ସତ୍ୟ ଘଟଣା : ମହାଦେବଙ୍କ ଚମତ୍କାର, ବଞ୍ଚାଇଲେ ମହିଳାଙ୍କର ଜୀବନ ….

ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ମହାଦେବ ଶିବଙ୍କର ଚମତ୍କାର ବିଷୟରେ କହିବୁ । ଯେଉଁଠି ଜଣେ ଦୁଷ୍ଟ ବ୍ୟକ୍ତି ନିଜ ସ୍ତ୍ରୀକୁ ମାଡ଼ ମାରୁଥିବାରୁ ଭଗବାନ ଶିବ ତାକୁ ଉଚିତ ଶାସ୍ତି ଦେଇଛନ୍ତି । ତେବେ ଏହା ସମସ୍ତଙ୍କୁ ଜଣା ଅଛି ଯେ ଯେଉଁ ବ୍ୟକ୍ତି ପାପ କରିଥାଏ ତାହାକୁ ଭଗବାନ ଶିବ କୌଣସି ନା କୌଣସି ରୂପରେ ଆସି ନିଶ୍ଚୟ ଦଣ୍ଡ ଦେଇଥାନ୍ତି ।

ମହାଦେବଙ୍କୁ ଦୁଷ୍ଟ ସ୍ୱଭାବର ଲୋକ ଆଦୋୖ ପସନ୍ଦ ନଥାଏ । ଭଲ ଲୋକ କେବେବି କାହାର ଅନିଷ୍ଠ ଚିନ୍ତା କରନ୍ତି ନାହିଁ କିମ୍ବା କାହାକୁ ଦୁଃଖ ଦିଅନ୍ତି ନାହିଁ । ସେମାନଙ୍କର ନିଜର ମାନ ସମ୍ମାନର ଚିନ୍ତା ଥାଏ । ଆଜି ଆମେ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ ଯାହାକୁ ମହାଦେବ ଦଣ୍ଡ ଦେଇଥିଲେ । ତେବେ ଚାଲନ୍ତୁ ଜାଣିନେବା ।

ତେବେ ସବୁ ଝିଅ ଭଳି ଆଶା ଅନେକ ଆଶା ନେଇ କିସନକୁ ବିବାହ କରିଥିଲା । କିସନର ପରିବାର ଲୋକଙ୍କ କଥାବାର୍ତ୍ତା ସ୍ଵଭାବ ଦେଖି ଆଶାର ପରିବାର ଲୋକେ ଖୁବ ଖୁସି ହୋଇଗଲେ । ଭାବିଲେ ଯେ ମହେଦେବଙ୍କ କୃପାରୁ ଆଶାକୁ ଏତେ ଭଲ ପରିବାର ଏବଂ ସ୍ୱାମୀ ମିଳିଛି । ମାତ୍ର ସେ ଭୁଲ ଥିଲା । ବିବାହର କିଛି ଦିନ ପରେ କିସନର ପରିବାର ଲୋକେ ନିଜର ରଙ୍ଗ ଦେଖାଇବା ଆରମ୍ଭ କରିଦେଲେ । ଏମିତିକି କିସନ ମଧ୍ୟ ଆଶା ଉପରେ ଅତ୍ୟାଚାର ଆରମ୍ଭ କରିଦେଲା । ପ୍ରତ୍ୟେକ ଦିନ ମଦ୍ୟ ପାନ କରି ଆଶାକୁ ଖରାପ ଭାଷାରେ ଗାଳି ଗୁଲଜ କଲା ।

