ରାଶିଫଳ ୧୪ ଅକ୍ଟୋବର ୨୦୨୨: ଆଜି ଖାସ ୩ଟି ରାଶିର ଜୀବନରେ ପରିବର୍ତ୍ତନ ହେବାକୁ ଯାଉଛି। ସମସ୍ତ ଅଭିଳାଷା ହେବ ପୂରଣ।

ଆମେ ଆପଣଙ୍କୁ ୧୪ ଅକ୍ଟୋବର ରାଶିଫଳ କହିବାକୁ ଯାଉଛୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବାର, ତିଥି, ଗ୍ରହ ଓ ନକ୍ଷତ୍ର ମାନଙ୍କୁ ଆଧାର କରି ରାଶିଫଳ ଗଣନା କରାଯାଇଥାଏ। ଏହି ରାଶିଫଳ ଦ୍ଵାରା ବ୍ୟକ୍ତିର ବ୍ୟକ୍ତିତ୍ଵ, କ୍ୟାରିୟର, ବ୍ୟାପାର, ଚାକିରି , ପ୍ରେମ ଜୀବନ ବୈବାହିକ ଜୀବନ ଏବଂ ଭବିଷ୍ୟତରେ ହେବାକୁ ଥିବା ଶୁଭ ବା ଅଶୁଭ ଘଟଣା ଗୁଡ଼ିକ ବିଷୟରେ ବିସ୍ତାର ରୂପରେ ସୂଚନା ମିଳିଥାଏ। ତେବେ ଆସନ୍ତୁ ଜାଣିବା ରାଶିଚକ୍ରରେ ଥିବା ୧୨ ଗୋଟି ରାଶିର ଲୋକଙ୍କ ପାଇଁ ଆଜିର ଦିନଟି କିପରି ରହିଛି।

ମେଷ ରାଶି :-ଆଜି ଆପଣ ଶତ୍ରୁଙ୍କ ଉପରେ ବିଜୟ ହାସଲ କରିବେ। ଚାକିରି କ୍ଷେତ୍ରରେ ସଫଳତା ହାସଲ କରିବେ। ସେୟାର ବଜାରରେ ନିବେଶ କରି ଲାଭବାନ ହେବେ। ଆପଣଙ୍କ ଏକାଗ୍ରତା ଭଙ୍ଗ ହୋଇପାରେ। ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ।

ବୃଷ ରାଶି :-ଆପଣ କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ। ଜୀବନସାଥୀ ଆପଣଙ୍କ ଭାବନାକୁ ସମ୍ମାନ ଦେବେ। ଘରୋଇ ଖର୍ଚ୍ଚ ପ୍ରତି ଆପଣ ନିୟନ୍ତ୍ରଣ ରଖନ୍ତୁ। ପ୍ରଭାବଶାଳୀ ଲୋକଙ୍କ ସହିତ ଆପଣଙ୍କର ମିଳାମିଶା ହୋଇପାରେ। ସବୁ କ୍ଷେତ୍ରରେ ପିତାମାତା ଆପଣଙ୍କୁ ସହଯୋଗ କରିବେ।

ମିଥୁନ ରାଶି :-ଆପଣଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। ରୋଜଗାର ନଥିବା ଲୋକଙ୍କୁ ଆଶାନୁରୂପ ଚାକିରି ମିଳିଯିବ। ଦେଇଥିବା ଋଣ ଆପଣ ସଠିକ ସମୟରେ ଫେରସ୍ତ ପାଇବେ। ବିତ୍ତିୟ ସ୍ଥିତି ସୁଦୃଢ ରହିବ। ଘରେ ସୁଖଶାନ୍ତି ବିଦ୍ୟମାନ ହେବ।

କର୍କଟ ରାଶି :-ଆଜି ଆପଣଙ୍କୁ କୋର୍ଟ କଚେରି ମାମଲାରେ ସତର୍କ ରହିବାର ଆବଶ୍ୟକତା ରହିଛି। ଅଫିସରେ କୌଣସି କଥାକୁ ନେଇ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ଅସନ୍ତୁଷ୍ଟ ରହିବେ। ସମ୍ପତ୍ତିରେ ନିବେଶ କରିବା ପାଇଁ ଆଜିର ଦିନଟି ଅନୁକୂଳ ରହିଛି। ଘରେ ହସଖୁସିର ମାହୋଲ ରହିବ।

ସିଂହ ରାଶି :-ଆଜି ଆପଣଙ୍କ ମନୋବଳ ସୁଦୃଢ ହେବା ଆଜିର ଆପଣଙ୍କ ସାହସ ବୃଦ୍ଧି ହେବ। ପୈତୃକ ସମ୍ପତ୍ତିରୁ ଲାଭ ପ୍ରାପ୍ତ ହେବ। ପାରିବାରିକ ଜୀବନରେ ଆପଣ ସକ୍ରିୟ ରହିବେ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ। ବିବାହିତ ଲୋକେ ସନ୍ତାନ ସୁଖ ଭୋଗ କରି ପାରନ୍ତି।

କନ୍ୟା ରାଶି :-ଆଜି ଆପଣଙ୍କୁ କ୍ୟାରିୟରରେ ଉନ୍ନତି ପାଇଁ ଉତ୍ତମ ଅବସର ପ୍ରାପ୍ତ ହେବ। ଆଜି ଆପଣ ଶାରୀରିକ ଓ ମାନସିକ ରୂପରେ ସୁସ୍ଥ ରହିବେ। ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକେ ପ୍ରଶଂସିତ ହେବେ। ଲେଖନ କାର୍ଯ୍ୟରେ ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ।

ତୁଳା ରାଶି :-ଆଜି ଆପଣଙ୍କୁ ଜୀବନସାଥୀଙ୍କ ତରଫରୁ ଉପହାର ମିଳିପାରେ। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ। ଆପଣଙ୍କୁ ବ୍ୟାପାର କ୍ଷେତ୍ରରେ ନୂତନ ଅବସର ପ୍ରାପ୍ତ ହେବ। ନୂଆ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ କୌଣସି ଅନୁଭବୀଙ୍କ ପରାମର୍ଶ ନିଅନ୍ତୁ। ଅଫିସରେ କିଛି ନୂଆ ପରିବର୍ତ୍ତନ ହୋଇପାରେ।

ବିଛା ରାଶି :-ଆଜି ଆପଣଙ୍କୁ ସବୁ କ୍ଷେତ୍ରରେ ଜୀବନସାଥୀ ସହଯୋଗ କରିବେ। ସରକାରୀ ଯୋଜନାର ସମ୍ପୂର୍ଣ୍ଣ ଲାଭ ଉଠାନ୍ତୁ। ଆପଣଙ୍କୁ କୌଣସି ପ୍ରଭାବଶାଳୀ ଲୋକଙ୍କର ସହଯୋଗ ପ୍ରାପ୍ତ ହୋଇପାରେ। ବ୍ୟବସାୟିକ ମାମଲାରେ ଆପଣ ବାହାର ସ୍ଥାନକୁ ଯାଇ ପାରନ୍ତି।

ଧନୁ ରାଶି :-ପାରିବାରିକ ଜୀବନ ସୁଖମୟ ରହିବ। ଆପଣଙ୍କ ବାଣୀରେ ମଧୁରତା ଆସିବ। ପରିବାରରେ ବାଦବିବାଦ ଦୂର ହୋଇଯିବ। ପିତାମାତା ସୋନଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ। ଆଜି ଆପଣ ଉଧାର ଦେଇଥିବା ଟଙ୍କା ଫେରସ୍ତ ପାଇବେ। ଗାଡି ଚଳାଚଳ ସମୟରେ ସାବଧାନ ରୁହନ୍ତୁ।

ମକର ରାଶି :-ଆଜି ଆପଣଙ୍କୁ ସାମାଜିକ ଓ ରଚନାତ୍ମକ କାର୍ଯ୍ୟରେ ଆଶାନୁରୂପ ସଫଳତା ମିଳିବ। ସେୟାର ମାର୍କେଟରେ ନିବେଶ କରି ଆପଣ ଲାଭବାନ ହେବେ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟ ଦେଖି ପ୍ରସନ୍ନ ରହିବେ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

କୁମ୍ଭ ରାଶି :-ଆପଣଙ୍କର ଅଟକି ରହିଥିବା ଟଙ୍କା ଉଚିତ ସମୟରେ ଆପଣ ଫେରସ୍ତ ପାଇବେ।ବ୍ୟବସାୟିକ ମାମଲାରେ ଆପଣ ବିଦେଶ ଯାତ୍ରା କରି ପାରନ୍ତି। କୌଣସି କଠିନ ନିଷ୍ପତ୍ତି ନେବା ପୂର୍ବରୁ ପିତାମାତାଙ୍କ ସହିତ ଆଲୋଚନା କରନ୍ତୁ। ପାରିବାରିକ ଜୀବନରେ ସୁଖଶାନ୍ତି ବିଦ୍ୟମାନ ହେବ।

ମୀନ ରାଶି :-ଆଜି ଆପଣ ଅଧିକ ବ୍ୟସ୍ତ ରହିବେ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ବିବାହିତ ଲୋକଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହେବ।ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ।

Leave a Reply

Your email address will not be published. Required fields are marked *