” ସପ୍ତମ ନବରାତ୍ରୀ ” ମା କାଳରାତ୍ରୀଙ୍କୁ ଚଢେଇ ଦିଅନ୍ତୁ ଏହି 2 ଜିନିଷ 200% ମିଳିବ ଶତ୍ରୁଙ୍କ ଠାରୁ ମୁକ୍ତି ଶନିଦେବ ବି…

ନବରାତ୍ରିର ସପ୍ତମ ଦିନ ମା କାଳରାତ୍ରୀଙ୍କ ଆରାଧନା କରାଯାଇଥାଏ |ମା କାଳରାତ୍ରି ଙ୍କୁ ପୂଜା କରିବା ଦ୍ଵାରା ଶତ୍ରୁ ବିରୋଧି କମ ହୋଇଥାନ୍ତି, ଏବଂ ଜ୍ଞାନ ଶକ୍ତି ବଢିଥାଏ | ଶନିଦେବ ମଧ୍ୟ ଶାନ୍ତ ରହିଥାନ୍ତି | ମା ଦୁର୍ଗା ଙ୍କୁ ଆରାଧନା କରିବା ଦ୍ୱାରା ବ୍ୟକ୍ତିର ଭାବିବା ଏବଂ ନିଷ୍ପତ୍ତି ନେବାର ଦକ୍ଷତା ଅଦ୍ଭୁତ ହୋଇଯାଏ | ଏବଂ ଏଥି ଯୋଗୁ ସେ ଯେଉ ବି ଦିଗରେ ଆଗକୁ ବଢିବାକୁ ଚାହାଁନ୍ତି ସେହି ଦିଗରେ ସକାରାତ୍ମକ ଏବଂ ଆଗକୁ ବଢିବାର ବାଟ ମିଳିଯାଏ | ଏବଂ ସେହି ବ୍ୟକ୍ତି ସ୍ୱୟଂ ବଡ଼ ରୁ ବଡ ନିଷ୍ପତ୍ତି ନେବାରେ ସକ୍ଷମ ହୋଇଯାଏ |

ମା କାଳରାତ୍ରୀଙ୍କ ପୌରାଣିକ କଥା :-

ବହୁ ପୁରାତନ ଯୁଗରେ ଏକ ରାକ୍ଷସ ଥିଲା ରକ୍ତବିଜ | ସେ ଦେବତା ଙ୍କ ସହ ମଣିଷକୁ ମଧ୍ୟ ବହୁତ ହଇରାଣ ହରକତ କରୁଥିଲା | ରକ୍ତବିଜ ଦାନବ ପାଖରେ ଏକ ଅଦ୍ଭୁତ ଶକ୍ତି ଥିଲା,ତାହାର ରକ୍ତ ମାଟିରେ ପଡିବା ମାତ୍ରେ ଆଉ ଏକ ରକ୍ତବିଜ ଦାନବ ତିଆରି ହୋଇଯାଉଥିଲା | ତେଣୁ ସେହି ରାକ୍ଷସକୁ କେହି ଦେବତା ମାରିପାରୁନଥିଲେ | ତେବେ ଏହି ସମୟ ସମସ୍ତ ଦେବତା ଏବଂ ମନୁଷ୍ୟ ମହାଦେବ ଙ୍କୁ ପ୍ରାର୍ଥନା କରିଥିଲେ ରକ୍ତବିଜ କବଳରୁ ମୁକ୍ତି ପାଇବା ପାଇଁ |

ଏହି ବିପଦ ରୁ ରକ୍ଷା ପାଇବା ପାଇଁ ମହାଦେବ ମାତା ପାର୍ବତୀ ଙ୍କୁ କହିଦେଲେ ଏବଂ ମାତା ପାର୍ବତୀ କଳରାତ୍ରି ବେଶ ଧରି ରକ୍ତବିଜ ଙ୍କୁ ହତ୍ୟା କରିଥିଲେ | ଗୋଟେ ହାତରେ ରାକ୍ଷସକୁ ହତ୍ୟା କଲେ ଅନ୍ୟ ହାତରେ ମାଟିର ପାତ୍ର ରେ ରକ୍ତକୁ ମାଟିରେ ପଡିବାରୁ ବଂଚିତ କରୁଥିଲେ | ଏହିପରି ହିଁ ରକ୍ତବିଜ କୁ ମାତା ହତ୍ୟା କରିଥିଲେ |

ମା ଦୁର୍ଗାଙ୍କ ସପ୍ତମ ସ୍ୱରୂପ କଳରାତ୍ରି –

ଯାହାଙ୍କ ଶରୀରର ରଙ୍ଗ ଘନ କଳା, ରୂପ ଭୟଙ୍କର, କେଶ ବିଖରିତ ଅଟେ | ଏବଂ ବେକରେ ବିଦ୍ୟୁତ ପରି ଚମକୁଥିବା ମାଳା ଅଛି | ଗଧର ସବାରି କରିଥାନ୍ତି ମା ଅନ୍ଧକାରରେ ସ୍ତିତିକୁ ସମ୍ଭାଳିଥାନ୍ତି | ମା ଙ୍କର ତିନି ନେତ୍ର ଅଛି,ତାଙ୍କ ନିଶ୍ୱାସରେ ଅଗ୍ନି ପ୍ରବାହିତ ହୁଏ | ଡାହାଣ ହାତରେ ମା ଭକ୍ତଙ୍କୁ ଆଶୀର୍ବାଦ କରନ୍ତି ଏବଂ ବାମ ହାତ ଅଭୟ ମୁଦ୍ରା ରେ ଅଛି | ଗୋଟିଏ ହାତରେ ଖଣ୍ଡା ଏବଂ ଅନ୍ୟଟିରେ ଲୁହାର ଅସ୍ତ୍ର | ଏବଂ ମା ଦେଖିବାକୁ ଭୟଙ୍କର ହୋଇଥାନ୍ତି କିନ୍ତୁ ଶୁଭଫଳ ଦାୟିନୀ ଅଟନ୍ତି ସେଥିପାଇଁ ତାଙ୍କ ନାମ ଶୁଭଙ୍କରି ମଧ୍ୟ କୁହାଯାଏ | ମାଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ନକାରାତ୍ମକ ଉର୍ଜା ଏବଂ ସମସ୍ୟାର ସମାଧାନ ହୋଇଥାଏ |

ପୂଜା ବିଧି :- ପ୍ରଥମେ ଏକ ମୁଖି ଘିଅର ଦୀପ ଜଳାନ୍ତୁ ଏବଂ ଦୁଇଟି ଲବଙ୍ଗ ରଖନ୍ତୁ | ଏହା ପରେ ଦୀପ ତଳେ ଫୁଲର ପାଖୁଡା କିମ୍ଵା ଚାଉଳ ରଖନ୍ତୁ | ଏବଂ ମନ୍ଦାର ଫୁଲର ମାଳା ମା ଙ୍କୁ ବହୁତ ପସନ୍ଦ ତେଣୁ ନବରାତ୍ରିର ଯେକୌଣସି ଦିନ ଏହି ଫୁଲର ମାଲା ମା କଳରାତ୍ରି ଙ୍କୁ ଅର୍ପଣ କରନ୍ତୁ | ମା ଙ୍କୁ ଗୁଡ଼ ବହୁତ ପସନ୍ଦ ସେଥିପାଇଁ ମା ଙ୍କୁ ଗୁଡ଼ ଭୋଗ ଲଗାନ୍ତୁ | ମା ଙ୍କୁ ରାତ୍ରି ରେ ମଧ୍ୟ ପୂଜା କରାଯାଇଥାଏ ମା ଙ୍କୁ ପ୍ରସନ୍ନ କରିବା ପାଇଁ |

ତେବେ ରାତିରେ ପୂଜା କରିବାର ବିଧି ମଧ୍ୟ ସମାନ | ଏହି ନବରାତ୍ରୀ ରେ ଦୁଇଟି ଉପାୟ କରି ଆପଣ ମା ଙ୍କୁ ପ୍ରଶନ୍ନ କରିପାରିବେ, ମାନଂକୁ 108 ଟି ଲବଙ୍ଗ ଅର୍ପଣ କରନ୍ତୁ | ଦ୍ୱିତୀୟ ଟି ହେଉଛି ମା ଙ୍କୁ ମନ୍ଦାର ଫୁଲ ନିଶ୍ଚିନ୍ତ ଅର୍ପଣ କରନ୍ତୁ ଏହା କରିବା ଦ୍ୱାରା ଆପଣଙ୍କ ଶତ୍ରୁ ବିରୋଧୀ କମ ହୋଇଯିବେ ଏବଂ ଶନିଦେବ ଦୋଷ ସମାପ୍ତ ହୋଇଯିବ |

ଶତ୍ରୁ ଓ ବିରୋଧୀଙ୍କୁ ଶାନ୍ତ କରିବା ପାଇଁ ଏପରି କରନ୍ତୁ ମା‘ କାଳରାତ୍ରିଙ୍କ ପୂଜା | ଧଳା ଓ ଲାଲ ରଙ୍ଗର ବସ୍ତ୍ର ଧାରଣ କରି ରାତିରେ ମା‘ କାଳରାତ୍ରିଙ୍କ ପୂଜା କରନ୍ତୁ। ମା’ଙ୍କ ସମ୍ମୁଖରେ ଦୀପ ଜଳାନ୍ତୁ ଓ ଗୁଡ ଭୋଗ ଲଗାନ୍ତୁ।ଏହା ପରେ ୧୦୮ ଥର ନବାର୍ଣ ମନ୍ତ୍ର ଜପ କରନ୍ତୁ।

Leave a Reply

Your email address will not be published. Required fields are marked *