ଶ୍ରୀକୃଷ୍ଣ କହିଛନ୍ତି ଶରୀରରେ ଏହି 7 ଚିହ୍ନ ରହିଛି ତେବେ ବ୍ୟକ୍ତି ପୂର୍ବ ଜନ୍ମରେ ନର୍କ କୁ ଯାଇଥିଲା..

ବନ୍ଧୁଗଣ ଗରୁଡ଼ ପୁରାଣ ଅନୁସାରେ ଭଗବାନ ଶ୍ରୀକୃଷ୍ଣ ପ୍ରାଣୀମାନଙ୍କ ଏପରି ଲକ୍ଷଣ ବିଷୟରେ କହିଛନ୍ତି ଯଦି କୌଣସି ମଣିଷ ଙ୍କ ମଧ୍ୟରେ ଏହିପରି ଲକ୍ଷଣ ଦେଖାଯାଏ | ତେବେ ସେ ନର୍କ ର ଦଣ୍ଡ ଭୋଗିକି ଆସିଛି | ଅର୍ଥାତ ସେହି ମନୁଷ୍ୟ ପୂର୍ବ ଜନ୍ମ ରେ ଅନେକ ପାପ କରି ନର୍କ କୁ ଯାଇଥିଲା ଏବଂ ତାହାର ପ୍ରାୟଶ୍ଚିତ କରିବା ପାଇଁ ପୃଥିବୀ ଲୋକ ରେ ଜନ୍ମ ଗ୍ରହଣ କରିଛି |

ନର୍କ ରେ ଦଣ୍ଡ ପାଇବା ସମୟ ରେ ମନୁଷ୍ୟ ଶରୀର ଏହିପରି ଅନେକ ଚିହ୍ନ ହୋଇଯାଏ | ଯଦି ଏହିପରି ଚିହ୍ନ ମନୁଷ୍ୟ ର ଶରୀର ରେ ଦେଖାଯାଏ ତେବେ ବୁଝିବା ଦରକାର ପୂର୍ବ ଜନ୍ମ ରେ ସେହି ମନୁଷ୍ୟ ଅନେକ ପାପ କରିଛି | ସେଥିପାଇଁ ସେହି ମନୁଷ୍ୟ କୁ ମୋକ୍ଷ ପାଇବା ପାଇଁ ଏହି ଜନ୍ମ ରେ ଭଲ କର୍ମ କରିବା ଉଚିତ |

ଧର୍ମ କାର୍ଯ୍ୟ କରି ଈଶ୍ୱର ଙ୍କୁ ପ୍ରସନ୍ନ କରିବା ଦରକାର | ବନ୍ଧୁଗଣ ହିନ୍ଦୁ ଶାସ୍ତ୍ର ରେ ଗରୁଡ଼ ପୁରାଣ ଅତ୍ୟନ୍ତ ପ୍ରାଚୀନ ଗ୍ରଂଥ ଅଟେ | ଏହା ଭଗବାନ ଶ୍ରୀକୃଷ୍ଣ ଗରୁଡ଼ ଜୀଙ୍କ ସମ୍ବାଦ ଅଟେ | ଏହି ମହା ଗ୍ରନ୍ଥ ରେ ସଂସାର ବିଷୟରେ ଏହିପରି କଥା ଲେଖା ହୋଇଛି ଯାହାକୁ ବୈଜ୍ଞାନିକ ମାନେ ଶୁଣିକି ଆଶ୍ଚର୍ଯ୍ୟ ହୋଇଯିବେ | ଏହି ଗ୍ରନ୍ଥ ରେ ଜନ୍ମ ଠାରୁ ନେଇକି ମଣିଷ ର ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ବିଷୟରେ ଲେଖା ହୋଇଛି |

ସ୍ୱର୍ଗ ନର୍କ ବିଷୟରେ ମଧ୍ୟ ସୂଚନା ଦିଆଯାଇଛି | ଯାହା ପ୍ରତ୍ୟେକ ମନୁଷ୍ୟ କୁ ଜାଣିବା ଉଚିତ | ଆଜି ଆମେ ଗରୁଡ଼ ପୁରାଣ ଏହିପରି କିଛି ରହସ୍ୟ ବିଷୟରେ କହିବାକୁ ଯାଉଛୁ | ଶ୍ରୀକୃଷ୍ଣ କୁହନ୍ତି ଯେଉ ବ୍ୟକ୍ତି ପୁର୍ଣ୍ୟ ରୁ ଅଧିକ ପାପ କର୍ମ କରିଥାଏ ତାହାଙ୍କୁ ନର୍କ ରେ ଯିବାକୁ ପଡିଥାଏ | ତେବେ ଆସନ୍ତୁ ଜାଣିବା ସେହି ଲକ୍ଷଣ ବିଷୟରେ ଯାହା ଦ୍ଵାରା ଜଣାପଡେ କି ମନୁଷ୍ୟ ପୂର୍ବ ଜନ୍ମ ରେ ନର୍କ କୁ ଯାଇଥିଲା..

1. ଶ୍ରୀକୃଷ୍ଣ କହିଛନ୍ତି ଯେଉ ବ୍ୟକ୍ତି ପୂର୍ବ ଜନ୍ମ ରେ ମିଛ କଥା କହି ଲୋକଙ୍କୁ ଠକି ପଇସା ଆଣିଥାଏ | ତାକୁ ନର୍କ ରେ ସ୍ଥାନ ମିଳିଥାଏ ଏବଂ ସେହି ବ୍ୟକ୍ତି ଜନ୍ମ ହେବା ପରେ ଠିକ ରେ କଥା କହିପାରି ନଥାଏ | ସେହି ବ୍ୟକ୍ତିର ପାଟି ଲାଗିଥାଏ |

2. ଯେଉ ବ୍ୟକ୍ତି ପୂର୍ବ ଜନ୍ମ ରେ ପଶୁ ପକ୍ଷୀ ଙ୍କୁ ଅତ୍ୟାଚାର କରେ, ସେହି ବ୍ୟକ୍ତି କୁ ନର୍କ ରେ ଦଣ୍ଡ ମିଳିଥାଏ | ଏବଂ ଜନ୍ମ ହେଲା ପରେ ସେମିତି ଘୁଙ୍ଗା ହୋଇଥାଏ |

3.ପୂର୍ବ ଜନ୍ମ ରେ ବିନା କାରଣ ରେ ମନୁଷ୍ୟ କୁ ହତ୍ୟା କରିଥିବା ଲୋକ ନର୍କ କୁ ଯାଇଥାଏ ଏବଂ ଜନ୍ମ ନେଲା ପରେ ସେହି ବ୍ୟକ୍ତି କୁଷ୍ଠ ରୋଗ ରେ ପୀଡିତ ହୋଇଥାନ୍ତି |

4.ମଦ୍ୟପାନ କରୁଥିବା ବ୍ୟକ୍ତି ନର୍କ କୁ ଯାଇ ଦଣ୍ଡ ଭୋଗୀ ଯେତେ ପୁନଃ ଜନ୍ମ ନିଅନ୍ତି ତେବେ ତାଙ୍କୁ ଦାନ୍ତ ସମ୍ବଧୀୟ ରୋଗ ହୋଇଥାଏ ଏବଂ ଯନ୍ତ୍ରଣା ଭୋଗିଥାଏ |

5. ଯେଉ ବ୍ୟକ୍ତି ପୂର୍ବ ଜନ୍ମ ରେ ଚୋର ହୋଇଥାଏ ସେ ନର୍କ କୁ ଯାଇଥାଏ ଏବଂ ପୁନଃ ଜନ୍ମ ରେ ତାର ନଖ ଖରାପ ଏବଂ ତେଢା ମେଢ଼ା ହୋଇଥାଏ |

6. ଯେଉଁ ବ୍ୟକ୍ତି ପୂର୍ବ ଜନ୍ମ ରେ ଗୁରୁଙ୍କର ଅପମାନ କରେ ତାଙ୍କ ପତ୍ନୀଙ୍କ ସହ ଶାରୀରିକ ସଂପର୍କ ରଖେ ସେହି ବ୍ୟକ୍ତି ନର୍କ କୁ ଯାଇଥାଏ | ଏବଂ ଏହି ଜନ୍ମ ରେ ତାଙ୍କୁ ଚର୍ମ ରୋଗ ହୋଇଥାଏ |

7. ଯେଉ ବ୍ୟକ୍ତି ପୂର୍ବ ଜନ୍ମ ରେ ଦାନ ଧର୍ମ କରିନଥାଏ ତାକୁ ଏହି ଜନ୍ମ ରେ ଭିକାରି ହେବାକୁ ପଡିଥାଏ |

Leave a Reply

Your email address will not be published. Required fields are marked *