ଶ୍ରୀ କୃଷ୍ଣ ନିଜେ ଏ କଥା କହିଛନ୍ତି : ଘରୁ ବାହାରିକି କୁଆଡେ ଯିବା ପୂର୍ବରୁ ନିଶ୍ଚିତ ଭାବରେ କରନ୍ତୁ ଏହି ଛୋଟ କାମଟିଏ,ସଫଳତା ନିଶ୍ଚିତ ମିଳିବ…..

ଘରୁ ବାହାରିବା ପୂର୍ବରୁ କିଛି ଏପରି କାର୍ଯ୍ୟ ଅଛି ତାହା ନିଶ୍ଚୟ କରିବା ଉଚିତ । ଯାହାଦ୍ୱାରା ଭଗବାନଙ୍କ କୃପଦ୍ରୁଷ୍ଟି ସେହି ବ୍ୟକ୍ତି ଉପରେ ପଡିଥାଏ । ସାଧରଣତଃ ମନୁଷ୍ୟ ଘର ବାହାରକୁ ଗଲେ ବାହାରେ କାହାରି ଖରାପ ନଜର ପଡ଼ିପାରେ କିମ୍ବା ନକରାତ୍ମକ ଶକ୍ତି ଖରାପ ପ୍ରଭାବ ମଧ୍ୟ ପକାଇପାରେ । ରାସ୍ତାରେ ମନୁଷ୍ୟକୁ ଅନେକ ଅଶୁଭ ଘଟଣାର ସାମ୍ନା କରିବାକୁ ପଡ଼ିଥାଏ । କେବେକେବେ ମନୁଷ୍ୟ ସାମ୍ନାରେ ଏପରି ନକରାତ୍ମକ ବ୍ୟକ୍ତି ଆସିଯାଏ ଯାହାଦ୍ୱାରା ମନୁଷ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ । ଯାହାଦ୍ୱାରା ମନୁଷ୍ୟ ଜୀବନରେ ନକରାତ୍ମକତା ଭରିଯାଏ । ତେଣୁ ମନୁଷ୍ୟ ଘରୁ ବାହାରିବା ପୂର୍ବରୁ କିଛି ବିଶେଷ କାର୍ଯ୍ୟ ନିହାତି କରିବା ଉଚିତ ।

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ମନୁଷ୍ୟକୁ ତାର ଖରାପ ଏବଂ ଭଲ କର୍ମ ଅନୁଯାୟୀ ହିଁ କର୍ମଫଳ ପ୍ରାପ୍ତି ହୋଇଥାଏ । ସେହି କର୍ମଫଳ ମନୁଷ୍ୟକୁ ଏହି ଜନ୍ମରେ ହିଁ ଭୋଗିବାକୁ ପଡ଼ିଥାଏ । ଅନେକ ସମୟରେ ମନୁଷ୍ୟ ଅସଫଳତାକୁ ସାମ୍ନା କରିଥାଏ । ହଠାତ କିଛି ଦୁର୍ଘଟଣା କିମ୍ବା ଘଟଣା ଘଟିବା ତାର କର୍ମଫଳ ହିଁ ହୋଇଥାଏ । ତେବେ ମନୁଷ୍ୟ ଖରାପ କାମ କଲେ ତାହାକୁ କୌଣସି ନା କୌଣସି ଉପାୟରେ ତାର ଫଳକୁ ଭୋଗିବାକୁ ପଡ଼ିଥାଏ ।

ଜାଣଅଜ୍ଜାଣତରେ ହେଉଥିବା ହେଉଥିବାପାପରୁ ମୁକ୍ତି ପାଇଁ ମନୁଷ୍ୟକୁ ଦେବଦେବୀଙ୍କ ଶରଣକୁ ଯିବାକୁ ପଡ଼ିଥାଏ । ଘରୁ କୌଣସି ଶୁଭ କାର୍ଯ୍ୟରେ ବାହାରକୁ ଯାଉଥିବା ସମୟରେ କୌଣସି ନକରାତ୍ମକ ଜିନିଷ ଦର୍ଶନ କରି ଯିବା ଉଚିତ ନୁହେଁ । ତେଣୁ ବାହାରକୁ ଯିବା ସମୟରେ କେବଳ ଶୁଭ ଜିନିଷ ଦର୍ଶନ କରିବା ଉଚିତ ।

୧ . ମନୁଷ୍ୟ ଘରୁ ବାହାରକୁ ଯିବା ସମୟରେ ସର୍ବପ୍ରଥମେ ନିଜର ଇଷ୍ଟଦେବଙ୍କୁ ପ୍ରଣାମ କରି ଘରୁ ବାହାରିବା ଉଚିତ । ଘରୁ ବାହାରିବା ସମୟରେ ସର୍ବପ୍ରଥମେ ଡାହାଣ ଗୋଡ଼ ଆଗକୁ କରି ବାହାରିବା ଉଚିତ । ଏପରି କରିବା ଦ୍ୱାରା ମନୁଷ୍ୟ ଶରୀରକୁ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ ଏବଂ ଦେବଦେବୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଏହାବ୍ୟତୀତ ସେହି କାର୍ଯ୍ୟରେ ସଫଳତା ମଧ୍ୟ ମିଳିଥାଏ ।

୨ . ବାହାରକୁ ଯିବା ସମୟରେ ମିଠା ବସ୍ତୁ ସେବନ କରି ଯିବା ଉଚିତ ଏବଂ ଗୁଡ଼ ଟୁକୁଡ଼ାକୁ ଦକ୍ଷିଣ ଦିଗକୁ ଫିଙ୍ଗି ଦେବା ଉଚିତ । ଏହାପରେ ନିଜର କାମ ବିଷୟରେ ସକାରାତ୍ମକ ଭାବରେ ଚିନ୍ତା କରି ଘରୁ ବାହାରକୁ ଯିବା ଉଚିତ । ଏହାଦ୍ବାରା କାର୍ଯ୍ୟରେ ଆସୁଥିବା ସବୁ ବାଧା ଦୂରେଇ ଯାଏ ।

୩ . ଯଦି ମନୁଷ୍ୟ କୌଣସି କାମ ପାଇଁ ବାହାରକୁ ଯାଉଛି ଏବଂ ମନରେ କୌଣସି ନକରାତ୍ମକ ଚିନ୍ତା ଆସୁଛି ତେବେ ପୂଜାଘରେ ଭଗବାନଙ୍କ ସାମ୍ନାରେ ଘିଅ ଦୀପ ପ୍ରଜ୍ଜ୍ୱଳନ କରିବା ଉଚିତ । ଭଗବାନଙ୍କୁ ସେହି କାର୍ଯ୍ୟରେ ସଫଳତା ମିଳିବାକୁ ପ୍ରାର୍ଥନା କରିବା ପରେ ଘରୁ ବାହାରିବା ଉଚିତ । ଏହାବ୍ୟତୀତ ହାତରେ ଅଳ୍ପ ଚାଉଳ ନେଇ ଘରୁ ବାହାରିବା ସମୟରେ ତାହାକୁ ଘର ଭିତରକୁ ଫିଙ୍ଗି ଦେବା ଉଚିତ । ଏପରି କରିବା ଦ୍ୱାରା ସବୁ ଖରାପ ନଜର ଦୂର ହୋଇଯାଏ । କାର୍ଯ୍ୟରେ ସଫଳତା ମଧ୍ୟ ମିଳିଥାଏ ।

୪ . ଘରୁ ବାହାରିବା ସମୟରେ ସର୍ବଦା ସକାରାତ୍ମକ ହୋଇ ବାହାରିବା ଉଚିତ । ଏହାଦ୍ବାରା କାର୍ଯ୍ୟରେ ସଫଳତା ମିଳିବାର ସମ୍ଭାବନା ବଢ଼ିଯାଏ । ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ମନୁଷ୍ୟକୁ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ବାହାରକୁ ଯିବା ସମୟରେ ଶାରୀରିକ ସମ୍ବନ୍ଧ ସ୍ଥାପନ କରିବା ଉଚିତ ନୁହେଁ । ନଚେତ କାର୍ଯ୍ୟରେ ସଫଳତା ମିଳିବ ନାହିଁ ।

୫ . କୌଣସି କାର୍ଯ୍ୟ ନିମନ୍ତେ ବାହାରକୁ ଯିବା ସମୟରେ ନାଲି ବସ୍ତ୍ର , ଅଳ୍ପ ଚାଉଳ ଏବଂ ରାଇ ନେଇ ଘରୁ ବାହାରିବା ଉଚିତ । ଏହାଦ୍ବାରା ଆପଣଙ୍କ ଉପରେ କୌଣସି ଖରାପ ଶକ୍ତି କିମ୍ବା ନକରାତ୍ମକପ୍ରଭାବ ପଡ଼ି ନଥାଏ ।

Leave a Reply

Your email address will not be published. Required fields are marked *