ହିନ୍ଦୁ ଧର୍ମରେ ଦୀପାବଳି ଏବଂ ଧନତେରସର ଅନେକ ମହତ୍ତ୍ୱ ରହିଛି । ସବୁ ଲୋକ ଏହି ଦୀପାବଳି ପର୍ବକୁ ଖୁବ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି । ଏହାକୁ ଆଲୋକର ଉତ୍ସବ ବୋଲି ମଧ୍ୟ କୁହାଯାଏ । ଦୀପାବଳି ଦିନ ସାଧରଣତଃ କୌଣସି ବସ୍ତୁକୁ ହଠାତ ଛୁଇଁବା ଉଚିତ ନୁହେଁ କିମ୍ବା ଡେଇଁବା ଉଚିତ ନୁହେଁ । କାରଣ ଏହି ଦିନ ଲୋକେ ତୋଟକା କରିଥାନ୍ତି । ଖାସକରି ଧଳା ବସ୍ତୁକୁ ଖାଇବା ଉଚିତ ନୁହେଁ କିମ୍ବା ଟୋଟକା କରିବା ଉଚିତ ନୁହେଁ । ଯଦି ଆପଣ ଏହିଦିନ କାହାକୁ ଉପହାର ଦେବାକୁ ଚାହୁଁଛନ୍ତି ତେବେ କଳା ରଙ୍ଗର ହିଁ ଦିଅନ୍ତୁ ।
ଏହିଦିନ ଚମଡ଼ାରେ ତିଆରି ବସ୍ତୁକୁ ଛୁଇଁବା ଉଚିତ ନୁହେଁ । ଏହିଦିନ ଜୁଆ ଖେଳିବା ଭଳି କାମ କରିବା ଦ୍ୱାରା ମଧ୍ୟ ଦରିଦ୍ର୍ୟତା ଆସିଥାଏ । ଏହିଦିନ ସ୍ୱାମୀ ସ୍ତ୍ରୀ ସମ୍ବନ୍ଧ ବର୍ଜିତ ଅଟେ । ଯଦି ଆପଣଙ୍କୁ ଏହିଦିନ କେହି କିଛି ମାଗିବାକୁ ଆସୁଛନ୍ତି ତେବେ ଅତିକମରେ କିଛି ଖାଇବାକୁ ଦିଅନ୍ତୁ । ଖାଲି ହାତରେ କାହାକୁ ବି ଯିବାକୁ ଦିଅନ୍ତୁ ନାହିଁ । ମାତ୍ର ଭୁଲରେବି ଟଙ୍କା ଦିଅନ୍ତୁ ନାହିଁ । ଏହି ଦିନ ରାତି ୧୨ ପୂର୍ବରୁ ଶୋଇବା ଉଚିତ ନୁହେଁ । ତେବେ ଆଜି ଆମେ କିଛି ନିୟମ ବିଷୟରେ କହିବୁ ଯେଉଁ ନିୟମ ଅନୁଯାୟୀ ଏହି ଦିନ ଆପଣଙ୍କୁ କିଛି ଏମିତି ଜିନିଷ ଅଛି ଯାହାକୁ କାହାକୁବି ଦେବା ଉଚିତ ନୁହେଁ । ଏହି ନିୟମକୁ ଧନତେରସ ଦିନ ଠାରୁ ହିଁ ପାଳନ କରନ୍ତୁ ।

ଏହିଦିନ ଦହି , କ୍ଷୀର , ଘିଅ କାହାକୁ ବି ଦିଅନ୍ତୁ ନାହିଁ । ଖାସକରି ଧନତେରସ ଦିନ ଯଦି କେହି ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ଆଣିବାକୁ କହନ୍ତି ତେବେ ପଇସା ଦେଇ ଆଣନ୍ତୁ । କାରଣ ଭଗବାନଙ୍କ ମୂର୍ତ୍ତି କାହାକୁ ଉପହାରରେ ଦେବା ଉଚିତ ନୁହେଁ । କାରଣ ଏହାଦ୍ବାରା ଜୀବନର ଭଲ ଶ୍ରେୟ ଚାଲିଯାଏ ଏବଂ ଏହିଦିନ ଘଡ଼ି ମଧ୍ୟ କାହାକୁ ଦିଅନ୍ତୁ ନାହିଁ । ଏହାଦ୍ବାରା ଆପଣ ଯାହାକୁ ଘଡ଼ି ଦେଉଛନ୍ତି ସେହି ବ୍ୟକ୍ତିର ଭଲ ସମୟ ଆରମ୍ଭ ହୋଇଯିବ ଏବଂ ଆପଣଙ୍କର ଖରାପ ସମୟ ଆରମ୍ଭ ହୋଇଯିବ । ତେଣୁ ଘଡ଼ି କାହାକୁବି ଉପହାରରେ ଦେବା ଉଚିତ ନୁହେଁ ।
ଏହିଦିନ କ୍ଷୀର , ଦହି , ଘିଅ ଭଳି ଧଳା ଜିନିଷ କିମ୍ବା ମହୁ ମଧ୍ୟ କାହାକୁ ଦିଅନ୍ତୁ ନାହିଁ । ଏହିଦିନ ଶୃଙ୍ଗାର ଜିନିଷ ମଧ୍ୟ କାହାକୁ ଦେବା ଉଚିତ ନୁହେଁ । ଖାସ କରି ବିବାହିତା ମହିଳା । କାରଣ ମାତା ଲକ୍ଷ୍ମୀଙ୍କୁ ଶୃଙ୍ଗାର ଜିନିଷ ଅଧିକ ପସନ୍ଦ ଥାଏ । ଧନତେରସ ଦିନ କାହାକୁ ଟଙ୍କା ଆଦୋୖ ଦିଅନ୍ତୁ ନାହିଁ । ଅନ୍ୟ ଦିନ ଆପଣ ଦେଇ ପାରନ୍ତି କିନ୍ତୁ ଧନତେରସ ଦିନ ନୁହେଁ ।
