ନବରାତ୍ରୀରେ ମାତା ଦୁର୍ଗାଙ୍କର ନଅ ଭିନ୍ନ ଭିନ୍ନ ରୂପାର ଉପାସନା କରାଯାଏ । ସେହି ସମସ୍ତ ନଅ ରୂପର ଭିନ୍ନ ଭିନ୍ନ ସଙ୍କେତ ରହିଛି । ମାତାଙ୍କୁ ଏହି ସମୟରେ ନିଷ୍ଠାର ସହିତ ପ୍ରାର୍ଥନା କଲେ ମାତା ପ୍ରସନ୍ନ ହୋଇଥାନ୍ତି । ଏହି ସମୟରେ ଯଦି ଘରକୁ ଏହି କିଛି ପ୍ରକାରର ପକ୍ଷୀ ଆସିଥାନ୍ତି ତେବେ ଶୁଭ ସଙ୍କେତ ମିଳିଥାଏ । ଏହି ପଶୁ ପକ୍ଷୀ ଘରକୁ ଆସିବା ସୁଖ ସମୃଦ୍ଧି ଦିଗରେ ଇସାରା କରିଥାଏ ।
ଏହିଭଳି ଆଉ କିଛି ପଶୁ ପକ୍ଷୀ ଘରକୁ ଆସିବା ଅଶୁଭ ହୋଇଥାଏ । ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପ୍ରତିପଦରେ ଶାରଦୀୟ ନବରାତ୍ରୀ ଆରମ୍ଭ ହୋଇଥାଏ । ଚଳିତ ବର୍ଷ ସେପ୍ଟେମ୍ବର ୨୬ ରୁ ନବରାତ୍ରୀ ଆରମ୍ଭ ହୋଇ ଅକ୍ଟୋବର ୪ ପର୍ଯ୍ୟନ୍ତ ରହିବ । ଏହିବର୍ଷ ମାତା ଦୁର୍ଗା ହାତୀରେ ବିରାଜମାନ କରିବେ । ଯାହା ଅତ୍ୟନ୍ତ ଶୁଭ ହୋଇଥାଏ ବୋଲି କୁହାଯାଏ ।
ଏପରି କୁହାଯାଏ ଯେ ମାତା ହାତୀ କିମ୍ଵ ନୌକାରେ ଆସିଲେ ଭଲ ସଙ୍କେତ ମିଳିଥାଏ , ବର୍ଷା ହୋଇଥାଏ ଏବଂ ବାତାବରଣ ଶୁଦ୍ଧ ଏବଂ ପରିବେଶ ସବୁଜମୟ ହୋଇଥାଏ । ତେବେ ଏହି ସମୟରେ ଘରକୁ କିଛି ବିଶେଷ ପ୍ରକାରର ପଶୁ ପକ୍ଷୀ ଆସିଲେ ଶୁଭ ସଙ୍କେତ ମିଳିଥାଏ । ଆମ ଜୀବନରେ ଭବିଷ୍ୟତ କିପରି ହେବ ତାହା କିଛି ସାଧାରଣ ସଙ୍କେତ ଦ୍ୱାରା ଜଣା ପଡ଼ିଥାଏ । ତେଣୁ ଆମ ଜୀବନରେ ମିଳୁଥିବା ଏପରି ଛୋଟ ଛୋଟ ସଙ୍କେତକୁ କେବେବି ଅଣଦେଖା କରିବା ଉଚିତ ନୁହେଁ ।
୧ . ପେଚା :-
କହିବାକୁ ଗଲେ ପେଚା ମାତା ଲକ୍ଷ୍ମୀଙ୍କ ବାହାନ ହୋଇଥାଏ । ତେଣୁ ନବରାତ୍ରୀ ସମୟରେ ପେଚା ଘରକୁ ଆସିଲେ ତାହା ଅତ୍ୟନ୍ତ ଶୁଭ ସଙ୍କେତ ହୋଇଥାଏ । ଏହାଦ୍ବାରା ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଘର ଧନ ଧାନ୍ୟରେ ପୁରିଯାଏ । ଏହାଦ୍ବାରା ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ହେବ ଏବଂ ଘରକୁ ଧନର ଆଗମନ ହେବ । ମାତ୍ର ପେଚା ଘର ଉପରେ ବସି କାନ୍ଦିଲେ ତାହା ଅଶୁଭ ସଙ୍କେତ ହୋଇଥାଏ ।
୨ . ପାରା :-
ପାରା ଘରକୁ ଆସିଲେ ତାହା ସ୍ୱାମୀ ସ୍ତ୍ରୀର ସମ୍ପର୍କ ମଜବୁତ ହେବା ଦିଗରେ ସଙ୍କେତ ଦେଇଥାଏ । ଅନେକ ଲୋକ ଘରକୁ ପାରା ଆସିଲେ ତାହାକୁ ଅଶୁଭ ମଣିଥାନ୍ତି । ମାତ୍ର ଏପରି ଆଦୋୖ ନୁହେଁ । ନବରାତ୍ରୀ ସମୟରେ ଘରକୁ ପାରା ଆସିଲେ ତାହା ଅତ୍ୟନ୍ତ ଶୁଭ ସଙ୍କେତ ହୋଇଥାଏ । ଏହାଦ୍ବାରା ଘରକୁ ସୁଖ ସମୃଦ୍ଧି ଆସିଥାଏ ।
୩ . ମୟୁର :-
ମୟୁର ଘରକୁ ଆସିଲେ ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ପକ୍ଷୀ ମାତା ସରସ୍ୱତୀଙ୍କ ବାହନ ହୋଇଥାଏ । ଏହି କପକ୍ଷୀ ଘରକୁ ଆସିଲେ ସମୃଦ୍ଧି ଆସିଥାଏ ଏବଂ ବ୍ୟବସାୟ ଏବଂ ଚାକିରୀରେ ଉନ୍ନତି ଆସିଥାଏ ।
୪ . ଘରଚଟିଆ :-
ଯଦି ଏହି ପକ୍ଷୀ ନବରାତ୍ରୀରେ ଆପଣଙ୍କ ଘରକୁ ଆସେ ତେବେ ଘରକୁ ଧନର ଆଗମନ ହୋଇଥାଏ । ମାତା ଲକ୍ଷ୍ମୀ ମଧ୍ୟ ଗୃହକୁ ପ୍ରବେଶ କରନ୍ତି । ଏହାର ଅର୍ଥ ଆପଣଙ୍କୁ ବହୁତ ଜଲଦି କିଛି ଶୁଭ ସମାଚାର ମିଳିବାକୁ ଯାଉଛି । ଏହି ପକ୍ଷୀ ଖୁବ ଭୟ କରିଥାଏ । ମାତ୍ର ତଥାପି ଯଦି ଏହି ପକ୍ଷୀ ନିର୍ଭୟରେ ଆପଣଙ୍କ ଘରକୁ ଆସୁଛି ତେବେ ମାତା ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ।