ନବରାତ୍ରି ରେ ଭୁଲରେ କରନ୍ତୁ ନାହିଁ ଏହି 10 କାମ ମା ଦୁର୍ଗା କ୍ରୋଧିତ ହୋଇଯିବେ..

ବନ୍ଧୁଗଣ ଶାରଦୀୟ ନବରାତ୍ରୀ ଚାଲୁଅଛି | ଏହାକୁ ଧର୍ମ ର ଅଧର୍ମ ଉପରେ ସତ୍ୟର ଅସତ୍ୟ ଉପରେ ଜୟ ର ପର୍ବ ବୋଲି କୁହାଯାଏ |ଧାର୍ମିକ ମାନ୍ୟତା ଅନୁସାରେ ଏହି ସମୟ ରେ ମା ପୃଥିବୀ କୁ ଆସିଥାନ୍ତି | ନବରାତ୍ରୀର ପ୍ରଥମ ଦିନ କଳସ ସ୍ଥାପନ କରି ଭକ୍ତଗଣ ମାଙ୍କୁ 9 ଦିନ ବ୍ରତ ଉପବାସ କରି ଆରାଧନା କରିଥାନ୍ତି | ଏହା ଦ୍ୱାରା ମା ମଧ୍ୟ ଭକ୍ତ ଙ୍କ ଉପରେ ପ୍ରସନ୍ନ ହୋଇ ଆଶୀର୍ବାଦ ପ୍ରଦାନ କରିଥାନ୍ତି | ଶାସ୍ତ୍ର ରେ ବର୍ଣ୍ଣିତ କରାଯାଇଛି କିଛି କାର୍ଯ୍ୟ କୁ କରିବା ଆଉ କିଛି ନକରିବା ବିଷୟରେ କୁହାଯାଇଛି | ଏବଂ ଯଦି ଆପଣ ଏଥି ମଧ୍ୟରୁ କିଛି ବି ବର୍ଜିତ କାମ ଭୁଲ ବଶତଃ ବି କରିଦିଅନ୍ତି ତାହେଲେ ଆପଣଙ୍କୁ ମାତା ରାଣୀଙ୍କର କ୍ରୋଧର ସାମ୍ନା କରିବାକୁ ପଡିପାରେ | ଆଜି ଆମେ ଆପଣଙ୍କୁ ସେହି କାର୍ଯ୍ୟ ବିଷୟରେ କହିବୁ ଯାହାକୁ ନବରାତ୍ରୀ ସମୟ ରେ କରିବା ଦ୍ୱାରା ଅନେକ ଅସୁବିଧା ହୋଇପାରେ | ତେବେ ଆସନ୍ତୁ ଜାଣିବା..

1.ନବରାତ୍ରୀ ସମୟ ରେ ସ୍ୱଚ୍ଛତାର ଧ୍ୟାନ ରଖନ୍ତୁ, ଘରର ମୁଖ୍ୟ ଦ୍ୱାରା ସାମ୍ନାରେ ଅଳିଆ, ଆବର୍ଜନା କରନ୍ତୁ ନାହିଁ | ମନ୍ଦିର ଏବଂ ମନ୍ଦିରରେ ଆଖପାଖ ସଫା ସୁତୁରା କରିକି ରଖନ୍ତୁ | ନବରାତ୍ରୀ ସମୟ ରେ ଘରକୁ ଖାଲି ଛାଡି କୁଆଡେ ବି ଯାଆନ୍ତୁ ନାହିଁ | ଘଟ ସ୍ଥାପନ ପରେ ପୂଜା ପାଠ ସଠିକ ଭାବରେ କରନ୍ତୁ | ନବରାତ୍ରୀ ରେ ଦୀପ ମଧ୍ୟ ଜଳା ଯାଇଥାଏ ତେବେ 9 ଦିନ ଯାକ ଧ୍ୟାନ ରଖିବେ ଯେମିତି ଅଖଣ୍ଡ ଦୀପ ନଲିଭେ ନହେଲେ ଆପଣଙ୍କ ପୂଜାର ପୂର୍ଣ୍ଣ ଫଳ ମିଳିବ ନାହିଁ |

2.ନବରାତ୍ରୀରେ ବ୍ରତ କରୁଥିବା ଲୋକଙ୍କୁ 9 ଦିନ ଯାଏଁ ଧାର୍ମିକ ଗ୍ରନ୍ଥର ପାଠ କରିବା ଉଚିତ | ଏହି ଦିନ ଦୁର୍ଗା ସପ୍ତସତି କିମ୍ଵା ଦୁର୍ଗା ଚାଳିଶା ର ପାଠ କରନ୍ତୁ | ଏହି 9 ଦିନ ବାଦ ବିବାଦ, ଲଢେଇ ଝଗଡା, କଳହ କ୍ଳେଶ କରିବା ଉଚିତ ନୁହେଁ | ମାତା ରାଣୀଙ୍କୁ କ୍ରୋଧ ବିଲକୁଲ ପସନ୍ଦ ନୁହେଁ |

3. ଆମ ସଂକୃତିରେ କନ୍ୟା ମାନଙ୍କୁ ଦେବୀଙ୍କର ରୁପ ବୋଲି କୁହାଯାଇଥାଏ | ସେଥିପାଇଁ ନବରାତ୍ରୀ ରେ କନ୍ୟା ପୂଜନ ର ପରମ୍ପରା ମଧ୍ୟ ରହିଛି | ଏହି ଦିନ ରେ କୌଣସି ନାରୀକୁ ଅସମ୍ମାନ କିମ୍ଵା ଅପମାନ କରନ୍ତୁ ନାହିଁ, ମାତା ରାଣୀ କ୍ରୋଧିତ ହୋଇଯାନ୍ତି |

4.ନବରାତ୍ରୀ ସମୟରେ ମନ ମସ୍ତିଷ୍କକୁ ନିଜ ଆୟତ୍ତ ରେ ରଖନ୍ତୁ କାହା ବିଷୟରେ ଖରାପ ଚିନ୍ତା କରନ୍ତୁ ନାହିଁ | କାହା ବିଷୟରେ ଖରାପ କହିବା କିମ୍ଵା ଭାବିବା ଦ୍ୱାରା ମା ଅପ୍ରସନ୍ନ ହୋଇଥାନ୍ତି |

5.ଏହିଁ ଦିନ ମାନଙ୍କରେ ବ୍ରହ୍ମଚର୍ଯ୍ୟ ହେବା ଉଚିତ, ନବରାତ୍ରୀ ସମୟ ରେ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ | ଏହା ଦ୍ୱାରା ମାତା ରାଣୀଙ୍କର ଅପମାନ ହୋଇଥାଏ ଏବଂ ଆପଣଙ୍କୁ ମହାପାପ ଲାଗିଥାଏ |

6.ନବରାତ୍ରୀ ସମୟ ରେ ଭୋଜନ ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ | ତେବେ ଏହି ସମୟରେ ବ୍ରତ ରଖୁଥିବା ଲୋକ କେବେ ବି ପିଆଜ କିମ୍ଵା ରସୁଣ ଖାଇବ ଉଚିତ ନୁହେଁ ଏହା ସହ ମାଂସ ମଦ ଏସବୁର ସେବନ କରିବା ରୁ ଦୂରରେ ରହିବା ଉଚିତ |

7.ନବରାତ୍ରିର ଏହି 9 ଦିନ ଚୁଟି କାଟିବା ଉଚିତ ନୁହେଁ କିମ୍ଵା ଦାଢ଼ି ନିଶ ନଖ ଆଦି କାଟିବା ଉଚିତ ହୋଇନଥାଏ | ଶାସ୍ତ୍ର ରେ ଏହି ସବୁ କାର୍ଯ୍ୟ କୁ ଅଶୁଭ ବୋଲି କୁହାଯାଇଛି |

8.ପୁରାଣ ଶାସ୍ତ୍ର ଅନୁସାରେ ନବରାତ୍ରିର ବ୍ରତ ରଖୁଥିବା ଲୋକଙ୍କୁ ତମାଖୁ କିମ୍ଵା ବିଡି ସିଗାରେଟ ଆଦି ପାନ କରିବା ଉଚିତ ନୁହେଁ | ଏଥି ସହିତ ଦିନରେ ମଧ୍ୟ ଶୋଇବା ଉଚିତ ନୁହେଁ | ମାତା ରାଣୀ କ୍ରୋଧିତ ହୋଇଥାନ୍ତି |

9.ଏହିଦିନ କଳା ରଙ୍ଗର ପୋଷାକ ପିନ୍ଧିବା ଅଶୁଭ ହୋଇଥାଏ | ଏଥି ସହିତ ଏହି 9 ଦିନ ସ୍ନାନ କରି ସ୍ଵଛ ବସ୍ତ୍ର ପରିଧାନ କରି ମାତା ରାଣୀ ଙ୍କୁ ଧ୍ୟାନ କରିବା ଉଚିତ ହୋଇଥାଏ | ମା ଙ୍କୁ ନାଲି ରଙ୍ଗ ବହୁତ ପସନ୍ଦ ତେଣୁ ମାଙ୍କୁ ନାଲି ରଙ୍ଗର ଫୁଲ ଅର୍ପଣ କରନ୍ତୁ | ଶୁଭ ହେବ

10. ନବରାତ୍ରୀ ସମୟରେ ବେଲ୍ଟ, ଜୋତା, ଚପଲ କିମ୍ଵା ଚମଡା ଜାତୀୟ କୌଣସି ଜିନିଷ ବ୍ୟବହାର କରିବା ଉଚିତ ନୁହେଁ | ମହିଳା ମାନେ ମାସିକ ଧର୍ମ ସମୟ ରେ ମାତା ଙ୍କୁ ସ୍ପର୍ଶ କରିବା ଉଚିତ ନୁହେଁ |

Leave a Reply

Your email address will not be published. Required fields are marked *