ମା ଦୁର୍ଗା ଙ୍କୁ ସୁଖ ସମୃଦ୍ଧି ଏବଂ ଧନର ଦେବୀ ବୋଲି ମାନ୍ୟତା ଦିଆଯାଇଛି | ନବରାତ୍ରିର ସମୟରେ ମା ଦୁର୍ଗାଙ୍କର ପୂଜା କରିବା ଦ୍ୱାରା ଭକ୍ତଙ୍କ ଉପରେ ମା ପ୍ରସନ୍ନ ହୋଇଥାନ୍ତି ଏବଂ ସେମାନଙ୍କ ଉପରେ କୃପା ବର୍ଷେଇଥାନ୍ତି | ଏମିତିରେ ତ ପୁରା ବର୍ଷରେ 4ଟି ନବରାତ୍ରୀ ଆସିଥାଏ, କିନ୍ତୁ ସେଥି ମଧ୍ୟରୁ ଦୁଇଟି ବହୁତ ମହତ୍ୱ ରଖିଥାଏ, ଗୋଟିଏ ହେଉଛି ଶାରଦୀୟ ନବରାତ୍ରୀ ଏବଂ ଅନ୍ୟଟି ହେଉଛି ଚୈତ୍ର ନବରାତ୍ରୀ | ଶାରଦୀୟ ନବରାତ୍ରୀ ଆଶ୍ୱିନ ମାସର ଶୁକ୍ଲପକ୍ଷ ପ୍ରତିପ୍ରଦା ରେ ଆରମ୍ଭ ହୁଏ ଏବଂ ଚୈତ୍ର ନବରାତ୍ରୀ ଚୈତ୍ର ମାସର ଶୁକ୍ଲପକ୍ଷ ପ୍ରତିପ୍ରଦା ରେ ଆରମ୍ଭ ହୋଇଥାଏ |
ତେବେ ଏହି ନବରାତ୍ରୀ ରେ ଏହିପରି କେଉଁ ଜିନିଷ ଅର୍ପଣ କରିବା ଦ୍ୱାରା ମା ପ୍ରସନ୍ନ ହୋଇଥାନ୍ତି | ଏମିତି ରେ ତ ମାଙ୍କ ପୂଜା ରେ ବହୁତ ସାରା ଜିନିଷର ଆବଶ୍ୟକତା ହୋଇଥାଏ | ଯେମିତିକି ଆମ୍ବର ପଞ୍ଚ ପଲ୍ଲବ,ଚାଉଳ,ଲାଲ କଲାୱା, ଗଙ୍ଗା ଜଳ,ଚନ୍ଦନ, ନଡ଼ିଆ, ଧୂପ,ଯଅ, ଗୁଲାଲ, ଗୁଜୁରାତି, ପଞ୍ଚ ପାନ ଏବଂ ସୁପାରି, ମାଟିର ପାତ୍ର, ପୁଷ୍ପା, ଶ୍ରୀଙ୍ଗାର ଜିଣିଷ, ଚୌକି, ଆସନ, ପଦ୍ମଫୁଲ, | କିପରି କରିବେ କଳସ ସ୍ଥାପନ – ସାତ ପ୍ରକାରର ଅନାଜ, ଗୋଟିଏ ମାଟିର ପାତ୍ର, ଢାଳ,ଆମ୍ବ ପାତ୍ର, ସୁପାରି, ନଡ଼ିଆ, ନାଲି ସୁତା, ଗୁରୁରତି, ଲବଙ୍ଗ, କପୁର,ଚାଉଳ, ନାଲି କପଡା ଏବଂ ପୁଷ୍ପ |
ତେବେ ସର୍ବପ୍ରଥମେ ଘଟ ସ୍ଥାପନା ହେବ,ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଙ୍କର ମୂଲ ଶକ୍ତିରୁ ପ୍ରକଟ ହେଲେ ମା ଦୁର୍ଗା | ସଂସାର ର ସୃଷ୍ଟି ଏବଂ ସଂସାର ର ବିନାଶ ତାଙ୍କ ହାତରେ ଅଛି | ଏହି ଦିନ ମାଙ୍କ ନଅ ଅବତାର ର ଆରାଧନା କରାଯାଇଥାଏ ଯଦି ଆପଣଙ୍କ ମା ଙ୍କୁ ପ୍ରଶନ୍ନ କରିଦେବେ ତେବେ ଜୀବନ ସାରା ମାଙ୍କ କୃପା ଆପଣଂକ ଉପରେ ବନିରହିବ |
ମାଙ୍କ ଆଶୀର୍ବାଦ ଯୋଗୁ ଆର୍ଥିକ ସ୍ଥିତି ରେ ଅସୁବିଧା ହୁଏନାହିଁ, ଏବଂ ମାନସିକ ସ୍ଥିତି ରେ କୌଣସି ଅସୁବିଧା ହୁଏ ନାହିଁ | ସମାଜ ରେ ମାନ ସମ୍ମାନ ବଢିଥାଏ | ଏବଂ ସଦା ସର୍ବଦା ଉନ୍ନତି ହୋଇଥାଏ | କୁହାଯାଏ ଯଦି ନବରାତ୍ରୀ ସମୟ ରେ କିଛି ଜିନିଷ ଘରକୁ ଆଣନ୍ତି ତେବେ ମା ପ୍ରସନ୍ନ ହୋଇଥାନ୍ତି ଏବଂ ତାଙ୍କ ସମସ୍ତ ଇଛା ପୂର୍ଣ୍ଣ କରିଥାନ୍ତି | ଏହି ନଅ ଦିନ ରେ ମାଙ୍କର ଏହି ନଅ ରୂପ ପୂଜା କରାଯାଏ – ମା ଶୈଳପୁତ୍ରୀ,ମା ବ୍ରାହ୍ମଚାରିଣୀ,ମା ଚନ୍ଦ୍ରଘଣ୍ଟା,ମା କୁଷ୍ମାଣ୍ଡା,ମା ସ୍କାନ୍ଦମାତା,ମା କାତ୍ୟାୟନୀ,ମା କଳରାତ୍ରି,ମା ମହାଗୌରୀ, ମା ସିଦ୍ଧିଦାତ୍ରୀ |
ଏହି ବର୍ଷ ମା ସବାରି ରେ ବସିକି ଆସିବେ, ତେଣୁ ଦୁନିଆରେ ସବୁ ଶୁଭ ହେବ ମହାମାରୀରୁ ଲୋକଙ୍କୁ ମୁକ୍ତି ମିଳିବ | ଏହି ସମୟ ରେ କିଛି ଖାସ ନିୟମ ଅଛି ଯଦି ଆପଣ ନବରାତ୍ରୀ ରେ ବ୍ରତ ରଖିବାକୁ ଚାହୁଁଛନ୍ତି |ପ୍ରଥମ ଦିନ, ତୃତୀୟ ଦିନ କିମ୍ଵା ଶେଷ ଦିନ ରଖିପାରିବେ | ସଫା ସୁତ ର ବହୁତ ଜରୁରୀ ଅଟେ, ଆପଣ ଫଳ ଖାଇକି ମଧ୍ୟ କରିପାରିବେ | ନବରାତ୍ରୀ ରେ ସୁଖ ସମୃଦ୍ଧି ପାଇବା ପାଇଁ କିଛି ପ୍ରୟୋଗ ଅଛି କରିବା ଦ୍ୱାରା ସବୁ ସମସ୍ୟାର ସମାଧାନ ହୋଇଥାଏ | କଣ ଆଣିବା ଦ୍ୱାରା ମା ଦୁର୍ଗା ପ୍ରସନ୍ନ ହୋଇଥାନ୍ତି ଆସନ୍ତୁ ଜାଣିବା..
ସନାତନ ଧର୍ମ ରେ ତୁଳସୀ କୁ ବହୁତ ପବିତ୍ର ବୋଲି ମାନ୍ୟତା ଦିଆଯାଇଛି, ତେବେ ନବରାତ୍ରୀ ଦିନ ଏହାକୁ ଘରକୁ ଆଣିବା ଦ୍ୱାରା ଅନେକ ଶୁଭ ଏବଂ ମଙ୍ଗଳିକ ହୋଇଥାଏ | ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ | ଏହି ଦିନ କଳଦୀ ଗଛ ଆଣି ଘରେ ଲଗାନ୍ତୁ ଏବଂ ଏହାକୁ ସବୁ ଗୁରୁବାର ପୂଜା କରିବା ଦ୍ୱାରା ଆର୍ଥିକ ସ୍ଥିତି ସୁଧୁରିଥାଏ | ନବରାତ୍ରୀ ସମୟରେ ଯଦି ଗଙ୍ଗଶିଉଳି ଗଛ ଲଗାଯାଏ ତେବେ ବହୁତ ଶୁଭ ଖବର ପ୍ରାପ୍ତି ହୋଇଥାଏ |
ନବରାତ୍ରୀ ର ଅଷ୍ଟମୀ ଏବଂ ନବମୀ ତିଥିରେ ଯଦି କନ୍ୟାଙ୍କୁ ପୂଜା କରନ୍ତି ଆଉ ତାଙ୍କୁ ନାଲି ରଙ୍ଗର ଓଢଣୀ ପ୍ରଦାନ କରନ୍ତି ତାହେଲେ ଜୀବନ ରେ ସୁଖ ସମୃଦ୍ଧି ବଢିଥାଏ | ଜୀବନ ରେ କଷ୍ଟ ଦୂର କରିବା ପାଇଁ ନବରାତ୍ରୀର ଶେଷ ଦିନ ହନୁମାନ ଜୀ ଙ୍କୁ ପୂଜା ନିଶ୍ଚିନ୍ତ କରନ୍ତୁ ଏବଂ ଏହା ସହ ଆବଶ୍ୟକତା ଥିବା ଲୋକଙ୍କୁ ଦାନ ନିଶ୍ଚିନ୍ତ ଦିଅନ୍ତୁ | ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ଜିନିଷ ଆଣିବା ଦ୍ୱାରା ମା ପ୍ରସନ୍ନ ହୋଇଥାନ୍ତି | ଆସନ୍ତୁ ଜାଣିବା ସେହି ବିଷୟରେ..
ପଦ୍ମ ଫୁଲ – ପଦ୍ମ ଫୁଲ ମା ଲକ୍ଷ୍ମୀଙ୍କର ମଧ୍ୟ ଅତ୍ୟଧିକ ପ୍ରିୟ ହୋଇଥାଏ | ଏହାକୁ ନବରାତ୍ରୀ ରେ ମା ଙ୍କୁ ଅର୍ପଣ କରିବା ଦ୍ୱାରା ଅଶେଷ ଧନ ପ୍ରାପ୍ତି ହୋଇଥାଏ | ସୁନା ଆଉ ରୁପାର ମୁଦ୍ରା – ଯଦି ନବରାତ୍ରୀ ରେ ଆପଣ ସୁନା କିମ୍ଵା ରୂପାର ମୁଦ୍ରା ଘରକୁ ଆଣୁଛନ୍ତି ତାହେଲେ ବହୁତ ଶୁଭ ହୋଇଥାଏ | ଘରେ ସୁଖ ସମୃଦ୍ଧି ଭରି ହୋଇ ରହିଥାଏ ମାଙ୍କର ଅପାର କରୁଣ ଆପଣଙ୍କ ଉପରେ ସଦା ସାର୍ବଦା ରହିଥାଏ | ନବରାତ୍ରୀ ଦିନ ଆପଣ ପଦ୍ମ ରେ ବସିଥିବା ମା ଲକ୍ଷ୍ମୀଙ୍କର ଫୋଟୋ କିମ୍ଵା ମୂର୍ତ୍ତି ଘରକୁ ଆଣନ୍ତୁ | ଏହା ସୁଖ ସମୃଦ୍ଧି କୁ ବଢ଼େଇଥାଏ | ଏହା ସହ ଯଦି ଆପଣ ମା ଲକ୍ଷ୍ମୀ ଆଶୀର୍ବାଦ ରେ ଧନ ବର୍ଷାଉଥିବା ଫୋଟୋ ଆଣନ୍ତି ତେବେ ଧନର ଅଭାବ କେବେ ହୁଏ ନାହିଁ | ତେବେ ଏହି ନବରାତ୍ରୀ ରେ ନିଶ୍ଚିନ୍ତ ଆଣନ୍ତୁ ଏହି ଜିନିଷ ଯାହା ଦ୍ୱାରା ଆପଣଙ୍କ ଭାଗ୍ୟ ଚମକି ଯିବ |
ନବରାତ୍ରିର ଦିନରେ ଗୋଟିଏ ମୟୁର ପର ନିଶ୍ଚିନ୍ତ ଘରକୁ ଆନନ୍ତୁ ଏହାକୁ ଆଣିବା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ବାହାର ହୋଇଯାଇ ଥାଏ | ତେବେ ଆପଣ ଏହାକୁ ଆପଣଙ୍କ ପିଲାଙ୍କ ଘରେ ରଖିପାରିବେ ଏହା ଦ୍ୱାରା ପିଲାଙ୍କର ପାଠ ପଢା ରେ ମନ ଲାଗିଥାଏ |