ରାଶିଫଳ ୧୩ ଅକ୍ଟୋବର ୨୦୨୨: ସଠିକ ସମୟରେ କାର୍ଯ୍ୟ ସମ୍ପନ୍ନ ହେବା ଯୋଗୁଁ ଆପଣ ପ୍ରସନ୍ନ ରହିବେ। ପଢନ୍ତୁ ଦୈନିକ ରାଶିଫଳ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବାର, ତିଥି, ଗ୍ରହ ଓ ନକ୍ଷତ୍ର ମାନଙ୍କୁ ଆଧାର କରି ରାଶିଫଳ ଗଣନା କରାଯାଇଥାଏ। ଏହି ରାଶିଫଳ ଦ୍ଵାରା ବ୍ୟକ୍ତିର ବ୍ୟକ୍ତିତ୍ଵ, କ୍ୟାରିୟର, ବ୍ୟାପାର, ଚାକିରି , ପ୍ରେମ ଜୀବନ ବୈବାହିକ ଜୀବନ ଏବଂ ଭବିଷ୍ୟତରେ ହେବାକୁ ଥିବା ଶୁଭ ବା ଅଶୁଭ ଘଟଣା ଗୁଡ଼ିକ ବିଷୟରେ ବିସ୍ତାର ରୂପରେ ସୂଚନା ମିଳିଥାଏ। ତେବେ ଆସନ୍ତୁ ଜାଣିବା ରାଶିଚକ୍ରରେ ଥିବା ୧୨ ଗୋଟି ରାଶିର ଲୋକଙ୍କ ପାଇଁ ଆଜିର ଦିନଟି କିପରି ରହିଛି।

ମେଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। କାର୍ଯ୍ୟକ୍ଷେତ୍ରରେ ଅଧିକ କାର୍ଯ୍ୟ ଚାପ ବଢିପାରେ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ, ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ରହିଛି। ଖୁବ୍ ଶୀଘ୍ର ଅନ୍ୟମାନଙ୍କ ଉପରେ ଭରସା କରନ୍ତୁ ନାହିଁ।

ବୃଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଅନୁକୂଳ ରହିଛି। ବିଦ୍ୟାର୍ଥୀ ମାନଙ୍କୁ ପରୀକ୍ଷାରେ ଆଶାନୁରୂପ ସଫଳତା ମିଳିବ। ଘରେ ଆର୍ଥିକ ସମସ୍ୟା ସୃଷ୍ଟି ହୋଇପାରେ। ଚାକିରି କ୍ଷେତ୍ରରେ ସ୍ଥାନାନ୍ତରଣ ହେବାର ସମ୍ଭାବନା ରହିଛି।

ମିଥୁନ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। କାର୍ଯ୍ୟସ୍ଥଳରେ ଆପଣଙ୍କର ପ୍ରଭାବ ବିସ୍ତାର ହେବ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

କର୍କଟ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। କାରବାରରେ ବିସ୍ତାର ଲାଭ କରିବେ। ଆମଦାନୀରେ ବୃଦ୍ଧି ହେବ। ଘରେ ବୃଦ୍ଧ ଲୋକଙ୍କର ଆଶୀର୍ବାଦ ନେଇ ନିଜ କାର୍ଯ୍ୟକ୍ଷେତ୍ରକୁ ଯାଆନ୍ତୁ। ଆପଣଙ୍କୁ ଅଯଥା ବିବାଦରୁ ଦୁରେଇ ରହିବା ଉଚିତ।

ସିଂହ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ବ୍ୟବସାୟରେ ଲାଭବାନ ହେବେ। ପାରିବାରିକ ସୁଖ ପ୍ରାପ୍ତି ହେବ। ପୁରୁଣା ବନ୍ଧୁଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

କନ୍ୟା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଶାରୀରିକ ଓ ମାନସିକ ରୂପରେ ସୁସ୍ଥ ରହିବେ। ଆଜି ଆପଣ ନିଜ କାର୍ଯ୍ୟ ପ୍ରରି ଉତ୍ସାହିତ ରହିବେ। ବିବାହିତ ଲୋକଙ୍କର ଗୃହସ୍ଥ ଜୀବନରେ ସୁଖଶାନ୍ତି ବିଦ୍ୟମାନ ହେବ। ଆପଣଙ୍କର ଅଟକି ରହିଥିବା ଟଙ୍କା ଆପଣଙ୍କୁ ଫେରସ୍ତ ମିଳିବ।

ତୁଳା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି।ପାରିବାରିକ ଜୀବନରେ ସୁଖଶାନ୍ତି ବିଦ୍ୟମାନ ହେବ।ସମାଜରେ ଆପଣଙ୍କର ମାନସମ୍ମାନ ଓ ପ୍ରତିଷ୍ଠା ବଜାୟ ରହିବ।କୌଣସି ସ୍ଥାନରେ ନିବେଶ କରି ଲାଭବାନ ହେବେ। ସମୟର ଉଚିତ ସଦୁପଯୋଗ କରନ୍ତୁ। ଉଚିତ ସମୟରେ ଆପଣଙ୍କର କାର୍ଯ୍ୟ ସମାପ୍ତ ହେବ।

ବିଛା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଭାଇଭଉଣୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ଧାର୍ମିକ କାର୍ଯ୍ୟରେ ଯୋଗଦାନ କରି ପାରନ୍ତି।

ଧନୁ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆଜି ଆପଣ ଦୃଢ଼ ଆତ୍ମବିଶ୍ବାସୀ ହେବେ। ସନ୍ତାନଙ୍କ ପାଠପଢାକୁ ନେଇ ଆପଣ ଚିନ୍ତିତ ରହି ପାରନ୍ତି।।ଆପଣଙ୍କ ମନରେ ନକାରାତ୍ମକ ଭାବନା ସୃଷ୍ଟି ହୋଇପାରେ। ଚାକିରି କ୍ଷେତ୍ରରେ କୌଣସି କର୍ମଚାରୀଙ୍କ ସହିତ ମତଭେଦ ସୃଷ୍ଟି ହୋଇପାରେ।

ମକର ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି।ଆପଣଙ୍କୁ ଘରର ଖର୍ଚ୍ଚ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି।ବ୍ୟବସାୟରେ ଆଶାନୁରୂପ ସଫଳତା ହାସଲ କରିବେ। ଜୀବନସାଥୀଙ୍କ ଭାବନାକୁ ଆପଣ ବୁଝିବାକୁ ପ୍ରୟାସ କରିବେ। ଘରେ ସୁଖଶାନ୍ତି ବିଦ୍ୟମାନ ହେବ।

କୁମ୍ଭ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। କଳା ଓ ସଙ୍ଗୀତ କ୍ଷେତ୍ରରେ ଜଡ଼ିତ ଲୋକେ ନିଜ କଳା ପ୍ରଦର୍ଶନ କରିବା ପାଇଁ ଉତ୍ତମ ଅବସର ପ୍ରାପ୍ତ କରିବେ। ଜୀବନସାଥୀଙ୍କ ସହିତ ଆପଣ ଉତ୍ତମ ସମୟ ଅତିବାହିତ କରିବେ। ଆପଣଙ୍କ ମନ ଅଶାନ୍ତ ରହିବ। ପରିବାରରେ କିଛି ସମସ୍ୟା ସୃଷ୍ଟି ହୋଇପାରେ।

ମୀନ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ବିଶେଷ ରୂପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ସମାଜରେ ଆପଣଙ୍କର ମାନସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ହେବ। ଆଶାନୁରୂପ ଚାକିରି ମିଳିବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *