ଦଶହରା ଦିନ ଖାଇ ନିଅନ୍ତୁ ଏହି ଗୋଟିଏ ଜିନିଷ , ତା ପରେ ଦେଖିବେ ଘରକୁ ଆସିବାକୁ ଲାଗିବ ଟଙ୍କା !

ଦଶହରା ଏପରି ଏକ ଦିନ ଅଟେ , ଯାହାକୁ ବର୍ଷ ବର୍ଷ ଧରି ସମସ୍ତେ ଅପେକ୍ଷା କରି ବସି ରହିଥାନ୍ତି । ଆଉ ଏହା ଆସିଲେ ସମସ୍ତଙ୍କ ମନରେ ଖୁସି ଭରି ଯାଇଥାଏ । ତେବେ ଏହି ଦିନଟି ଅତ୍ୟନ୍ତ ଶୁଭ ହୋଇଥାଏ । କାରଣ ଏହା ଏପରି ଏକ ଦିନ ଅଟେ , ଯେଉଁ ଦିନ ଆପଣ ବିନା କୌଣସି ସମୟ ଏବଂ ମୁହୂର୍ତ୍ତ ଦେଖି କାମ ଆରମ୍ଭ କରିପାରିବେ ।

ବିଶ୍ୱାସ କରାଯାଏ କି , ଏହିଦିନ ପ୍ରଭୁ ଶିବ ଧରାପୃଷ୍ଠକୁ ଅବତରଣ କରିଥାନ୍ତି । ତେଣୁ ଏହି ଦିନ ତାଙ୍କ ଦର୍ଶନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଫୋଟରେ ହେଲେ ମଧ୍ୟ ଦର୍ଶନ କରନ୍ତୁ । ଏହାବ୍ୟତୀତ ଘର ଆଗରେ ଫୁଲ ମାଳ ଟାଣି ଦିଅନ୍ତୁ । ଦଶହରା ଦିନ ହିଁ ପ୍ରଭୁ ରାମଚନ୍ଦ୍ର ରାବଣ ବଧ କରିଥିଲେ , ସେହି ଦିନ ଠାରୁ ଦଶହରା ପାଳନ କରାଯାଏ ।

ରାବଣ ଅତ୍ୟନ୍ତ ଅହଙ୍କାରୀ ଥିବା ଯୋଗୁଁ ତାର ବଧ ହୋଇଥିଲା , ତେଣୁ ଜୀବନରେ ଅହଙ୍କାର ତ୍ୟାଗ କରନ୍ତୁ । ଏହିଦିନ ନିଜ ସମୀ ବୃକ୍ଷ ମଧ୍ୟ ପୂଜା କରା ଯାଇଥାଏ । ଲୋକେ ଏହି ଦିନ କ୍ଷମତା ଅନୁଯାୟୀ ଜିନିଷ କିଣି ଘରକୁ ଆଣିଥାନ୍ତି । ପ୍ରଭୁ ହନୁମାନଙ୍କର ମଧ୍ୟ ଏହିଦିନ ପୂଜା କରା ଯାଇଥାଏ । ଏହିଦିନ ରାବଣ ଦହନ ମଧ୍ୟ କରା ଯାଇଥାଏ ।

ତେବେ ଏହିଦିନ କଣ ଖାଇବେ , ଯାହା ଦ୍ଵାରା ଜୀବନରେ ଖୁସି ଭରି ହୋଇଯିବ । ତେବେ କୁହାଯାଏ ନବରାତ୍ରିର ନଅ ଦିନରେ ପାନ ଖାଇବା ଉଚିତ୍ ନୁହେଁ । ପାନ ଖାଇବା ଏହି ନଅ ଦିନ ମଧ୍ୟରେ ଅଶୁଭ ହୋଇଥାଏ । କିନ୍ତୁ ଦଶମୀ ଦିନ ପାନ ଖାଆନ୍ତୁ । ଯେତେବେଳେ ଆପଣଙ୍କୁ ସମୟ ମିଳୁଛି ଆଉ ପୁରା ପରିବାର ସହିତ ଏହି ପାନ ଖାଆନ୍ତୁ , ଜୀବନରେ ଖୁସି ଭରି ହୋଇଯିବ ।

Leave a Reply

Your email address will not be published. Required fields are marked *