ଘରର ଏହି ଦିଗରେ ଲଗାନ୍ତୁ ଘଣ୍ଟା, ଖୋଲିଯିବ ଆପଣଙ୍କ ଭାଗ୍ୟ ରେଖା

ସେ ଘର ହେଉ କିମ୍ବା ଅଫିସ ପ୍ରତ୍ୟେକ ବ୍ୟକ୍ତି ଘରେ ସୁଖ ଶାନ୍ତି ଓ ବ୍ୟବସାୟରେ ଲାଭ ପାଇବା ପାଇଁ ସବୁ କିଛି ବାସ୍ତୁ ହିସାବରେ କରିବାକୁ ଉଚିତ ବୋଲି ଭାବିଥାନ୍ତି | ଆପଣମାନେ ତ ଜାଣିଥିବେ କି ବାସ୍ତୁର ଚମତ୍କାରୀତା କେତେ | କିନ୍ତୁ ଅନେକ ବ୍ୟକ୍ତି ବାସ୍ତୁ ପଛରେ ଲୁଚିଥିବା ବୈଜ୍ଞାନିକ ପ୍ରଭାବ ବିଷୟରେ ଜାଣିନାହାନ୍ତି |

ସେ ଘର ହେଉ କିମ୍ବା ଅଫିସ ହେଉ କୌଣସି ଗୋଟିଏ ଜାଗାରେ ହିଁ ଆମେମାନେ କାନ୍ଥ ଘଣ୍ଟା ଲଗାଇବା ପାଇଁ ମନୋନୀତ କରିଥାଉ | ସାଧାରଣତଃ ଲୋକମାନେ ଘରର ଯେକୌଣସି ଦିଗରେ କାନ୍ଥ ଘଣ୍ଟା ଟାଙ୍ଗୀ ଦେଇଥାନ୍ତି | କିନ୍ତୁ ବାସ୍ତୁ ହିସାବରେ ଏପରି କରିବା ଅନୁଚିତ ହୋଇଥାଏ | ଘରର ଯେକୌଣସିବି କାନ୍ଥରେ ଘଣ୍ଟା ଲଗାଇବା ପୂର୍ବରୁ ଆମକୁ କିଛି କଥା ପ୍ରତି ବିବେଶ ଧ୍ୟାନ ରଖିବା ଜରୁରୀ ହୋଇଥାଏ | ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ ବିବେଷ କିଛି କଥା..

ବାସ୍ତୁ ଅନୁଯାୟୀ ଘରର ଦକ୍ଷିଣ ଦିଗର ଯେକୌଣସି କାନ୍ଥରେ ବି ଘଣ୍ଟା ଟାଙ୍ଗିବା ବହୁତ ଅଶୁଭ ହୋଇଥାଏ | ଏପରି କରିବା ଜମା ବି ଶୁଭ ନୁହେଁ |

ପୂର୍ବ,ପଶ୍ଚିମ ଏବଂ ଉତ୍ତର ଦିଗରେ ହିଁ ଘଣ୍ଟା ଟାଙ୍ଗିବା ଶୁଭ ହୋଇଥାଏ | ଏପରି କରିବା ଦ୍ୱାରା ଘରେ ସକରାତ୍ମକ ଶକ୍ତିର ଆଗମନ ହୋଇଥାଏ |

ଘର ହେଉ କିମ୍ଭା ଅଫିସ ଉଭୟ ଜାଗାରେ ହିଁ ପେଣ୍ଡୁଲମ୍ ଘଣ୍ଟା ଲଗାଇବା ଶୁଭ ବୋଲି ବେବେଚନା କରାଯାଏ | ବାସ୍ତୁ ଅନୁଯାୟୀ ଏଥିରୁ ବାହାରୁଥିବା ଶବ୍ଦ ଆପଣଙ୍କୁ ସକରାତ୍ମକ ଶକ୍ତି ପ୍ରଦାନ କରିଥାଏ |

ମୁଖ୍ୟ ଦ୍ୱାର ଉପରେ କିମ୍ବା ଏହାର ସାମ୍ନା କାନ୍ଥରେ ମଧ୍ୟ ଘଣ୍ଟା ଟାଙ୍ଗିବା ଶୁଭ ହୋଇନଥାଏ | ଏମିତି କରିବା ଦ୍ୱାରା ଘରର ଏବଂ ଅଫିସ୍ ର ଅଶୁଭ ହୋଇଥାଏ |

ବୈବାହିକ ଜୀବନକୁ ଆନନ୍ଦରେ ଉପଭୋଗ କରୁଥିବା ବ୍ୟକ୍ତିମାନଙ୍କୁ ନିଜ ଖଟରୁ ଘଣ୍ଟାକୁ ଦୂରେଇ ରଖିବା ଉଚିତ୍ | ନଚେତ୍ ଏହା ଆପଣଙ୍କ ବୈବାହିକ ଜୀବନରେ ଅଶୁଭ ପ୍ରଭାବ ପକାଇଥାଏ |

ବାସ୍ତୁ ଶାସ୍ତ୍ର ଅନୁଯାୟୀ କାନ୍ଥରେ ଟଙ୍ଗା ହୋଇଥିବା ଅକାମି ଘଣ୍ଟାକୁ ମଧ୍ୟ ଅଶୁଭ ବୋଲି ବେବେଚନା କରାଯାଇଥାଏ | ଯଦି ଆପଣଙ୍କ ଘରେ ଖରାପ ଘଣ୍ଟା କାନ୍ଥରେ ଟଙ୍ଗା ହୋଇଛି ତେବେ ତାହାକୁ ତୁରନ୍ତ ସଜାଡ଼ି ପୁନଶ୍ଚ ଲଗାନ୍ତୁ | ନଚେତ ସେହି ଘଣ୍ଟାକୁ କାଢି ରଖିଦିଅନ୍ତୁ | ଯଦି ଆପଣ ନିଜ ବେଡରୁମ୍ ପାଇଁ ଏକ ନୂତନ ଘଣ୍ଟା କିଣୁଛନ୍ତି ତେବେ ଏହାକୁ ସେହି ସ୍ଥାନରେ ଲଗାନ୍ତୁ ଯେଉଁଠାରେ ଏହାର ମୁହଁ ପୂର୍ବ ଦିଗ ଆଡ଼କୁ ହିଁ ରହୁଥିବ |

Leave a Reply

Your email address will not be published. Required fields are marked *