ ଆସିବ ।

୫ . ଦୀପାବଳି ଦିନ ଭଗବାନ କୁବେରଙ୍କୁ ଅର୍ପିତ କରିବା ପାଇଁ ସୁନା ଚାନ୍ଦି ମୁଦ୍ରା ମଧ୍ୟ ଆଣି ପାରିବେ । ଏହାଦ୍ବାରା ଘରକୁ ସୁଖ ସମୃଦ୍ଧି ଆସିଥାଏ । ଏହିଦିନ ଚାନ୍ଦିର ବାସନ ମଧ୍ୟ ଆଣି ପାରିବେ ।

୬ . ଏହି ଦିନ କୁଆଁରୀ କନ୍ୟାଙ୍କୁ ବସ୍ତ୍ର କିମ୍ବା ମେକଅପ ଜିନିଷ ଉପହାର ସ୍ୱରୂପ ଦେଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ।

୭ . ଧନତେରସର ଦୁଇ ଦିନ ଝାଡୁ କିଣିବାର ବିଧାନ ରହିଛି । ଆଉ ଅନ୍ୟ ଦିନରେ ଝାଡୁ କିଣିବା ଉଚିତ ନୁହେଁ । ଏହାଦ୍ବାରା ଘରକୁ ସୁଖ ସମୃଦ୍ଧି ଆସିଥାଏ ଏବଂ ମାତା ଲକ୍ଷ୍ମୀ ମଧ୍ୟ ଘରକୁ ପ୍ରବେଶ କରନ୍ତି । କାରଣ ଝାଡୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥାଏ । ଧନତେରସରେ ଝାଡୁ ଏବଂ ବାସନ ନିଶ୍ଚୟ କିଣନ୍ତୁ । ଏହାଦ୍ବାରା ଭଗବାନ ବିଷ୍ଣୁ ମଧ୍ୟ ଘରକୁ ପ୍ରବେଶ କରନ୍ତି ।

୮ . ଏହିଦିନ ବସ୍ତ୍ର ଦାନ କରି ପାରିବେ । ମାତ୍ର ଝାଡୁ ଦାନ କଲେ ଘରୁ ସୁଖ ସମୃଦ୍ଧି ଚାଲିଯାଏ । ତେଣୁ ଭୁଲରେ ବି ଝାଡୁ ଦାନ କରନ୍ତୁ ନାହିଁ । ଏହିଦିନ ଭଗବାନ ଗଣେଶ ଏବଂ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ମଧ୍ୟ କାହାକୁ ଦିଅନ୍ତୁ ନାହିଁ ।

୯ . ଏହିଦିନ କଉଡ଼ି କିମ୍ବା ରୁଦ୍ରାକ୍ଷ ଆଣିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ଏହିଦିନ ଭଗବାନ କୁବେରଙ୍କ ପୂଜା କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ତେଣୁ ଯଦି ଆପଣଙ୍କ ଘରେ ଭଗବାନ କୁବେରଙ୍କ ଫୋଟ ନାହିଁ ତେବେ ଏକ ଫୋଟ କିଣି ଆଣନ୍ତୁ ।

୧୦ . ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଜିନିଷ ହେଉଛି ଦୀପାବଳିର ପାଞ୍ଚ ପର୍ବରେ ବ୍ୟବହାର ହେଉଥିବା ଦୀପାବଳି ଧନତେରସରେ ଘରକୁ ଆଣିଲେ ଏହା ଅତ୍ୟନ୍ତ ଶୁଭ ଫଳ ଦେଇଥାଏ । ଏହାଦ୍ବାରା ଘରକୁ ସୁଖ ସମୃଦ୍ଧି ଆସିଥାଏ ଏବଂ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି ।

Leave a Reply

Your email address will not be published. Required fields are marked *