ସେପ୍ଟେମ୍ବର ୨୫ ରେ ସର୍ବ ପିତୃ ଅମାବାସ୍ୟା ସହିତ ପିତୃ ପକ୍ଷ ଶେଷ ହୋଇଯିବ । ଏହି ଦିନ ପ୍ରିୟଜନ ଜ୍ଞାତ ଏବଂ ଅଜ୍ଞାତ ପିତୃଙ୍କୁ ମଧ୍ୟ ଶ୍ରାଦ୍ଧ ତର୍ପଣ ଦେଇ ପାରିବେ । କାରଣ ଏହି ଅମାବାସ୍ୟା ଯେଉଁ ପିତୃଙ୍କ ଦେହତ୍ୟାଗର ତିଥି କିମ୍ବା ସମ୍ପୂର୍ଣ୍ଣ ଅଜ୍ଞାତ ପୂର୍ବଜଙ୍କ ପାଇଁ ହିଁ ପାଳିତ ହୋଇଥାଏ । ତେଣୁ ଏହିଦିନ ପୂର୍ବଜଙ୍କୁ ଶ୍ରାଦ୍ଧ ତର୍ପଣ କରିବା ଉଚିତ । ଯାହାଦ୍ୱାରା ସେମାନଙ୍କ ଆତ୍ମା ତୃପ୍ତ ହୋଇଥାଏ । ଏପରି ମାନ୍ୟତା ରହିଛି ଯେ ଏହିଦିନ ପୂର୍ବଜ ନିଜ ପ୍ରିୟଜନଙ୍କ ଠାରୁ ଶ୍ରାଦ୍ଧ ଗ୍ରହଣ କରି ଆଶୀର୍ବାଦ ଦେଇ ପୁଣିଥରେ ନିଜ ସ୍ଥାନକୁ ଫେରି ଯାଆନ୍ତି । ତେଣୁ ଏହିଦିନ ଦ୍ୱିପ୍ରହର ୩.୧୧ ରୁ ଶ୍ରାଦ୍ଧ ଦେବାର ଉପଯୁକ୍ତ ସମୟ ରହିଛି । ଏହି ଦିନ ସକାଳୁ ଉଠି ପବିତ୍ର ନଦୀରେ ସ୍ନାନ କରି ପିତୃଙ୍କୁ ପିଣ୍ଡ ଦେବା ଉଚିତ ।
ଯାହାଦ୍ୱାରା ପିତୃଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଏହିଦିନ ପିତୃଙ୍କ ନାମରେ ଗଛ ଲଗାଇଲେ ସେମାନଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ । ଆଜିକାର ଲେଖାରେ ଆମେ ଆପଣଙ୍କୁ ଏକ ପ୍ରଭାବୀ ଉପାୟ ବିଷୟରେ କହିବୁ ଯାହାକୁ କରିବା ଦ୍ୱାରା ମାତା ଲକ୍ଷ୍ମୀ ଏବଂ ବିଷ୍ଣୁଙ୍କ କୃପା ପ୍ରାପ୍ତ ହୋଇଥାଏ ଏବଂ ପିତୃଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ । ଯାହାଦ୍ୱାରା ଜୀବନାରେ ସୁଖ ସମୃଦ୍ଧି ପାପ୍ତ ହୋଇଥାଏ , ସଫଳତା ମିଳିଥାଏ ଏବଂ ସବୁ ଦୁଃଖ କଷ୍ଟ ଦୂର ହୋଇଯାଏ । ଏହି ଉପାୟ କେବଳ ସନ୍ଧ୍ୟା କିମ୍ବା ରାତ୍ରି ସମୟରେ କରି ପାରିବେ ।
ଉପାୟ ଅନୁଯାୟୀ ଏକ ମାଟି , ଅଟା କିମ୍ବା ଅନ୍ୟ ଧାତୁର ଦୀପ ଆଣି ସେଥିରେ ସଳିତା ଲଗାନ୍ତୁ ଏବଂ ଘିଅ ଦିଅନ୍ତୁ । ବର୍ତ୍ତମାନ ସେହି ଦୀପକୁ ଜାଳି ଘରର ଦକ୍ଷିଣ କୋଣ କିମ୍ବା ରୋଷେଇ ଘରର ଦକ୍ଷିଣ କୋଣରେ ରଖନ୍ତୁ । ଦୀପର ବତୀ ଯେମିତି ଦକ୍ଷିଣ ଦିଗକୁ ରହେ । କାରଣ ଏହି ଦିଗ ପିତୃଙ୍କର ହୋଇଥାଏ । ଏହାର ଅର୍ଥ ଯେ ଯେତେବେଳେ ପିତୃ ପୃଥିବୀକୁ ଆସନ୍ତି ସେତେବେଳେ ଏହି ଦୀପ ତଳ ମାର୍ଗକୁ ପ୍ରକାଶିତ କରିଥାଏ । ଦୀପ ତଳେ କିଛି ଜିନିଷ ରଖି ଦିଅନ୍ତୁ କାରଣ ସିଧାସଳଖ ତଳେ ରଖା ଯାଇଥିବା ଦିଅ ଅପୂର୍ଣ୍ଣ ହୋଇଥାଏ । ଦୀପ ଜାଳିବା ପରେ ପ୍ରଥମେ ପୂଜ୍ୟ ଶ୍ରୀଗଣେଶଙ୍କୁ ପ୍ରାର୍ଥନା କରନ୍ତୁ । ଏହାପରେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କୁ ଆରାଧନା କରନ୍ତୁ ।
ଭଗବାନଙ୍କୁ ପିତୃଙ୍କୁ ମୋକ୍ଷ ପାଇଁ ଏବଂ ପିତୃଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ ପାଇଁ ପ୍ରାର୍ଥନା କରନ୍ତୁ । ଏହାବ୍ୟତୀତ ସୁଖ ସମୃଦ୍ଧି ପାଇଁ ମଧ୍ୟ ପ୍ରାର୍ଥନା କରନ୍ତୁ । ଏହାପରେ ନିଜ ପରିବାର ଉପରେ କୃପା କରିବା ପାଇଁ ପ୍ରାର୍ଥନା କରି ଓଁ ନମଃ ଭଗବତେ ବାସୁଦେବାୟ ଜପ ୧୧ ଥର ଏବଂ ପିତୃ ଦେବତାଙ୍କ ମନ୍ତ୍ରର ୧୦୮ ଥର ଜପ କରନ୍ତୁ ।
ମନ୍ତ୍ରଟି ହେଉଛି : ଓଁ ପିତୃ ଦେବାୟ ନମଃ ।।
ଧ୍ୟାନ ଦେବେ ଯେପରି ଦକ୍ଷିଣ ଦିଗକୁ ହିଁ ମୁହଁ କରି ଏହି ମନ୍ତ୍ର ଜପ କରନ୍ତି । ଏହି ଉପାୟ କରିବା ଦ୍ୱାରା ପିତୃ ଦେବ ପ୍ରସନ୍ନ ହୋଇ ନିଜ ଧାମକୁ ଫେରି ଯାଆନ୍ତି । ଏହାଦ୍ବାରା ପିତୃ ଦୋଷ ପିତୃ ଆଶୀର୍ବାଦରେ ପରିଣତ ହୋଇଥାଏ । ତାପରେ ପିତୃଙ୍କୁ ପ୍ରଣାମ କରନ୍ତୁ । ଏହି ସମୟରେ ସ୍ୱଚ୍ଛତାର ବିଶେଷ ଧ୍ୟାନ ଦିଅନ୍ତୁ । ଏହାକୁ କେବଳ ନିଜ ଘରେ ହିଁ କରନ୍ତୁ ।