ଏହି ସ୍ଥାନରେ ରଖି ଦିଅନ୍ତୁ ଫିଟିକିରି,ରାତାରାତି ହୋଇଯିବେ କୋଟିପତି ! ଜାଣନ୍ତୁ କେମିତି କଣ କରିବେ ?

ସାଧରଣତଃ ଯେଉଁ ବ୍ୟକ୍ତି ପାଖରେ ଅଧିକ ଅର୍ଥ ଥାଏ ସେହି ବ୍ୟକ୍ତି କେବେବି ଅର୍ଥର ମହତ୍ତ୍ୱ ବୁଝିପାରେ ନାହିଁ । ଅର୍ଥର ମହତ୍ତ୍ୱ ସେହି ବ୍ୟକ୍ତି ବୁଝି ଥାଏ ଯାହା ମୁଣ୍ଡରେ ପରିବାର ପ୍ରତିପୋଷଣର ଦାୟିତ୍ୱ ରହିଥାଏ । ତେଣୁ ଲୋକ ଅଧିକ ଅର୍ଥ ଉପାର୍ଜନ ପାଇଁ ଖୁବ ପରିଶ୍ରମ କରିଥାନ୍ତି । ମାତା ଲକ୍ଷ୍ମୀଙ୍କୁ ମଧ୍ୟ ଏଥିପାଇଁ ପ୍ରସନ୍ନ କରିବା ଜରୁରୀ ହୋଇଥାଏ । ଶାସ୍ତ୍ର ଅନୁଯାୟୀ ଯେଉଁ ଘରର ରହଣୀ ସହଣୀ ଏବଂ ତାସହିତ ଘରେ ମହିଳାଙ୍କୁ ସମ୍ମାନ ଦିଆଯାଏ ସେହି ଘରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ ।

ସାଧରଣତଃ ଘରକୁ ଭଲ ଭାବରେ ଚଳାଇଥାଏ ସ୍ତ୍ରୀ ଏବଂ ଏହାବ୍ୟତୀତ ଗ୍ରହ ନକ୍ଷତ୍ରର ଚଳନ ମଧ୍ୟ ଜୀବନ ଉପରେ ଅନେକ ପ୍ରଭାବ ପକାଇ ଥାଏ । ଘରେ ଥିବା ନକରାତ୍ମକତା ଏବଂ ସକାରାତ୍ମକତା ମଧ୍ୟ କିଛି ମନୁଷ୍ୟର ଜୀବନ ଉପରେ ପ୍ରଭାବ ପକାଇ ଥାଏ । ଘରର ବାସ୍ତୁ ଦୋଷ ବିଗିଡ଼ିଲେ ଜୀବନରେ ଅନେକ ସମସ୍ୟା ଆସିଥାଏ । ଏହି କାରଣରୁ ଅର୍ଥ କେଉଁଠି କେଉଁ ପ୍ରକାରେ ଖର୍ଚ୍ଚ ହୋଇଯାଏ ତାହା ମଧ୍ୟ ଜାଣିହୁଏ ନାହିଁ ।

ଘରର ମୁଖ୍ୟଦ୍ୱାର ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହୋଇଥାଏ କାରଣ ଏହି ମୁଖ୍ୟଦ୍ୱାର ଦେଇ କେବଳ ମନୁଷ୍ୟ ନୁହେଁ ବରଂ ନକରାତ୍ମକତା ଏବଂ ସକାରାତ୍ମକତା ଏମିତିକି ଦେବଦେବୀ ମଧ୍ୟ ସେହି ରାସ୍ତା ଦେଇ ଘରକୁ ପ୍ରବେଶ କରିଥାନ୍ତି । ତେଣୁ ଶାସ୍ତ୍ରରେ ମୁଖ୍ୟଦ୍ୱାର ସମ୍ବନ୍ଧୀୟ ଅନେକ ନିୟମ ବିଷୟରେ କୁହାଯାଇଛି । ଯାହାକୁ ପାଳନ କରିବା ଦ୍ୱାରା ଘରର ବାତାବରଣ ଠିକ ରହିବା ସହିତ ମାତା ଲକ୍ଷ୍ମୀ ମଧ୍ୟ ଘରକୁ ପ୍ରବେଶ କରନ୍ତି ଏବଂ ଯିବାନ ଉପରେ ଖୁବ ଭଲ ପ୍ରଭାବ ମଧ୍ୟ ପଡ଼ିଥାଏ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କିଛି ଉପାୟ ବିଷୟରେ କହିବୁ ଯାହାକୁ ଆପଣେଇବା ଦ୍ୱାରା ଜୀବନର ସବୁ ସମସ୍ୟା ଦୂରେଇ ଯିବ ଏବଂ ଘରକୁ ଉନ୍ନତି ମଧ୍ୟ ଆସିବ ।

