୯ ଅକ୍ଟୋବର “ଶରଦ ପୁର୍ଣିମା” ଗୋଟେ ଚୁଟକୀ ହଳଦୀରେ କରନ୍ତୁ ଏହି ଛୋଟ କାମ, ଟାଣି ହୋଈ ଆସିଯିବେ ମାତା ଲଷ୍ମୀ ଆପଣଙ୍କ ଘରକୁ |

ବନ୍ଧୁଗଣ ଶରଦ ପୁର୍ଣିମା 9ଅକ୍ଟୋବର 2022 ରବିବାର ଦିନ ଅଟେ | ଧାର୍ମିକ ମାନ୍ୟତା ଅନୁଯାୟୀ ଏହିଦିନ ରାତିରେ ଜହ୍ନଙ୍କ ଠାରୁ ଆସୁଥିବା କିରଣ ଅମୃତ ସହ ସମାନ ହୋଇଥାଏ | ଏବଂ ଏହା ସହ କିଛି ଉପାୟ କରି ଆପଣ ନିଜ ଜୀବନର ସମସ୍ତ ଇଚ୍ଛାକୁ ପ୍ରାପ୍ତ କରିପାରିବେ | ବନ୍ଧୁଗଣ ଅଶ୍ଵିନ ମାସର ଯେଉଁ ଶୁକ୍ଲପକ୍ଷ ପୁର୍ଣିମା ତଥା ରାସ ପୁର୍ଣିମା ମଧ୍ୟ କୁହାଯାଏ | ଏହିଦିନ ମାତା ଲଷ୍ମୀ ପୃଥିବୁ କୁ ଆସନ୍ତି ଏବଂ ନିଜ ଭକ୍ତ ମାନଙ୍କୁ ଆଶ୍ରିବାଦ ଦିଅନ୍ତି |

କୁହାଯାଏ ଯେ ଏହି ପୁର୍ଣିମାରେ ମାତା ଲଷ୍ମୀ ରାତିରେ ପୃଥିବୀକୁ ବୁଲିବାକୁ ଆସନ୍ତି | ଏବଂ ସେ ଏହା ଦେଖନ୍ତି କି ରାତିରେ କେଉଁମାନେ ନ ଶୋଇ ଚେଇଛନ୍ତି | ଏବଂ ଏହି ଶରଦ ପୁର୍ଣିମାରେ କିଛି ସହଜ ଉପାୟ କରି ଆପଣ ନିଜ ଭାଗ୍ୟକୁ ବଦଳେଇ ପାରିବେ ଚାଲନ୍ତୁ ଜାଣିବା ଏହି କିଛି ବିବେଷ ଉପାୟ ବିଷୟରେ |କହିରଖୁଛୁ ଯେ ଶରଦ ପୁର୍ଣିମା ତିଥି 9 ଅକ୍ଟୋବର 2022 ସକାଳ 3.48ରୁ ଆରମ୍ଭ ହେବ ଏବଂ ପୁର୍ଣିମା ଦିନ 10 ଅକ୍ଟୋବର 2022 ସକାଳ 2.25ରେ ସମାପ୍ତ ହେବ | ଏହି ଦିନ ଚନ୍ଦ୍ର ଉଦୟ ହେବାର ସମୟ ହେଉଛି 6ବାଜି 18ମିନଟ ରେ | ଚାଲନ୍ତୁ ଜାଣିବା ସେହି ସବୁ ବିବେଷ ଉପାୟ ବିଷୟରେ |

ଏହିଦିନ ସକାଳୁ ଉଠି ବ୍ରତର ସଂକଳ୍ପ ନିଅନ୍ତୁ ଏବଂ ସକାଳୁ ଉଠି ସ୍ୱଚ୍ଛ ଜଳରେ ସାନ୍ନ କରନ୍ତୁ | ଏବଂ ସେହି ଜଳରେ ଗୋଟେ ଚୁଟକୀ ହଳଦୀ କିମ୍ଭା କିଛି ତୁଳସୀ ପତ୍ର କିମ୍ଭା ଗଙ୍ଗା ଜଳ ପକାଇ ସାନ୍ନ କରନ୍ତୁ | ଏବଂ ସ୍ୱଚ୍ଛ ବସ୍ତ୍ର ପରିଧାନ କରନ୍ତୁ ଏବଂ ନିଜ ଇଷ୍ଟ ଦେବା-ଦେବୀଙ୍କୁ ପୂଜା କରନ୍ତୁ | ଏବଂ ଏହା ପରେ ସୁର୍ଯ୍ୟ ଦେବଙ୍କୁ ଗୋଟେ ଲୋଟା ଜଳ ଅର୍ପଣ କରନ୍ତୁ | ଏହା ପରେ ଓସ୍ତ ଗଛରେ ମଧ୍ୟ ଜଳ ଅର୍ପଣ କରିବାକୁ ଭୁଲନ୍ତୁ ନାହିଁ | କାହିଁକି ନା ଓସ୍ତ ଗଛରେ ହିଁ ମାତା ଲଷ୍ମୀଙ୍କର ବାସ ହୋଇଥାଏ | ଏବଂ ଜଳ ଅର୍ପଣ କରିବା ବେଳେ ସେଇଥିରେ ଟିକେ ଚିନି ମିଶେଇ ସେହି ଜଳକୁ ଅର୍ପଣ କରନ୍ତୁ | ମାତା ଲଷ୍ମୀ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ |

