ଭଗବାନଙ୍କ ସାମ୍ନାରେ କାନ୍ଦିଲେ ହୋଇଥାଏ ଏହି ଚମତ୍କାର , ଜାଣି ରଖନ୍ତୁ

ଈଶ୍ୱରଙ୍କୁ ଆରାଧନା କରିବା ସମୟରେ କେବେ କେବେ ଆମ ଆଖିରୁ ଅଶ୍ରୁ ନିର୍ଗତ ହୋଇଥାଏ । ସେତେବେଳେ ପୁରା ହୃଦୟରୁ ମନୁଷ୍ୟ ଭଗବାନଙ୍କୁ ପ୍ରାର୍ଥନା କରିଥାଏ । ପୂଜା କରିବା ସମୟରେ ଆମ ଆଖପାଖର ବାତାବରଣ ମଧ୍ୟ ଶୁଦ୍ଧ ହୋଇଯାଏ । ଦୁଃଖର ବାତାବରଣ ମଧ୍ୟ ଖୁସିରେ ଭରିଯାଏ । ଯେତେ ଚିନ୍ତିତ ରହିଲେ ବି ସୁଦ୍ଧା ଭଲ ଅନୁଭୂତ ହେବାରେ ଲାଗିଥାଏ ।

ଏହାର ଅନେକ ରହସ୍ୟ ରହିଥାଏ । କେବେକେବେ ବିଦ୍ୟାର୍ଥୀ ମାନେ ପାଠ ପଢ଼ିବା ପୂର୍ବରୁ ମାତା ସରସ୍ୱତୀଙ୍କୁ ଅରାଧାନ କରିବା ସମୟରେ ଆଖିରୁ ଲୁହ ଝରିଥାଏ କିମ୍ବା ହଠାତ ନିଦ ଆସିବାରେ ଲାଗିଥାଏ । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏହିସବୁ ଘଟଣା ଘଟିବାର ରହସ୍ୟ ବିଷୟରେ କହିବୁ ।

୧ . ଯଦି ଆପଣ ଭଗବାନଙ୍କୁ ଆରାଧନା କରୁଛନ୍ତି ଏବଂ ହଠାତ ଆପଣଙ୍କ ଆଖିରେ ଲୁହ ଆସି ଯାଉଛି ତେବେ ଏହାର ଅର୍ଥ ଆପଣଙ୍କ ଆତ୍ମା ସହିତ ଭଗବାନଙ୍କ ଆତ୍ମାର ମିଳନ ହୋଇ ସାରିଛି । ଏହି ସମୟରେ ଆପଣ ଈଶ୍ୱରଙ୍କୁ ନିଜର ମନସ୍କାମନା ନିଶ୍ଚିତ ଜଣାନ୍ତୁ । କାରଣ ଏହା ଆପଣଙ୍କର ପ୍ରକୃତ ଭକ୍ତି ଅଟେ ।

ଯେତେବେଳେ ଆପଣ ଈଶ୍ୱରଙ୍କୁ ବାସ୍ତବ ପବିତ୍ର ହୃଦୟରେ ଡାକନ୍ତି ସେତେବେଳେ ଆଖିରେ ଲୁହ ନିଶ୍ଚୟ ଆସିଥାଏ । ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିର ପୂଜା କରିବା ସମୟରେ ଆଖିରେ ଅଶ୍ରୁ ଆସିଥାଏ ସେହି ବ୍ୟକ୍ତି ଈଶ୍ୱରଙ୍କ କୃପା ଲାଭ କରିଥାଏ । ଏହାର ଅର୍ଥ ମଧ୍ୟ ଏହା ହୋଇଥାଏ ଯେ ଆପଣଙ୍କ ଅନ୍ତର୍ମନ ସ୍ବଛ ହେଉଛି ଏବଂ ଶୁଦ୍ଧ ହେଉଛି ।

୨ . ଅଗ୍ନି ପଞ୍ଚତତ୍ତ୍ୱ ମଧ୍ୟରୁ ଗୋଟିଏ ଅଟେ ଏବଂ ଏଥିରେ ଭଗବାନ ଶିବଙ୍କର ବାସ ହୋଇଥାଏ । ଯଦି ଆପଣ ଭଗବାନଙ୍କ ସାମ୍ନାରେ ବସି ଆରାଧନା କରୁଛନ୍ତି ଏବଂ ହଠାତ ଦୀପର ଜ୍ୟୋତି ବଢ଼ି ଯାଉଛି ତେବେ ଏହାର ସଙ୍କେତ ହେଉଛି ଯେ ସେ ଆପଣଙ୍କ ପୂଜା ଏବଂ ଭକ୍ତିରେ ପ୍ରସନ୍ନ ଅଟନ୍ତି ।

୩ . ଯଦି ଆପଣ ପୂଜା କରିବା ସମୟରେ ଆପଣଙ୍କ ଦ୍ୱାରା ଜଳା ଯାଇଥିବା ଧୂପ ବତୀର ଧୂଆଁ ଈଶ୍ୱରଙ୍କ ଦିଗରେ ଯାଉଛି ତେବେ ଏହାର ଅର୍ଥ ଈଶ୍ୱର ଆପଣଙ୍କ ପୂଜାକୁ ଗ୍ରହଣ କରିଛନ୍ତି । ତେଣୁ ଏହି ସମୟରେ ଆପଣ ନିଜର ମନସ୍କାମନା ଇଷ୍ଟଦେବଙ୍କୁ ନିଶ୍ଚୟ କୁହନ୍ତୁ ।

୪ . ଭଗବାନ ଶିବଙ୍କ ପୂଜା ଏବଂ ଆରତୀ ସମୟରେ ଯଦି ଘରର ଦ୍ୱାରକୁ ଗାଈ ଆସୁଛି ତେବେ ଏହା ଅତ୍ୟନ୍ତ ଶୁଭ ସଙ୍କେତ ଅଟେ । ତେଣୁ ଏମିତିରେ ଘରେ ଦ୍ୱାରକୁ ଆସିଥିବା ଗାଈର ପୂଜା ନିଶ୍ଚୟ କରନ୍ତୁ । ଗାଈକୁ ତିଳକ ଲଗାଇବାକୁ ଭୁଲନ୍ତୁ ନାହିଁ ଏବଂ ରୋଟି ନିଶ୍ଚୟ ଖୁଆନ୍ତୁ । ଏହାପରେ ନିଜର ମନସ୍କାମନା କହି ଆଶୀର୍ବାଦ ମଧ୍ୟ ଗ୍ରହଣ କରନ୍ତୁ ।

Leave a Reply

Your email address will not be published. Required fields are marked *