ବିଜୟ ଦଶମୀ ଦିନ ଏହି ଗଛ ଲଗାଇଲେ ହୋଇଥାଏ ଧନ ବୃଷ୍ଟି,ମିଳିଥାଏ ପୁଳା ପୁଳା ଟଙ୍କା,ଅଭାବ ସବୁଦିନ ପାଇଁ ପଳାଇ ଯାଇଥାଏ

ସାଧରଣତଃ ଗଛ ଲତା ମନୁଷ୍ୟର ଜୀବନ ଧାରଣର ଏକ ଅବିଛେଦ୍ୟ ଅଙ୍ଗ ହୋଇଥାଏ । ଗଛ ଲତା ଘର ଚାରିପାଖରେ ଲଗାଇବା ଉଚିତ । ଏହାଦ୍ବାରା ଅକ୍ସିଜେନ ସ୍ତର ବଜାୟ ରହିବା ସହିତ ଘର ମଧ୍ୟକୁ ସକାରାତ୍ମକ ଶକ୍ତି ମଧ୍ୟ ପ୍ରବେଶ କରିଥାଏ । କିଛି ଲୋକ ଫୁଲ ଗଛ ଲଗାଇବାକୁ ପସନ୍ଦ କରୁଥିବା ବେଳେ ଆଉ କିଛି ଲୋକ ଫଳ ଗଛ ଏବଂ କିଛି ଲୋକ ଘରକୁ ସଜାଇବା ପାଇଁ ଗଛ ଲଗାଇଥାନ୍ତି । ଆଉ କିଛି ଲୋକ ବାସ୍ତୁ ଏବଂ ଗ୍ରହକୁ ଠିକ କରିବା ପାଇଁ ଲଗାଇଥାନ୍ତି । ତେବେ ଏହି ଗଛ ଗୁଡ଼ିକ ପାର୍ଶ୍ଵ ଦେଇ ଗଲେ ତାହାର ନକରାତ୍ମକ ଏବଂ ସକାରାତ୍ମକ ପ୍ରଭାବ ଆମ ଉପରେ ପଡ଼ିଥାଏ । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ । କେଉଁ ସବୁ ଗଛ ଲଗାଇଲେ ଘରକୁ ସକାରାତ୍ମକତା ଆସିଥାଏ ଏବଂ କେଉଁ ଗଛ ଲଗାଇଲେ ନକରାତ୍ମକତା ଆସିଥାଏ ।

ହଳଦୀ ଗଛ :-

ହଳଦୀ ଗଛ ଘରେ ଲଗାଇଲେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାଦ୍ବାରା ଘର ମଧ୍ୟକୁ ସକାରାତ୍ମକତା ଆସିବା ସହିତ ଆର୍ଥିକ ସମୃଦ୍ଧି ହୋଇଥାଏ । ସୁଖ ସମୃଦ୍ଧି ମଧ୍ୟ ଆସିଥାଏ । ଏହାଦ୍ବାରା ମାତା ଲକ୍ଷ୍ମୀ ସର୍ବଦା ପ୍ରସନ୍ନ ରହନ୍ତି । ଏହି ଗଛକୁ ପ୍ରତ୍ୟେକ ଦିନ ପୂଜା କରିବା ଉଚିତ ।

୨ . ଶମୀ ବୃକ୍ଷ :-

ଏହି ଗଛକୁ ସାଧରଣତଃ ଲୋକେ ବାସ୍ତୁ ଦୋଷ ଦୂର କରିବା ପାଇଁ ଲଗା ଯାଇଥାଏ । ଶନି କିମ୍ବା ରାହୁ ଦୋଷ ମଧ୍ୟ ଏହି ଗଛ ଲଗାଇବା ଦ୍ୱାରା ଦୂର ହୋଇଥାଏ । ଏହି ଗଛ ମୂଳରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଘିଅ ଦୀପ ଜାଳିବା ଉଚିତ । ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ସୁଖ ସମୃଦ୍ଧି ମଧ୍ୟ ଘରକୁ ଆସିଥାଏ ।

