ନବରାତ୍ରୀ ଅତ୍ୟନ୍ତ ପବିତ୍ର ଏବଂ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । କାରଣ ଏହି ନବରାତ୍ରୀ ପର୍ବରେ ନଅ ଦିନ ପର୍ଯ୍ୟନ୍ତ ମାତାଙ୍କର ନଅ ଭିନ୍ନ ଭିନ୍ନ ରୂପର ଆରାଧନା କରାଯାଏ । ଭକ୍ତ ମାନେ ମାତାଙ୍କ ପୂଜା ଅର୍ଚ୍ଚନାରେ ପୁରାପୁରି ଲୀନ ହୋଇ ଯାଆନ୍ତି । ନବରାତ୍ରୀ ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦରେ ପାଳିତ ହୋଇଥାଏ । ଚଳିତ ବର୍ଷ ନବରାତ୍ରୀ ସେପ୍ଟେମ୍ବର ୨୬ ରୁ ଆରମ୍ଭ ହୋଇ ଅକ୍ଟୋବର ୪ ପର୍ଯ୍ୟନ୍ତ ପାଳିତ ହେବ । ତେବେ ଏହି ସମୟରେ ଭକ୍ତ ମାନେ ଭିନ୍ନ ଭିନ୍ନ ଉପାୟ କରି ମାତାଙ୍କୁ ପ୍ରସନ୍ନ କରିବାରେ ଲାଗି ପଡ଼ନ୍ତି । କେହି କେହି ବାର ବ୍ରତ କରି ମାତାଙ୍କୁ ପ୍ରସନ୍ନ କରିବାକୁ ଚେଷ୍ଟା କରନ୍ତି , କେହି କେହି ଦାନ ଧର୍ମ କରି ଏବଂ କେହି କେହି ନଅ ଦିନ ପର୍ଯ୍ୟନ୍ତ ଜୋତା ଚପଲ ତ୍ୟାଗ କରି ।
ତେବେ ଭକ୍ତଙ୍କର ଏପରି ଆରାଧନାରେ ମାତା ପ୍ରସନ୍ନ ମଧ୍ୟ ହୁଅନ୍ତି । ତେବେ ଶାସ୍ତ୍ରରେ କିଛି ଏପରି ଜିନିଷ ବିଷୟରେ କୁହାଯାଇଛି ଯାହା ଅତ୍ୟନ୍ତ ସକାରାତ୍ମକ ହୋଇଥାଏ ଏବଂ ତାହାକୁ ଯଦି ଏହି ନବରାତ୍ରୀ ସମୟରେ ଉପଯୋଗ କରାଯାଏ ତେବେ ଜୀବନରେ ସବୁ କଷ୍ଟ ଦୂର ହୋଇଯାଏ ଏବଂ ମାତା ମଧ୍ୟ ପ୍ରସନ୍ନ ହୁଅନ୍ତି । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କିଛି ଏପରି ଜିନିଷ ବିଷୟରେ କହିବୁ ଯାହାକୁ ନବରାତ୍ରୀ ସମୟରେ ତକିଆ ତଳେ ରଖି ଶୋଇଲେ ମାତା ଦୁର୍ଗା ଏବଂ ମାତା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହୋଇଥାଏ । ଜୀବନରୁ ସବୁ ଦୁଃଖ କଷ୍ଟ ଦୂର ହୋଇଯାଏ । ଏହା ବ୍ୟତୀତ ଘରକୁ ସୁଖ ସମୃଦ୍ଧି ଆସିବା ସହିତ ଆର୍ଥିକ ଲାଭ ମଧ୍ୟ ହୋଇଥାଏ ।
୧ . ତୁଳସୀ ପତ୍ର :-
ସନାତନ ଧର୍ମର ତୁଳସୀ ଅତ୍ୟନ୍ତ ପବିତ୍ର ଏବଂ ମହତ୍ୱପୂର୍ଣ୍ଣ ଅଟେ । ତୁଳସୀ ଗଛ ଦ୍ୱାରା ଘରକୁ ସକାରାତ୍ମକତା ଆସିଥାଏ ଏବଂ ଏହାଦ୍ବାରା ଘରର ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ । ତେବେ ନବରାତ୍ରୀ ସମୟରେ ଯଦି ଆପଣ କିଛି ତୁଳସୀ ପତ୍ର ନେଇ ତକିଆ ତଳେ ରଖନ୍ତି ତେବେ ନକରାତ୍ମକ ସୃଷ୍ଟି ହୋଇଥାଏ । ଖାଲି ସେତିକି ନୁହେଁ ଯଦି ଆପଣ ସକାଳୁ ଉଠ ସେହି ତୁଳସୀ ପତ୍ରକୁ ଖାଆନ୍ତି ତେବେ ଆପଣଙ୍କ ମଧ୍ୟକୁ ସକାରାତ୍ମକତା ପ୍ରବେଶ କରିଥାଏ । ଏହାଦ୍ବାରା ମାତା ଦୁର୍ଗା ଏବଂ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି ଏବଂ ଆପଣଙ୍କ ଜୀବନରେ ସମସ୍ତ ସମସ୍ୟା ମଧ୍ୟ ଦୂର ହୋଇଯାଏ ।
୨ . ମୟୁର ପର :-
ଯଦି ଆପଣ ଜୀବନରେ ସବୁ କ୍ଷେତ୍ରରେ ସଫଳ ହେବାକୁ ଚାହୁଁଛନ୍ତି ଏବେ ନବରାତ୍ରୀରେ ତକିଆ ତଳେ ମୟୁର ପର ରଖନ୍ତୁ । ଏହାଦ୍ବାରା ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇଯିବ । ଅନେକ ଲୋକ ବହି ଭିତରେ ମଧ୍ୟ ମୟୁର ପର ରଖିଥାନ୍ତି । ସକାଳୁ ଉଠି ମୟୁର ପର ଦର୍ଶନ କଲେ ଜାତକରେ ସବୁ ଦୋଷ ଦୂର ହୋଇଥାଏ । ମୟୁର ପର ତକିଆ ତଳେ ରଖିବା ଦ୍ୱାରା ଦୁର୍ଘଟଣାରୁ ମୁକ୍ତି ମିଳିଥାଏ ।
୩ . ସୁନା , ଚାନ୍ଦି କିମ୍ବା ତମ୍ବା ମୁଦ୍ରା :-
ନବରାତ୍ରୀରେ ରାତିରେ ତକିଆ ତଳେ ତମ୍ବା କିମ୍ବା ଚାନ୍ଦିର ମୁଦ୍ରା ରଖି ଶୋଇଲେ ଏବଂ ସକାଳୁ ତାହାକୁ କୌଣସି ଦରିଦ୍ର୍ୟ କିମ୍ବା ଗରିବକୁ ଦାନ କଲେ ଯିବନର ସବୁ ସମସ୍ୟା ଦୂରେଇ ଯାଏ । ଯଦି ଅନ୍ୟ କୌଣସି ଆର୍ଥିକ ସମସ୍ୟା ଥାଏ ତେବେ ସୁନା ଆଭୂଷଣ ମଧ୍ୟ ତକିଆ ତଳେ ରଖି ପାରିବେ । ଏହାଦ୍ବାରା ମାତା ରାଣୀ ପ୍ରସନ୍ନ ହୁଅନ୍ତି ଏବଂ ଘରକୁ ଧନର ଆଗମନ ମଧ୍ୟ ହୋଇଥାଏ ।
୪ . ଲୁହା ଚାବି :-
ଯଦି ଆପଣଙ୍କ ମନରେ ନାନା ପ୍ରକାରର ଖରାପ ଚିନ୍ତା ଆସୁଛି ଏବଂ ଭଲରେ ନିଦ ହେଉନାହିଁ କିମ୍ବା ଜୀବନରେ କୌଣସି ସମସ୍ୟା ଚାଲିଛି ତେବେ ନବରାତ୍ରୀରେ ତକିଆ ତଳେ ଲୁହା ଚାବି ରଖି ଶୋଇ ଯାଆନ୍ତୁ । ଏହାଦ୍ବାରା ରାହୁ ଏବଂ କେତୁଙ୍କ ଖରାପ ପ୍ରଭାବ ଦୂରେଇ ଯିବ । ଏହାଦ୍ବାରା ନକାରାତ୍ମକତା ମଧ୍ୟ ଦୂରେଇ ଯାଏ ।