ଏବଂ ରାତି ସମୟରେ ଆପଣଙ୍କୁ ଗାଈର କ୍ଷୀରରେ କ୍ଷୀରି ବଣିବାକୁ ହେବ ଏବଂ ଏହାକୁ ମଧ୍ୟ ରାତ୍ରିରେ ଭଗବାନଙ୍କୁ ଭୋଗ ଲଗେଇବାକୁ ହେବ | ଏବଂ ଏହି କ୍ଷୀରି ଭରା ପତ୍ରକୁ ରାତିରେ ଚନ୍ଦ୍ରର କିରଣ ତଳେ କିଛି ସମୟ ପାଇଁ ରଖିଦିଅନ୍ତୁ | ଏବଂ ଏହା ପରେ ସେ କ୍ଷୀରିକୁ ନେଇଆସନ୍ତୁ ଏବଂ ପର ଦିନ ସକାଳେ ଯେତେ ଶୀଘ୍ର ପାରିବେ ସେହି କ୍ଷୀରିକୁ ପ୍ରସାଦ କରି ପୁରା ପରିବାର ସହ ଗ୍ରହଣ କରନ୍ତୁ | ଏମିତି କରିବା ଦ୍ୱାରା ଘରର ସମସ୍ତଙ୍କ ଦେହ ପୁରା ବର୍ଷା ସୁସ୍ଥ ରହିବ |

ଏବଂ ମନେ ରଖିବେ ଯଦି ଆପଣ ଶରଦ ବ୍ରତ କରୁଛନ୍ତି ତେବେ ଆପଣ ଏହି ବ୍ରତ କେବଳ ଫଳ ଏବଂ ଜଳ ଗ୍ରହଣ କରି ହିଁ କରିବେ | ଏବଂ ସ୍ଵାତିକ ଭୋଜନ କରନ୍ତୁ | ଏବଂ ମନେ ରଖିବେ ଏହି ସମୟରେ ଜମା ବି କଳା ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ | ଯଦି ପାରୁଛନ୍ତି ତେବେ ଚମକୁଥିବା ପୋଷାକ ପିନ୍ଧନ୍ତୁ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ | କାରଣ ମାତା ଲଷ୍ମୀ ଏହି ଦିନହିଁ ସମୁଦ୍ର ମନ୍ଥନରୁ ଜନ୍ମ ହୋଇଥିଲେ ଏବଂ ସେହିଦିନ ହିଁ ଭଗବାନ ବିଷ୍ଣୁ ତାଙ୍କୁ ବିବାହ କରିଥିଲେ | ଏବଂ ସେହିଥିପାଇଁ ଏହି ସମୟ ବହୁତ ଶୁଭ ବୋଲି ବେବେଚନା କରାଯାଏ |

ହିନ୍ଧୁ ଧର୍ମରେ ତୁଳସୀ ଗଛକୁ ଅତ୍ୟନ୍ତ ଶୁଭ ଏବଂ ପବିତ୍ର ଗଛ ବୋଲି ପ୍ରମାଣିତ ହୋଇଥାଏ | ଏବଂ ସମସ୍ତଙ୍କ ଘରେ ତୁଳସୀ ଗଛ ରହିବା ନିହାତି ଆବଶ୍ୟକ ଅଟେ | ଏବଂ ତୁଳସୀ ଗଛ ରହିବା ଦ୍ୱାରା ଘରର ଅନେକ ନକାରାତ୍ମକ ଶାନ୍ତି ମଧ୍ୟ ଗାଏବ ହୋଇଯାଇଥାଏ | ଏହି ପୁର୍ଣିମା ସମୟରେ ଆପଣ ତୁଳସୀ ସହ କିଛି ବିବେଶ ଉପାୟ କରନ୍ତୁ |

ଆପଣ ଏହି ଉପାୟ କରିବା ପାଇଁ ଗୋଟେ ଲୋଟା ଜଳ ନିଅନ୍ତୁ ଏବଂ ଯଦି ଆପଣଙ୍କ ପାଖରେ ବେଲପତ୍ର ଅଛି ତେବେ ତାହା ମଧ୍ୟ ନିଅନ୍ତୁ | ଗୋଟେ ଲୋଟା ଜଳ ସେଉଥିରେ କିଛି ବୁନ୍ଧା କଞ୍ଜା କ୍ଷୀର ନିଅନ୍ତୁ | ଏବଂ ଏହା ପରେ ସେହିଥିରେ କିଛି ମିସିରି କିମ୍ଭା ଗୁଡ଼ ପକେଇଦିଅନ୍ତୁ |

ଏବଂ ସେହିଥିରେ ଗୋଟେ ଚୁଟକୀ ହଳଦୀ ପକାନ୍ତୁ | ଏବଂ ଏହା ପରେ ଆପଣ ଏହାକୁ ଓଁ ନମଃ ଭଗବତେୟଂ ବାସୁଦେବାୟ ଉଚ୍ଚାରଣ କରି ସେହି ଜଳକୁ ତୁଳସୀ ଗଛରେ ଅର୍ପଣ କରନ୍ତୁ | ଏହା କରିବା ଦ୍ୱାରା ତୁଳସୀ ଆପଣଙ୍କ ଜୀବନର ସବୁ ଦୁଃଖ, ସବୁ କଷ୍ଟ ସବୁ ସମସ୍ୟାର ସମାଧାନ କରିଥାଏ | ଆପଣଙ୍କ ଜୀବନର ସବୁ ସମୟ ସୁଖ ଏବଂ ଶାନ୍ତିରେ କାଟିବ |

Leave a Reply

Your email address will not be published. Required fields are marked *