ପ୍ରଥମତଃ ଘର1ସାମ୍ନାରେ କୌଣସି ବିଦ୍ୟୁତ ଖୁଣ୍ଟ ରହିବା ଉଚିତ ନୁହେଁ । ଏହାଦ୍ବାରା ଜୀବନରେ କେବେ ଉନ୍ନତି ହୋଇ ନଥାଏ । ଘରର ମୁଖ୍ୟଦ୍ୱାରରେ ସର୍ବଦା ସ୍ୱସ୍ତିକ ଚିହ୍ନ ବନାଇ ରଖନ୍ତୁ । ଏହାବ୍ୟତୀତ ଘର ସାମ୍ନାରେ ତୁଳସୀ ଗଛ ରହିବା ଦ୍ୱାରା ବାସ୍ତୁ ମଜବୁତ ହୋଇଥାଏ ଏବଂ ଘରକୁ କୌଣସି ପ୍ରକାରର ନକରାତ୍ମକ ଶକ୍ତି ମଧ୍ୟ ପ୍ରବେଶ କରେ ନାହିଁ । ଘରର ମୁଖ୍ୟଦ୍ୱାର ଦକ୍ଷିଣ ଦିଗରେ ରହିବା ଉଚିତ ନୁହେଁ । ଯଦି ଅନ୍ୟ ଦିଗରେ ମୁଖ୍ୟଦ୍ୱାର ରହିବା ସମ୍ଭବ ହେଉନାହିଁ ତେବେ ମୁଖ୍ୟଦ୍ୱାରରେ ସର୍ବଦା ପଞ୍ଚମୁଖୀ ବାଲାଜିଙ୍କ ଫୋଟ ଲଗାଇ ରଖନ୍ତୁ । ଏହାବ୍ୟତୀତ ଘରର ମୁଖ୍ୟଦ୍ୱାରକୁ ସର୍ବଦା ପରିଷ୍କାର ଏବଂ ସୁସଜ୍ଜିତ କରି ରଖନ୍ତୁ । ଘରର ମୁଖ୍ୟଦ୍ୱାରରେ କେବେବି ଡସ୍ଟବିନ ରଖନ୍ତୁ ନାହିଁ । ନଚେତ ଘରକୁ ନକରାତ୍ମକତା ପ୍ରବେଶ କରିଥାଏ ।

ଘରର ମୁଖ୍ୟକବାଟ ସବୁଠାରୁ ବଡ଼ ଏବଂ କାଠରେ ନିର୍ମିତ ହୋଇଥିବା ଆବଶ୍ୟକ । ଏହାଦ୍ବାରା ଆର୍ଥିକ ସ୍ଥିତି ଅତ୍ୟନ୍ତ ମଜବୁତ ହୋଇଥାଏ । ଘର ଦ୍ୱାରରେ ନେମ ପ୍ଲେଟ ଥିଲେ ତାହାକୁ ସର୍ବଦା ପରିଷ୍କାର ରଖନ୍ତୁ । ଘରର ମୁଖ୍ୟଦ୍ୱାର ଦେଇ ଯିବା ଆସିବା ସମୟରେ କୌଣସି ପ୍ରକାରର ସମସ୍ୟା ନହେବା ଆବଶ୍ୟକ । ଏହାବ୍ୟତୀତ କବାଟ ଖୋଲିବା ସମୟରେ କୌଣସି ପ୍ରକାରର ଶବ୍ଦ ଯେମିତି ଶୁଣା ନଯାଏ । ମୁଖ୍ୟ କବାଟ ସର୍ବଦା ଭିତର ପଟକୁ ଖୋଲୁଥିବା ଆବଶ୍ୟକ । ବାହାର ପଟକୁ ଖୋଲୁଥିଲେ ଘର ସୁଖ ସମୃଦ୍ଧି ଚାଲିଯାଏ । ରୋଷେଇ ଘରକୁ ସର୍ବଦା ସଫାସୁତୁରା ରଖିବା ଉଚିତ । କାରଣ ଏହି ସ୍ଥାନ ସବୁଠାରୁ ଅଧିକ ପବିତ୍ର ହୋଇଥାଏ । ଯଦି ଆପଣ ରୋଷେଇ ଘରକୁ ଆପରିଷ୍କାର ରଖନ୍ତି ତେବେ ଘରକୁ ନକରାତ୍ମକତା ଆସିବା ସହିତ କ୍ଷତି ହୋଇଥାଏ ।

ଘରେ ଅଯଥା ବାସନ କୁସନ ଶବ୍ଦ ମଧ୍ୟ ଶୁଣାଯିବା ଉଚିତ ନୁହେଁ । ଏହାଦ୍ବାରା ଘରେ କଳହର ବାତାବରଣ ସୃଷ୍ଟି ହୁଏ । ଘର ଭିତର ସହିତ ଘରର ବାହାରକୁ ମଧ୍ୟ ପରିଷ୍କାର ଏବଂ ଶୁଦ୍ଧ ରଖିବା ଉଚିତ । ସକାଳୁ ଘର ଅଗଣାକୁ ଭଲ ଭାବରେ ଧୋଇବା ଉଚିତ । ଏହାବ୍ୟତୀତ ପ୍ରତ୍ୟେକ ଦିନ , କେବଳ ଗୁରୁବାରକୁ ଛାଡ଼ି ଘରେ ପୋଛା ଲଗାଇବା ଉଚିତ । ବାସ୍ତୁ ଅନୁଯାୟୀ ପାଣି ମଧ୍ୟ ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ ଅଟେ ।

ତେଣୁ ଯଦି ଆପଣଙ୍କ ଘରେ ବିନା କାରଣରୁ କୌଣସି ଟ୍ୟାପରୁ ପାଣି ବାହାରୁଛି ତେବେ ତାହାକୁ ତୁରନ୍ତ ଠିକ କରିଦେବା ଉଚିତ । କାରଣ ଏହାଦ୍ବାରା ଜଳ ନଷ୍ଟ ହେବା ସହିତ ଘର ଉପରେ ମଧ୍ୟ ବିପଦ ପଡ଼ିଥାଏ । ଏହାଦ୍ବାରା ଦେବଦେବୀ ମଧ୍ୟ ଅସନ୍ତୁଷ୍ଟ ହୁଅନ୍ତି । ଏହା ଆର୍ଥିକ କ୍ଷତିର କାରଣ ମଧ୍ୟ ହୋଇଥାଏ । ଘରର ମୁଖ୍ୟଦ୍ୱାର ବାହାରେ ଡୋର ମେଟ ରଖିଲେ ଏହା ବାସ୍ତୁକୁ ନିୟନ୍ତ୍ରୀତ କରିଥାଏ । କାରଣ ଏହାଦ୍ବାରା ଘର ମଧ୍ୟକୁ ନକରାତ୍ମକତା ପ୍ରବେଶ କରିପାରେ ନାହିଁ । ଏହାବ୍ୟତୀତ ସେହି ମେଟ ତଳେ କିଛି ଫିଟିକିରି ରଖି ଦିଅନ୍ତୁ । ଏପରି କରିବା ଦ୍ୱାରା ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।

ଯଦି ଆପଣ କଳା କପଡ଼ାରେ ଫିଟିକିରି ବାନ୍ଧି ଘରର ମୁଖ୍ୟ ଦ୍ୱାରରେ ଝୁଲାଇ ଦିଅନ୍ତି ତେବେ ଘରକୁ ଭୂତ ପ୍ରେତ ଏବଂ ଅନ୍ୟାନ୍ୟ ଖରାପ ଆତ୍ମାର ପ୍ରବେଶ ହୁଏ ନାହିଁ । ଏହାଦ୍ବାରା ଘରେ ରୋଜଗାର କରୁଥିବା ବ୍ୟକ୍ତି ଉପରୁ ଖରାପ ପ୍ରଭାବ ନଷ୍ଟ ହୋଇଯାଏ । ପିଲାଙ୍କ ମନ ପାଠପଢ଼ାରେ ଲାଗିଥାଏ । ଦୁର୍ଘଟଣା ହୁଏନାହିଁ ।

Leave a Reply

Your email address will not be published. Required fields are marked *