ନବରାତ୍ରୀରେ ମାତା ଦୁର୍ଗାଙ୍କର ୯ ପ୍ରକାରର ରୂପକୁ ଆରାଧନା କରାଯାଏ । ଏହି ନବରାତ୍ରୀରେ ଯଦି କେହି ବ୍ୟକ୍ତି ନିଷ୍ଠାର ସହିତ ମାତାଙ୍କ ଆରାଧନା କରନ୍ତି ତେବେ ତାଙ୍କୁ ସବୁ ପ୍ରକାରର ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ତେବେ ମାତା ଦୁର୍ଗା ଯଦି କୌଣସି ବ୍ୟକ୍ତି ଉପରେ ପ୍ରସନ୍ନ ହୁଅନ୍ତି ତେବେ ସେହି ବ୍ୟକ୍ତିକୁ ଅନ୍ୟ ମାନଙ୍କ ଦ୍ୱାରା କିମ୍ବା ପ୍ରକୃତି ଦ୍ୱାରା ଭିନ୍ନ ଭିନ୍ନ ସଙ୍କେତ ମିଳିଥାଏ । ମାତ୍ର ମନୁଷ୍ୟକୁ ସେହି ସଙ୍କେତକୁ ଚିହ୍ନିବା ଉଚିତ । ଯଦି ନବରାତ୍ରୀ ସମୟରେ ଆପଣଙ୍କୁ ଏହି ସଙ୍କେତ ମିଳୁଛି ତେବେ ଏହାର ଅର୍ଥ ଆପଣଙ୍କ ଉପରେ ମାତା ପ୍ରସନ୍ନ ଅଛନ୍ତି । ଆପଣଙ୍କ ଖରାପ ସମୟର ବର୍ତ୍ତମାନ ଅନ୍ତ ଘଟିବାକୁ ଯାଉଛି । ଆପଣ ସୁଖ ସମୃଦ୍ଧି ପ୍ରାପ୍ତ କରିବାକୁ ଯାଉଛନ୍ତି । ବହୁତ ଜଲଦି ଆପଣଙ୍କ ଦୁର୍ଭାଗ୍ୟ ସୌଭଗ୍ୟରେ ପରିଣତ ହୋଇଯିବ ।
ମାତ୍ର ଏହି ସଙ୍କେତ କେବଳ ସେହି ମାନଙ୍କୁ ମିଳିଥାଏ ଯେଉଁମାନେ ନିଷ୍ଠାର ସହିତ ମାତାଙ୍କ ଆରାଧନା କରନ୍ତି । ଆମ ପ୍ରାଚୀନ ଧର୍ମ ଗ୍ରନ୍ଥରେ ମୁନିରୁଷି ମାନେ ମଧ୍ୟ ଏପରି ସଙ୍କେତ ବିଷୟରେ ବର୍ଣ୍ଣନା କରି ଯାଇଛନ୍ତି । ଏହି ସବୁ ସଙ୍କେତର ଅର୍ଥ ବୁଝିବା ମଧ୍ୟ କଷ୍ଟକର ହୋଇଥାଏ । ତେଣୁ ଏହାକୁ ବୁଝିବା ପାଇଁ ଲୋକେ ଶାସ୍ତ୍ର ଏବଂ ଜ୍ଞାନୀଗୁଣିଙ୍କ ସାହାଯ୍ୟ ଲୋଡ଼ିଥାନ୍ତି । ତେଣୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ସେହି ସବୁ ସଙ୍କେତ ବିଷୟରେ କହିବାକୁ ଯାଉଛୁ । ଯାହାଦ୍ୱାରା ଆପଣ ନିଜର ଭବିଷ୍ୟତ ଜାଣିପାରିବେ । ଏହାଦ୍ବାରା ଆପଣଙ୍କର ସବୁ ଦୁଃଖ କଷ୍ଟ ଦୂର ହୋଇଯିବ ଏବଂ ସବୁ ପ୍ରକାରର ସୁଖ ସୁବିଧା ଏବଂ ମାତାଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହେବ ।
ଏହି ନଅ ଦିନ ମଧ୍ୟରେ ଆପଣ ଯାହାବି କାର୍ଯ୍ୟ କରିବେ ସେହି କାର୍ଯ୍ୟ ଅନୁଯାୟୀ ହିଁ ଆପଣଙ୍କୁ ଫଳ ପ୍ରାପ୍ତ ହେବ । ତେଣୁ ଆପଣ ଯଦି ଭଲ କାମ କରନ୍ତି ତେବେ ଭଲ ଫଳ ପ୍ରାପ୍ତ ହେବ । ଯଦି ଖରାପ କାର୍ଯ୍ୟ କରନ୍ତି ତେବେ ଖରାପ ଫଳ ପ୍ରାପ୍ତ ହେବ । ଏହି ସମୟରେ ଆପଣ ବ୍ରତ ଧର୍ମ ଆଦି କଲେ ମାତା ଅଧିକ ପ୍ରସନ୍ନ ହୁଅନ୍ତି । ନିଷ୍ଠାର ସହିତ ବ୍ରତ ପାଳନ କଲେ ବ୍ରତର ଫଳ ମଧ୍ୟ ଭଲ ମିଳିଥାଏ । ତେବେ ନବରାତ୍ରୀରେ ଆପଣ ଦାନ ଧର୍ମ କରି ପାରିବେ କିମ୍ବା ମାତାଙ୍କ ଜାଗରଣ ମଧ୍ୟ କରିପାରିବେ । ନିଷ୍ଠାର ସହିତ ପ୍ରାର୍ଥନା କଲେ ଆପଣଙ୍କୁ ନିଶ୍ଚିତ ସଙ୍କେତ ମିଳିଯିବ ।
୧ . ଯଦି ନବରାତ୍ରୀରେ ମାତାଙ୍କ ପୂଜା ସମୟରେ ଆପଣଙ୍କୁ ଏପରି ପ୍ରତୀତ ହେଉଛି ଯେପରି ମାତା ଆପଣଙ୍କ ଦିଗକୁ ଚାହିଁ ହସୁଛନ୍ତି କିମ୍ବା ଆପଣ ମାତାଙ୍କୁ ପ୍ରଣାମ କରିବା ସମୟରେ ଯଦି ମାତାଙ୍କୁ ଅର୍ପଣ କରାଯାଇଥିବା ଫୁଲ ଆପଣଙ୍କ ଉପରେ ପଡୁଛି ତେବେ ଏହାର ଅର୍ଥ ମାତା ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ।
୨ . ନବରାତ୍ରୀରେ ଯଦି କେହି କନ୍ୟା ନାଲି ବସ୍ତ୍ର ପିନ୍ଧି ଆପଣଙ୍କ ଘରକୁ ଆସୁଛି ତେବେ ସେହି କନ୍ୟାକୁ ନିଶ୍ଚୟ କିଛିନାକିଛି ଭେଟି ଦିଅନ୍ତୁ । କାରଣ ସ୍ବୟଂ ମାତା କନ୍ୟା ରୂପରେ ଆପଣଙ୍କ ଘରକୁ ଆସିଛନ୍ତି । ଏହାବ୍ୟତୀତ ଯଦି ଆପଣ ନବରାତ୍ରୀରେ ସ୍ବପ୍ନରେ ବାରମ୍ବାର କୌଣସି କନ୍ୟା ଙ୍କୁ ଦେଖୁଛନ୍ତି ଯିଏକି ଆପଣଙ୍କ ଦିଗକୁ ଚାହିଁ ସ୍ମିତ ହସ ଦେଉଛି ତେବେ ଏହାର ଅର୍ଥ ମଧ୍ୟ ମାତା ଆପଣଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ଅଛନ୍ତି ।
୩ . ଯଦି ଆପଣ ସ୍ୱପ୍ନରେ ମାତାଙ୍କ ପାଦ ଚିହ୍ନ ପଡ଼ିଥିବାର ଦେଖୁଛନ୍ତି , ଆପଣ ତାହାକୁ ଅନୁସରଣ କରୁଛନ୍ତି କିନ୍ତୁ ମାତାଙ୍କୁ ଦେଖି ପାରୁ ନାହାଁନ୍ତି ଏବଂ ମାତାଙ୍କୁ ଖୋଜିବା ପାଇଁ ଏଣେତେଣେ ଘୁରି ବୁଲୁଛନ୍ତି ତେବେ ଏହାର ଅର୍ଥ ବହୁତ ଜଲଦି ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ସବୁ ଦୁଃଖ ଦୂର ହେବାକୁ ଯାଉଛି । ଏହାବ୍ୟତୀତ ଘରେ ଯଦି କେହି ଅସୁସ୍ଥ ବ୍ୟକ୍ତି ଥାଆନ୍ତି ତେବେ ତାଙ୍କ ସ୍ୱାସ୍ଥ୍ୟ ମଧ୍ୟ ଠିକ ହେବାକୁ ଯାଉଛି ।
୪ . ଯଦି ଆପଣ ମାତାଙ୍କୁ ଆରତୀ କରୁଛନ୍ତି ଏବଂ ପୁରା ମଗ୍ନ ହୋଇ ଯାଇଛନ୍ତି , ସେହି ସମୟରେ ହଠାତ ଆପଣଙ୍କ ଆଖିରୁ ଲୁହ ଝରି ଯାଉଛି , ମାତ୍ର ଆପଣ କିଛି ଜାଣି ପାରୁ ନାହାଁନ୍ତି ତେବେ ଏହାର ଅର୍ଥ ମଧ୍ୟ ଏହା ଯେ ମାତା ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି । ବହୁତ ଜଲଦି ଆପଣଙ୍କ କଷ୍ଟର ଦିନ ଶେଷ ହେବାକୁ ଯାଉଛି ।
୫ . ଯଦି ନବରାତ୍ରୀରେ ଆପଣଙ୍କ ପାଖକୁ ମାତାଙ୍କ ପ୍ରିୟ ବସ୍ତୁ ବାରମ୍ବାର ଆସୁଛି ତେବେ ଏହାର ଅର୍ଥ ମାତା ଆପଣଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ଅଛନ୍ତି ଏବଂ ବହୁତ ଜଲଦି ଆପଣଙ୍କ ଭାଗ୍ୟ ଖୋଲିବାକୁ ଯାଉଛି ।