ନବରାତ୍ରୀରେ ମାତାଙ୍କୁ ପୂଜା କରିବାର ଅନେକ ନିର୍ଦିଷ୍ଟ ବିଧି ରହିଛି । ପ୍ରତ୍ୟେକ ଦିନ ସହିତ ଭିନ୍ନ ଭିନ୍ନ ଗ୍ରହର ସଂଯୋଗ ରହିଛି । ତେଣୁ ସେହି ଦିନ କିଛି ନିୟମକୁ ମାନି ପୂଜା କରିବା ଦ୍ୱାରା ଗ୍ରହ ମଜବୁତ ହୋଇଥାଏ । ମାତା ଶୈଳପୁତ୍ରୀ ଅତ୍ୟନ୍ତ ଶାନ୍ତ ଅଟନ୍ତି । ପ୍ରଥମ ଦିନରୁ ଆରମ୍ଭ କରି ଶେଷ ଦିନ ପର୍ଯ୍ୟନ୍ତ ପୂଜାରେ କର୍ପୂର ନିଶ୍ଚୟ ବ୍ୟବହାର କରନ୍ତୁ । ଏହାଦ୍ବାରା ମାତାଙ୍କର ବିଶେଷ କୃପା ମିଳିଥାଏ । ମାତା ଶୈଳପୁତ୍ରୀଙ୍କୁ ଗାଈ ଘିଅରେ ଭୋଗ ଲଗାଇବାର ବିଧାନ ରହିଛି ।
ଏହାଦ୍ବାରା ମାତା ଶୈଳପୁତ୍ରୀ ଅତ୍ୟନ୍ତ ଖୁସି ହୁଅନ୍ତି । ପୂଜା ପରେ ତାହାକୁ ପ୍ରସାଦ ଆକାରରେ ପୁରା ପରିବାର ଲୋକେ ସେବନ କରିବା ଉଚିତ । ଏହାଦ୍ବାରା ସ୍ୱାସ୍ଥ୍ୟ ଭଲ ରହିବା ସହିତ ଚାକିରୀ ବ୍ୟାପାରରେ ମଧ୍ୟ ଉନ୍ନତି ହୋଇଥାଏ । ମାତ୍ର ମାତାଙ୍କୁ ନାଲି ପୁଷ୍ପ ଅଧିକ ପସନ୍ଦ ଅଟେ । ତେଣୁ ନିଶ୍ଚିତ ଭାବରେ ନାଲି ପୁଷ୍ପ ଅର୍ପଣ କରନ୍ତୁ । ଏହାଦ୍ବାରା ମାତା ଅଧିକ ପ୍ରସନ୍ନ ହେବେ ।
ମାତାଙ୍କ ପାଇଁ ଅଖଣ୍ଡ ଦୀପ ଜାଳନ୍ତୁ ଯାହାର ବତୀ ନାଲି ରଙ୍ଗର ହୋଇଥିବ । ଏବଂ ସେଥିରେ ଲବଙ୍ଗ ନିଶ୍ଚିତ ପକାନ୍ତୁ । ଦୀପ ତଳେ ଫୁଲ ପାଖୁଡ଼ା ରଖି ଦିଅନ୍ତୁ । ମାତାଙ୍କୁ ନାଲି ଫଳ ମଧ୍ୟ ଅତ୍ୟନ୍ତ ପ୍ରିୟ ଥାଏ । ଯଦି ଆପଣଙ୍କ ମନସ୍କାମନା ପୂରଣ ହେଉନାହିଁ ତେବେ ୨୭ ଟି ଲବଙ୍ଗ ନେଇ ଏକ ନାଲି ସୂତାରେ ବାନ୍ଧି ମାଳା ତିଆରି କରି ଦିଅନ୍ତୁ । ଯଦି ଆପଣ ମହିଳା ତେବେ ତାହାକୁ ମାତାଙ୍କୁ ପିନ୍ଧାଇ ଦିଅନ୍ତୁ ।
ନଚେତ ଯଦି ଆପଣ ପୁରୁଷ ତେବେ ତାହାକୁ ମାତାଙ୍କ ଚରଣରେ ରଖି ନିଜର ମନସ୍କାମନା ପ୍ରାର୍ଥନା ଆକାରରେ କହି ଦିଅନ୍ତୁ । ନବରାତ୍ରୀ ସମାପ୍ତ ହେବା ପରେ ତାହାକୁ ନିଜ ପାଖରେ ରଖନ୍ତୁ । ତାହା ଆପଣଙ୍କ ପାଇଁ ଏକ ରକ୍ଷା କବଚ ଭଳି କାମ କରିବ । ଏହି ପ୍ରୟୋଗ ଦ୍ୱାରା ଆପଣଙ୍କର ସବୁ ମନସ୍କାମନା ଏମିତିକି ସନ୍ତାନ ପ୍ରାପ୍ତି , ଘର , ବାହାନ ସବୁ ମନସ୍କାମନା ପୂରଣ ହେବ ।
ଯଦି ସବୁବେଳେ ଘଟଣା ଦୁର୍ଘଟଣା ଭଳି ସମସ୍ୟା ଆସୁଛି ତେବେ ନବରାତ୍ରୀରେ ଏକ ହଳଦିଆ କାଗଜ ନିଅନ୍ତୁ କିମ୍ବା ଏକ ଧଳା କାଗଜ ନେଇ ତାହାକୁ ହଳଦୀ ଲଗାଇ ଦିଅନ୍ତୁ । ଏହାପରେ ସେଥିରେ ନାଲି ରଙ୍ଗର ମାତାଙ୍କର ୩୨ ଟି ନାମ ଲେଖନ୍ତୁ । ଆପଣ ଚାହିଁଲେ ପରିବାର ସଦସ୍ୟ ସମସ୍ତଙ୍କ ପାଇଁ ଏପରି ତିଆରି କରି ଦିଅନ୍ତୁ । ବର୍ତ୍ତମାନ ସେହି କାଗଜକୁ ନିଜ ପାଖରେ ରଖନ୍ତୁ । ଦେଖିବେ ସବୁ ସମସ୍ୟା ଗାଏବ ହୋଇଯିବ ।
ଆଉ ଏକ ଉପାୟ ଅନୁଯାୟୀ ମାତାଙ୍କ ସାମ୍ନାରେ ଏକ ଲୋଟା ଜଳ ରଖି ମାତାଙ୍କର ୩୨ ନାମର ଉଚ୍ଚ ଶବ୍ଦରେ କରନ୍ତୁ । ଏହାପରେ ସେହି ଜଳକୁ ଘରର ପ୍ରତି କୋଣରେ ସିଞ୍ଚି ଦିଅନ୍ତୁ ।ଏପରି କରିବା ଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂରେଇ ଯିବ । ଯଦି ଏହିପରି ଆପଣ ୪୦ ଦିନ ପର୍ଯ୍ୟନ୍ତ କରନ୍ତି ତେବେ ଆପଣଙ୍କ ଜୀବନର ସବୁ ସମସ୍ୟା ଦୂରେଇ ଯିବ । ଏହାଦ୍ବାରା ଜୀବନର ସବୁ ଚିନ୍ତା ସମସ୍ୟା ମଧ୍ୟ ଦୂରେଇ ଯିବ ।
ଯଦି ଆପଣଙ୍କର ବାଦ ବିବାଦ ସମ୍ବନ୍ଧୀୟ ସମସ୍ୟା ରହିଛି ତେବେ ମାତାଙ୍କୁ ନାଲି ଗୁଡହଲ ଫୁଲ କିମ୍ବା ଫୁଲ ମାଳା ଅର୍ପିତ କରନ୍ତୁ । ଦେଖିବେ ସବୁ ସମସ୍ୟା ଚୁଟକିରେ ଦୂରେଇ ଯିବ । ଯଦି ଆପଣଙ୍କ ସୁଲଭ ବ୍ୟବସାୟ ଠିକ ଭାବରେ ଚାଲୁନାହିଁ କିମ୍ବା କ୍ଷତି ହେଉଛି ତେବେ ନବରାତ୍ରୀର କୌଣସି ଏକ ଦିନ ଏକ ପାଣି ଥିବା ନଡ଼ିଆ ନେଇ ତାହାକୁ ଏକ ନାଲି ଚୁନି ଦ୍ୱାରା ଗୁଡ଼ାଇ ଦିଅନ୍ତୁ । ଏହାପରେ ତାହାକୁ ବ୍ୟବସାୟ ସ୍ଥଳରେ ରଖି ଦିଅନ୍ତୁ । ବ୍ୟବସାୟ ସମ୍ବନ୍ଧୀୟ ସମସ୍ୟା ଦୂରେଇ ଯିବ । ଏହାବ୍ୟତୀତ ବ୍ୟବସାୟରେ ଲାଭ ଆସିବା ମଧ୍ୟ ଆରମ୍ଭ ହୋଇଯିବ ।