କେବଳ ଗୋଟେ ମୁଦ୍ରା ଏହି ଧନତେରସ୍ ରେ ଆପଣଙ୍କ ଭାଗ୍ୟ ବଦଳେଇଦେଇ ପାରେ | ଏହା ଶୁଣୀ ଆପଣଙ୍କୁ ନିଶ୍ଚିତ ଅଜବ ଲାଗୁଥିବ କିନ୍ତୁ ଏହା ସତ | ଆପଣମାନେ ଏହା ଦେଖିଥିବେ କି ସମସ୍ତେ ଯିଏ ବି ଆପଣଙ୍କୁ ଆଶ୍ରିବାଦ ଦିଅନ୍ତୁ ଆପଣଙ୍କୁ ସବୁବେଳେ 11,21,101 ଟଙ୍କା ହିଁ ଦେଇଥାନ୍ତି | ଯେତେବି ଦିଅନ୍ତୁ କିନ୍ତୁ ସେଥିରେ 1 ନିଶ୍ଚିତ ରୂପରେ ଥାଏ | କାହିଁକି ନା ଏହି 1ଟଙ୍କାର ବିଶେଷ ସ୍ଥାନ ରହିଛି | ଏବଂ ଏହି ସମୟରେ ଆପଣ ଏହା ଚାହୁଁଥିବେ କି ମୁଁ କିଛି ପଇସା ରୋଜଗାର କରିଲେ କିଛି ଖର୍ଚ୍ଚ କରିବି ଆଉ କିଛି ଆଗାମୀ ଭବିଷ୍ୟତ ପାଇଁ ସଞ୍ଜୟ କରି ରଖିବି |
ଯାହା ପାଇଁ ଆପଣ ଦିନ ରାତି ପରିଶ୍ରମ କରୁଛନ୍ତି | କିନ୍ତୁ ଏଠି ଶାନ୍ତିରେ ବଞ୍ଚିବା ଛାଡ଼ କେବେ କେବେ ଏମିତି ମଧ୍ୟ ହୋଇଥାଏ ଯେତେ ପଇସା ରୋଜଗାର କରିଲେ ବି ଅଣ୍ଟେ ନାହିଁ | ତେବେ ବନ୍ଧୁଗଣ ଚାଲନ୍ତୁ ଜାଣିବା ଏହି 1ଟଙ୍କାର ମୁଦ୍ରାକୁ ନେଇ ଆମେ ଧନତେରସରେ କଣ କରିବା | ଆମେ ଆଜି ଆପଣଙ୍କର ଅର୍ଥ ଜନିତ ସମସ୍ୟା ଦୂର କରିବା ପାଇଁ 3ଟି ଉପାୟ କହିବୁ | ଆପଣ ଏହି ଉପାୟ ଗୁଡିକ ଭିତରୁ କୋୖଣସି ବି ଉପାୟ କରି ଲାଭବାନ୍ ହୋଇପାରିବେ |
ବନ୍ଧୁଗଣ ଏମିତିରେ ତ ଧନତେରସ ଦିନ ଚାନ୍ଧିର ମୁଦ୍ରା କିଣିବାର ପ୍ରଚଳନ ରହିଛି | ଏବଂ ଯଦି ଆପଣ ସତରେ ବି ଚାନ୍ଧିର ମୁଦ୍ରା କିଣିବାକୁ ଚାହୁଁଛନ୍ତି ତେବେ ଆପଣ ଏପରି ମୁଦ୍ରା କିଣନ୍ତୁ ଯେଉଁ ମୁଦ୍ରାରେ ମାତା ଲଷ୍ମୀ ଏବଂ ଗଣେଶ ଭଗବାନଙ୍କର ଚିତ୍ର ଅଙ୍କିତ ହୋଇଥିବ | ଆପଣ ଚାହିଁଲେ ଗୋଟେ ଗ୍ରାମର ବି ମୁଦ୍ରା ନେଇପାରିବେ |
ଯଦି ଆପଣ ଏଭଳି ମୁଦ୍ରା ନେଉଛନ୍ତି ତେବେ ଆପଣ ଏହାକୁ କେବଳ ଧନତେରସରେ ନୁହଁ ବରଂ ଦୀପାବଳି ପୂଜାରେ ମଧ୍ୟ ରଖିପାରିବେ | ଏବଂ ସେହି ମୁଦ୍ରାକୁ ଭଲରେ ପୂଜା କରି ମାତା ଲଷ୍ମୀଙ୍କୁ ସମର୍ପଣ କରିସରିବା ପରେ ସେହି ମୁଦ୍ରାକୁ ଆପଣ ଧନ ରଖୁଥିବା ସ୍ଥାନରେ ନେଇ ରଖିଦିଅନ୍ତୁ | ଏମିତି କରିବା ଦ୍ୱାରା ଆପଣଙ୍କ ଘରକୁ ଧନ ଆସିବ, ବ୍ୟବସାୟ ବୃଦ୍ଧି ହେବ | ଆପଣଙ୍କର ସମସ୍ତ କଷ୍ଟ ନାଶ ହୋଇଯିବ |
ଯଦି ଆପଣ ମାତା ଲଷ୍ମୀଙ୍କୁ ପ୍ରଶନ କରିବାକୁ ଚାହୁଁଛନ୍ତି ତେବେ ଏହି ଗୋଟେ ଉପାୟ ନିଶ୍ଚିତ କରନ୍ତୁ | ମାତ୍ର ଏହି ଗୋଟେ ଟଙ୍କାର ମୁଦ୍ରା ହିଁ ଉପାୟ | ଜୀବନରୁ ଧନର ସମସ୍ୟା ଦୂର କରିବାକୁ ଗୋଟେ ଟଙ୍କାର ମୁଦ୍ରାର ଉପାୟ ଶୁକ୍ରବାର ଦିନ କରାଯାଏ | ଏବଂ ଏହି ସମୟରେ ଖୁସି ଖବର ଏହା କି ଧନତେରସ ମଧ୍ୟ ଶୁକ୍ରବାର ଦିନ ହିଁ ପଡୁଛି | ଏହିଦିନ ତ ଆପଣ ମାତା ଲଷ୍ମୀ, କୁବେର ଦେବଙ୍କର ପୂଜା ତ ନିଶ୍ଚିତ ରୂପେ କରିବେ ଏବଂ କଳସ ମଧ୍ୟ ବସେଇବେ |
ଆଜ୍ଞା ସେହି କଳସରେ ଏହି ଗୋଟେ ମୁଦ୍ରାକୁ ପକେଇ ଦିଅନ୍ତୁ | ଏବଂ ସେହି କଳସର ଉପରେ ଆପଣ ହଳଦୀ କିମ୍ଭା ସିନ୍ଧୁରରେ ସ୍ୱସ୍ତିକ ଚି଼ହ୍ନ ବନାନ୍ତୁ | ଏବଂ ପରଦିନ ଆପଣ ସେହି କଳସର ପାଣିକୁ ଫୁଲ ଗଛରେ ଢାଳିଦିଅନ୍ତୁ କିନ୍ତୁ ସେହି ମୁଦ୍ରାକୁ ନିଜ ପର୍ସରେ ରଖିଦିଅନ୍ତୁ ଏବଂ ମନେ ରଖିବେ ସେହି ମୁଦ୍ରାକୁ ଖର୍ଚ୍ଚ କରିବେ ନାହିଁ | ଏମିତି କରିବା ଦ୍ୱାରା ଧନ ଆସିବାର ରାସ୍ତା ସବୁଦିନ ପାଇଁ ଖୋଲିଯାଏ |
ଏବଂ ଯଦି ଆପଣ ଧନତେରସରେ ପୂଜା କରିବା ସମୟରେ ମାତା ଲଷ୍ମୀଙ୍କୁ ନିଜ ଘରକୁ ଆଣିବାକୁ ଚାହୁଁଥିବେ ତେବେ କଣ କରିବେ ଚାଲନ୍ତୁ ଜାଣିବା ସେଥିପାଇଁ ଗୋଟେ ଛୋଟ ଉପାୟ | ଏହିଦିନ ଗୋଟେ ଛୋଟ ମାଟିର କଳସ ନିଅନ୍ତୁ ଏବଂ ସେହି କଳସରେ ଭରପୁର ଚାଉଳ ଭରିଦିଆନ୍ତୁ | ଏବଂ ଚାଉଳ ଉପରେ ଦୁଇଟି ଦୁବ ଘାସ ରଖିଦିଅନ୍ତୁ | ଏବଂ 1ଟଙ୍କାର ମୁଦ୍ରା ସେହିଥିରେ ପକେଇଦିଅନ୍ତୁ | ଏବଂ ସେହି କଳସକୁ ଲାଲ ରଙ୍ଗର କପଡାରେ ବାନ୍ଧିଦିଅନ୍ତୁ |
ଏହି କଳସକୁ ଆପଣଙ୍କ ଘରର ଠାକୁରଙ୍କ ପାଖରେ ରଖିଦିଅନ୍ତୁ ଏବଂ ସବୁଦିନ ସେହି କଳସକୁ ମଧ୍ୟ ପୂଜା କରନ୍ତୁ | ଏବଂ ଆରବର୍ଷ ଯେତେବେଳେ ଏହିଦିନ ଆସିବ ସେଦିନ ଆପଣ ସେହି କଳସରୁ ଚାଉଳକୁ ବାହାର କରି କୋୖଣସି ପୋଖରୀରେ ପକେଇଦିଅନ୍ତୁ ଏବଂ ସେହି ମୁଦ୍ରାକୁ ନିଜ ପାଖରେ ରକହିଦିଅନ୍ତୁ ଏବଂ ପୁଣି ଥରେ କଳସରେ ଚାଉଳ ଭରି କରି ସେଥିରେ ମୁଦ୍ରା ପକାଇ ବାନ୍ଧି ଆଉଗୋଟିଏ ବର୍ଷ ପର୍ଯ୍ୟନ୍ତ ପୂଜା କରନ୍ତୁ |
ଏହି ଉପାୟ କରିବା ଦ୍ୱାରା ମାତା ଲଷ୍ମୀ ପ୍ରଶନ ହୁଅନ୍ତି | ଆପଣଙ୍କ ଜୀବନରେ ଥିବା ଧନ ଜନିତ ସବୁ ସମସ୍ୟାକୁ ଦୂର କରନ୍ତି | ଆପଣମାନେ ମଧ୍ୟ ଥରେ ଏହି ଉପାୟ ନିଶ୍ଚିତ କରି ଦେଖନ୍ତୁ | ଆପଣଙ୍କ ଭାଗ୍ୟ ମଧ୍ୟ ଖୋଲିଯିବ |