ଦୀପାବଳି ପୂର୍ବରୁ ତୁରନ୍ତ ହଟାଇ ଦିଅନ୍ତୁ ଏହି ୭ ଟି ଜିନିଷ , ନଚେତ କ୍ରୋଧିତ ହୋଇଯିବେ ଲକ୍ଷ୍ମୀ :-

ଦୀପାବଳି ଏକ ପ୍ରାଚୀନ ସନାତନ ଧର୍ମରୁ ଚାଲି ଆସୁଥିବା ଏକ ପର୍ବ ଅଟେ । ଯାହାକି ଶରତ ଋତୁରେ ପାଳିତ ହୋଇଥାଏ । ଏହା କାର୍ତ୍ତିକ ମାସ ଅମାବାସ୍ୟାରେ ପାଳିତ ହୋଇଥାଏ । ଏହାକୁ ଦୀପ ଉତ୍ସବ ମଧ୍ୟ କୁହାଯାଏ । ଏହା ଧନତେରସରୁ ଆରମ୍ଭ ହୋଇଥାଏ । ତ୍ରୟୋଦଶୀ ତିଥି ସଂଧ୍ୟା ୫.୩୦ ରେ ଆରମ୍ଭ ହେବ ଏବଂ ୨୩ ଅକ୍ଟୋବର ପର୍ଯ୍ୟନ୍ତ ରହିବ । କିଛି ଲୋକ ୨୨ରେ ପାଳନ କରିବେ ଏବଂ ଆଉ କିଛି ଲୋକ ୨୩ ରେ । କହିବାକୁ ଗଲେ ୨୩ ତାରିଖ ହିଁ ଧନତେରସ ଅଟେ । ଯେଉଁଦିନ ଲୋକେ ସୁନା ଚାନ୍ଦି ଆଦି ଆଭୂଷଣ କ୍ରୟ କରିଥାନ୍ତି । ଆଗାମୀ ଦିନ ମାତା ଲକ୍ଷ୍ମୀଙ୍କର ପୂଜା ଅର୍ଚ୍ଚନା ହୋଇଥାଏ । ଏହିଦିନ ମାତା ଲକ୍ଷ୍ମୀ ନିଜ ଭକ୍ତଙ୍କ ଉପରେ ନିଜର ଆଶୀର୍ବାଦ ମଧ୍ୟ ଦେଇଥାନ୍ତି ।

ସାଧରଣତଃ ଏହି ପର୍ବ ୫ ଦିନ ଧରି ପାଳିତ ହୋଇଥାଏ । ମାତ୍ର ଲୋକେ ଅନେକ ଦିନ ପୂର୍ବରୁ ହିଁ ପ୍ରସ୍ତୁତି ଆରମ୍ଭ କରି ଦିଅନ୍ତି । ଘରକୁ ସଫା ସୁତୁରା କରିବା ଏବଂ ସାଜ ସଜ୍ଜା ଆରମ୍ଭ କରି ଦିଅନ୍ତି । ତେଣୁ ଏହିଦିନ କିଛି ଜିନିଷ ଘରୁ ବାହାର କରିଦେବା ଉଚିତ । କିଛି ଅଶୁଭ ଜିନିଷ ଘରେ ରହିବା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି । ତେଣୁ ଦୀପାବଳି ଆସିବା ପୂର୍ବରୁ ସେହିସବୁ ଜିନିଷକୁ ଘରୁ ବାହାର କରିଦେବା ଉଚିତ । ନଚେତ ଘରକୁ ନକରାତ୍ମକତା ପ୍ରବେଶ କରିବା ସହିତ ମାତା ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହେବେ ।

୧ . ଭଙ୍ଗା କାଚ କିମ୍ବା ଆଇନା :-

ଘରେ ଭଙ୍ଗା କାଚ କିମ୍ବା ଆଇନା ରଖିଲେ ଘରର ସଦସ୍ୟଙ୍କୁ ମାନସିକ ଚିନ୍ତାର ସମ୍ମୁଖୀନ କରିବାକୁ ପଡ଼େ । ଏହାଦ୍ବାରା ଘରକୁ ନକାରାତ୍ମକତା ମଧ୍ୟ ପ୍ରବେଶ କରିଥାଏ । ତେଣୁ ଦୀପାବଳି ପୂର୍ବରୁ ତାହାକୁ ବାହାରକୁ ଫିଙ୍ଗି ଦିଅନ୍ତୁ ।

୨ . ପୁରୁଣା କପଡ଼ା :-

ଅନେକ ଲୋକ ପୁରୁଣା କପଡ଼ାକୁ ଏହା ଭାବି ଘରେ ରଖି ଦିଅନ୍ତି ଯେ ତାହା କୌଣସି କାମରେ ଲାଗିଯିବ । ମାତ୍ର ବାସ୍ତବରେ ପୁରୁଣା ପୋଷାକ କାରଣରୁ ଘରେ ନକରାତ୍ମକତା ବାସ କରିଥାଏ । ତେଣୁ ପୁରୁଣା ବସ୍ତ୍ର ଘରେ ଥିଲେ ତାହାକୁ ଦୀପାବଳି ପୂର୍ବରୁ ହିଁ ବାହାର କରି ଦିଅନ୍ତୁ । ନଚେତ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ପ୍ରବେଶ କରିବେ ନାହିଁ । ଏହାବ୍ୟତୀତ ଛିଡ଼ି ଯାଇଥିବା ଜୋତା ଏବଂ ପୋଷାକକୁ ମଧ୍ୟ ପିନ୍ଧିବା ଉଚିତ ନୁହେଁ । ଏହାକୁ ତୁରନ୍ତ ଘରୁ ବାହାର କରିଦେବା ଉଚିତ ।

୩ . ପର୍ସ ଫାଟି ଯାଇଥିଲେ କିମ୍ବା ସିନ୍ଧୁକ ଭାଙ୍ଗି ଯାଇଥିଲେ ତାହାକୁ ତୁରନ୍ତ ଠିକ କରି ଦିଅନ୍ତୁ । ଏହାବ୍ୟତୀତ ଯଦି ଘରେ ବନ୍ଦ ଘଡ଼ି ରହିଛି ତେବେ ତାହାକୁ ଠିକ କରି ଦିଅନ୍ତୁ କିମ୍ବା ତାହାକୁ ସମ୍ପୂର୍ଣ୍ଣ ବାହାର କରି ନୂଆ ନେଇ ଆସନ୍ତୁ । କାରଣ ଘରେ ବନ୍ଦ ଘଡ଼ି ରହିବା ଅଶୁଭ ଅଟେ । କାରଣ ଘଡ଼ି ପ୍ରଗତିର ସୂଚକ ଅଟେ ।

୪ . ଭାଙ୍ଗି ଯାଇଥିବା ଜିନିଷପତ୍ର କିମ୍ବା ଭଙ୍ଗା ଇଲେକ୍ଟ୍ରିନିକ ଜିନିଷକୁ ମରାମତି କରି ଦିଅନ୍ତୁ । ମାତ୍ର ଏହାକୁ ଘର ଛାତ ଉପରେ ରଖନ୍ତୁ ନାହିଁ । କାରଣ ଭଙ୍ଗା ଜିନିଷ ଦ୍ୱାରା ଘରକୁ ନକରାତ୍ମକତା ପ୍ରବେଶ କରିଥାଏ । ଏହି ଦିନ ଘରର ଛାତକୁ ମଧ୍ୟ ସଫା କରି ଦିଅନ୍ତୁ । ଦୀପାବଳି ଦିନ କେବଳ ମାତା ଲକ୍ଷ୍ମୀଙ୍କୁ ନୁହେଁ ପିତୃଙ୍କ ନିମନ୍ତେ ମଧ୍ୟ ଦୀପ ଜଳାଯାଇଥାଏ ।

୫ . ଘରେ ଭୁଲରେ ବି ଖଣ୍ଡିତ ମୂର୍ତ୍ତି ଆଦୋୖ ରଖନ୍ତୁ ନାହିଁ । ଏହାଦ୍ବାରା ଦୁର୍ଭାଗ୍ୟ ଆସିଥାଏ ଏବଂ ଦାରିଦ୍ର୍ୟତା ଆସିଥାଏ । ତେଣୁ ଘରେ ଖଣ୍ଡିତ ମୂର୍ତ୍ତି ଥିଲେ ତାହାକୁ ତୁରନ୍ତ ବିସର୍ଜନ କରି ନୂତନ ମୂର୍ତ୍ତି ଆଣି ସ୍ଥାପିତ କରନ୍ତୁ । ଘରେ ଦେବଦେବୀଙ୍କ ଫୋଟ ଛିଡ଼ି ଯାଇଥିଲେ ତାହାକୁ ମଧ୍ୟ ବିସର୍ଜିତ କରି ଦିଅନ୍ତୁ ।

୬ . ଘରର ସମସ୍ତ ଜିନିଷ ସବୁବେଳେ ଉଚିତ ସ୍ଥିତିରେ ରହିବା ଉଚିତ । ନଚେତ ଏହାଦ୍ବାରା ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ । ଯେମିତିକି ଘରର ଐଶାନ୍ୟ କୋଣରେ ଠାକୁର ଘର ରହିବା ଉଚିତ । ଘରେ ଖରାପ ଆସବାବପତ୍ର ମଧ୍ୟ ରଖିବା ଉଚିତ ନୁହେଁ ।

୭ . ଘରେ ବୁଢିଆଣି ଜାଲ ରହିବା ଉଚିତ ନୁହେଁ । ଘରେ ଭଙ୍ଗା ବାସନ ରହିବା ଉଚିତ ନୁହେଁ । ନଚେତ ଏହା ଅଶୁଭ ହୋଇଥାଏ । ପୁରୁଣା ଖେଳନା କାଗଜ ଇତ୍ୟାଦି ବର୍ଜବସ୍ତୁ ଦୀପାବଳି ପୂର୍ବରୁ ହିଁ ଘରୁ ବାହାର କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *