ନବରାତ୍ରୀ ରେ ଭୁଲ ରେ ଯଦି ଉପବାସ ଭଙ୍ଗ ହୋଇଯାଏ ତେବେ ଡରନ୍ତୁ ନାହିଁ,ବାସ ତୁରନ୍ତ କରିନିଅନ୍ତୁ ଏହି କାମ, ସବୁକିଛି କ୍ଷମା ହୋଇଯିବ |

ବର୍ତ୍ତମାନ ଦେଶର ପାଣି ପବନରେ ମା ଦୁର୍ଗାଙ୍କ ଭକ୍ତି ପ୍ରବାହିତ ହେଉଛି | ଶାରଦୀୟ ନବରାତ୍ରୀ କୁ ପୁରା ଦେଶରେ ବଡ଼ ଧୁମଧାମ ରେ ପାଳନ କରାଯାଉଛି | ସମସ୍ତେ ମାତା ରାଣୀଙ୍କୁ ପ୍ରସନ୍ନ କରିବାରେ ଲାଗିଛନ୍ତି | ତାଙ୍କୁ ଖୁସି କରିବା ପାଇଁ ପୂଜା ପାଠ ଠୁ ନେଇକି ବ୍ରତ ଉପବାସ ମଧ୍ୟ କରୁଛନ୍ତି |ନବରାତ୍ରୀ ରେ ଅଧିକାଂଶ ଲୋକ 9 ଦିନର ଉପବାସ କରିଥାନ୍ତି |କିଛି ଏହିଦିନ ରେ କେବଳ ଫଳ ଏବଂ ଜଳ ଆହାର କରି ହିଁ ରହିଥାନ୍ତି | ଏବଂ ଆଉ କିଛି ଗୋଟିଏ ସମୟ ଭୋଜନ କରି ବ୍ରତ କରିଥାନ୍ତି |

ମାନ୍ୟତା ରହିଛି କି ନବରାତ୍ରୀ ରେ ଦେବୀ ଦୁର୍ଗାଙ୍କ ନାମ ରେ ବ୍ରତ ରଖିବା ଦ୍ୱାରା ସେ ପ୍ରସନ୍ନ ହୋଇଥାନ୍ତି | ଏହାପରେ ଆମର ମନୋକାମନା ମାତାଙ୍କ ଆଶୀର୍ବାଦ ରୁ ପୂର୍ଣ୍ଣ ହୋଇଯାଏ | ଯଦିଓ ପୁରା 9 ଦିନ ପର୍ଯ୍ୟନ୍ତ ବ୍ରତ କରିବା ସହଜ ହୋଇନଥାଏ | ଅନେକ ଥର ଭୁଲରେ ମଧ୍ୟ ଏହି ବ୍ରତ ଭଙ୍ଗ ହୋଇଯାଇଥାଏ | ଆମେ ଜାଣତରେ କିମ୍ବା ଅଜାଣତରେ କିଛି ଖାଇନିଅନ୍ତି | କିମ୍ଵା ଦେହ ଖରାପ ହେବା କାରଣ ରୁ ଆମକୁ ମଜବୁରି ରେ ଉପବାସ ଭଙ୍ଗ କରିବାକୁ ପଡିଥାଏ |

ବର୍ତମାନ ଯେବେ 9 ଦିନର ଏହି ଉପବାସ ରେ କେବେ ଭଙ୍ଗ ହୋଇଯାଏ ତ ଲୋକ ଡରି ଜାନ୍ତି | ଭାବନ୍ତି ବର୍ତ୍ତମାନ ଆମକୁ ମାତା ରାଣୀ ଙ୍କ ପାପ ଲାଗିବ | ତାଙ୍କ ପ୍ରକୋପ ସହିବାକୁ ହେବ | ଆମ ଜୀବନରେ ଦୁଃଖ ହିଁ ଦୁଃଖ ଆସିବ |କୌଣସି ମନୋକାମନା ପୂର୍ଣ୍ଣ ହେବା ନାହିଁ | ମାନ୍ୟତା ଏହା ମଧ୍ୟ କହିଥାଏ କି ବ୍ରତ ଭାଙ୍ଗିବା ଦ୍ୱାରା କିଛି ଦୋଷ ମଧ୍ୟ ଲାଗିଯାଇଥାଏ | କିନ୍ତୁ ମାତା ରାଣୀଙ୍କର ହୃଦୟ ବହୁତ ବଡ ଅଟେ | ଯଦି ଆପଣ କିଛି ଖାସ ଉପାୟ କରନ୍ତି ତେବେ ସେ ଆପଣଙ୍କୁ ଆପଣଙ୍କ ଭୁଲ ପାଇଁ କ୍ଷମା ମଧ୍ୟ କରିଦିଅନ୍ତି

ନବରାତ୍ରୀ ରେ ବ୍ରତ ଭଙ୍ଗ ହୋଇଯାଏ ତ କରନ୍ତୁ ଏହି ଉପାୟ :

1.ଯଦି ଆପଣଙ୍କ ବ୍ରତ ନବରାତ୍ରୀ ସମାପ୍ତ ହେବା ପୃବରୁ ହିଁ ଭୁଲ ରେ ଭାଙ୍ଗିଯାଏ ତେବେ ଡରନ୍ତୁ ନାହିଁ | ସର୍ବପ୍ରଥମେ ମା ଦୁର୍ଗା ଙ୍କ ସାମ୍ନା ରେ ହାତ ଯୋଡି ତାଙ୍କୁ କ୍ଷମା ମାଗନ୍ତୁ | ତାଙ୍କୁ କୁହନ୍ତୁ କି ଏହା ଆପଣଙ୍କ ଦ୍ୱାରା ଭୁଲ ରେ ହୋଇଯାଇଛି | ଏହା ପରେ ଆପଣ ଘରେ ମାତା ରାଣୀଙ୍କ ନାମରେ ଗୋଟିଏ ଯଂଜ୍ଞ କରିନିଅନ୍ତୁ | ଏହିପରି କରିବା ଦ୍ୱାରା ମା ଦୁର୍ଗା ଆପଣଙ୍କୁ କ୍ଷମା କରିଦେବେ | ଏହା ପରେ ଆପଣଙ୍କ ବ୍ରତ ପୂର୍ଣ୍ଣ ବୋଲି ବିଶ୍ୱାସ କରାଯିବ |

2.ଯଦି ନବରାତ୍ରୀ ରେ ଆପଣଂକ ଦ୍ୱାରା ଉପବାସ ଭାଙ୍ଗିଯାଏ ତେବେ ଆପଣ ମନ୍ଦିର ରେ ମା ଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ | ଏହି ପୂର୍ତ୍ତି ର ଦୁଧ, ଦହି, ମହୁ, ଘିଅ ଏବଂ ଚିନି ରେ ପଞ୍ଚାବୃତ୍ତ କରନ୍ତୁ | ଏହା ପରେ ମୂର୍ତ୍ତିର ଅଭିଷେକ କରନ୍ତୁ | ଏହା ସହିତ ନିଜ ଭୁଲର କ୍ଷମା ମାଗନ୍ତୁ | ଏହି ଉପାୟ ଆପଣଙ୍କ ଉପବାସ ଭାଙ୍ଗିବା ଦ୍ୱାରା ବହୁତ କାମ ଆସିଥାଏ |ଏହା ଦ୍ୱାରା ଆପଣଙ୍କର ସମସ୍ତ ଭୁଲ କ୍ଷମା ହୋଇଯାଏ |

3.ନବରାତ୍ରୀ ର ଯେଉଁ ଦିନ ଆପଣଙ୍କ ବ୍ରତ ଭାଙ୍ଗିଯାଏ ସେହି ଦିନ ମା ଦୁର୍ଗାଙ୍କ ସାମ୍ନାରେ ଯାଇକି ବସିଯାନ୍ତୁ | ଏହାପରେ ତାଙ୍କ ମନ୍ତ୍ର ଜପ କରନ୍ତୁ | ତାଙ୍କ ଆରତୀ କରନ୍ତୁ | ପୂଜା ଅର୍ଚନା କରି ତାଙ୍କ ହୃଦୟ ଜିତନ୍ତୁ | ମାତା ରାଣୀଙ୍କୁ କୁହନ୍ତୁ କି ଆପଣ ଆଗକୁ ଆଉ ଏମିତି ଭୁଲ କରିବା ନାହିଁ | ବ୍ରତ ଭୁଲ ରେ ଭାଙ୍ଗିଯାଏ ତ ବାକି ଦିନ ଆପଣ ଚାଳୁ ରଖନ୍ତୁ | ଏହାକୁ ବନ୍ଦ କରନ୍ତୁ ନାହିଁ |

4.ବ୍ରତ ଭାଙ୍ଗିବା ବେଳେ ଆପଣ କୌଣସି ପୂଜାରୀ ଙ୍କ ସହ ଭେଟି ପାରିବେ | ଏହା ଦ୍ୱାରା ନହରାତ୍ରି ରେ ହେବାକୁ ଥିବା ଦାନ ପୁର୍ଣ୍ୟ ବିଷୟରେ ପଚାରନ୍ତୁ |ସେ ଯେମିତି କହିବେ ସେମିତି ଦାନ କରନ୍ତୁ | ଏହିପରି କରିବା ଦ୍ୱାରା ଆପଣଂକ ବ୍ରତ ଭାଙ୍ଗିବା ପରେ କୌଣସି ପାପ କିମ୍ବା ଦୋଷ ଲାଗେ ନାହିଁ | ଆପଣଙ୍କ ବ୍ରତର ମହତ୍ୱ ବନି ରହିବ |

Leave a Reply

Your email address will not be published. Required fields are marked *