ନବରାତ୍ରୀର କୌଣସି ଦିନ ଏହି ଗଛକୁ ଛୁଇଁ ଚାଲି ଆସନ୍ତୁ , ସେହି ସମୟରେ ହିଁ ଦୂରେଇ ଯିବ ଦାରିଦ୍ର୍ୟତା

ଆମ ହିନ୍ଦୁ ଧର୍ମରେ ଏପରି ଅନେକ ବୃକ୍ଷ ରହିଛି ଯାହାକୁ ଦେବ ତୁଲ୍ୟ ଏବଂ ଦୁର୍ଲଭ ମାନା ଯାଏ । ଏହାବ୍ୟତୀତ ଭଗବାନଙ୍କ ଭଳି ପୂଜା ମଧ୍ୟ କରାଯାଏ । ତେବେ ଅନେକ ଗଛ ଘର ଚାରି ପାଖରେ ଲଗା ଯାଇଥାଏ ଯାହାଦ୍ୱାରା ଘରର ନକରାତ୍ମକତା ଦୂର ହୋଇଥାଏ । ଆମ ପ୍ରାଚୀନ ଧର୍ମ ଗ୍ରନ୍ଥରେ ଏହିପରି ଅନେକ ଗଛ ବିଷୟରେ ବର୍ଣ୍ଣନା କରାଯାଇଛି । ଗଛ ସାଧରଣତଃ ଆମକୁ ଅନେକ କିଛି ଦେଇଥାଏ । ସବୁଠାରୁ ଅଧିକ ମହତ୍ୱପୂର୍ଣ୍ଣ ଅମ୍ଳଜାନ ଦେଇଥାଏ । ତେବେ ନବରାତ୍ରୀରେ କିଛି ଏପରି ଦିବ୍ୟ ବୃକ୍ଷ ରହିଛି ଯାହାକୁ ଛୁଇଁବାଦ୍ୱାରା ଦାରିଦ୍ର୍ୟତା ଦୂର ହୋଇଯାଏ । ତେବେ ଆଜିକାର ଏହି ଲେଖାରେ ଆମେ ସେହିସବୁ ଗଛ ବିଷୟରେ କହିବୁ । ଯାହାଦ୍ୱାରା ଦୁର୍ଭାଗ୍ୟ ସୌଭଗ୍ୟରେ ବଦଳି ଯାଏ ଏବଂ ସବୁ ପ୍ରକାରର ସମସ୍ୟା ଦୂରେଇ ଯାଏ ।

ନବରାତ୍ରୀରେ ମାତା ଦୁର୍ଗାଙ୍କର ନଅ ରୂପର ଆରାଧନା କରାଯାଏ । ଏହି ସମୟରେ ସବୁ ବୃକ୍ଷ ଦିବ୍ୟ ଶକ୍ତି ପ୍ରାପ୍ତ କରିଥାନ୍ତି । ନବରାତ୍ରୀକୁ ଶକ୍ତିର ପର୍ବ ମଧ୍ୟ ମାନା ଯାଏ । ଏହି ସମୟରେ ସବୁ ଜିନିଷର ପ୍ରାଣ ଭରିଯାଏ ଏବଂ ସବୁ ଜୀବଜନ୍ତୁ ଦିବ୍ୟ ଶକ୍ତି ପ୍ରାପ୍ତ କରିଥାନ୍ତି । ତେଣୁ ଏହି ସମୟରେ କିଛି ଦିବ୍ୟ ବୃକ୍ଷକୁ ଛୁଇଁବା ଦ୍ୱାରା ଜୀବନରୁ ରୋଗ , ଦୁଃଖ , କଷ୍ଟ ସବୁ ଦୂର ହୋଇଯାଏ ।

୧ . ବେଳ ବୃକ୍ଷ :-

ବେଳ ବୃକ୍ଷ ଅତ୍ୟନ୍ତ ପବିତ୍ର ଅଟେ ଏବଂ ଏଥିରେ ଦୈବୀ ଶକ୍ତି ରହିଛି । ବେଲ ଗଛରେ ଅନେକ ଔଷଧୀୟ ଗୁଣ ରହିଛି । ଯେମିତି ଏହା ମହାଦେବଙ୍କର ଅତି ପ୍ରିୟ ଅଟେ । ସେହିଭଳି ଏହି ଗଛରେ ମାତା ଲକ୍ଷ୍ମୀ ବାସ କରନ୍ତି । ପୁରା କାଳରେ ପ୍ରାଚୀନ ମୁନିଋଷି ମାନେ ବେଲ ଗଛ ଏବଂ ତାମ୍ର ଧାତୁକୁ ମିଳିତ କରି ସ୍ୱର୍ଣ୍ଣ ନିର୍ମାଣ କରୁଥିଲେ । ତେବେ ଏପରି ମାନ୍ୟତା ରହିଛି ଯେ ବେଲ ଗଛ ମାତା ପାର୍ବତୀଙ୍କ ଝାଳରୁ ସୃଷ୍ଟି ହୋଇଥିଲା । ପ୍ରତ୍ୟେକ ପତ୍ର ତିନୋଟି ପତ୍ରକୁ ନେଇ ହୋଇଛି । ଅର୍ଥାତ ବ୍ରହ୍ମା , ବିଷ୍ଣୁ ଏବଂ ମହେଶ୍ୱର ।

ଏହି ତ୍ରିଦେବଙ୍କ ମିଳନ ଦ୍ୱାରା ଶକ୍ତିର ଉତ୍ପତ୍ତି ହୋଇଛି । ତେଣୁ ମହାଦେବଙ୍କୁ ବେଲପତ୍ର ଅର୍ପିତ କଲେ ମହାଦେବ ପ୍ରସନ୍ନ ହୁଅନ୍ତି । ତେବେ ନବରାତ୍ରୀରେ ବ୍ରତ କଲେ ମାନସିକ ସ୍ୱସ୍ତି ମିଳିଥାଏ ମାତ୍ର ଶାରୀରିକ ସ୍ୱସ୍ତି ପାଇବା ପାଇଁ ନବରାତ୍ରୀରେ ଏହି ବେଲ ବୃକ୍ଷକୁ ୭ ଥର ଛୁଇଁ ଦିଅନ୍ତୁ । ଏହାବ୍ୟତୀତ ବେଲ ଗଛ ମୂଳରେ ଘିଅ ଦୀପ ଜାଳିଲେ ସବୁ ପ୍ରକାରର ସମସ୍ୟା ଦୂର ହୋଇଥାଏ ଏବଂ ମାତା ଦୁର୍ଗା ମଧ୍ୟ ପ୍ରସନ୍ନ ହୁଅନ୍ତି । ଦାରିଦ୍ର୍ୟତା ମଧ୍ୟ ଆପଣଙ୍କୁ ସ୍ପର୍ଶ କରିପାରେ ନାହିଁ ।

ବେଲ ଗଛ ମୂଳରେ କ୍ଷୀର କିମ୍ବା ସିନ୍ଦୁର ମିଶ୍ରିତ ଜଳ ଅର୍ପିତ କଲେ ଜୀବନରେ ସବୁ ପ୍ରକାରର ରୋଗ ଶୋକ ଦୂର ହୋଇଥାଏ । ସବୁ ପ୍ରକାରର ସମସ୍ୟା ଦୂର ହୋଇଥାଏ । ବେଲ ପତ୍ରକୁ ସେବନ କରି ଯଦି ଘିଅ ଦୀପ ଜାଳନ୍ତି ତେବେ ବହୁତ ଜଲଦି ସିଦ୍ଧି ପ୍ରାପ୍ତ ହୋଇଥାଏ । ଯଦି ଆପଣ ଏକ ତମ୍ବା ମୁଦ୍ରାକୁ ଏହି ଗଛ ମୂଳରେ ମାଟିରେ ଦବାଇ ଦିଅନ୍ତି ଏବଂ ଆଗାମୀ ଦିନ ତାହାକୁ ବାହାର କରି ଧାରଣ କରନ୍ତି ତେବେ ଏହାଦ୍ବାରା ଆପଣଙ୍କର ଶନି , ରାହୁ , କେତୁ ଦୋଷ ମଧ୍ୟ ଦୂର ହୋଇଥାଏ । ବେଲ ପତ୍ରର ତିନୋଟି ପତ୍ରରେ ଓଁ ହ୍ରୀଂ କ୍ଲିଙ୍ଗ ଲେଖି ମାତାଙ୍କୁ ଅର୍ପିତ କଲେ ମାତା ପ୍ରସନ୍ନ ହୁଅନ୍ତି ।

୨ . ଶମୀ ବୃକ୍ଷ :-

ଶମୀ ବୃକ୍ଷ ଘରେ ରଖିଲେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଶନି ଦେବଙ୍କ କୃପା ପ୍ରାପ୍ତ ହୋଇଥାଏ । ଏହାଦ୍ବାରା ରାହୁ କେତୁ ଦୋଷରୁ ମଧ୍ୟ ମୁକ୍ତି ମିଳିଥାଏ ଏବଂ ଦାରିଦ୍ର୍ୟତା ଆସି ନଥାଏ । ଏହି ବୃକ୍ଷରେ ସ୍ୱୟଂ ମାତା ଦୁର୍ଗା ବିରାଜମାନ କରନ୍ତି । ତେଣୁ ନବରାତ୍ରୀରେ ଏହି ଗଛ ମୂଳରେ ଧୂପ ଦୀପ ଜାଳନ୍ତୁ । ଏହାବ୍ୟତୀତ ନବରାତ୍ରୀରେ ସପ୍ତମୀ ଏବଂ ଅଷ୍ଟମୀ ଦିନ ସନ୍ଧ୍ୟାରେ ନାଲି ଚୁଡ଼ି ନେଇ ନିଜ ମନସ୍କାମନା କହି ଶମୀ ବୃକ୍ଷରେ ବାନ୍ଧି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ ଏବଂ ଦାରିଦ୍ର୍ୟତା ମଧ୍ୟ ଦୂର ହୋଇଯିବ । ନବରାତ୍ରୀରେ ଶମୀ ବୃକ୍ଷରେ ମୋୖଲି ସୂତା ମଧ୍ୟ ବନ୍ଧା ଯାଇଥାଏ । ଏହାଦ୍ବାରା ମାତା ଦୁର୍ଗା ପ୍ରସନ୍ନ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *