ନବରାତ୍ରୀ ରେ 9 ଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ଆପଣଙ୍କୁ 9 ଦେବୀଙ୍କ ପସନ୍ଦ ରଙ୍ଗର ଡ୍ରେସ ପିନ୍ଧିବା ଆବଶ୍ୟକ | ଏବଂ ଏଥିସହିତ ମା ଙ୍କୁ ହାତ ଯୋଡି ନିଜ ମନର କଥା ମାଙ୍କ ଆଗରେ ପ୍ରକାଶ କରିବା ଦ୍ୱାରା ମା ଆପଣଙ୍କର ସମସ୍ତ ମନୋକାମନା ପୂର୍ଣ୍ଣ କରିଥାନ୍ତି | ନବରାତ୍ରୀ ଆପଣ ମହିଳା ହୁଅନ୍ତୁ କିମ୍ଵା ପୁରୁଷ 9 ରଙ୍ଗର ପୋଷାକ ନିଶ୍ଚିନ୍ତ ପରିଧାନ କରନ୍ତୁ | ତେବେ ଆସନ୍ତୁ ଜାଣିବା କେଉଁ ଦିନ କେଉଁ ରଙ୍ଗର ପୋଷାକ ପିନ୍ଧିବା ଶୁଭ ହୋଇଥାଏ?
ନବରାତ୍ରୀ ପ୍ରଥମ ଦିନ ମାଙ୍କୁ ହଳଦିଆ ରଙ୍ଗ ବହୁତ ପସନ୍ଦ, ତେଣୁ ଆପଣ ପୁରୁଷ ହୁଅନ୍ତୁ କିମ୍ଵା ମହିଳା ଏହି ଦିନ ହଳଦିଆ ରଙ୍ଗର ଡ୍ରେସ ପରିଧାନ କରନ୍ତୁ | ଏହା ଦ୍ୱାରା ମା ପ୍ରସନ୍ନ ହୋଇଥାନ୍ତି | ନବରାତ୍ରିର ଦ୍ୱିତୀୟ ଦିନ ମା ବ୍ରହ୍ମଚାରିଣୀ ଙ୍କ ପୂଜା ହୋଇଥାଏ, ଏହି ସବୁଜ ରଙ୍ଗ ମାଙ୍କୁ ବହୁତ ପସନ୍ଦ ହୋଇଥାଏ | ସବୁଜ ରଙ୍ଗ ବୁଧ ଗ୍ରହର ହୋଇଥାଏ ଏବଂ ଏହା ମା ଙ୍କର ଅନ୍ୟ ଏକ ସ୍ୱରୂପ ଅଟେ | ତୃତୀୟ ଦିନ ମା ଚନ୍ଦ୍ର ଘଣ୍ଟାଙ୍କ ପୂଜା କରାଯାଇଥାଏ, ଏହି ଦିନ ଗ୍ରେ ରଙ୍ଗ ମାଙ୍କର ବହୁତ ପସନ୍ଦ | ଏହି ରଙ୍ଗ ପରିଧାନ କରନ୍ତୁ ଆପଣଙ୍କ ମନସ୍କାମନା ନିଶ୍ଚିନ୍ତ ପୁରା ହେବା |
ନବରାତ୍ରିର ଚତୁର୍ଥ ଦିନ ମା କୁସ୍ମାଣ୍ଡାଙ୍କ ପୂଜା ହୋଇଥାଏ, ଏହି ଦିନ କମଳା ରଙ୍ଗ ବହୁତ ଶୁଭ ହୋଇଥାଏ | ପଞ୍ଚମ ଦିନ ମା ସ୍କନ୍ଦମାତା ଙ୍କର ପୂଜା ହୋଇଥାଏ, ଏହି ଦିନ ଧଳା ରଙ୍ଗର ପୋଷାକ ପିନ୍ଧି ଆପଣ ପୂଜା କରନ୍ତୁ ଶୁଭ ହୋଇଥାଏ | ନବରାତ୍ରିର ଷଷ୍ଠ ଦିନ ମା କାନ୍ତାୟାଣୀ ଙ୍କ ପୂଜା ହୋଇଥାଏ, ତେବେ ମାଙ୍କର ନାଲି ରଙ୍ଗ ବହୁତ ପସନ୍ଦ ତେଣୁ ଏହି ଦିନ ନାଲି ରଙ୍ଗ ଶୁଭ ହୋଇଥାଏ | ସପ୍ତମ ଦିନ ମା କାଳରାତ୍ରି ଙ୍କର ପୂଜା ହୁଏ ଯିଏ କି ଶନିଦେବ ଙ୍କୁ ଆୟତ୍ତ କରିଥାନ୍ତି ତେଣୁ ଏହି ଦିନ ବ୍ଲୁ ରଙ୍ଗ ବହୁତ ଶୁଭ ହୋଇଥାଏ, ଏହି ରଙ୍ଗର ପୋଷାକ ପରିଧାନ କରି ପୂଜା କରନ୍ତୁ ବହୁତ ଶୁଭ ହୋଇଥାଏ |
ନବରାତ୍ରିର ଅଷ୍ଟମ ଦିନ ମା ମହାଗୌରୀ ଙ୍କର ପୂଜା ହୋଇଥାଏ, ତେଣୁ ଏହି ଦିନ ଗୋଲାପୀ ରଙ୍ଗ ପିନ୍ଧିବା ଦ୍ୱାରା ଅତ୍ୟନ୍ତ ଶୁଭା ହୋଇଥାଏ | ତେଣୁ ନବରାତ୍ରୀ ର ଶେଷ ଦିନ ଅର୍ଥନୀତି ନବମୀ ଦିନ ମା ସିଦ୍ଧିଦାତ୍ରୀ ଙ୍କ ପୂଜା ହୋଇଥାଏ ଏହି ଦିନ ଜାମୁ ରଙ୍ଗ ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ମାଙ୍କର ପ୍ରିୟା ହୋଇଥାଏ ତେଣୁ ଏହି ଦିନ ଜାମୁ ରଙ୍ଗ ଅତ୍ୟନ୍ତ ଶୁଭ ହୋଇଥାଏ |