କାର୍ତ୍ତିକ ମାସରେ ପାଳନ କରନ୍ତୁ ଏହି ପାଞ୍ଚଟି ନିୟମ , ପ୍ରାପ୍ତି ହୋଇଥାଏ ମହାପୁଣ୍ୟ

ଚଳିତ ବର୍ଷ କାର୍ତ୍ତିକ ମାସ ଆରମ୍ଭ ହୋଇ ସାରିଛି । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ତିନୋଟି ନିୟମ ବିଷୟରେ କହିବୁ ଯାହାକୁ ଯଦି ଆପଣ କାର୍ତ୍ତିକ ମାସରେ ପାଳନ କରନ୍ତି ତେବେ ଆପଣ ପୁଣ୍ୟର ଅଧିକାରୀ ହେବେ । ଏହାଦ୍ବାରା ଆପଣଙ୍କ ଜୀବନ ହାସଖୁସିରେ ମଧ୍ୟ ଭରିଯିବ । କାର୍ତ୍ତିକ ମାସକୁ ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ମାସ ଭାବରେ ମାନା ଯାଇଥାଏ ।

ହିନ୍ଦୁ ଧର୍ମ ଅନୁଯାୟୀ ଏହି ମାସଟି ମହାଦେବଙ୍କର ଅତି ପ୍ରିୟ ମାସ ବୋଲି କୁହାଯାଇଛି । ତେଣୁ ଏହି ମାସକୁ ଅଧିକ ପୂଜନୀୟ ମାନା ଯାଇଥାଏ । ଶାସ୍ତ୍ର ଅନୁଯାୟୀ ଏହି ଦିନରେ ବ୍ରତ , ତପ , ଦାନ ଏବଂ ଧର୍ମ କରିବା ଦ୍ୱାରା ଜୀବନର ସବୁ ଦୁଃଖ ସମସ୍ୟା ଦୂରେଇ ଯାଇଥାଏ ଏବଂ ଘରେ ସୁଖ ଶାନ୍ତି ଭରି ରହିଥାଏ । ଏହି ମାସରେ ସାତୋଟି ମୁଖ୍ୟ ନିୟମ ରହିଛି ।

ଯେଉଁ ନିୟମକୁ ପାଳନ କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ ଏବଂ ସବୁ ଦୁଃଖ ଦୂର ହୋଇଥାଏ । ତେବେ ଚାଲନ୍ତୁ ସେହି ନିୟମ ଗୁଡ଼ିକ ବିଷୟରେ ଜାଣିନେବା ।

୧ . ଭଗବାନ ଶ୍ରୀହରିଙ୍କୁ ତୁଳସୀ ଅତ୍ୟନ୍ତ ପ୍ରିୟ ହୋଇଥାଏ ତେଣୁ ଏହି ମାସରେ ତୁଳସୀ ପୂଜାକୁ ଅଧିକ ଗୁରୁତ୍ଵ ଦିଆଯାଇଛି । ତେଣୁ ଏହି ମାସରେ ତୁଳସୀ ମାତାଙ୍କ ପୂଜା କରିବା ଦ୍ୱାରା ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ କୃପା ପ୍ରାପ୍ତ ହୋଇଥାଏ । ତେଣୁ ଏହି ମାସରେ ମାତା ତୁଳସୀଙ୍କୁ ପୂଜା କରିବା ଭଲ ହୋଇଥାଏ ।

୨ . କାର୍ତ୍ତିକ ମାସର ଦ୍ୱିତୀୟ ନିୟମ ଅନୁଯାୟୀ ଦୀପ ଦାନ ଅତ୍ୟନ୍ତ ପବିତ୍ର ହୋଇଥାଏ । ଏହି ମାସରେ ନଦୀ ଏବଂ ପୋଖରୀରେ ଦୀପ ଦାନ କରିବା ଅତ୍ୟନ୍ତ ପବିତ୍ର ହୋଇଥାଏ । ଏହାଦ୍ବାରା ଘରେ ଥିବା ନକରାତ୍ମକତା ଦୂର ହୋଇଥାଏ ଏବଂ ଜୀବନକୁ ସୁଖର ଆଗମନ ହୋଇଥାଏ ।

୩ . ଶାସ୍ତ୍ର ଅନୁଯାୟୀ ଏହି ମାସରେ ବିଛଣା ଅପେକ୍ଷା ଭୂଇଁରେ ଶୋଇବା ଅଧିକ ଉତ୍ତମ ହୋଇଥାଏ । ଶାସ୍ତ୍ର ଅନୁଯାୟୀ ଏହି ମାସରେ ଭୂଇଁରେ ଶୋଇବା ଦ୍ୱାରା ବ୍ୟକ୍ତିର ମନ ଦୃତ ହୋଇଥାଏ । ବ୍ୟକ୍ତିର ମନରୁ ନକରାତ୍ମକ ଭାବନା ଦୂର ହୋଇ ସକାରାତ୍ମକ ଭାବନା ପ୍ରବେଶ କରିଥାଏ । ଏହାଦ୍ବାରା ଶରୀରର ରକ୍ତ ସଞ୍ଚାଳନ ପ୍ରକ୍ରିୟା ମଧ୍ୟ ଭଲ ଭାବରେ ହୋଇଥାଏ । ଯାହାଦ୍ୱାରା ବ୍ୟକ୍ତିର ଶରୀର ସୁସ୍ଥ ଏବଂ ରୋଗ ମୁକ୍ତ ରହିଥାଏ ।

୪ . ମାନ୍ୟତା ରହିଛି ଯେ ଏହି ମାସରେ ଶରୀରରେ ତେଲ ଲଗାଇବା ଉଚିତ ନୁହେଁ । ଯଦି କେହି ଶରୀରରେ ତେଲ ଲଗାଇବାକୁ ଚାହୁଁଥାନ୍ତି ତେବେ କେବଳ ନରକ ଚତୁର୍ଦ୍ଦଶୀ ଅର୍ଥାତ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନ ତେଲ ଲଗାଇ ପାରିବେ ।

୫ . ଏହି ମାସ ସାରା ମୁଗ , ମସୁର , ମଟର ଏବଂ ଚଣା ଆଦି ଆଦି ଖାଦ୍ୟ ପଦାର୍ଥ ସେବନ କରିବା ଆଦୋୖ ଉଚିତ ନୁହେଁ । ଏହାଛଡ଼ା ବ୍ୟକ୍ତିଙ୍କୁ ମଦ ମାଂସ ଠାରୁ ଦୂରେଇ ରହିବା ଆବଶ୍ୟକ ।

୬ . ଯେଉଁ ଲୋକ ମାନେ ଏହି ମାସରେ ବ୍ରତ ରଖିଥାନ୍ତି ସେମାନେ ଜୀବନସାରା ତାପସ୍ୱି ଭଳି ଜୀବନ ଅତିବାହିତ କରିଥାନ୍ତି । ଏହାବ୍ୟତୀତ କାହା ସହ କଳହ ନକରିବା , କାହା ବିଷୟରେ ଖରାପ ମଧ୍ୟ ନଭାବିବା ଉଚିତ । ଏହି ସମୟରେ ବ୍ୟକ୍ତି ନିଜକୁ ନିୟନ୍ତ୍ରଣରେ ରଖିବା ଆବଶ୍ୟକ ।

୭ . ଏହି ମାସରେ ଅତିଥିଚର୍ଯା ପାଳନ କରିବା ଉଚିତ ଏବଂ ଭଗବାନ ବିଷ୍ଣୁଙ୍କର ନାମ ସ୍ମରଣ କରିବା ଉଚିତ । ଏପରି କରିବା ଦ୍ୱାରା ସ୍ୱାମୀ ସ୍ତ୍ରୀ ମଧ୍ୟରେ ସମସ୍ୟା ସମାପ୍ତ ହୋଇଥାଏ । ଏହାବ୍ୟତୀତ ଏହି ମାସ ବ୍ୟକ୍ତି ସକାଳୁ ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ କରିବା ଦ୍ୱାରା ଶରୀରରେ ସକାରାତ୍ମକତା ଜାତ ହୋଇଥାଏ ।

Leave a Reply

Your email address will not be published. Required fields are marked *