୯୦ ପ୍ରତିଶତ ଲୋକ ଧନତେରସରେ ଏହି ପାଞ୍ଚଟି ଜିନିଷ କିଣିବାର କରିଥାନ୍ତି ଭୁଲ

କାର୍ତ୍ତିକ ମାସର ତେର ଦିନ ଏବଂ ଦୀପାବଳିର ଦୁଇଦିନ ପୂର୍ବରୁ ଏହି ଧନତେରସ ପାଳିତ ହୋଇଥାଏ । ଧନତେରସରେ ଉଭୟ କୁବେର ଏବଂ ମାତା ଲକ୍ଷ୍ମୀଙ୍କ ପୂଜା କରାଯାଏ । ଏହିଦିନ ସବୁ ଘରେ କିଛି ନା କିଛି ସୁନା ଚାନ୍ଦିର ଜିନିଷ କିଣା ଯାଇଥାଏ । ମାତ୍ର ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ କେ ଏହି ଧନତେରସରେ କେଉଁ ସବୁ ଜିନିଷ କିଣିବା ଉଚିତ ନୁହେଁ । ତେବେ ଚାଲନ୍ତୁ ଜାଣିନେବା ।

୧ . ଲୁହା :- ଏହି ଦିନ ଭୁଲରେବି ଲୁହା ନିର୍ମିତ ଜିନିଷ କିଣିବା ଉଚିତ ନୁହେଁ । ଏହିଦିନ ସୁନା ଚାନ୍ଦି ପିତ୍ତଳ ଜିନିଷ କିଣି ପାରିବେ । ଏହି ଦିନ ଗାଡ଼ି ମଧ୍ୟ କିଣିବା ଉଚିତ ନୁହେଁ । କାରଣ ଏହି ଦିନ ରାହୁ କାଳ ଚାଲିଥାଏ । ଯାହା ଅଶୁଭ ହୋଇଥାଏ । ଏହିଦିନ କାଚ ନିର୍ମିତ କିମ୍ବା ଧାରୁଆ ଜିନିଷ ମଧ୍ୟ କିଣିବା ଉଚିତ ନୁହେଁ । ହିନ୍ଦୁ ଧର୍ମ ଅନୁଯାୟୀ ପର୍ବ ପର୍ବାଣୀରେ କଳା ରଙ୍ଗର ପୋଷାକ ପିନ୍ଧିବା ଉଚିତ ନୁହେଁ । ଏହାବ୍ୟତୀତ ଧଳା ପୋଷାକ ମଧ୍ୟ ପିନ୍ଧିବା ଉଚିତ ନୁହେଁ ।

ଧନ ତେରସରେ ଏହିସବୁ ଜିନିଷ ନିଶ୍ଚୟ କିଣନ୍ତୁ :-

୧ . ଧନତେରସରେ ମାତା ଲକ୍ଷ୍ମୀ ଏବଂ ଗଣେଶଙ୍କ ମୂର୍ତ୍ତି ନିଶ୍ଚୟ ଘରକୁ ଆଣନ୍ତୁ । ଏହାଦ୍ବାରା ଘରକୁ ଧନ ସମ୍ପତ୍ତିର ଆଗମନ ହୋଇଥାଏ ଏବଂ ବର୍ଷ ସାରା କେବେ ଟଙ୍କାର ଅଭାବ ହୁଏନାହିଁ ।

୨ . ଲୁଣ :-

ଦୀପାବଳି ଦିନ ଲୁଣ ପ୍ୟାକେଟ ଘରକୁ ଆଣନ୍ତୁ । ଏହାଦ୍ବାରା ଘରକୁ ସୁଖ ସମୃଦ୍ଧି ଆସିଥାଏ । ଦୀପାବଳି ଦିନ ଲୁଣ ମିଶା ପାଣିରେ ପୋଛା ମଧ୍ୟ ଲଗାନ୍ତୁ ।