୩ . ମନୀ ପ୍ଲାଣ୍ଟ :-

ମନୀ ପ୍ଲାଣ୍ଟ ମଧ୍ୟ ଘରେ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ । ମାତ୍ର ମନୀ ପ୍ଲାଣ୍ଟକୁ ସିଧାସଳଖ ବଜାରରୁ କିଣି ଆଣି ଲଗାଇବା ଉଚିତ ନୁହେଁ । ଏହାକୁ ସେହି ବ୍ୟକ୍ତିଙ୍କ ଘରୁ ଚୋରି କରିବା ଉଚିତ ଯାହା ପୂର୍ବରୁ ହିଁ ଧନୀ ଏବଂ ବିତ୍ତଶାଳୀ ହୋଇଥିବେ । ମାତ୍ର ସେହି ସମୟରେ ଯେମିତି କେହିବି ଦେଖିବା ଉଚିତ ନୁହେଁ ।

୪ . ବାଉଁଶ ଗଛ :-

ବାଉଁଶ ଗଛ ସବୁଠାରି ଶୀଘ୍ର ବଢୁଥିବା ଗଛ ଅଟେ । ଏହାକୁ ପ୍ରାୟତଃ ସମସ୍ତେ ଘର ସାମନାରେ କିମ୍ବା ପଛରେ ଲଗାଇ ଥାନ୍ତି । ବାଉଁଶ ଗଛର ବୃଦ୍ଧି ସହିତ ମନୁଷ୍ୟର ସୁଖ ସମୃଦ୍ଧିରେ ମଧ୍ୟ ଉନ୍ନତି ହୋଇଥାଏ ।ଏହାକୁ ବିଶେଷ କରି ଉତ୍ତର ଦିଗରେ ଲଗାଇଲେ ଧନ ସମ୍ପତ୍ତି ପ୍ରାପ୍ତ ହୋଇଥାଏ ।

୫ . ପାରିଜାତ ବୃକ୍ଷ :-

ଏହି ବୃକ୍ଷକୁ ଅତ୍ୟନ୍ତ ମୂଲ୍ୟବାନ ବୃକ୍ଷ ମାନା ଯାଏ । ଏପରି କୁହାଯାଏ ଯେ ଏହି ଗଛ ସମୁଦ୍ର ମନ୍ଥନରୁ ଉତ୍ପତ୍ତି ହୋଇଥିଲା । ଏହି ଗଛକୁ ମଧ୍ୟ ଘରେ ଲଗାଇଲେ ଘରକୁ ସୁଖ ସମୃଦ୍ଧି ଆସିଥାଏ ଏବଂ ଘରେ ମାତା ଲକ୍ଷ୍ମୀଙ୍କ ସ୍ଥାୟୀ ବାସ ହୋଇଥାଏ ।

୬ . ତୁଳସୀ ଗଛ :-

ହିନ୍ଦୁ ଧର୍ମ ଅନୁଯାୟୀ ତୁଳସୀ ଗଛର ଅତ୍ୟନ୍ତ ମହତ୍ତ୍ୱ ରହିଛି । ଯେଉଁ ଘରେ ତୁଳସୀ ଗଛ ରହିଥାଏ ସେହି ଘରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ବାସ୍ତୁ ଦୋଷ ଦୂର ହୋଇଥାଏ ଏବଂ ଘରକୁ ସକାରାତ୍ମକତା ପ୍ରବେଶ କରିଥାଏ । ଏହି ଗଛକୁ ଘରେ ଲଗାଇଲେ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । ମାତ୍ର ତୁଳସୀ ଗଛର ସ୍ୱତନ୍ତ୍ର ଧ୍ୟାନ ରଖିବା ଉଚିତ । କାରଣ ଏହି ଗଛ ଶୁଖି ଗଲେ ଘରକୁ ନକରାତ୍ମକତା ଆସିଥାଏ । ତେଣୁ ଘରେ ତୁଳସୀ ଗଛ ସର୍ବଦା ଭରାଭରା ଏବଂ ସବୁଜ ରହିବା ଉଚିତ । ତୁଳସୀ ଗଛ ଶୁଖିଗଲେ ତାହାକୁ ତୁରନ୍ତ ଜଳରେ ବିସର୍ଜିତ କରି ନୂତନ ତୁଳସୀ ଗଛ ଲଗାଇ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *