ନବରାତ୍ରୀରେ ଘରକୁ ପିମ୍ପୁଡ଼ି ଆସିଲେ ମିଳିଥାଏ ଏହି ମହତ୍ତ୍ୱପୁର୍ଣ୍ଣ ସଙ୍କେତ , ଅଣଦେଖା କରନ୍ତୁ ନାହିଁ :-

ନବରାତ୍ରୀରେ ମାତା ଦୁର୍ଗାଙ୍କର ନଅ ରୂପର ଆରାଧନା କରାଯାଏ । ଏହାକୁ ଶକ୍ତିର ପର୍ବ ମଧ୍ୟ କୁହାଯାଏ । ଏହି ଦିନ ମାତାଙ୍କୁ ଆରାଧନା କଲେ ମାତାଙ୍କ କୃପା ପ୍ରାପ୍ତ ହୋଇଥାଏ । ତେବେ ଏହି ନବରାତ୍ରୀର ନଅ ଦିନରେ କିଛି ଜୀବଜନ୍ତୁ ଘରକୁ ହଠାତ ଆସିଥାନ୍ତି । ଯାହା ଅନେକ କିଛି ଗୁରୁତ୍ୱପୂର୍ଣ୍ଣ ସଙ୍କେତ ନେଇ ଆସିଥାନ୍ତି । ତେଣୁ ନବରାତ୍ରୀରେ କୌଣସି ଦିନ ଏହିପରି ଜୀବଜନ୍ତୁ ଘରକୁ ଆସିଲେ ସେସବୁକୁ ଅଣଦେଖା କରନ୍ତୁ ନାହିଁ । ଆଜିକାର ଏହି ଲେଖାରେ ଆମେ ନବରାତ୍ରୀ ସମୟରେ ଘରକୁ ପିମ୍ପୁଡ଼ି ଆସିଲେ କଣ ସଙ୍କେତ ମିଳିଥାଏ ସେହି ବିଷୟରେ କହିବୁ ।

ପିମ୍ପୁଡ଼ି ଠାରେ ଅନେକ ବିଶେଷତ୍ୱ ରହିଥାଏ । ପିମ୍ପୁଡ଼ି ଠାରୁ ଏହା ଶିକ୍ଷା କରାଯାଇ ପାରେ ଯେ ସମୂହରେ କାମ କଲେ କୌଣସିବି କାର୍ଯ୍ୟକୁ ସଫଳ କରିହୁଏ । ଦୁନିଆର କୌଣସି ଜୀବ ଏତେ ସମୟ ବଞ୍ଚି ନଥାଏ । ଅର୍ଥାତ ପିମ୍ପୁଡ଼ି ୩୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାଏ ଏବଂ ନିଜ ଓଜନ ଠାରୁ ୧୦ ଗୁଣା ଅଧିକ ଓଜନର ଜିନିଷ ବୋହିବାର କ୍ଷମତା ପିମ୍ପୁଡ଼ି ପାଖରେ ରହିଥାଏ । ପିମ୍ପୁଡ଼ି ମାନେ ସମୂହ ଭାବରେ ଏକ ପାହାଡ଼କୁ କାଟିବାକୁ ସାମ୍ୟର୍ଥ ରଖିଥାନ୍ତି ।

ଶାସ୍ତ୍ର ଅନୁଯାୟୀ ପିମ୍ପୁଡ଼ି ଅତ୍ୟନ୍ତ ମହତ୍ତ୍ୱପୁର୍ଣ୍ଣ ଅଟେ । ଗୋଟିଏ ପଟେ ପିମ୍ପୁଡ଼ିର ସମ୍ବନ୍ଧ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ରହିଛି ଏବଂ ଅନ୍ୟପଟେ ଭଗବାନ ଶନିଦେବଙ୍କ ସହିତ ରହିଛି । ପିମ୍ପୁଡ଼ି ମାତା ଲକ୍ଷ୍ମୀଙ୍କର ଖୁବ ପ୍ରିୟ ଅଟେ । ନବରାତ୍ରୀ ସମୟରେ ପିମ୍ପୁଡ଼ି ଘରକୁ ଆସିଲେ ଏହା ଶୁଭ ଏବଂ ଅଶୁଭ ସଙ୍କେତ ଦେଇଥାଏ ।

ପିମ୍ପୁଡ଼ି ବାତାବରଣରେ ଥିବା ସୂକ୍ଷ୍ମ ପରିବର୍ତ୍ତନକୁ ଜାଣିପାରେ । ଏହାବ୍ୟତୀତ ପରବେଶରେ ନକରାତ୍ମକତା ଏବଂ ଭବିଷ୍ୟତ ବିପତ୍ତି ବିଷୟରେ ମଧ୍ୟ ଜାଣିପାରେ । ମାତ୍ର ଆମେ ପିମ୍ପୁଡ଼ି ଦେଖିଲେ ତାହାକୁ ଅଣଦେଖା କରିଥାଉ । ଯାହା କରିବା ଆଦୋୖ ଉଚିତ ନୁହେଁ । ଯେଉଁ ସ୍ଥାନକୁ ଭଗବାନଙ୍କ ଆଗମନ ହେବାର ଥାଏ କିମ୍ବା କୌଣସି ବିପଦ ଆସିଲେ ତାହା ପିମ୍ପୁଡ଼ିକୁ ପୂର୍ବରୁ ହିଁ ଜଣା ପଡ଼ିଯାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ମଧ୍ୟ ପିମ୍ପୁଡ଼ିକୁ ଅତ୍ୟନ୍ତ ଗୁରୁତ୍ୱ ଦିଆଯାଇଛି ।

ଲଗାତାର ଘରୁ ପିମ୍ପୁଡ଼ି ବାହାରିଲେ ଆଃ ଅତ୍ୟନ୍ତ ଶୁଭ ହୋଇଥାଏ । ଘରେ ପିମ୍ପୁଡ଼ି ବୁଲିବା ଏକ ଅଲୌକିକ ଘଟଣା ଅଟେ । ଏହାକୁ ସାମାନ୍ୟ ଭାବିବା ଉଚିତ ନୁହେଁ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପିମ୍ପୁଡ଼ି ଠାରୁ ଧନ ମିଳିବା ଏବଂ ଖର୍ଚ୍ଚ ହେବାର ଅନେକ ସଙ୍କେତ ମିଳିଥାଏ ।

ତେଣୁ ପିମ୍ପୁଡ଼ି ଦେଖିଲେ କିଛି ଉପାୟ କରିବା ଉଚିତ ଯାହାଦ୍ୱାରା ଭଗବାନ ବିଷ୍ଣୁ ଅନ୍ୟ ଦେବଦେବୀ ମଧ୍ୟ ଖୁସି ହୋଇଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନବରାତ୍ରୀରେ କଳା ପିମ୍ପୁଡ଼ି ଘରକୁ ଆସିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ଆପଣଙ୍କ ଘରେ ଲୋକଙ୍କ ବ୍ୟବହାର ଦର୍ଶାଇ ଥାଏ । ଏହାର ଅର୍ଥ ଆପଣଙ୍କ ଘରକୁ ସୁଖ ଐଶ୍ୱର୍ଯ୍ୟ ଆସିବାକୁ ଯାଉଛି । ଯଦି ଚାଉଳ ଡବାରୁ କଳା ପିମ୍ପୁଡ଼ି ବାହାରି ଥାଏ ତେବେ ଏହା ଅତ୍ୟନ୍ତ ଶୁଭ ସଙ୍କେତ ଅଟେ ।

ଏହାର ଅର୍ଥ ଭଗବାନ ବିଷ୍ଣୁ ଆପଣଙ୍କ ଘରେ ଉପସ୍ଥିତ ଅଛନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କଳା ପିମ୍ପୁଡ଼ିକୁ ଅନ୍ନ , ଚିନି କିମ୍ବା ଅଟା ଖୁଆଇବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ଯଦି କଳା ପିମ୍ପୁଡ଼ି ଉତ୍ତର ଦିଗରୁ ଆସୁଥିବାର ଦେଖାଯାଏ ତେବେ ଏହାଦ୍ବାରା ଆର୍ଥିକ ସମୃଦ୍ଧି ହେବାର ସଙ୍କେତ ମିଳିଥାଏ । ଯଦି କଳା ପିମ୍ପୁଡ଼ି ଦକ୍ଷିଣ ଦିଗକୁ ଯାଉଥିବାର ଦେଖାଯାଏ ତେବେ ଏହାଦ୍ବାରା କ୍ଷତି ହେବାର ସୂଚନା ମିଳିଥାଏ । ଏହାଦ୍ବାରା ଆର୍ଥିକ କ୍ଷତିର ସଙ୍କେତ ମିଳିଥାଏ ।

Leave a Reply

Your email address will not be published. Required fields are marked *