୩ . ଶଙ୍ଖ :-

ଘରକୁ ଶଙ୍ଖ ଆସିବା ମଧ୍ୟ ଅତ୍ୟନ୍ତ ଶୁଭ ଅଟେ । ଏହା ସୁଖ ସମୃଦ୍ଧି ଏବଂ ଶାନ୍ତିର ପ୍ରତୀକ ଅଟେ । ତେଣୁ ଶଙ୍ଖ ସ୍ଥାପନା କରିବାକୁ ଚାହୁଁଥିଲେ ଦୀପାବଳି ଦିନ ଘରକୁ ଶଙ୍ଖ ଆଣି ପୂଜା କରି ବଜାନ୍ତୁ । ଏହାଦ୍ବାରା ଘରୁ ନକରାତ୍ମକତା ଦୂରେଇ ଯାଇ ସକାରାତ୍ମକତା ମଧ୍ୟ ପ୍ରବେଶ କରିଥାଏ । ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।

୪ . ଧଣିଆ :- ଧଣିଆ ଧନର ପ୍ରତୀକ ଅଟେ । ତେଣୁ ଦୀପାବଳି ଦିନ ଗୋଟା ଧଣିଆ ଆଣି ମାତା ଲକ୍ଷ୍ମୀଙ୍କ ସହିତ ଏହାର ପୂଜା କରନ୍ତୁ । ଏହାଦ୍ବାରା ଘରକୁ ଧନ ଆକର୍ଷିତ ହୋଇ ଆସିବ ।

୫ . ଦୀପାବଳି ଦିନ ଭଗବାନ କୁବେରଙ୍କୁ ଅର୍ପିତ କରିବା ପାଇଁ ସୁନା ଚାନ୍ଦି ମୁଦ୍ରା ମଧ୍ୟ ଆଣି ପାରିବେ । ଏହାଦ୍ବାରା ଘରକୁ ସୁଖ ସମୃଦ୍ଧି ଆସିଥାଏ । ଏହିଦିନ ଚାନ୍ଦିର ବାସନ ମଧ୍ୟ ଆଣି ପାରିବେ ।

୬ . ଏହି ଦିନ କୁଆଁରୀ କନ୍ୟାଙ୍କୁ ବସ୍ତ୍ର କିମ୍ବା ମେକଅପ ଜିନିଷ ଉପହାର ସ୍ୱରୂପ ଦେଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ।

୭ . ଧନତେରସର ଦୁଇ ଦିନ ଝାଡୁ କିଣିବାର ବିଧାନ ରହିଛି । ଆଉ ଅନ୍ୟ ଦିନରେ ଝାଡୁ କିଣିବା ଉଚିତ ନୁହେଁ । ଏହାଦ୍ବାରା ଘରକୁ ସୁଖ ସମୃଦ୍ଧି ଆସିଥାଏ ଏବଂ ମାତା ଲକ୍ଷ୍ମୀ ମଧ୍ୟ ଘରକୁ ପ୍ରବେଶ କରନ୍ତି । କାରଣ ଝାଡୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥାଏ । ଧନତେରସରେ ଝାଡୁ ଏବଂ ବାସନ ନିଶ୍ଚୟ କିଣନ୍ତୁ । ଏହାଦ୍ବାରା ଭଗବାନ ବିଷ୍ଣୁ ମଧ୍ୟ ଘରକୁ ପ୍ରବେଶ କରନ୍ତି ।

୮ . ଏହିଦିନ ବସ୍ତ୍ର ଦାନ କରି ପାରିବେ । ମାତ୍ର ଝାଡୁ ଦାନ କଲେ ଘରୁ ସୁଖ ସମୃଦ୍ଧି ଚାଲିଯାଏ । ତେଣୁ ଭୁଲରେ ବି ଝାଡୁ ଦାନ କରନ୍ତୁ ନାହିଁ । ଏହିଦିନ ଭଗବାନ ଗଣେଶ ଏବଂ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ମଧ୍ୟ କାହାକୁ ଦିଅନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *