ନବରାତ୍ରୀର କୌଣସି ଗୋଟିଏ ଦିନ ପାଣିରେ ମିଶାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ , ମା’ ଦୁର୍ଗା ସ୍ୱପ୍ନରେ ଦେବେ ଦର୍ଶନ :-

ଆମ ହିନ୍ଦୁ ଧର୍ମରେ ସ୍ନାନକୁ ଅତ୍ୟନ୍ତ ମହତ୍ତ୍ୱ ଦିଆଯାଇଛି । ଯେଉଁ ବ୍ୟକ୍ତି ସ୍ନାନ କରିଥାଏ ସେ ପୁଣ୍ୟର ଭାଗିଦାର ହୋଇଥାଏ । ଏହାଦ୍ବାରା ସ୍ୱାସ୍ଥ୍ୟ ଭଲ ରହିବା ସହିତ ମନ ମଧ୍ୟ ପବିତ୍ର ହୋଇଥାଏ ଏବଂ ଭଗବାନ ମଧ୍ୟ ଖୁସି ହୁଅନ୍ତି । କିନ୍ତୁ ଅନେକ ଲୋକ ସ୍ନାନ କରିବା ସମୟରେ କିଛି ଭୁଲ କରି ବସନ୍ତି । ଯାହାର ଖରାପ ପ୍ରଭାବ ସେମାନଙ୍କର ନୀତିଦିନର ଜୀବନ ଉପରେ ପଡ଼ିଥାଏ । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ସେହିସବୁ ଭୁଲ ବିଷୟରେ କହିବୁ ଯାହା ମନୁଷ୍ୟ ଗାଧୋଇବା ସମୟରେ କରିଥାଏ ।

୧ . ଅନେକ ଲୋକ ଅଛନ୍ତି ଯେଉଁମାନେ ସ୍ନାନ କରିବା ସମୟରେ ବାଲଟିରେ ପାଣି ଭର୍ତ୍ତି କରି ସ୍ନାନ କରନ୍ତି । ମାତ୍ର ସ୍ନାନ କରିବା ପରେ ବାଲଟିରେ ଅଧା ପାଣି ସେହିଭଳି ଛାଡ଼ି ଦିଅନ୍ତି । ଯାହା ଆଦୋୖ କରିବା ଉଚିତ ନୁହେଁ । ଯଦି ଘରର ଅନ୍ୟ କହି ସଦସ୍ୟ ସେହି ପାଣିରେ ସ୍ନାନ କରନ୍ତି ତେବେ ତାଙ୍କର ଆୟୁଷ କମିଥାଏ ଏବଂ ଜୀବନ ଉପରେ ଖରାପ ପ୍ରଭାବ ମଧ୍ୟ ପଡ଼ିଥାଏ । ସ୍ନାନ କରି ସାରିବା ପରେ ସର୍ବଦା ବାଲ୍ଟି ମଗକୁ ପାଣି ବାହାର କରି ଓଲଟାଇ ରଖିବା ଉଚିତ । ମାତ୍ର ଯଦି ଆପଣ ଏପରି ଭୁଲ କରନ୍ତି ତେବେ ଆପଣଙ୍କ ସହିତ ଆପଣଙ୍କ ପରିବାରକୁ ମଧ୍ୟ ଦୁଃଖ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ ।ଏହାଦ୍ବାରା ପାଣି ନଷ୍ଟ ହେବା ସହିତ ଜୀବନ ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ ।

୨ . କିଛି ପୁରୁଷ ଏପରି ଅଛନ୍ତି ଯେଉଁମାନେ ସ୍ନାନ କରି ସାରିବା ପରେ ନିଜର ଅନ୍ତ ବସ୍ତ୍ରକୁ ସେମିତି ରଖି ଦିଅନ୍ତି । ଯାହା ଆଦୋୖ ଉଚିତ ନୁହେଁ । ଏପରି କୁହାଯାଏ ଯେ କୌଣସି ବ୍ୟକ୍ତି ସେ ସ୍ତ୍ରୀ ହୁଅନ୍ତୁ କିମ୍ବା ପୁରୁଷ କେହିବି ନିଜର ଅନ୍ତ ବସ୍ତ୍ରକୁ ଅନ୍ୟକୁ ଧୋଇବାକୁ ଦେବା ଉଚିତ ନୁହେଁ । ନଚେତ ଏହାଦ୍ବାରା ନକରାତ୍ମକତା ଘରକୁ ଆସିଥାଏ ଏବଂ ମନୁଷ୍ୟ ମଧ୍ୟକୁ ଏହି ନକରାତ୍ମକତା ପ୍ରବେଶ କଲେ ତାହା ମନୁଷ୍ୟର କ୍ଷତି କରିଥାଏ । ତେଣୁ ନିଜର ଅନ୍ତ ବସ୍ତ୍ରକୁ ନିଜେ ହିଁ ଧୋଇବା ଉଚିତ । ଏମିତିକି ରାତି ସମୟରେ ଏହାକୁ ସଫା କରିବା ଉଚିତ ନୁହେଁ ।

୩ . ଅନେକ ମହିଳା କିମ୍ବା ପୁରୁଷ ସ୍ନାନ ପରେ ପୁଣିଥରେ ଗୋଡ଼ ଧୋଇଥାନ୍ତି । ସେମାନେ ଭାବିଥାନ୍ତି ଯେ ଶେଷରେ ଗୋଡ଼ ଧୋଇବା ଦ୍ୱାରା ସେମାନେ ଶୁଦ୍ଧ ହୋଇଯାଆନ୍ତି । ମାତ୍ର ତାହା ଆଦୋୖ ନୁହେଁ । କାରଣ ହିନ୍ଦୁ ଧର୍ମରେ ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ସ୍ନାନ କରିବାର ବିଧାନ ରହିଛି । ତେଣୁ ଆପଣ ଯଦି ସ୍ନାନ କରି ସାରିବା ପରେ ପୁଣିଥରେ ଗୋଡ଼ ଧୋଉଛନ୍ତି ତେବେ ଆପଣ ଅପବିତ୍ର ହୋଇଯିବେ ।

୪ . ଅନେକ ଲୋକ ସ୍ନାନ କରିବା ସମୟରେ ମୌନ ହୋଇ ସ୍ନାନ କରନ୍ତି । ବରଂ ତାଙ୍କୁ ଭଗବାନଙ୍କ ନାମ କିମ୍ବା କିଛିବି ଗୀତ ଗାଇ ସ୍ନାନ କରିବା ଉଚିତ । ଏହାର କେବଳ ଆଧ୍ୟାତ୍ମିକ କାରଣ ନାହିଁ ବରଂ ବିଜ୍ଞାନ ସମ୍ମତ କାରଣ ମଧ୍ୟ ରହିଛି ।

୫ . ଅନେକ ମହିଳା ସ୍ନାନ କରି ଆସିବା ପରେ ତୁରନ୍ତ ସିନ୍ଦୁର ଲଗାଇଥାନ୍ତି । ଯାହା ଆଦୋୖ ଉଚିତ ନୁହେଁ । ଏପରି କରିବା ଦ୍ୱାରା ସେହି ମହିଳାଙ୍କ ସ୍ୱାମୀଙ୍କ ଆୟୁଷ କମିଥାଏ । ସ୍ନାନ କରି ଆସିବା ପରେ କିଛି ସମୟ ପରେ ସିନ୍ଦୁର ପିନ୍ଧିବା ଉଚିତ । ବିଶେଷ କରି କେଶ ଓଦା ଥିବା ସମୟରେ ସିନ୍ଦୁର ଲଗାଇବା ଉଚିତ ନୁହେଁ । କାରଣ ଏହାଦ୍ବାରା ନକରାତ୍ମକତା ଆସିଥାଏ ।

୬ . ସ୍ନାନ କରି ସାରିବା ପରେ ନେଲ କଟର କିମ୍ବା ଚୁଟି କାଟିବା ଏହିସବୁ କାମ କରିବା ଉଚିତ ନୁହେଁ । ଏହିସବୁ କାମ ସ୍ନାନ ପୂର୍ବରୁ ହିଁ କରିବା ଉଚିତ । ସ୍ନାନ କରିବାର ତୁରନ୍ତ ପରେ ଅଗ୍ନିକୁ ଛୁଇଁବା ଉଚିତ ନୁହେଁ । ଖାଲି ପେଟରେ ଗ୍ୟାସ କିମ୍ବା ଚୁଲିକୁ ନଛୁଇଁ ପ୍ରଥମେ କିଛି ଖାଦ୍ୟ ଖାଇ , ଅଗ୍ନି ଦେବଙ୍କୁ ପ୍ରାର୍ଥନା କରିସାରିବା ପରେ ହିଁ ଚୁଲି କିମ୍ବା ଗ୍ୟାସ ବ୍ୟବହାର କରନ୍ତୁ ।

୭ . ଯଦି ଆପଣ ନଦୀରେ ସ୍ନାନ କରୁଛନ୍ତି ତେବେ ନଦୀକୁ ପ୍ରବେଶ କରିବା ପୂର୍ବରୁ ନଦୀ ମାତାଙ୍କୁ ପ୍ରଥମେ ପ୍ରାର୍ଥନା କରି ନଦୀକୁ ପ୍ରବେଶ କରନ୍ତୁ । ନଚେତ ନଦୀ ମାତାଙ୍କ ଅପମାନ ହୋଇଥାଏ ଏବଂ ନଦୀରେ ସ୍ନାନ କରିବାର ପୁଣ୍ୟ ପ୍ରାପ୍ତ ହୋଇ ନଥାଏ । ଏହାବ୍ୟତୀତ ନଦୀରେ ଏକାଧିକ ବ୍ୟକ୍ତିଙ୍କ ସହିତ ସ୍ନାନ କରିବା ଉଚିତ ନୁହେଁ । କାରଣ ଏହାଦ୍ବାରା ସ୍ୱାସ୍ଥ୍ୟ ଉପରେ ଏବଂ ଜୀବନ ଉପରେ ଖରାପ ପ୍ରଭାବ ପଡ଼ିଥାଏ । କେବେବି ଦକ୍ଷିଣ ଦିଗକୁ ମୁହଁ କରି ସ୍ନାନ କରିବା ଉଚିତ ନୁହେଁ । କାରଣ ଏହି ଦିନ ପିତୃଙ୍କ ଦିଗ ହୋଇଥାଏ ।

୮ . ଛୋଟ ପିଲାମାନେ ଭଗବାନଙ୍କ ରୂପ ହୋଇଥାନ୍ତି । ସ୍ନାନ ପରେ ତୁରନ୍ତ ସେମାନଙ୍କୁ କଳା ଟୀକା ପିନ୍ଧାଇ ଦେବା ଉଚିତ । ନଚେତ ତାଙ୍କ ଉପରେ ଖରାପ ନଜର ପଡ଼ିପାରେ ।

Leave a Reply

Your email address will not be published. Required fields are marked *