ଯାହାକୁ ଆଶା ସବୁ ମୁଣ୍ଡ ପାତି ସହି ଯାଉଥିଲା । ମାତ୍ର ଧୀରେ ଧୀରେ ସ୍ୱାମୀର ଅତ୍ୟାଚାର ବଢ଼ିଲା ଏମିତିକି ସେ ଆଶାକୁ ତାର ବାପା ମା ନେଇ ଖରାପ ଭାଷାରେ ଗାଳି ଗୁଲଜ କରିବା ସହିତ ମାରିବା ମଧ୍ୟ ଆରମ୍ଭ କଲା । ଦିନକୁ ଦିନ ଆଶାର ଅବସ୍ଥା ଏତେ ଖରାପ ହୋଇଗଲା ଯେ ସେ ନିଜ ବାପ ଘରକୁ ଯିବାକୁ ମଧ୍ୟ ଡରିଲା । ଗରୀବ ଘର ହୋଇଥିବାରୁ ସେ ସବୁକିଛି ଚୁପଚାପ ସହି ଯାଉଥିଲା । ମାତ୍ର ସେ ମହାଦେବଙ୍କୁ ଅତ୍ୟନ୍ତ ବିଶ୍ୱାସ କରୁଥିଲା ଏବଂ ଭରସା ରଖିଥିଲା ଯେ କେବେ ନା କେବେ ମହାଦେବ ତାର ଦୁଃଖ ନିଶ୍ଚିତ ତାରିବେ ।

ଏମିତି ଥରେ ମଙ୍ଗଳବାର ଦିନ ଦ୍ୱିପ୍ରହରରେ ସବୁଦିନ ଭଳି କିସନ ମଦ ପିଇ ଘରକୁ ଆସିଲା । ଏହାପରେ ଆଶାକୁ ମାଡ଼ ମାରି ଘରୁ ବାହାର କରିଦେଲା । ବିଚରା ଆଶା ଶିବ ମନ୍ଦିରକୁ ଯାଇ ମହାଦେବଙ୍କ ସାମ୍ନାରେ କାନ୍ଦିବାକୁ ଲାଗିଲା । ତାକୁ କାନ୍ଦୁଥିବାର ଦେଖି ମନ୍ଦିରର ପୂଜାରୀ ତାକୁ କାନ୍ଦିବାର କାରଣ ପଚାରିଲେ । ଆଶା ମଧ୍ୟ ସବୁକିଛି ଖୋଲି କହିଲା । ଏହାପରେ ପୂଜାରୀ ଆଶାକୁ ଷୋହଳ ସୋମବାର ବ୍ରତ ରଖିବାକୁ କହିଲେ । ଯାହା ଶୁଣି ଆଶା ନିଜ ବାପ ଘରକୁ ଫେରି ଆସିଲା । ମାତ୍ର କିଛିଦିନ ପରେ ଏକ ଚମତ୍କାର ହେଲା । ଆଶାର ସ୍ୱାମୀ ତାକୁ ନେବା ପାଇଁ ଆସିଲା । ସେତେବେଳେ ସେ ମଧ୍ୟ ଛାଡ଼ି ଦେଇଥିଲା ଏବଂ ଆଶାକୁ ଆଉ ମାଡ଼ ମାରିବା ତ ଦୂରର କଥା ଗାଳି ଗୁଲଜ ମଧ୍ୟ କଲା ନାହିଁ । ଆଶାର ଜୀବନରେ ଖୁସି ଫେରି ଆସିଲା ।

ଏପରି ଚମତ୍କାର ହେବାର କାରଣ ବିଷୟରେ ଯେତେବେଳେ ଆଶା ନିଜ ସ୍ୱାମୀକୁ ପଚାରିଲା ତାର ସ୍ୱାମୀ ଉତ୍ତର ଦେଇଥିଲା ଯେ ଥରେ ସେ ଶୋଇଥିବା ସମୟରେ ସ୍ୱପ୍ନରେ ଜଣେ ସାଧୁ ଆସି ତାକୁ ଜୋର ପିଟିଥିଲେ । ନିଦରୁ ଉଠିବା ପରେ ସେ ଦେଖିଥିଲେ ଯେ ତାଙ୍କ ଦେହରେ କ୍ଷତ ଦାଗ ଅଛି । ଏହାପରେ ସେ ନିଜ ସ୍ତ୍ରୀ ଉପରେ କରିଥିବା ଭୁଲକୁ ବୁଝି ପାରିଥିଲା । ଏହାପରେ ଆଶା ମହାଦେବଙ୍କ କୃପାରୁ ନିଜ ସ୍ୱାମୀ ସହିତ ଖୁସିରେ ରହିବାର ଲାଗିଲା ।

Leave a Reply

Your email address will not be published. Required fields are marked *