ଜାଣନ୍ତୁ ମଙ୍ଗଳସୁତ୍ରର ରହସ୍ୟ । ସ୍ୱାମୀର ଜୀବନ ଉପରେ ଆଣିଥାଏ ବିପଦ

ହିନ୍ଦୁ ଧର୍ମରେ ସବୁ ମହିଳା ମାନେ ମଙ୍ଗଳସୁତ୍ର ପିନ୍ଧିବା ନିତାନ୍ତ ଜରୁରୀ ଅଟେ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ମଙ୍ଗଳସୁତ୍ରରେ କେଉଁ କାମ କଲେ ସ୍ୱାମୀର ଆୟୁଷ କମିଥାଏ ଏବଂ କେଉଁ ଉପାୟ କରିବା ଦ୍ୱାରା ସ୍ୱାମୀର ଆୟୁଷ ବଢ଼ିଥାଏ । ହିନ୍ଦୁ ଧର୍ମରେ ଏହି ମଙ୍ଗଳସୁତ୍ର ବିବାହିତା ମହିଳାଙ୍କ ବିବାହିତା ହେବାର ସଙ୍କେତ ଅଟେ । ଏହାକୁ ନେଇ ଅନେକ କଥା ଶାସ୍ତ୍ରରେ ମଧ୍ୟ ବର୍ଣ୍ଣିତ ହୋଇଛି । ଷୋହଳ ଶୃଙ୍ଗାର ମଧ୍ୟରୁ ଏହି ମଙ୍ଗଳସୁତ୍ର ମଧ୍ୟ ଗୋଟିଏ ରହିଛି । ସବୁ ବିବାହିତା ମହିଳା ମଙ୍ଗଳସୁତ୍ର ବ୍ୟବହାର କରିବା ଉଚିତ ।

କିନ୍ତୁ ଆମ ରାଜ୍ୟର ଅନେକ ଜିଲ୍ଲାରେ ମହିଳା ମାନେ ଏହାକୁ ବ୍ୟବହାର କରନ୍ତି ନାହିଁ । ସେମାନଙ୍କ ଅନୁଯାୟୀ ଏହାକୁ ବ୍ୟବହାର ନକରିବାର ଅନେକ କାରଣ ରହିଛି । କିନ୍ତୁ ବର୍ତ୍ତମାନ ବିଷୟରେ କହିବାକୁ ଗଲେ ସେଠାକାର ଲୋକେ ଏବେ ମଙ୍ଗଳସୁତ୍ର ବ୍ୟବହାର କରୁଛନ୍ତି । ମାତ୍ର ମଙ୍ଗଳସୁତ୍ରକୁ ସବୁ ହିନ୍ଦୁ ଧର୍ମରେ ବ୍ୟବହାର କରିବା ଉଚିତ ।

୧ . କୌଣସିବି ବିବାହିତ ମହିଳା ଅନ୍ୟ କାହାର ମଙ୍ଗଳସୁତ୍ର ବ୍ୟବହାର କରିବା ଉଚିତ ନୁହେଁ । ଏହାବ୍ୟତୀତ ନିଜ ବେକରୁ ମଙ୍ଗଳସୁତ୍ର ବାହାର କରିବା ମଧ୍ୟ ଉଚିତ ନୁହେଁ । ନଚେତ ଏହାଦ୍ୱାରା ସ୍ୱାମୀର ଆୟୁଷ କମିଥାଏ ଏବଂ ଅନେକ ସମସ୍ୟା ଦେଖା ଦେଇଥାଏ । ଏହାଦ୍ବାରା ସମ୍ପର୍କରେ ମଧ୍ୟ ଫାଟ ସୃଷ୍ଟି ହୋଇଥାଏ ।

୨ . ମଙ୍ଗଳସୁତ୍ର ବିବାହିତ ହେବାର ପରିଚୟ ଦେଇଥାଏ । ବେକରେ ମଙ୍ଗଳସୁତ୍ର ଧାରଣ କଲେ ତାହା ସମ୍ପର୍କକୁ ମଧ୍ୟ ମଜବୁତ କରିଥାଏ ଏବଂ କାହାରି ନଜର ପଡ଼ିବାକୁ ଦେଇ ନଥାଏ । ତେଣୁ ସବୁ ବିବାହିତା ମହିଳା ନିଜ ସ୍ୱାମୀଙ୍କ ପରିଚୟ ହିସାବରେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ଉଚିତ ଅଟେ ।

୩ . ମଙ୍ଗଳସୁତ୍ର ସର୍ବଦା କଳା ମାଳି ଏବଂ ସୁନାରେ ତିଆରି ହୋଇଥାଏ । କାରଣ କଳା ଦୋଷ ଖରାପ ନଜରରୁ ରକ୍ଷା କରିଥାଏ । ତେଣୁ ସ୍ୱାମୀ ଏବଂ ସ୍ତ୍ରୀ ସମ୍ପର୍କକୁ ନଜର ଦୋଷ ଠାରୁ ରକ୍ଷା କରିବା ପାଇଁ ମଙ୍ଗଳସୁତ୍ରର ମାଳି କଳା ରଖାଯାଇଥାଏ ।

୪ . ମହିଳା ମାନଙ୍କୁ କୌଣସି ପରିସ୍ଥିତିରେ ବି ନିଜର ମଙ୍ଗଳସୁତ୍ର ପିନ୍ଧିବା ଉଚିତ ନୁହେଁ । ନଚେତ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ । ଏହାକୁ କେବଳ ସେହି ସମୟରେ ଖୋଲିବା ଉଚିତ ଯେତେବେଳେ କୌଣସି ଅଶୁଭ ଘଟଣା ଘଟିଥାଏ । ମାତ୍ର ମଙ୍ଗଳସୁତ୍ର ଖୋଲିବା ମାତ୍ରେ ତୁରନ୍ତ କଳା ସୂତା ପିନ୍ଧିବା ଉଚିତ ।

୫ . ମଙ୍ଗଳସୁତ୍ର ପିନ୍ଧିବା ଦ୍ୱାରା ସ୍ୱାମୀର ଆୟୁଷ ବୃଦ୍ଧି ହୋଇଥାଏ । ଏହାଦ୍ବାରା ସମ୍ପର୍କରେ ମଧୁରତା ଆସିଥାଏ ।

୬ . ମଙ୍ଗଳସୁତ୍ରରେ ସୁନା ଲଗାଇଲେ ତାହା ଅନେକ ଗ୍ରହ ଦୋଷରୁ ମୁକ୍ତି ଦେଇଥାଏ । ଏହାଦ୍ବାରା ଘରକୁ ସୁଖ ସମୃଦ୍ଧି ମଧ୍ୟ ଆସିଥାଏ । ଶରୀରରେ ସୁନା ଅଳଙ୍କାର ଧାରଣ କଲେ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ ଏବଂ ସକାରାତ୍ମକ ଶକ୍ତି ନିର୍ଗତ ହୋଇଥାଏ ।

୭ . ମଙ୍ଗଳସୁତ୍ର ହଠାତ ଛିଡ଼ି ତଳେ ପଡ଼ିଯିବା ଏକ ଅଶୁଭ ଘଟଣାର ସଙ୍କେତ ଦେଇଥାଏ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଫାଟ ସୃଷ୍ଟି କରିଥାଏ । ମଙ୍ଗଳସୁତ୍ର ଅନେକ ରୋଗରୁ ମଧ୍ୟ ରକ୍ଷା କରିଥାଏ ।

Leave a Reply

Your email address will not be published. Required fields are marked *