ବନ୍ଧୁଗଣ ଆମେ ଆଜି ଆପଣଙ୍କୁ ଏହି ଆର୍ଟିକିଲ୍ ରେ ଏହା କହିବାକୁ ଯାଉଛୁ ଯେ ଯେତେବେଳେ ଆପଣ ଦୀପାବଳୀରେ ନିଜ ଘରକୁ ସଫା-ସୁତୁରା କରୁଛନ୍ତି ସେତେବେଳେ ଆପଣଙ୍କୁ କିଛି କଥାର ବିଶେଷ ଧ୍ୟାନ ଦେବାକୁ ହେବ | ଆମେ ଆପଣଙ୍କୁ କହିରଖୁଛୁ ଯେ ଦୀପାବଳୀରେ ଏ ଘର ସଫା-ସଫି କରିବାର ମହତ୍ୱ କଣ ଅଟେ | ପ୍ରଥମେ ତ ଆମେ ଆପଣଙ୍କୁ କହିରଖୁଛୁ ଯେ ଆମେ ଆମ ଘରେ ପ୍ରତିଦିନ ଯେଉଁ ପ୍ରକାରର ସଫା କରେ ତା ପଛରେ ମଧ୍ୟ ଗୋଟେ ରହସ୍ୟ ଅଛି ଯାହା ଜାଣିବା ଅତ୍ୟନ୍ତ ଜରୁରୀ ଅଟେ |
ବନ୍ଧୁଗଣ ଘର ସଫା କରିବାର ମାନେ ଏହା ନୁହେଁ ଯେ ଆପଣ ନିଜକୁ ସଫା କରିବେ ବରଂ ସଫା କରିବାର ଅସଲି ଅର୍ଥ ହେଉଛି ଏହା ଯେ ଆପଣଙ୍କ ଘରେ ଜମା ହୋଇଥିବା ଆପଣଙ୍କର ଅଦରକାରୀ ଜିନିଷ ଏବଂ ଅଳିଆ ଆବର୍ଜନା ସେ ସବୁକୁ ନେଇ ବାହାରେ ଫିଙ୍ଗିବା ହିଁ ଦୀପାବଳୀର ପ୍ରକୃତରେ ସଫା-ସଫେଇ ହୋଇଥାଏ |ତେବେ ବନ୍ଧୁଗଣ ଆମେ ଆପଣଙ୍କୁ କହିରଖୁଛୁ ଯେ ଦୀପାବଳୀରେ ଘର ସଫା କରିବା ବେଳେ ଆପଣଙ୍କୁ କେଉଁ କେଉଁ ଜିନିଷର ଧ୍ୟାନ ଦେବା ଉଚିତ | ଏବଂ କେଉଁ କେଉଁ ଜିନିଷକୁ ଘରୁ ବାହାର କରିଦେବା ଉଚିତ | ଏବଂ ଏହା ସହ ଘର ସଫା କରିବା ବେଳେ କେଉଁ କେଉଁ ଭୁଲ କରିବା ଉଚିତ ନୁହେଁ |
ଯେତେବେଳେ ଆପଣ ନିଜ ଘରକୁ ସଫା କରୁଛନ୍ତି ତେବେ ଆପଣ ନିଜ ଘରର ସମସ୍ତ କାନ୍ଥକୁ ବହୁତ ଭଲରେ ସଫା କରନ୍ତୁ | ଏହା ସହ ଆପଣଙ୍କ ଘରେ ଥିବା ଆଲମାରୀ, ଏବଂ ଅନ୍ୟନ୍ୟ ଯାହା ବି ଜିନିଷ ଅଛି ସେ ସବୁକୁ ସଫା କରି ଚମକେଇ ଦିଅନ୍ତୁ | କିନ୍ତୁ ଏହା ସହ କିଛି ବିଶେଷ ଧ୍ୟାନ ମଧ୍ୟ ରଖିବାକୁ ହେବ ଆପଣଙ୍କୁ | ଏହି ବିଶେଷ ଜିନିଷ ହେଉଛି ଆପଣଙ୍କ ଘରେ ଥିବା ସମସ୍ତ ଖରାପ ବାସନ ତଥା ଭଙ୍ଗା ବାସନ ତେଣିକି ସେ ଯେତେ ବି ଦାମୀ ସେଟ ହେଉ ନା କାହିଁକି ତାକୁ ବାହାର କରିଦିଅନ୍ତୁ ଏବଂ ଏହା ସହ ଷ୍ଟିଲ୍ ବାସନ ମଧ୍ୟ ଫାଟିଯାଏ ତାକୁ ମଧ୍ୟ ଘରେ ରଖନ୍ତୁ ନାହିଁ |

ଏହି ଭଳି ବାସନକୁ ଘରେ ବ୍ୟବହାର କରିଲେ ଘରେ ବାସ୍ତୁ ଦୋଷକୁ ଜନ୍ମ ଦେଇଥାଏ | ଯଦି ଆପଣ ଏହି ଭଳି ବାସନ ବ୍ୟବହାର କରନ୍ତି ତେବେ ସେ ଯେତେବି ଧନୀ ଏବଂ ଯେତେ ବି ଭାଗ୍ୟବାନ ବ୍ୟକ୍ତି ହଉ ନା କାହିଁକି ଖୁବ ଶୀଘ୍ର ସେ ଦରିଦ୍ର ହୋଇଯିବ | ସେ ଦରିଦ୍ରତାର ଚରମ ସୀମାରେ ପହଂଚିଯିବ | ଦୀପାବଳୀରେ ଘର ସଫା କରିବା ସମୟରେ ଏହା ମଧ୍ୟ ଧ୍ୟାନ ଦିଅନ୍ତୁ କି ଆପଣଙ୍କର ଦରକାରରେ ଆସୁନଥିବା ଜିନିଷକୁ ବାହାର କରିଦିଅନ୍ତୁ |
ଏବେ ଚାଲନ୍ତୁ କଥା ହେଇଯିବା ଘରର ପୂଜା ଥାଳି ବିଷୟରେ | ପୂଜା ଥାଳିରେ ତ ଆମେ କେବଳ ଭଗବାନଙ୍କୁ ହିଁ ଭୋଗ ଅର୍ପଣ କରିଥାଉ | ଏହା କେବଳ ଭଗବାନଙ୍କ କାର୍ଯ୍ୟରେ ହିଁ ଲାଗିଥାଏ | ତେବେ ଆପଣ ଏହି ଥାଳିରେ ଦେଖିବେ ଯେ ଯଦି ସେହି ଥାଳିରେ କେଉଁଠି ଅସନା କିମ୍ଭା ସେହି ଥାଳି ଯଦି ଚେପା ହେଇଯାଇଥାଏ କିମ୍ଭା ଫୁଟି ଯାଇଥାଏ ତେବେ ଆପଣ ସେହି ଭଳି ବାସନର ବ୍ୟବହାର କେବେ ବି କରନ୍ତୁ ନାହିଁ | ଏବଂ ଯଦି ଆପଣ ଏହି ଭଳି ବାସନ ଭଗବାନଙ୍କ ପୂଜାରେ ବ୍ୟବହାର ମାରୁଛନ୍ତି ତେବେ ଏହା ଆପଣଙ୍କ ଜୀବନରେ ଦୋଷ ଉତ୍ପନ କରିଥାଏ | ସଫା କରିବା ସମୟରେ ଏହି କଥାର ଧ୍ୟାନ ଦିଅନ୍ତୁ | ନଚେତ ଆପଣଙ୍କ ଜୀବନରେ ସମସ୍ୟାର ଧାର ଲାଗିରହିବ |
ଘରେ ଥିବା ଭଙ୍ଗା ଆଇନା କିମ୍ଭା ଭାଙ୍ଗିଯାଇଥିବା କୋୖଣସି କାଚ ଜିନଷ ରଖିବା ବାସ୍ତୁ ଶାସ୍ତ୍ର ଅନୁଯାୟୀ ଅଶୁଭ ହୋଇଥାଏ | ଏହା ଘରେ ରହିବ ଦ୍ୱାରା ଘରେ ନକାରାତ୍ମକ ଉର୍ଜା ସକରୀୟ ରହିଥାଏ | ଘରର ସଦସ୍ୟ ମାନଙ୍କୁ ଅନେକ ପ୍ରକାରର ସମସ୍ୟାର ସମୁଖୀନ ହେବାକୁ ପଡିଥାଏ | ସେଥିପାଇଁ ଯଦି ଆପଣଙ୍କ ଘରେ ଭଙ୍ଗା ଆଇନା, କିମ୍ଭା ଭଙ୍ଗା କାଚ, କିମ୍ଭା ଭଙ୍ଗା ଫ୍ରେମ୍ ଅଛି ତେବେ ଆପଣ ଏହାକୁ ଜଲ୍ଦି ନିଜ ଘରୁ ବାହାର କରି ଫୋପାଡ଼ି ଦିଅନ୍ତୁ |
ପ୍ରାୟତଃ ଅନେକ ଲୋକ ନିଜର ଫଟା ଚିରା କପଡା, ପରଦା, କିମ୍ଭା ଅନ୍ୟ କୋୖଣସି କପଡାକୁ ଘରେ ରଖିଦିଅନ୍ତି କାଳେ ସେହି କପଡା କୋୖଣସି ନା କୋୖଣସି କାମରେ ଆସିବ ବୋଲି | କିନ୍ତୁ ଏମିତି ଚିରା ଫଟା କପଡା ଘରେ ରଖିବା ଦ୍ୱାରା କିମ୍ଭା ଚିରା ପୋଷାକ ପିନ୍ଧିବା ଦ୍ୱାରା ଘରକୁ ନକାରାତ୍ମକ ଶକ୍ତି ଆସିଥାଏ | ତେଣୁ କେବେ ବି ଚିରା ପୋଷାକ ପିନ୍ଧନ୍ତୁ ନାହିଁ ଏବଂ ଘରେ କେବେ ବି ଚିରା ଫଟା କପଡା ରଖନ୍ତୁ ନାହିଁ |

ଏହି ଦିନ ଷ୍ଟିଲ ଜିଣିଷ କିଣନ୍ତୁ ନାହିଁ କାରଣ ଷ୍ଟିଲ ସୁଦ୍ଧ ଧାତୁ ହୋଇନଥାଏ | ଏଥିରେ ରାହୁ ବାସ କରନ୍ତି, ରାହୁ ପ୍ରଭାବ ରୁ ଧନ ଉପରେ ପ୍ରଭାବ ପଡିଥାଏ ତେଣୁ ଏହି ଦିନ ଷ୍ଟିଲ ଜିଣିଷ ଆଣନ୍ତୁ ନାହିଁ |ଏହି ପ୍ରକାରରେ ଲୁହା ରେ ଶନିଦେବ ଙ୍କ ବାସ ହୋଇଥାଏ ତେଣୁ ଲୁହ ମଧ୍ୟ କିଣିବା ଅତ୍ୟନ୍ତ ଅଶୁଭ ହୋଇଥାଏ | ଆଲୁମିନିୟମ ରେ ମଧ୍ୟ ରାହୁ ଙ୍କର ବାସ ହୋଇଥାଏ ତେଣୁ ଏହି ଧାତୁ କିଣିବାରୁ ବଞ୍ଚନ୍ତୁ |ପ୍ରକୃତିକ ଜିଣିଷ କିଣିବା ଉଚିତ ମଣିଷ ତିଆରି ଜିଣିଷ କେବଳ ପିତଳ ଧାତୁ କିଣିବା ଉଚିତ | ଏହା ଦ୍ୱାରା ଦୁର୍ଭାଗ୍ୟ ଆପଣଙ୍କ ଉପରେ ପ୍ରଭାବ ପକେଇପାରେ | ଏହି ଦିନ ଭୁଲ ରେ କିଣିକି ଆଣନ୍ତୁ ନାହିଁ ବହୁତ ଅନିଷ୍ଟ ହୋଇଥାଏ |
ଏହି ଖାଲି ବାସନ ଘରକୁ ଆଣନ୍ତୁ ନାହିଁ ଅଶୁଭ ହୋଇଥାଏ | ଏହି ଦିନ ଛୁରୀ, ଖଣ୍ଡା କଇଁଚି ଆଦି ଧାର ଜାତୀୟ ଜିଣିଷ କିଣିବା ଉଚିତ ନୁହେଁ | ମନେ ରଖନ୍ତୁ ଏହି ଦିନ ପ୍ଲାଷ୍ଟିକ ଜିନିଷ କିଣିବାରୁ ବଞ୍ଚନ୍ତୁ ଏହା ଆପଣଙ୍କ ସମୃଦ୍ଧି କୁ ରୋକିଥାଏ | ଏହି ଦିନ କାଚ ରେ ନିର୍ମିତ ଜିନିଷ କିଣିବା ଉଚିତ ନୁହେଁ କାରଣ କାଚ ରେ ମଧ୍ୟ ରାହୁ ଙ୍କ ବାସ ହୋଇଥାଏ |
ଚାଇନା ମାଟି ରେ ତିଆରି ଜିଣିଷ ଏବଂ କାଚ ଜିନିଷ ବ୍ୟବହାର କରିବା ଅଶୁଭ ହୋଇଥାଏ |ଏହି ଦିନ କଳା ରଙ୍ଗ ର କୋୖଣସି ଜିଣିଷ କିଣନ୍ତୁ ନାହିଁ | ଧନତେରସ ଦିନ ଅଶୁଦ୍ଧ କିମ୍ଵା ମିଶ୍ରିତ ଜିଣିଷ କିଣନ୍ତୁ ନାହିଁ ଅତ୍ୟନ୍ତ ଅଶୁଭ ହୋଇଥାଏ | ଅଶୁଦ୍ଧ ତେଲ ରେ ଦୀପ ଜାଳାନ୍ତୁ ନାହିଁ | ଧନତେରସ ଦିନ କୌଣସି ନକଲି ଗହଣା କିମ୍ଵା ଅଳଙ୍କାର କିଣନ୍ତୁ ନାହିଁ ଏହା ଦ୍ୱାରା ଗରିବୀ ଆସିଥାଏ |
