ନବରାତ୍ରୀରର ଘରୁ ଏହି ୧୦ ଟି ସଙ୍କେତ ମିଳିଲେ ହୋଇ ଯାଆନ୍ତୁ ସତର୍କ । ମାତା ଆପଣଙ୍କ ଉପରେ ହୋଇଛନ୍ତି କ୍ରୋଧିତ ।

ସାଧରଣତଃ ଘରେ ଘଟୁଥିବା କିଛି ସାଧାରଣ ସଙ୍କେତ ଜୀବନର ଅନେକ ଭଲ ଏବଂ ଖରାପ ସମୟ ବିଷୟରେ ଇଙ୍ଗିତ ଦେଇଥାଏ । କିଛି ସାଧାରଣ ଭୁଲ ଦ୍ୱାରା ଅନେକ ସଙ୍କେତ ମିଳିଥାଏ । ଘରକୁ ଦାରିଦ୍ର୍ୟତା ଆସିବା ଆଗରୁ ଅନେକ ସଙ୍କେତ ମିଳିଥାଏ । ସାଧରଣତଃ ଘରର ମହିଳା ମାନେ ମାସିକ ଧର୍ମ ସମୟରେ ରୋଷେଇ , ପୂଜାପାଠ କିମ୍ବା ଗଛରେ ପାଣି ଦେବା ଉଚିତ ନୁହେଁ । ନଚେତ ସେହି ଗଛ ଶୁଖି ଯାଏ । ଏହାବ୍ୟତୀତ ମାତା ଲକ୍ଷ୍ମୀ ମଧ୍ୟ ସେହି ଘରକୁ ଆସନ୍ତି ନାହିଁ । ତେଣୁ ମାସିକ ଧର୍ମ ସମୟରେ ମହିଳା ମାନେ ଏହି କାମ କରିବା ଉଚିତ ନୁହେଁ । ଘର ଉପରକୁ କୌଣସି ବିପଦ ସମୟ ଆସିଲେ ତାହାର ପ୍ରଭାବ ପ୍ରଥମେ ଘରର ତୁଳସୀ ଗଛ ଉପରେ ପଡ଼ିଥାଏ । ତେଣୁ ଯଦି ହଠାତ ଘରର ତୁଳସୀ ଗଛ ଶୁଖି ମରିଯାଏ ତେବେ ଏହା ଅଶୁଭ ସଙ୍କେତ ଅଟେ । ଏହାର ଅର୍ଥ ବହୁତ ଜଲଦି ଦାରିଦ୍ର୍ୟତା ଆସିବାକୁ ଯାଉଛି ।

ଯଦି ଘରର ଖାଇବା ଜିନିସରେ ପିମ୍ପୁଡ଼ି ଲାଗିଯାଏ ତେବେ ତାହାର ଅର୍ଥ ମଧ୍ୟ ବିନାଶ ହୋଇଥାଏ । ଏହାର ଅର୍ଥ କେବଳ ମାତା ଲକ୍ଷ୍ମୀ ନୁହେଁ ବରଂ ରାହୁ କେତୁ ଏବଂ ଶନି ମଧ୍ୟ କ୍ରୋଧିତ ହୋଇଛନ୍ତି । ଘରେ ଗଛ ପତ୍ର ଶୁଖିଲେ ବୁଧ କ୍ରୋଧିତ ହୁଅନ୍ତି । ତେଣୁ ଏହାଦ୍ବାରା ଘର ଉପରକୁ ବଡ଼ ସମସ୍ୟା ଆସିଥାଏ । ଝାଡୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ଅଟେ । ତେଣୁ ଝାଡୁ ରଖିବା ପ୍ରତି ମଧ୍ୟ କିଛି ଧ୍ୟାନ ଦେବା ଉଚିତ । ଝାଡୁକୁ ପାଦରେ ସ୍ପର୍ଶ କରିବା ଉଚିତ ନୁହେଁ । ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି । ଝାଡୁ ଏଣେତେଣେ ମଧ୍ୟ ରଖିବା ଉଚିତ ନୁହେଁ । ଯଦି ଘରର କେହି ଛୋଟ ପିଲା ହଠାତ ଘରେ ଝାଡୁ ମାରନ୍ତି ତେବେ ଘରକୁ ଅତିଥି ଆସିବାର ସଙ୍କେତ ମିଳିଥାଏ ।

ଘରୁ ପରିବାରର ସଦସ୍ୟ କିମ୍ବା ଅତିଥି ବାହାରକୁ ଯିବାର ତୁରନ୍ତ ପରେ ଝାଡୁ ଲଗାଇବା ଉଚିତ ନୁହେଁ । ଏକ ଘଣ୍ଟା ଛାଡ଼ି ଆପଣ ଝାଡୁ କରି ପାରିବେ । ଯଦି ଅତି ଜରୁରୀ ଥାଏ ତେବେ ମାତାଙ୍କୁ କ୍ଷମା ମାଗି ଝାଡୁ ମାରନ୍ତୁ । ସୂର୍ଯ୍ୟ ଉଦୟ ପରେ ଝାଡୁ ମାରିବା ଉଚିତ ନୁହେଁ । ନଚେତ ଏହାଦ୍ବାରା ଘରକୁ ଦାରିଦ୍ର୍ୟତା ଆସିଥାଏ । ଯଦି ଅତି ଜରୁରୀ ଥାଏ ତେବେ ଝାଡୁ ମାରି ଅଳିଆ ବାହାରକୁ ବାହାର କରନ୍ତୁ ନାହିଁ । ଝାଡୁକୁ ସମସ୍ତଙ୍କ ନଜରରୁ ଦୂରେଇ ରଖନ୍ତୁ । ଝାଡୁ ମାରି ସାରିବା ପରେ ମାତା ଲକ୍ଷ୍ମୀଙ୍କୁ ପ୍ରଣାମ କରି ତାହାକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରଖି ଦିଅନ୍ତୁ । ଏମିତିକି ଝାଡୁକୁ ଛିଡ଼ା କରି ମଧ୍ୟ ରଖିବା ଉଚିତ ନୁହେଁ । ଘରୁ ଖରାପ ଦୁର୍ଗନ୍ଧ ଆସିବା , ମହିଳାଙ୍କ କେଶ ଝଡ଼ିବା କିମ୍ବା ପୂଜା କରିବା ସମୟରେ କ୍ରୋଧ ଆସିବା ଏସବୁ ମଧ୍ୟ ଦାରିଦ୍ର୍ୟତା ଆସିବାର ସଙ୍କେତ ଅଟେ ।

ଘରକୁ ବାରମ୍ବାର ମାଛି ଆସିବା , ମୂଷା ରହିବା ମଧ୍ୟ ଭଲ ସଙ୍କେତ ନୁହେଁ । ଘରେ ବୁଢିଆଣି ଜାଲ ହେବା , ବାରମ୍ବାର ପୋଷାକ ଛିଡ଼ିବା କିମ୍ବା ରାସ୍ତାରେ ଆସିବା ସମୟରେ ଜୋତା ଛିଡ଼ିବା ମଧ୍ୟ ଦାରିଦ୍ର୍ୟତା ଆସିବା ଦିଗରେ ସଙ୍କେତ ଦେଇଥାଏ । ଘରେ ଏସବୁ ହେଲେ ଏହା ସଙ୍କେତ ଦେଇଥାଏ ଯେ ଘରେ ମାତାଙ୍କ ଅବସ୍ଥିତି ନାହିଁ । ଯଦି ଆପଣ କୌଣସି ଜୀବକୁ ଝାଡୁ ମାରି ଘଉଡ଼ାଉଛନ୍ତି ତେବେ ମାତା କ୍ରୋଧିତ ହେବେ । ଯେଉଁ ବାରମ୍ବାର କ୍ଷୀର ଉତୁରି ପଡ଼ିଥାଏ ସେହି ଘରକୁ ଦାରିଦ୍ର୍ୟତା ଆସିଥାଏ । ଏହାଦ୍ବାରା ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସମସ୍ୟା ଏବଂ ଆର୍ଥିକ ସମସ୍ୟା ଆସିଥାଏ । ଯଦି ଆପଣ କୌଣସି କାମରେ ବାହାରକୁ ଯାଇଥିଲେ । ମାତ୍ର ଘରକୁ ଆସିବା ମାତ୍ରେ ଘରର ଦ୍ୱାରରେ ଝିଟିପିଟି ଦେଖାଯାଏ ତେବେ ତାହାର ଅର୍ଥ ବହୁତ ଜଲଦି ଆପଣଙ୍କର ଖରାପ ସମୟ ଆସିବାକୁ ଯାଉଛି ।

Leave a Reply

Your email address will not be published. Required fields are marked *