ସନାତନ ଧର୍ମର ଗାଈକୁ ଲକ୍ଷ୍ମୀଙ୍କ ପ୍ରତୀକ ମାନା ଯାଇଥାଏ । ଗାଈକୁ ଯଦି ନିଷ୍ଠାର ସେବା କରାଯାଏ ତେବେ ଘରେ କେବେବି କୌଣସି ପ୍ରକାରର ଅଭାବ ଦେଖା ଦିଏ ନାହିଁ । ଘରେ ଗାଈ ରଖିଲେ ଅତ୍ୟନ୍ତ ପୁଣ୍ୟ ହୋଇଥାଏ । ଗୋମାତାଙ୍କୁ ପୂଜା କଲେ ମଧ୍ୟ ସବୁ ଦେବଦେବୀଙ୍କ କୃପା ପ୍ରାପ୍ତ ହୋଇଥାଏ । କାରଣ ଗୋମାତାଙ୍କ ଦେହରେ ୩୫ କୋଟି ଦେବଦେବୀ ବାସ କରନ୍ତି । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କିଛି ଏପରି ଜିନିଷ ବିଷୟରେ କହିବୁ ଯାହାକୁ ଗାଈକୁ ଖୁଆଇବା ଆଦୋୖ ଉଚିତ ନୁହେଁ ।
୧ . ବାସୀ ରୋଟି :-
ଅନେକ ଲୋକେ ଗାଈକୁ ପୂର୍ବ ଦିନର ବାସୀ ରୋଟି ଖୁଆଇଥାନ୍ତି । ମାତ୍ର ଏହାଦ୍ବାରା ଗାଈର ଅପମାନ ହୋଇଥାଏ । ତେଣୁ ଏପରି ଆଦୌ କରନ୍ତୁ ନାହିଁ ।
୨ . ପଚା ସଢ଼ା ଖାଦ୍ୟ :-
ଗାଈକୁ କେବେବି ପଚା ସଢ଼ା ଖାଦ୍ୟ ଖୁଆନ୍ତୁ ନାହିଁ । କାରଣ ଏପରି କରିବା ଦ୍ୱାରା ପରିବାରରେ ଅଶାନ୍ତି ଦେଖା ଦେଇଥାଏ ଏବଂ ଶାରୀରିକ ସମସ୍ୟା ଦେଖା ଦେଇଥାଏ ।
୩ . ବଳକା ଖାଦ୍ୟ ପନି ପରିବା ଚୋପା :-
ଯଦି ଆପଣ ଗାଈକୁ ବଳକା ଖାଦ୍ୟ କିମ୍ବା ପନିପରିବା ଚୋପା ଖାଇବାକୁ ଦେଉଛନ୍ତି ତେବେ ସେଥିରେ କିଛି ଭଲ ଖାଦ୍ୟ ମିଶାଇ ଗାଈକୁ ଖାଇବାକୁ ଦିଅନ୍ତୁ ।
୪ . କ୍ଷୀର :-
ଭୁଲରେ ବି କେବେ ଗାଈକୁ କ୍ଷୀର ଖୁଆଇବା ଉଚିତ ନୁହେଁ । ନଚେତ ଘରକୁ ଦାରିଦ୍ର୍ୟତା ଆସିଥାଏ । ମାତା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଘରେ ବାସ କରିବା ଛାଡ଼ି ଦିଅନ୍ତୁ ।
ଯଦି ଆପଣ କୌଣସି ସ୍ଥାନରେ ଘର ବନାଇବାକୁ ଚାହୁଁଛନ୍ତି ତେବେ ସେହି ସ୍ଥାନରେ ପ୍ରଥମେ ୧୫ ଦିନ ପାଇଁ ଗାଈ ବାଛୁରୀ ବାନ୍ଧି ଦିଅନ୍ତୁ । କାରଣ ଗାଈର ସକାରାତ୍ମକ ଶକ୍ତି ଦ୍ୱାରା ସେହି ସ୍ଥାନ ପବିତ୍ର ହୋଇଯିବ । ଯଦି ଆପଣ କୌଣସି ସ୍ଥାନକୁ ଯିବା ସମୟରେ ରାସ୍ତାରେ ଗାଈ ବାଛୁରୀକୁ ସାଥିରେ ଦେଖୁଛନ୍ତି ତେବେ ଆପଣଙ୍କ କାମ ସଫଳ ହେବ । ଏହାବ୍ୟତୀତ ଯଦି ଆପଣଙ୍କ ଘର ଚାରିପଟେ ଗାଈ ବାଛୁରୀ ବୁଲୁଥିବାର ଦେଖୁଛନ୍ତି ତେବେ ଖୁବଶୀଘ୍ର ଆପଣଙ୍କ ଘରର ସଙ୍କଟର ସମାଧାନ ହେବାକୁ ଯାଉଛି ।
ଆପଣ ମାନଙ୍କୁ କହି ରଖୁଛୁ ଯେ ଯଦି ଆପଣ ଘରେ ଗାଈ ରଖିବାକୁ ଅସମର୍ଥ ତେବେ ଅତି କମରେ ଗାଈକୁ ରୋଟି ଖୁଆନ୍ତୁ । ମାତ୍ର ଯଦି ତାହା ସମ୍ଭବ ନୁହେଁ ତେବେ ଅନ୍ୟ କୌଣସି ଧଳା ରଙ୍ଗର ପଶୁ କିମ୍ବା ଗରିବ ଲୋକଙ୍କୁ ରୋଟି ଖୁଆଇ ପାରିବେ । ଆପଣ ମାନେ ଜାଣିଥିବେ ଯେ ଗାଈ ଅନେକ ସମୟରେ ଅଇଁଠା ଖାଇଥାଏ ।
ତେବେ ଗାଈ ଦେହରେ ଅନେକ ଦେବତାଙ୍କ ବାସ ହେବା ସତ୍ତ୍ୱେ ବି ସେ ଅଇଁଠା ଖାଇବାର କାରଣ ହେଉଛି ତ୍ରେତୟା ଯୁଗରେ ମାତା ସୀତାଙ୍କ ଅଭିଶାପ । ତେଣୁ ଗୋମାତା ସେହି ଅଭିଶାପ କାରଣରୁ ଅଇଁଠା ଖାଆନ୍ତି । ମାତ୍ର ମନେ ରଖନ୍ତୁ ଯଦି ଆପଣ ଗାଈକୁ ନିୟମିତ ରୋଟି ଖୁଆଉଛନ୍ତି ତେବେ ଘର ଧନରେ ଭରିଯିବ ଏବଂ ସୁଖ ଶାନ୍ତି ମଧ୍ୟ ବଜାୟ ରହିବ ।