ଦୀପାବଳିକୁ ଦୀପର ଉତ୍ସବ କିମ୍ବା ଆଲୋକର ଉତ୍ସବ ମଧ୍ୟ କୁହାଯାଏ । ଏହିଦିନ ଦୀପ ଜାଳିବାର ଅନେକ ମହତ୍ତ୍ୱ ରହିଥାଏ । ଏହିଦିନ ନକରାତ୍ମକ ଶକ୍ତିର ପରାଜୟ ହୋଇଥାଏ । ତେବେ ଏହି ଦିନ ଦୀପ ଜାଳିବା ଉପରେ ଆମେ ଆପଣଙ୍କୁ କିଛି ବିଶେଷ ମହତ୍ତ୍ୱ ବିଷୟରେ କହିବୁ ଏବଂ ଏହିଦିନ ୧୩ ଟି ଦୀପ କେଉଁ ସ୍ଥାନରେ , କେତେବେଳେ ଏବଂ କିପରି ଜାଳିବେ ତାହା ମଧ୍ୟ କହିବୁ ।
ଦୀପାବଳି ଦିନଟି ଖୁବ ଆନନ୍ଦ ଉଲ୍ଲାସର ଦିନ ଅଟେ । ଏହିଦିନ ଦୀପ ଜାଳିବା ଦ୍ୱାରା ମାତା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି ଏବଂ ଘରକୁ ଧନ ସମ୍ପତ୍ତି ସୁଖ ସମୃଦ୍ଧି ଆସିଥାଏ । ତେବେ ଚାଲନ୍ତୁ ସେହି ୧୩ ଟି ଦୀପ ବିଷୟରେ ଜାଣିନେବା ।୧ . ତେବେ ଧନତେରସ ଦିନ ପ୍ରଥମ ଦୀପ ଯମରାଜଙ୍କ ଉଦ୍ଦେଶ୍ୟରେ ଜଳା ଯାଇଥାଏ ।
ଏପରି ମାନ୍ୟତା ରହିଛି ଯେ ଯେଉଁ ଘରେ ଧନତେରସ ଦିନ ଯମରାଜଙ୍କ ଉଦ୍ଦେଶ୍ୟରେ ଦୀପ ଜଳା ଯାଏ ସେହି ଘରେ କାହାରି ଅକାଳ ମୃତ୍ୟୁ ହୁଏନାହିଁ । ତେବେ ଏହି ଦୀପ ଜାଳିବା ପାଇଁ ସମସ୍ତ ଘରର ସଦସ୍ୟ ଘରେ ରହିବା ଉଚିତ । ଘରର ସଦସ୍ୟ ଘରକୁ ଆସି ରାତିରେ ସମସ୍ତେ ଶୋଇବା ପରେ ଘରର ସବୁଠାରୁ ବଡ଼ ଲୋକ ଏହି ଦୀପ ଜାଳିବା ଉଚିତ ।

ଏହି ଦୀପ ଜାଳିବା ପାଇଁ ସୋରିଷ ତେଲର ଉପଯୋଗ କରନ୍ତୁ ଏବଂ ଦକ୍ଷିଣ ଦିଗକୁ ମୁହଁ କରି ଦୀପକୁ ରଖନ୍ତୁ । ଆପଣ ଏହାକୁ ଡସ୍ଟବିନ ପାଖରେ ମଧ୍ୟ ରଖି ପାରିବେ ମାତ୍ର ଦକ୍ଷିଣ ଦିଗକୁ ନିଶ୍ଚୟ ଏହା ମୁହଁ କରି ରହିବା ଉଚିତ । ରାତିରେ ଏହି ଦୀପ ଜାଳାଇ ସବୁ କାଠରୀରେ ବୁଲାଇ ଏହାକୁ ଆଣି ବାହାରେ ରଖି ଦିଅନ୍ତୁ । ଏହି ଦୀପ ଘରର ସବୁ ନକରାତ୍ମକତାକୁ ଅବଶୋଷିତ କରିଥାଏ ।
୨ . ଦୀପାବଳିର ଦ୍ୱିତୀୟ ଦୀପ ଘରର ପାଖ କୌଣସି ମନ୍ଦିରକୁ ଯାଇ ଜଳାନ୍ତୁ । ଯଦି ସମ୍ଭବ ନୁହେଁ ତେବେ ଘରର ମନ୍ଦିରରେ ମଧ୍ୟ ଲଗାଇ ପାରିବେ । ଏହି ଦୀପ ଜାଳିବା ଦ୍ୱାରା କରଜ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ଏବଂ ଜୀବନରେ କୌଣସି ଧନ ସମ୍ବନ୍ଧୀୟ ସମସ୍ୟାକୁ ସାମ୍ନା କରିବାକୁ ପଡ଼େ ନାହିଁ ।

୩ . ତୃତୀୟ ଦୀପ ଘରର ତୁଳସୀ ଚଉରା ମୂଳରେ ଜାଳି ଦିଅନ୍ତୁ । ଚତୁର୍ଥ ଦୀପ ଘରର ବାହାରେ ଅର୍ଥାତ ମୁଖ୍ୟଦ୍ୱାରରେ ଲଗାଇବା ଉଚିତ । ପଞ୍ଚମ ଦୀପ ଧନତେରସ ଦିନ ଲଗା ଯାଇଥାଏ । ଷଷ୍ଠ ଦୀପ ଅଶ୍ୱତ ଗଛ ତଳେ ଏବଂ ସପ୍ତମ ଦୀପ କୌଣସି ଡସ୍ଟବିନ ପାଖରେ , ଅଷ୍ଟମ ଦୀପ ବାଥରୁମରେ , ନବମ ଦୀପ ଘରର ପାଚେରୀରେ , ଦଶମ ଦୀପ ଛାତ ଉପରେ , ଏକାଦଶ ଦୀପ ଘରର ଦ୍ୱାରରେ , ଦ୍ଵାଦଶ ଦୀପ ଝରକା ଏବଂ ତେରତମ ଦୀପ କୌଣସି ଉଚ୍ଚ ସ୍ଥାନରେ ଲଗାଇ ଦେବା ଉଚିତ ।
ଧନତେରସ ଠାରୁ ଦୀପାବଳି ପର୍ଯ୍ୟନ୍ତ ଏହି ଦୀପ ଜାଳିବା ଉଚିତ । ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ମାତ୍ର ଏହି ସବୁ ଉପାୟକୁ ନିଷ୍ଠାର ସହିତ ପାଳନ କରନ୍ତୁ ନଚେତ ଏହା କରିବାର କୌଣସି ଫଳପ୍ରଦ ହେବ ନାହିଁ । ଧନତେରସ ଦିନ ଏହି ଉପାୟ ନିଶ୍ଚୟ କରନ୍ତୁ । ଦେଖିବେ ଏହାର ଅତ୍ୟନ୍ତ ଭଲ ଫାଇଦା ଆପଣଙ୍କୁ ମିଳିବ । ଦୀପାବଳି ଠାରୁ ଧନତେରସ ପର୍ଯ୍ୟନ୍ତ ଆପଣ ଏହାକୁ ଘରେ ଲଗାଇ ପାରିବେ ମାତ୍ର ଚତୁର୍ଦ୍ଦଶୀ ଦିନ ଲଗାଇଲେ ଘର ବାହାରେ ଆବର୍ଜନା ପାଖରେ ହିଁ ଲଗାନ୍ତୁ । ସର୍ବଦା ଦୀପର ମୁହଁ ଦକ୍ଷିଣ ଦିଗକୁ ରହିବା ଉଚିତ ।
