ପଇସା ଗଣିଲା ବେଳେ କରୁ ନାହାନ୍ତି ତ ଏମିତି ଭୂଲ, ଏମିତି କରିବା ଦ୍ୱାରା ପୁରା ପରିବାର ହୋଇଯାଏ କାଙ୍ଗାଳ!

ପରିବାରର ଗୁଜୁରାଣ ମଣ୍ଟେଇବା ପାଇଁ ଏବଂ ଜୀବନରେ ଅଗ୍ରଗତି ପାଇଁ ସମସ୍ତେ ନିଜ ନିଜ ଉପାୟରେ କଠିନ ପରିଶ୍ରମ କରନ୍ତି | ସେମାନଙ୍କ ମଧ୍ୟରୁ ଅନେକ ସଫଳ ହୁଅନ୍ତି ଏବଂ ଆଗକୁ ମଧ୍ୟ ବଢ଼ନ୍ତି, ଯେତେବେଳେ କି ଅନେକ ଲୋକ କେବଳ ଜୀବନ ବଞ୍ଚିବାକୁ ହିଁ ରହିଯାଇଥାନ୍ତୁ | ଏଥିରେ କଠିନ ପରିଶ୍ରମ, ଯୋଜନାର ଅଭାବ ସହିତ ଭାଗ୍ୟ ମଧ୍ୟ ସାଥ ନଥାଏ |

ବାସ୍ତୁ ଶାସ୍ତ୍ରରେ ଏହା କୁହାଯାଇଛି ଯେ ଟଙ୍କା ଗଣିବାବେଳେ ଆପଣ କରୁଥିବା ଏହି ଭୁଲ ମଧ୍ୟ ଆପଣଙ୍କ ଦାରିଦ୍ରର କାରଣ ହୋଇପାରେ | ଏପରି ପରିସ୍ଥିତିରେ, ଏହି ଭୁଲଗୁଡ଼ିକୁ ସମୟ ଥାଉ ଥାଉ ହିଁ ଠିକ କରିନେବା ଭଲ ହୋଇଥାଏ | ଆସନ୍ତୁ ଜାଣିବା କି ଏହି ଭୁଲ କଣ କଣ ଅଟେ, ଏବଂ ସେଥିରୁ କେମିତି ବଞ୍ଚିପାରିବା |

ପଇସାକୁ ଏଠି ସେଠି କେଉଁଠି ରଖିବା :-

ଅନେକ ଲୋକ ଦରମା ମିଳିବାପରେ କିମ୍ଭା ବାହାରୁ କେଉଁଠାରୁ ପଇସା ଆଣିଲେ ଏଠି-ସେଠି କେଉଁଠି ବି ଫୋପାଡିକି ରଖିଦିଅନ୍ତି | ଏମିତି କରିବା ମାତା ଲଷ୍ମୀଙ୍କୁ ଅପମାନ ଦେବା ଭଳି ହୋଇଥାଏ | ଯେଉଁଥି ପାଇଁ ସେ ରାଗୀ ଯାଆନ୍ତି | ପ୍ରକୃତରେ ଆପଣଙ୍କୁ ଧନର ସଂମାନ କରିବା ସହ ସେହି ଧନକୁ ତିଯୋରୀ କିମ୍ଭା ଆଲମାରୀରେ ହିଁ ରଖନ୍ତୁ | ଯାହା ଏହି ଧନ ରଖିବା ପାଇଁ ହିଁ ତିଆରି ହୋଇଅଛି | ଯଦି ଆପଣ ପଇସାକୁ ଏଠି -ସେଠି ରଖୁଛନ୍ତି ତେବେ ଆପଣ ଦରିଦ୍ରତାକୁ ଆମନ୍ତ୍ରଣ ଦେଉଛନ୍ତି |

ପଇସାକୁ ଫିଙ୍ଗିକି କିମ୍ବା ଫୋପାଡିକି ଦେବା :-

ଅନେକ ଲୋକଙ୍କର ଏପରି ଅଭ୍ୟାସ ଥାଏ ଯେ ସେ ଯାହାକୁ ପଇସା ଦିଅନ୍ତି ସେହି ପଇସାକୁ ଫିଙ୍ଗିକି ଦିଅନ୍ତି କିମ୍ବା ଫୋପାଡିକି ଦିଅନ୍ତି | ଏହି ତରିକା ଜମା ବି ଠିକ ନୁହେଁ | ଏମିତି କରିବା ଦ୍ୱାରା ଧନର ଅପମାନ ହୋଇଥାଏ | ଏଥି ସହିତ, ଯେଉଁ ବ୍ୟକ୍ତିଙ୍କୁ ଆପଣ ଏହିପରି ଟଙ୍କା ଫୋପାଡିକି ଦେଉଛ, ତାହା ଅପମାନଜନକ ଅଟେ | ଯଦି ଆପଣଙ୍କର ଏହି ଅଭ୍ୟାସ ବା ସୌକ ଅଛି, ତେବେ ଆଜି ହିଁ ଏହାକୁ ପରିବର୍ତ୍ତନ କରନ୍ତୁ ନଚେତ୍ ଦାରିଦ୍ର୍ୟ ଘରେ ପହଞ୍ଚିବାକୁ ଅଧିକ ସମୟ ଲାଗିବ ନାହିଁ|

ଛେପ ମାରି ନୋଟ ଗଣିବା :-

ନୋଟ୍ ଗୁଡ଼ିକୁ ଗଣିବାବେଳେ, ଅନେକ ଲୋକ ନିଜ ସୁବିଧା ପାଇଁ ଆଙ୍ଗୁଠିରେ ଛେପ ଲାଗନ୍ତି ଏବଂ ଟଙ୍କା ଧରନ୍ତି | ଏହା ସେମାନଙ୍କୁ ନୋଟ୍ ଗଣିବାରେ ସହଜ କରିଥାଏ ଏବଂ ସମୟ ମଧ୍ୟ ସଞ୍ଚୟ କରିଥାଏ | କିନ୍ତୁ ଏହି ଅଭ୍ୟାସ ଆଧ୍ୟାତ୍ମିକ ଏବଂ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଭଲ ନୁହେଁ | ଯେତେବେଳେ ଆପଣ ଏକ ଛେପ ହାତରେ ନୋଟ୍ ଗଣୁଛନ୍ତି, ସେତେବେଳେ ଆପଣ ଅଜାଣତରେ ମା ଲକ୍ଷ୍ମୀଙ୍କୁ ଅପମାନିତ କରୁଛନ୍ତି | ଏଥି ସହିତ ଆପଣଙ୍କ ପାଟିରେ ବ୍ୟାକଟେରିଆ ଏବଂ ଭାଇରସକୁ ପହଞ୍ଚାଉଛନ୍ତି | ଏହାକୁ ଏଡାଇବା ପାଇଁ ଆପଣ ଛେପ ବଦଳରେ ପାଣି ବ୍ୟବହାର କରିପାରିବେ |

Leave a Reply

Your email address will not be published. Required fields are marked *